spot_img
Home Blog Page 4274

ଆରମ୍ଭ ହେଲା କ୍ୟାବିନେଟ୍ ମିଟିଂ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି ଶିବସେନା ମୁଖ୍ୟ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ମହାନାଟକ । ସରକାରରେ ଶିବସେନା-ଏନସିପି-କଂଗ୍ରେସର ମେଣ୍ଟ ରହିବ ନା ସରକାର ଭଙ୍ଗ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାରି ମଧ୍ୟ ଏହା ଚର୍ଚ୍ଚା ହେଉଛି କି ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ବର୍ତ୍ତମାନ ଚାଲିଥିବା କ୍ୟାବିନେଟ ବୈଠକ ପରେ ଇସ୍ତଫା ଦେବେ ବୋଲି ସୂଚନା ମିଳୁଛି । ଅନ୍ୟପକ୍ଷରେ କ୍ୟାବିନେଟ ବୈଠକ ପୂର୍ବରୁ ଉଦ୍ଧବ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା କଂଗ୍ରେସ ଅବଜରଭର କମଲାନଥ ଦେଇଛନ୍ତି । ତେଣୁ ସେ ଚାଲିଥିବା କ୍ୟାବିନେଟ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଛନ୍ତି ।

ଅନ୍ୟପଟେ ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ମଧ୍ୟରେ ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ଟ୍ୱିଟ୍ କରି ଲେଖିଥିଲେ କି ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ଶିବସେନା ସରକାର ପ୍ରତି ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ଆସାମର ଗୌହାଟିରେ ପହଞ୍ଚିଛନ୍ତି । ଏକନାଥ ସିନ୍ଧେଙ୍କ ପ୍ରତି ୪୦ରୁ ୫୬ ଜଣ ଶିବସେନା ବିଧାୟକଙ୍କ ସମର୍ଥନ ଥିବା ସେ ନିଜେ ଦାବି କରିଛନ୍ତି। ଏହା ଛଡ଼ା ୬ ଜଣ ସ୍ୱାଧୀନ ବିଧାକୟଙ୍କର ସମର୍ଥନ ତାଙ୍କ ପ୍ରତି ଥିବା କହିଛନ୍ତି ଏକନାଥ ସିନ୍ଧେ ।

ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ଓଡିଆ ସେନା ଆଶାୟୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ରିଜର୍ଭ ବାଟାଲିଅନରେ ଭର୍ତ୍ତି ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୬୬୩ ପଦବୀକୁ ମଞ୍ଜୁରୀ ମିଳିଛି । ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ପ୍ରତ୍ୟେକ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି । ଆହୁରି ୧୩୨ଟି ପଦବୀ ଆଉଟ୍‌ ସୋର୍‌ସିଂ ଜରିଆରେ ମଧ୍ୟ ପୂରଣ ହେବା ନେଇ ସୂଚନା  ।

ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍‌ପେକ୍ଟର (WT)-୧, ସବ୍‌ଇନିସ୍‌ପେକ୍ଟର (WT)-୨, ହାବିଲଦାର (WT)-୪, କନେଷ୍ଟବଳ(WT)-୧୩, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ । ସେହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ।

ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍‌ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋର୍‌ସିଂ ପଦବୀ ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳଯ ପକ୍ଷରୁ ସୂଚନା ଦିଆଯାଇଛି  ।

ରାଜ୍ୟରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଟ୍ୱିନସିଟିରେ ଘଡ଼ଘଡି ସହ ପ୍ରବଳ ବର୍ଷା

ଭୁବନେଶ୍ୱର: ଟ୍ବିନସିଟିରେ ପ୍ରବଳ ବର୍ଷା । ଭୁବନେଶ୍ବର, କଟକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ଆକାଶରେ ପ୍ରବଳ ମେଘ ଘୋଟି ଅସିଥିବା ସହ ଜୋରରେ ବର୍ଷା ହେଉଛି । ଫଳରେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି । ସେପଟେ ରାଜ୍ୟରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଉପରିଭାଗରେ ଦକ୍ଷିଣକୁ ଢଳିରହିଛି ଘୂର୍ଣ୍ଣିବଳୟ । ଯାହା ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ଅଧିକାଂଶ ସ୍ଥାନରେ ୭୦ ରୁ ୧୧୦ ମିଲିମିଟର ବର୍ଷା ସମ୍ଭାବନା ଥିବା ଟ୍ୱିଟ୍ କରି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ସୁଦ୍ଧା ସ୍ବାଭାବିକଠାରୁ ୩୮ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

ରଥ ଯାତ୍ରା ପାଇଁ ପୁରୀରେ କରାଯିବ ବ୍ୟାପକ ଟିକାକରଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଗକୁ ରଥ ଯାତ୍ରା ଆସୁଛି । ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟୀକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି । ଯେଉଁମାନେ ଦ୍ୱିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ଟୀକା ନେବା ପାଇଁ ଅଗବତ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏହାସହ ପରିମଳ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ସଂକ୍ରମଣ ରହିଛି ଆଗକୁ ମଧ୍ୟ ରହିଥିବ ।

ରାଜ୍ୟରେ ଯେତିକି ଆକ୍ଟିଭ କେସ୍ ରହିଛି ସେଥିରୁ ବହୁତ କମ୍ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ଯେହେତୁ ରାଜ୍ୟରେ ଭଲ ଭାବରେ ଟୀକାକରଣ ହୋଇଛି ତେବେ ରୋଗର ଭୟ କମ୍ ରହିଛି । ଅନ୍ୟପଟେ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀ ମାନେ ରୋଗ ଚିହ୍ନଟ କରାଯାଉଛି । ଯେହେତୁ ଏହି ସମୟରେ ବିଶେଷ କରି କୋଭିଡ, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମେଲେରିଆ ବଢିଥାଏ । ତେବେ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ମାନେ ଲୋକଙ୍କୁ ଚିହ୍ନଟ କରିବା ପାଇଁ କିଭଳି ଭାବରେ ସେମାନଙ୍କୁ ପରୀକ୍ଷା କରାଯିବ ସେନେଇ ଚିହ୍ନଟ କରାଯାଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଶିବସେନାର ଅଭିଯୋଗ: ସୁରଟ ହୋଟେଲରେ ବିଧାୟକଙ୍କୁ ମାରପିଟ୍ କରିଛି ପୋଲିସ

ସୁରଟ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ବିଧାୟକଙ୍କର ବିଦ୍ରୋହ ପରେ ସରକାର ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଛି  । ଏହାରି ମଧ୍ୟରେ ଏକ ବଡ ଅଭିଯୋଗ ଆଣିଛି ଶିବସେନା  । ଶିବସେନା କହିଛି ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ସାମିଲ ଅକୋଲାରୁ ବିଧାୟକ ନିତିନ ଦେଶମୁଖଙ୍କୁ ସୁରଟ ହୋଟେଲରେ ପୋଲିସ ମାରପିଟ କରିଛି । ସେ ମୁମ୍ବାଇ ଆସିବାକୁ ଚାହହୁଁଥିଲେ, କିନ୍ତୁ ତାଙ୍କୁ ବନ୍ଧକ କରି ଆସମର ଗୌହ୍ବାଟୀ ନିଆଯାଇଛି ।

ସୁରଟର ସ୍ଥାନୀୟ ଶିବସେନା ନେତା ପରେଶ ଖେର ଗଣମାଧ୍ୟମକୁ କହିଛନ୍ତି ନିତିନ ଦେଶମୁଖ ହୋଟେଲରୁ ବାହାରି ଏକ ମାର୍କେଟକୁ ଯାଇଥିଲେ, ସେଠାରେ ସେ ଫୋନ ଯୋଗେ ଆମକୁ ସହାୟତା ମାଗିଥିଲେ ମୁମ୍ବାଇ ଯିବା ପାଇଁ  । ଆମେ ମାର୍କେଟରେ ପହଞ୍ଚିବା ବେଳକୁ ପୋଲିସ ତାଙ୍କୁ ଧରି ହୋଟେଲ ନେଇଯାଉଥିଲା  । ଆମେ ମଧ୍ୟ ସେମାନଙ୍କ ପଛେ ପଛେ ହୋଟେଲ ପର୍ଯ୍ୟନ୍ତ ଯାଇଥିଲୁ  । କିନ୍ତୁ ହୋଟେଲ ବାହାରେ ଆମକୁ ଅଟକାଇ ଦିଆଯାଇଥିଲା । ତେବେ ନିତିନ ମୁମ୍ବାଇ ଯିବେ ବୋଲି ଜିଦ୍ ଧରିବା ପରେ ପୋଲିସ ଅଧିକାରୀ ତାଙ୍କୁ ମାରପିଟ୍ କରିଥିଲେ  । ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପୋଲିସ ଏବଂ ବିଧାୟକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା  । ଏହାପରେ ଅସୁସ୍ଥ ହୋଇ ନିତିନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା  ।

ଅନ୍ୟପକ୍ଷରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ନିତିନ ଦେଶମୁଖଙ୍କୁ ସୁରଟ ହୋଟେଲରେ ହାର୍ଟ ଆଟାକ ଆସିଥିଲା, କିନ୍ତୁ ବିଜେପି ନେତା ତାଙ୍କୁ ବନ୍ଧକ ରଖିଛନ୍ତି  । ସେମାନେ ୯ ବିଧାୟକଙ୍କୁ ଅପହରଣ କରି ରଖିଛନ୍ତି  । ସେମାନେ ମୁମ୍ବାଇ ଆସିବାକୁ ଚାହୁଁଥିବାରୁ ଅପହରଣ କରାଯାଇଥିବା ସେ ଦାବି କରିଛନ୍ତି  । ଅନ୍ୟପକ୍ଷରେ ବିଧାୟକ ନିତିନ ଦେଶମୁଖଙ୍କ ପତ୍ନୀ ପ୍ରାଞ୍ଜଳି ଅକୋଲା ଥାନାରେ ବିଧାୟକଙ୍କ ନିଖୋଜ ରିପୋର୍ଟ ଦେଇଛନ୍ତି । ସେ ଅଭିଯୋଗରେ କହିଛନ୍ତି ତାଙ୍କ ସ୍ବାମୀ ମଙ୍ଗଳବାର ସକାଳ ସୁଦ୍ଧା ଅକୋଲା ସ୍ଥିତ ନିଜ ଘରକୁ ଆସିବାର ଥିଲା, କିନ୍ତୁ ସୋମବାର ସନ୍ଧ୍ୟାରୁ ହିଁ ତାଙ୍କ ଫୋନ ଲାଗୁନି  । ତେଣୁ ମୋ ସ୍ବାମୀ ନିଖୋଜ ହୋଇଯାଇଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ।

ଦୁଇ ଜଣଙ୍କ ଝଗଡ଼ା ପାଇଁ ଥାନାରେ ଅଟକ ରହିଲା ଗାଈ

ଭୁବନେଶ୍ୱର: ଦୁଇ ଜଣଙ୍କ ଝଗଡ଼ା ପାଇଁ ଥାନାରେ ଅଟକ ରହିଲା ଗାଈ । ସମସ୍ୟା ସମାଧାନ ନହେବାରୁ ଧଉଳି ଥାନାରେ ଅଟକ ରହିଛି ଗାଇ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଅଞ୍ଚଳରେ । ସୂଚନା ଅନୁସାରେ ୫ ଦିନ ପୂର୍ବରୁ ଖଟୁଆପଡ଼ାର ଜଣଙ୍କ ଗାଈ ହଜିଯାଇଥିଲା । ସେହି ଗାଈ ନଖାଉରପାଟଣାର ଜଣେ ମହିଳାଙ୍କ ଗୁହାଳରେ ଥିଲା । ତେବେ ହଜିଯାଇଥିବା ଗାଈର ମାଲିକ ଉକ୍ତ ମହିଳାଙ୍କ ଗୁହାଳକୁ ଯାଇ ଗାଈ ଫିଟାଇ ନେଇଥିଲେ । ଯାହା ପରେ ଆରମ୍ଭ ହୋଇଥିଲା ବିବାଦ । ଗୋଟିଏ ଗାଈକୁ ଦୁଇ ଜଣ ନିଜର ବୋଲି ଦାବି କରୁଛନ୍ତି । ତେବେ ଏହି ସମସ୍ୟା ସମାଧାନ ନହେବାରୁ ମାମଲା ଥାନାକୁ ଯାଇଛି । ଅନ୍ୟପକ୍ଷରେ ଗାଈର ପ୍ରକୃତ ମାଲିକ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କିଏ ଏହି ବ୍ୟକ୍ତି ଯାହାଙ୍କୁ ଲୋକମାନେ ଅମିତାଭ ବଚ୍ଚନ କହୁଛନ୍ତି? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନନ୍ଦିଘୋଷ ବ୍ୟୁରୋ: କିଏ ଏହି ବ୍ୟକ୍ତି ଯାହାଙ୍କ ଫଟୋ ଚିତ୍ର ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଣ୍ଟୁଛି  । ଥଗ୍ସ ଅଫ୍ ହିନ୍ଦୋସ୍ତାନ ବଲିଉଡ ଚଳଚିତ୍ରରେ ଅମିତାଭ ବଚ୍ଚନ ଏହି ଲୁକ୍ ରେ ଥିଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି  ।  କେହି କେହି ଇଣ୍ଟରନେଟ ବ୍ୟବହାରକାରୀ ତାଙ୍କୁ ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ତୁଳନା କରିଛନ୍ତି  । ତେବେ କିଏ ଏହି ବ୍ୟକ୍ତି ଏବଂ କାହିଁକି ଲୋକ ତାଙ୍କୁ ବଚ୍ଚନଙ୍କ ସହ ତୁଳନା କରୁଛନ୍ତି  । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।

ବିଶ୍ବବିକ୍ଷ୍ୟାତ ଫଟୋଗ୍ରାଫର ଷ୍ଟିଭ ଏମସିକରି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଜଣେ ଆଫଗାନ ଶରଣାର୍ଥୀଙ୍କ ଫଟୋ ପୋଷ୍ଟ କରିଛନ୍ତି  । ଫଟୋରେ ଧଳା ଦାଢି ରଖି ଆଖିରେ ଚଷମା ଲଗାଇଥିବା ଜଣେ ବୃଦ୍ଧ ବ୍ୟକ୍ତି ରହିଛନ୍ତି  । ସେ ହେଉଛନ୍ତି ଆଫଗାନ ଶରଣାର୍ଥୀ ଶହବୁଜ ।   ଏବଂ ଏହି ପୋଷ୍ଟରେ ଷ୍ଟିଭ ଲେଖିଛନ୍ତି ପାକିସ୍ତାନରେ ବିଶ୍ବର କୋଣ ଅନୁକୋଣରୁ ଲୋକମାନେ ଆସି ଶରଣାର୍ଥୀ ଭାବେ ରହୁଛନ୍ତି  । ତାଙ୍କ ସ୍ଥିତି କଥା ଚିନ୍ତା କଲା ବେଳକୁ ଦୁଃଖ ଲାଗୁଛି  । ଆମେ ସମସ୍ତେ ମିଶି ଏମାନଙ୍କୁ ସମର୍ଥନ କରିବା ଆବଶ୍ୟକ  । ସେ ଏହି ପୋଷ୍ଟ କରିବା ପରେ ଫଟୋକୁ ୭୭ ହଜାରରୁ ଉର୍ଦ୍ଧ୍ବ ଲାଇକ୍ ମିଳିବା ସହ ସେୟାର କରାଯାଇଛି  ।

https://www.instagram.com/p/CfCHGDzOFge/?utm_source=ig_web_button_share_sheet

ଏହି ଫଟୋ ପ୍ରଥମେ ୨୦୧୮ ମସିହାରେ  ଭାଇରାଲ୍ ହୋଇଥିଲା  । ଏହାପରେ ଲୋକମାନେ ଫଟୋ ଟିକୁ ସେୟାର କରି ଅମିତାଭ ବଚ୍ଚନଙ୍କ ସହ ତୁଳନା କରିଛନ୍ତି  । ଥଗ୍ସ ଅଫ୍ ହିନ୍ଦୁସ୍ତାନ ଫିଲ୍ମରେ ଏହିଭଳି ଲୁକରେ ନଜର ଆସିଥିଲେ ବିଗ୍ ବି  । ସେହି କାରଣରୁ ସମସ୍ତେ ଆଫଗାନ ଶରଣାର୍ଥୀଙ୍କୁ ବିଗ୍ ବିଙ୍କ ଭଳି ଦେଖାଯାଉଥିବା କଥା କହିଛନ୍ତି  ।

ମହାରାଷ୍ଟ୍ରରେ ସରକାର ଭଙ୍ଗ ନେଇ ସଙ୍କେତ ଦେଲେ ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ମହାନାଟକ । କିଏ ମହାରାଷ୍ଟ୍ରରେ ସରକାର କରିବା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାରି ମଧ୍ୟରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଏକ ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ଭଙ୍ଗ ହୋଇପାରେ ବିଧାନସଭା । ବିଧାନସଭା ଭଙ୍ଗ ନେଇ ସଙ୍କେତ ଦେଇଛନ୍ତି ସଞ୍ଜୟ ରାଉତ । ଦଳୀୟ ଅନ୍ତକନ୍ଦଳ ଓ ରାଜନୈତିକ ସଙ୍କଟକୁ ନେଇ ସ୍ବୀକାର କରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ଦଳ ଭିତରେ ମତଭେଦ ରହିବା ସ୍ବାଭାବିକ, ତେବେ ଏହାର ସମାଧାନ ବାହାର କରାଯିବ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ଉଦ୍ଧବ ସରକାର ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିପାରନ୍ତି । ମୋଟ ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ୪୦ ଏକନାଥଙ୍କ ସମର୍ଥନରେ ଥିବା ଦାବି ହେଉଛି । ବିଧାନସଭା ଭଙ୍ଗ ଚର୍ଚ୍ଚା ଭିତରେ ବାୟୋ ବଦଳାଇଛନ୍ତି ଆଦିତ୍ୟ ଠାକରେ । ବାୟୋରୁ ମନ୍ତ୍ରୀ ପଦକୁ ହଟାଇ ଦେଇଛନ୍ତି ଆଦିତ୍ୟ । ରାଜନୈତିକ ସଙ୍କଟ ଭିତରେ ରାଜ୍ୟପାଳଙ୍କ ପରେ କରୋନା ଆକ୍ରାନ୍ତ ହୋଇଛନ୍ତି ଉଦ୍ଧବ ଠାକରେ ।

ଆଫଗାନିସ୍ତାନରେ ଭୂକମ୍ପ, ପ୍ରାୟ ୧୦୦୦ ଜଣଙ୍କ ମୃତ୍ୟୁ

କାବୁଲ: ଆଜି ସକାଳେ ଆଫଗାନିସ୍ତାନରେ ଭୟାବହ ଭୂମିକମ୍ପ ହୋଇଛି । ଭୂମିକମ୍ପରେ ସାରା ଆଫଗାନିସ୍ତାନ ଧ୍ବସ୍ତବିଧ୍ବସ୍ତ ହୋଯାଇଛି  । ଏଥିରେ ପ୍ରାୟ ୧୦୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ମପାଯାଇଛି  । ସେହିପରି ପାକିସ୍ତାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି  ।

ଆମେରିକୀୟ ଜିଓଲଜିକାଲ ସର୍ଭେର ରିପୋର୍ଟ ମୁତାବକ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତନର ଖୋସ୍ତ ସହରଠାରୁ ୪୪ କିମି ଦୂରରେ ରହିଥିଲା । ଆଫଗାନିସ୍ତାନର ପାକଟିକା ପ୍ରାନ୍ତରରେ ଭୟଙ୍କର ବିଧ୍ବଂସ ଘଟିଛି  । ଏଠି ସର୍ବାଧିକ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା  । ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରାନ୍ତରରେ ଜଣେ ଲୋକର ମୃତ୍ୟୁ ଘଟିଥିବା ସୂଚନା ରହିଛି  । କୁହାଯାଉଛି ଯେ ଭୂକମ୍ପ ପ୍ରଭାବରେ ଘରର ଛାତ ପଡି ତାଙ୍କର ମୃତ୍ୟୁ ଘଟିଛି  ।

ପାକିସ୍ତାନରେ ପେଶାୱର, ଇସଲାମବାଦ, ଲାହୋର ଏବଂ ପଞ୍ଜାବ ତଥା ଖୈବର ପଖତୁନଖ୍ବା ପ୍ରାନ୍ତରର ବିଭିନ୍ନ ଅଞ୍ଚଳ ଏବଂ ଭାରତ ପର୍ଯ୍ୟନ୍ତ ଏହି ଭୟଙ୍କର ଭୂକମ୍ପର ଝଟକା ଅନୁଭୂତ ହୋଇଛି  । ଭୂକମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଆଫଗାନିସ୍ତାନରେ ଅନେକ ବଡ ବଡ କୋଠା ଭୁଶୁଡି ପଡିଛି  । ଯାହାଫଳରେ ତଳେ ଚାପି ହୋଇ ଅନେକ ଲୋକଙ୍କ ମୃ୍ତ୍ୟୁ ହୋଇଛି  । ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ଆଶଙ୍କା କରାଯାଉଛି  ।

ବିପଦସଙ୍କୁଳ ଅବସ୍ଥାରେ ଆଇଗିଣିଆ ପାତ୍ରପଡ଼ା ଓଭରବ୍ରିଜ୍, ଖଣ୍ଡ ଖଣ୍ଡ ହୋଇ ଗଳୁଛି ଇଟା

ଭୁବନେଶ୍ୱର: ବିପଦସଙ୍କୁଳ ଅବସ୍ଥାରେ ଆଇଗିଣିଆ ପାତ୍ରପଡ଼ା ଓଭର ବ୍ରିଜ । ୧୬ ନମ୍ବର ଜାତୀୟ ରାଜପଥର ଓଭରବ୍ରିଜ ପାଇଁ ଅପ୍ରୋଚ୍ ରୋଡ ତିଆରି ବେଳେ ଭାଙ୍ଗି ଯାଇଛି ଓଭର ବ୍ରିଜ । NHAI ନିଜେ କରୁଛି ଅପ୍ରୋଚ୍ ରୋଡ । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ବେଳେ ଏମ୍ସ ହସପିଟାଲ ଛକରେ ଘଟିଛି ଏହି ଘଟଣା । ଓଭର ବ୍ରିଜ ଉପରେ ଗାଡ଼ି ଯିବା ବେଳେ ଖଣ୍ଡ ଖଣ୍ଡ ହୋଇ ଗଳୁଛି ସିମେଣ୍ଟ ଇଟା, ଚିପ୍ସ ଓ ମୋରମ । ଦୁଇ ଦିନ ହେଲାଣି ୨୦ ଫୁଟ ଓସାରର ଅତଡ଼ା ଖସିପଡ଼ିଛି । ଜାତୀୟ ରାଜପଥ ବିଭାଗ ଗ୍ରୀନ ମ୍ୟାଟ ଢ଼ାଙ୍କିବା ଛଡା ଆଉ କିଛି ପଦକ୍ଷେପ ନେଇନାହିଁ । ଚିରାଚରିତ ଭାବେ ଶହ ଶହ ଗାଡି ଚଳାଚଳ କରୁଛି । ତେବେ ଏପରି ସ୍ଥିତିରେ ଯଦି ଦୁର୍ଘଟଣା ଘଟେ ତାହାଲେ କିଏ ଦାୟୀ ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି ।