ଆପ୍‌ର ବଡ ଘୋଷଣା, ରାଷ୍ଟ୍ରପତି ନିର୍ବାଚନରେ ସିହ୍ନାଙ୍କୁ ଦେବ ଭୋଟ

ନୂଆଦିଲ୍ଲୀ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆପ୍‌  । ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏନେଇ ସୂଚନା ଦେଇଛନ୍ତି  । ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜ ବାସଭବନରେ ବୈଠକ ଡାକିଥିଲେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଏହି ବୈଠକରେ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ, ସଞ୍ଚୟ ସିଂ, ଗୋପାଲ ରାୟ, ରାଘବ ଚଡ୍‌ଢା, ଇମରାନ ହୁସୈନଙ୍କ ସମେତ ଆପ୍‌ର ୧୧ ସଦସ୍ୟ ସାମିଲ ଥିଲେ ।

ବୈଠକ ପରେ ସାଂସଦ ସଞ୍ଜୟ ସିଂ ଗଣମାଧ୍ୟମକୁ ଆପ୍‌ ନିଷ୍ପତ୍ତି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ପାର୍ଟିର ପିଏସି (ପଲିଟିକାଲ ଆଫେୟାର୍ସ କମିଟି) ବୈଠକରେ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ପାଇଁ ସମସ୍ତ ସଦସ୍ୟ ସହମତି ଜଣାଇଥିଲେ ।

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଆପ୍‌ ସମ୍ମାନ ଜଣାଉଛି  । କିନ୍ତୁ ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ଆପ୍‌ ସମର୍ଥନ କରିବ ବୋଲି କହିଛନ୍ତି ସଞ୍ଜୟ । ପାର୍ଟିର ସମସ୍ତ ବିଧାୟକ ଓ ସାଂସଦ ଆସନ୍ତା ୧୮ରେ ଯଶୋବନ୍ତ ସିହ୍ନାଙ୍କ ସମର୍ଥନରେ ଭୋଟ ଦେବେ  ।