spot_img
Home Blog Page 4262

ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଗୁରୁତର

ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣାରେ ସଡ଼କ ଦୁର୍ଘଟଣା । ରାସ୍ତା ତଳକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ବସରେ ମୋଟ ୪୭ ଯାତ୍ରୀ ଥିବା ସୂଚନା । ବସରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଗୁରୁତର ଓ ୧୫ ଜଣ ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତ କରାଯାଇଥିବା ବେଳେ ଆହତଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ବୃଦ୍ଧ, ମହିଳା ଓ କିଛି ସ୍କୁଲ ଛାତ୍ର ମଧ୍ୟ ଥିଲେ ।

ତେବେ ବସଟି କେଉଁଭଳି ଭାବେ ଦୁର୍ଘଟଣା ଘଟିଲା ତାହା ଜଣା ପଡିନଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର ଥିବାବେଳେ ଘଟଣାସ୍ଥଳରେ ବଡ଼ଚଣ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ ବଢାଇଲା ଚିନ୍ତା

ଜମ୍ମୁ: ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ । ପାକିସ୍ତାନ ସବୁ ପ୍ରକାର ଯୋଜାନା କରି ବିଫଳ ହୋଇଥିବା ବେଳେ ଗତକାଲି ପାକିସ୍ତାନର ଗୋଟିଏ ଡ୍ରୋନକୁ ଭାରତ ସୀମାରେ ଦେଖାଯାଇଛି । ଜମ୍ମୁ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌ ଉଡୁଥିବା ଦେଖି ‘ସୀମା ସୁରକ୍ଷା ବଳ’ (ବିଏସ୍ଏଫ୍‌) କିଛି ରାଉଣ୍ଡ୍‌ ଗୁଳି ଚଳାଇଥିଲେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଅଚାନାକିଆ ଗୁଳି ଚଳାଇବା ଦେଖି ଡ୍ରୋନ୍‌ଟି ତୁରନ୍ତ ପାକିସ୍ତାନ ଆଡକୁ ଚାଲି ଯାଇଥିଲା। କିନ୍ତୁ, ଉକ୍ତ ଡ୍ରୋନ୍‌ କେଉଁ କାରଣରୁ ସୀମାକୁ ଆସିଥିଲା ସେନେଇ ତନାଘନା ଜାରି ରହିଛି । ଏହାସହ ଡ୍ରୋନଟି  କାଳେ କିଛି ସାମଗ୍ରୀ ସେ ଅଞ୍ଚଳରେ ପକାଯାଇଥିବ ସେଥିପାଇଁ ସୀମାରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା।

ଜମ୍ମୁ ସୀମାନ୍ତର ‘ବିଏସ୍‌ଏଫ୍‌’ ଡେପୁଟି ଇନ୍ସପେକ୍ଟର୍‌ ଜେନେରାଲ୍‌ ଏସ୍.ପି. ସାନ୍ଧୁ କହିଛନ୍ତି ଯେ, ସନ୍ଧ୍ୟା ୭.୨୫ରେ ଆର୍ଣ୍ଣିଆ ଅଞ୍ଚଳରେ ପାକିସ୍ତାନ ପଟୁ ଗୋଟାଏ ଡ୍ରୋନଟି ଧିମା ଧିମା ଲାଇଟ ସହ ଭାରତ ସୀମା ଆଡକୁ ଆସୁଥିବା ଦେଖାଯାଇଥିଲା। ଉକ୍ତ ଡ୍ରୋନ୍‌ଟି ଭାରତ ସୀମାକୁ ପ୍ରବେଶ କରିବା ମାତ୍ରେ ‘ବିଏସ୍‌ଏଫ୍‌’ ଯବାନମାନେ ତାହାକୁ ଖସାଇବା ପାଇଁ ୮ ରାଉଣ୍ଡ୍‌ ଗୁଳି ଚଳାଇଥିଲେ । କିନ୍ତୁ, ଉକ୍ତ ଡ୍ରୋନ୍‌ଟି କୌଣସିମତେ ଉଡ଼ି ପାକିସ୍ତାନ ପଟକୁ ଚାଲିଗଲା।

ସୂଚନାଯୋଗ୍ୟ, ‘ବିଏସ୍‌ଏଫ୍‌’ ଯବାନମାନେ ସାମ୍ବା ଜିଲ୍ଲାର ଚକ୍‌ ଫକିରାରେ ଗୋଟାଏ ସୀମାପାରି ସୁଡ଼ଙ୍ଗ ଚିହ୍ନଟ କରିବାର ୩ ଦିନ ପରେ ପାକିସ୍ତାନର ଏହି ଡ୍ରୋନ୍‌ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି।

କଂଗ୍ରେସକୁ ଘର ସଜାଡ଼ିବା ଚିନ୍ତା, କାଲି ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କୁ ଭେଟିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସକୁ ଘାରିଛି ଘର ସଜାଡ଼ିବା ଚିନ୍ତା । ଆସନ୍ତାକାଲି ଦଳର ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ହେଭିଓ୍ବେଟଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ହାଇକମାଣ୍ଡଙ୍କ ଡାକରା ପାଇ କିଛି ବିଧାୟକ ଓ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି । ଆଜି ଅନ୍ୟ ନେତାମାନେ ଦିଲ୍ଲୀ ଯିବେ । କାହାକୁ ପିସିସି ସଭାପତି କରାଯିବ, ସଂଗଠନ କିପରି ମଜବୁତ ହେବ ସେନେଇ ରାହୁଲ ରାଜ୍ୟ କଂଗ୍ରେସ ନେତାଙ୍କ ସହ କରିବେ ଓ୍ବାନ ଟୁ ଓ୍ବାନ । ଦଳରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରିବେ ନେତା ।

ପିସିସି ପଦ ପାଇଁ ବିଭିନ୍ନ ଗୋଷ୍ଠୀଙ୍କ ଲବି ଜୋରଦାର ହୋଇଛି । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ବିଧାୟକ ଗୋଷ୍ଠୀ ଦାବି କରିଛନ୍ତି । ଏହି ରେସରେ ଆଗରେ ଅଛନ୍ତି ମହମ୍ମଦ ମୋକିମ ଓ ତାରାପ୍ରସାଦ ବାହିନୀପତି । ସେହିପରି ଅନ୍ୟ ନେତାଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଆଗରେ ଅଛି । ତେବେ ହାଇକମାଣ୍ଡ କାହାକୁ ପିସିସି ମଙ୍ଗ ଧରାଇବେ, ସେନେଇ ଦଳୀୟ ରାଜନୀତି ଉଷ୍ମ ରହିଛି ।

ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ବାତ୍ୟା ‘ଆସାନୀ’

ଭୁବନେଶ୍ୱର: ବାତ୍ୟାର ରୂପ ନେଲା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟ ଗଭୀର ଅବପାତ । ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ବାତ୍ୟା ଆସାନୀ । ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ବାବନା ।  ୬ଘଣ୍ଟା ଧରି ଘଣ୍ଟା ପ୍ରତି ୧୬ କିମି ବେଗରେ ଉତ୍ତର -ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ପୁରୀ ଠାରୁ ୧୦୨୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବ ରେ କେନ୍ଦ୍ରୀଭୂତ  ହୋଇଛି ।

ସେହିପରି ବିଶାଖାପାଟଣା ଠାରୁ ୯୭୦ କିମି ଦକ୍ଷିଣ ପୂର୍ବ ଦିଗରେ ରହିଛି ବାତ୍ୟା ଆସାନୀ । ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହିତ ପବନର ବେଗ ମଧ୍ୟ ବଢିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ବି ସମୁଦ୍ର ମଧ୍ୟରେ ଅଛନ୍ତି ସମସ୍ତେ ଆଜି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ପାଣିପାଗ କେନ୍ଦ୍ର ।

ତେବେ ବାତ୍ୟା ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳ ରେ ଆରମ୍ଭ ହେବ ବର୍ଷା । ୧୧ ତାରିଖରେ  ବର୍ଷାର ପରିମାଣ ବଢିବ ଏବଂ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଦେଇ ସମାନ୍ତରାଳ ଭାବେ ଆନ୍ଧ୍ର ଏବଂ ଓଡିଶା ଉପକୂଳ ଦେଇ ଗତିକରିବ ବାତ୍ୟା । ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ ବୋଲି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 

ବାତ୍ୟା ପାଇଁ ଆଲର୍ଟରେ ପ୍ରଶାସନ, ତୟାର ଅଛନ୍ତି ଓଡ୍ରାଫ ଓ ଅଗ୍ନିଶମ ଟିମ୍

ଭୁବନେଶ୍ୱର: ବିପଦ ଆଣିବନି ବାତ୍ୟା । ତଥାପି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଓଡ଼ିଶା । ହାଇଆଲର୍ଟରେ ରହିଛି ରାଜ୍ୟର ୧୮ ଜିଲ୍ଲାର ୨୦୯ ବ୍ଲକ । ୭୭ ସହରାଞ୍ଚଳରେ ବି ପ୍ରଶାସନ ସଜାଗ ରହିଛି । ୮ ଜିଲ୍ଲାରେ ପ୍ରସ୍ତୁତ ରହିଛି  ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ । ଆବଶ୍ୟକ ହେଲେ ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ଶତାଧିକ ମାଇକ୍ରୋ ଟିମକୁ ସଜାଗ ରଖାଯାଇଛି । ବର୍ଷା ଓ ପବନ ଫଳରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ରାସ୍ତା ଅବରୋଧ ହେଲେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ତୁରନ୍ତ ସଫା କରିବା ଦାୟିତ୍ବରେ ଅଛନ୍ତି ।

କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେହେତୁ ଖରା ଦିନେ ବର୍ଷା ହେବ ତେଣୁ ବନ୍ୟା ହେବାର ସମ୍ଭାବନା ନାହିଁ । ତେବେ ତଳି ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିପାରେ ଏଣୁ ଏଥିପ୍ରତି ପ୍ରଶାସନ ସତର୍କ ରହିଛି । ସେହିପରି ଚାଷୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ମାଗଦର୍ଶିକା ଜାରି ହୋଇଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ସଜାଗ ଅଛନ୍ତି ।

 

ମାରିୟୁପୋଲ ଷ୍ଟିଲପ୍ଲାଣ୍ଟରୁ ସମସ୍ତ ବିପନ୍ନ ଉଦ୍ଧାର, ମହିଳା, ଶିଶୁ ଓ ବୟସ୍କଙ୍କୁ ଉଦ୍ଧାର କଲେ ରେସକ୍ୟୁ ଟିମ୍

କିଭ୍: ୟୁକ୍ରେନ ପୋର୍ଟସିଟି ମାରିୟୁପୋଲ ଷ୍ଟିଲପ୍ଲାଣ୍ଟରୁ ସମସ୍ତ ବିପନ୍ନ ଉଦ୍ଧାର ହୋଇଛନ୍ତି । ପ୍ରାୟ ଏକ ମାସ ଧରି ଆଜଭୋସ୍ତଲ ଷ୍ଟିଲ ପ୍ଲାଣ୍ଟରେ ଫସିଥିବା ସମସ୍ତ ମହିଳା, ଶିଶୁ ଓ ବୟସ୍କ ଉଦ୍ଧାର ହୋଇଛନ୍ତି । ଏନେଇ ଘୋଷଣା କରିଛନ୍ତି ୟୁକ୍ରେନ ଉପପ୍ରଧାନମନ୍ତ୍ରୀ । ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଫସିଥିଲେ ବିପନ୍ନ ।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଜାତିସଂଘ ଓ ରେଡକ୍ରସର ଟିମ୍ । ୟୁକ୍ରେନ ଉପ ପ୍ରଧାନମନ୍ତ୍ରୀ କହିଛନ୍ତି ମାରିୟୁପୋଲରେ ମାନବିକ ସହାୟତା ଅପରେସନ ଶେଷ ହୋଇଛି । ସେପଟେ ଖାରକିଭରେ ଋଷ ବିରୋଧରେ ୟୁକ୍ରେନର କଡ଼ା ଟକ୍କର । ଖାରକିଭକୁ ୟୁକ୍ରେନବାହିନୀ ଖୁବ୍ ଶୀଘ୍ର ନିଜ କବଜାକୁ ଆଣିପାରନ୍ତି ବୋଲି ସୂଚନା ମିଳିଛି ।

 

ଆଜି ବିଶ୍ୱ ମାତୃ ଦିବସ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ଶିଳ୍ପୀ ମାନସ ସାହୁ

ଭୁବନେଶ୍ୱର: ଯାହା ବିନା ଜନ୍ମ ନାହିଁ । ଯାହା ବିନା ଅସ୍ତିତ୍ବ ନାହିଁ । ସେ ମାଆ । ତାଠୁ ସଂସାର ଆରମ୍ଭ ହୁଏ, ତାହାଠି ହିଁ ଶେଷ ହୁଏ । ଯେଉଁ ଡାକରେ ଜୀବନ ଆରମ୍ଭ ହୁଏ, ବ୍ରହ୍ମାଣ୍ଡ ବିଲୀନ ହୁଏ ସେ ନାଁ ହେଉଛି ମାଆ ।  ମା’ ଦୁନିଆର ସବୁଠୁ ମଧୁର ଆଉ ବ୍ୟାପକ ଶବ୍ଦ । ସେ ଅବର୍ଣ୍ଣନୀୟ । ସବୁଦିନ ତ ମାଆଠୁ ଆରମ୍ଭ ହେଉଛି । ମାଆ ପ୍ରତି ଭଲପାଇବା ଓ ତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ ହେଉଛି ସ୍ବତନ୍ତ୍ର ଦିନ । ଆଜି ହେଉଛି ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ମାତୃଦିବସ ରୂପେ ପାଳନ କରାଯାଉଛି । ମା’କୁ ସମ୍ମାନ ଦେବା ଲାଗି ପ୍ରଥମେ ଆମେରିକାରେ ମାତୃ ଦିବସର ଆରମ୍ଭ ହୋଇଥିଲା ।

ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ବହୁତ ଭଲ ପାଉଥିଲେ । ମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କରିଥିଲେ । ୧୯୧୪ ମସିହା ମେ’ ୯ ତାରିଖରେ ଆମେରିକାରେ ଏକ ବିଲ୍‌ ପାସ ହୋଇଥିଲା, ଯେଉଁଥିରେ ମେ’ ମାସର ଦ୍ୱିତୀୟ ରବିବାରକୁ ’ମଦର୍ସ ଡେ’ ରୂପେ ପାଳନ କରାଯିବା ପାଇଁ ଉଲ୍ଲେଖ ରହିଥିଲା । ଏହାପରେ ଭାରତ ସହିତ ଏନେକ ଦେଶ ମେ’ ମାସର ଦ୍ବିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରି ଆସୁଛନ୍ତି । ମାଆ ପାଇଁ କୌଣସି ଗୋଟିଏ ଦିନ ନୁହେଁ । ଜୀବନ ଥିବା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ହୃଦୟରେ ମାଆ ପ୍ରତି ଭଲପାଇବା ସମ୍ମାନ ରହିଛି ଆଉ ରହିବ । ହେଲେ ଆଜି ଦିନଟି କିଛି ଖାସ ଭାବେ ପାଳନ କରାଯାଏ ।

ମାତୃ ଦିବସ ଅବସରରେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ମାଆର ଭଲପାଇବା କେହି ଭୁଲିବା ସମ୍ଭବ ନୁହେଁ । ମା’ ହିଁ ଭଗବାନଙ୍କ ଏକମାତ୍ର ସୁନ୍ଦର ପରିକଳ୍ପନା ଯିଏ କୌଣସି ଆଶା ଅଭିଳାଷ ନରଖି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦାନ କରିଥାଏ । ବାଲୁକା କଳାରେ ଏଭଳି ବାର୍ତ୍ତା ଦେଇଛନ୍ତି ଶିଳ୍ପୀ ମାନସ କୁମାର ସାହୁ । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ତାଙ୍କୁ ୭ଘଣ୍ଟା ସମୟ ଲାଗିଛି । ୧୨ଫୁଟ ଓସାରର ଏହି କଳା ନିର୍ମାଣ ପାଇଁ ୧୨ଟନ ବାଲି ବ୍ୟବହାର ହୋଇଛି ।

ଆଜି ବାତ୍ୟାରେ ପରିଣତ ହେବ ଲଘୁଚାପ, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

ଭୁବନେଶ୍ୱର: ଆଜି ବାତ୍ୟାରେ ପରିଣତ ହେବ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ସମୁଦ୍ର ଅଶାନ୍ତ ରହିବା ସହିତ ପବନର ବେଗ ମଧ୍ୟ ବଢ଼ିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ବି ସମୁଦ୍ର ମଧ୍ୟରେ ଅଛନ୍ତି ସମସ୍ତେ ଆଜି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ପାଣିପାଗ କେନ୍ଦ୍ର । ସନ୍ଧ୍ୟା ସୁଦ୍ଧା ବାତ୍ୟାର ଚିତ୍ର ଆହୁରି ସ୍ପଷ୍ଟ ହେବ । ଉତ୍ତର ପଶ୍ଚିମ ଦିଗରେ ବାତ୍ୟା ଗତି କରି ୧୦ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳଠୁ ଦୂରରେ ପହଞ୍ଚିବ ।

ଏହାପରେ ଗତି ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବ ନାହିଁ । ଲ୍ୟାଣ୍ଡଫଲ୍ ନକରି ଏହା ସମୁଦ୍ରରେ ହିଁ ଉଡ଼ିଯିବ । ଏହା ପ୍ରଭାବରେ କାଲିଠୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ରରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବ । ୧୦ ତାରିଖ ବେଳକୁ ୮୦ରୁ ୯୦ କିଲୋମିଟର ଓ ୧୧ ତାରିଖରେ ୭୦ରୁ ୮୦ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୦୦ କିମି ହୋଇପାରେ । ଏହାର ପ୍ରଭାବରେ ପୁରୀ, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବିବାହର ସୁବର୍ଣ୍ଣ ସୁଯୋଗ

ଆଜିର ଦିନଟି ଅନେକ ବ୍ୟକ୍ତିଙ୍କ ପାଇଁ ଶୁଭ ଏବଂ ଅନେକଙ୍କ ପାଇଁ ଅଶୁଭ ହୋଇପାରେ । ୧୨ଟି ରାଶିଙ୍କର ବ୍ୟବସାୟ, ସ୍ୱାସ୍ଥ୍ୟ, ପାରିବାରିକ ସମ୍ପର୍କ ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ…

ମେଷ : ଏହି ରାଶିର ବ୍ୟକ୍ତି ସଚ୍ଚୋଟ ରହିବା ସହ ସାମାଜିକ କିମ୍ୱା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ । ଯାନବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ । ଚାକିରି କିମ୍ୱା ବ୍ୟବସାୟ କ୍ଷେତ୍ରରେ କୌଣସି ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି । ପ୍ରେମ ପରିପ୍ରକାଶ କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିବ । ମେଷ ରାଶିର ବ୍ୟକ୍ତିଙ୍କର ବିବାହ ଯୋଗ ହୋଇପାରେ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ବାହାରକୁ ଯିବା ପୂର୍ବରୁ ଦହିର ସେବନ କରନ୍ତୁ ନିଶ୍ଚୟ ସଫଳ ହେବେ । ବୈଦୁତ୍ୟିକ ଜିନିଷ ପ୍ରତି ଦୂରେଇ ରୁହନ୍ତୁ ।
ଶୁଭ ଅଙ୍କ- ୯
ଶୁଭ ରଙ୍ଗ- ଧଳା

ବୃଷ : ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନଟି ଶୁଭ । ଚିନ୍ତାଠୁ ଦୂରରେ ରହିବେ । ଚାକିରି ଏବଂ ବ୍ୟବସାୟରେ ଧ୍ୟାନ ଦିଅନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ଆଜିର ଦିନଟି ଆନନ୍ଦ ଉପଭୋଗରେ କଟିବ । ସାମାଜିକ ଦାୟିତ୍ୱ ନିର୍ବାହ କରି ପରିଚିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଚାକିରିରେ କାର୍ଯ୍ୟ ଚିନ୍ତା ବଢ଼ିପାରେ । ଅବହେଳା ହେତୁ ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ । ଏହି ରାଶିର ବ୍ୟକ୍ତି ଗଣେଶଙ୍କୁ ୨୧ଗୋଟି ଦୁବ ଚଢ଼ାନ୍ତୁ । ଲାଭ ପ୍ରାପ୍ତି ହେବ ।
ଶୁଭ ଅଙ୍କ- ୪
ଶୁଭ ରଙ୍ଗ- ଲାଲ

ମିଥୁନ : ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ପରିବାରରେ ସୁଖ-ଶାନ୍ତି ବଜାୟ ରହିବ । ଚାକିରିରେ ଦାୟିତ୍ୱ ବଢ଼ିପାରେ । ବ୍ୟବସାୟରେ ସତର୍କ ରୁହନ୍ତୁ । ଘରକୁ ଅତିଥି ଆସିପାରନ୍ତି । ଶରୀରର ଯତ୍ନ ନିଅନ୍ତୁ ଏଥିସହ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଜୀବନସାଥୀଙ୍କ ବ୍ୟବହାର କାରଣରୁ ସାମାଜିକ ପ୍ରତିଷ୍ଠା ବଢ଼ିପାରେ । ମାନସମ୍ମାନ ମିଳିପାରେ । ବିଦେଶରେ ଚାକିରି ମିଳିବାର ସମ୍ଭାବନା ରହିଛି । ତ୍ରିକୋଣୀୟ ପ୍ରେମ ସମ୍ପର୍କରେ ପଡ଼ିପାରନ୍ତି । ପରିବାରରେ ବିବାଦ ଦେଖାଦେଇପାରେ । ଶିଶୁଙ୍କ ଯତ୍ନ ନିଅନ୍ତୁ । ଏହି ରାଶିର ବ୍ୟକ୍ତି ସୁନ୍ଦରକାଣ୍ଡର ପାଠ କରନ୍ତୁ । ମନୋବଳ ବଢ଼ିବ ।
ଶୁଭ ଅଙ୍କ- ୮
ଶୁଭ ରଙ୍ଗ- ସବୁଜ

କର୍କଟ : ନିଜ ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ । ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହେବ । ନିଜକୁ ଏକା ଅନୁଭବ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନଙ୍କ ସହ ମନୋମାଳିନ୍ୟ ଦେଖାଦେଇପାରେ । ସନ୍ତାନଙ୍କ ଯତ୍ନ ନିଅନ୍ତୁ । ଆଜିର ଦିନଟି ପ୍ରେମ ସମ୍ୱନ୍ଧ ପାଇଁ ଉତ୍ତମ ନୁହେଁ । ବ୍ୟବସାୟରେ ଲାଭ ମିଳିବ । ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଅନ୍ୟ ଉପରେ ଅଧିକ ବିଶ୍ୱାସ ପାଇଁ କ୍ଷତି ସହିପାରନ୍ତି । ପରିବାର ସହ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି ।
ଶୁଭ ଅଙ୍କ- ୩
ଶୁଭ ରଙ୍ଗ- ଗୋଲାପି

ସିଂହ : ସିଂହ ରାଶିର ବ୍ୟକ୍ତିଙ୍କୁ ଆକସ୍ମିକ ଧନ ଲାଭର ସୁଯୋଗ ରହିଛି । ଅଟକିଥିବା କାର୍ଯ୍ୟ ପୂରା ହେବ । ବେକାରୀଙ୍କୁ ଚାକିରି ମିଳିପାରେ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ । ଜୀବନସାଥୀଙ୍କ ପାଇଁ କିଛି କ୍ରୟ କରିପାରନ୍ତି । ପରିବାରରେ ସୁଖ-ଶାନ୍ତି ବଜାୟ ରହିବ । ସନ୍ତାନ ସୁଖ ମିଳିପାରେ । ବ୍ୟବସାୟ ସାମାନ୍ୟ ରହିବ । ପ୍ରେମ ସମ୍ବନ୍ଧ ପାଇଁ ଦିନଟି ସାମାନ୍ୟ । ମନୋରଞ୍ଜନ କ୍ଷେତ୍ରରେ ଲାଭ ମିଳିବ । ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଯାନବାହନ ଚଳାଚଳରେ ଦୁର୍ଘଟଣା ଘଟିପାରେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ ଲାଗି ରହିବ । ଏହି ରାଶିର ବ୍ୟକ୍ତି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ବସ୍ତ୍ର ଏବଂ ଅଳଙ୍କାର ମିଳିବାର ସମ୍ଭାବନା ରହିଛି ।
ଶୁଭ ଅଙ୍କ- ୭
ଶୁଭ ରଙ୍ଗ- ହଳଦିଆ

କନ୍ୟା : ଜମି କିମ୍ୱା ନୂଆ ଘର କ୍ରୟ କରିପାରନ୍ତି । କୌଣସି ଭୁଲ୍ ମାଧ୍ୟମରେ ଧନ ଉପାର୍ଜନ କରିପାରନ୍ତି । ଏଥିପାଇଁ ଭବିଷ୍ୟତରେ ଅସୁବିଧା ଉପୁଜିପାରେ । ସନ୍ତାନଙ୍କ ଧ୍ୟାନ ରଖନ୍ତୁ । ସ୍ୱାସ୍ଥ୍ୟ ଅସୁସ୍ଥ ରହିବାରୁ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ବିସ୍ତାର ଲାଭ କରିବେ । ପତ୍ନୀଙ୍କ ପାଇଁ ଘରର ପରିସ୍ଥିତି ବିଗିଡ଼ିପାରେ । ଗାୟତ୍ରୀ ମନ୍ତ୍ରର ଚାରୋଟି ମାଳା ଜପ କରନ୍ତୁ । କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଆପଣଙ୍କୁ ବିଚଳିତ କରିପାରେ ।
ଶୁଭ ଅଙ୍କ-୫
ଶୁଭ ରଙ୍ଗ- ମାଟିଆ

ତୁଳା : ସ୍ୱାସ୍ଥ୍ୟ ଅସୁସ୍ଥ ଥିବାରୁ ପରିବାରରେ ପରିସ୍ଥିତି ବିଗିଡ଼ିପାରେ । ସନ୍ତାନଙ୍କ ଯତ୍ନ ନିଅନ୍ତୁ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ । କୌଣସି ବ୍ୟକ୍ତିଙ୍କୁ ଟଙ୍କା ଧାର ଦିଅନ୍ତୁନି । ସଂଯମତାର ସହ କାର୍ଯ୍ୟ କରିବେ । ଶାନ୍ତ ମନରେ ନେଇଥିବା ନିଷ୍ପତ୍ତି ନିଶ୍ଚୟ ଫଳଦାୟକ । ଜୀବନସାଥୀଙ୍କ ସହ ସୁନ୍ଦର ସମୟ ଅତିବାହିତ କରିବେ । ପରିବାର ଏବଂ ବନ୍ଧୁପରିଜନଙ୍କୁ ସମ୍ମାନ କରନ୍ତୁ । ନୀଳ ରଙ୍ଗର ବସ୍ତ୍ର ମନ୍ଦିରରେ ଦାନ କରନ୍ତୁ । ଜମିବାଡ଼ି କିମ୍ବା ସେୟାର ମାର୍କେଟରେ ବିନିଯୋଗ ଟଙ୍କା ଭବିଷ୍ୟତରେ ଲାଭ ଦେବ ।
ଶୁଭ ଅଙ୍କ- ୫
ଶୁଭ ରଙ୍ଗ- ନୀଳ

ବିଛା : ବ୍ୟବସାୟରେ ସହଭାଗିତାଙ୍କ ଉପରେ ଅନ୍ଧବିଶ୍ୱାସ କରନ୍ତୁ ନାହିଁ । ପୁରୁଣା ବନ୍ଧୁଙ୍କ ସହ ଭେଟ କାରଣରୁ ଆଜିର ଦିନ ଭଲରେ କଟିବ । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ବ୍ୟବସାୟରେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ । ସ୍ୱାସ୍ଥ୍ୟ ଏବଂ ସନ୍ତାନକୁ ନେଇ ଚିନ୍ତାରେ ରହିପାରନ୍ତି । ଚାକିରିର ସୁଯୋଗ ଥିବାବେଳେ ବିଦେଶରୁ ବିବାହର ପ୍ରସ୍ତାବ ଆସିପାରେ । ପରିବାର ତରଫରୁ ଯାନବାହନ ଉପହାର ମିଳିପାରେ । ଗୁଡ଼ ଏବଂ ଦହି ଦାନ କଲେ ଶୁଭ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ ।
ଶୁଭ ଅଙ୍କ-୫
ଶୁଭ ରଙ୍ଗ- ଧଳା

ଧନୁ : ସଚ୍ଚୋଟତାର ସହ କାର୍ଯ୍ୟ କରନ୍ତୁ । ସରକାରୀ ଯୋଜନାର ଲାଭ ମିଳିବ । ଛାତ୍ରଙ୍କୁ ପରୀକ୍ଷାରେ ସକରାତ୍ମକ ସଫଳତା ମିଳିବ । ପରିବାରର ସହାୟତାରେ ସମସ୍ତ ସମସ୍ୟା ଦୂର ହେବ । କୌଣସି ଗରିବାକୁ ଖାଇବାକୁ ଦିଅନ୍ତୁ । ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ସରକାରୀ ଚାକିରିରେ ବାଧା ଉପୁଜିପାରେ । ଜୀବନସାଥୀଙ୍କ ସହ ସୁନ୍ଦର ସମୟ ଅତିବାହିତ କରିବେ । କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ ।
ଶୁଭ ଅଙ୍କ : ୭
ଶୁଭ ରଙ୍ଗ : ଗୋଲାପୀ

ମକର : ପରିବାରରେ ସୁଖ-ଶାନ୍ତି ବଜାୟ ରହିବ । ଚାକିରିରେ ଦାୟିତ୍ୱ ବଢ଼ିପାରେ । ବ୍ୟବସାୟରେ ସତର୍କ ରୁହନ୍ତୁ । ଘରକୁ ଅତିଥି ଆସିପାରନ୍ତି । ଶରୀରର ଯତ୍ନ ନିଅନ୍ତୁ ଏଥିସହ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଜୀବନସାଥୀଙ୍କ ବ୍ୟବହାର କାରଣରୁ ସାମାଜିକ ପ୍ରତିଷ୍ଠା ବଢ଼ିପାରେ । କର୍ପୁରରେ ଘର ଶୁଦ୍ଧିକରଣ କରନ୍ତୁ । ମାଙ୍କୁ ନେଇ କୌଣସି ଦୁଃଖ ଖବର ମିଳିପାରେ ।
ଶୁଭ ଅଙ୍କ- ୪
ଶୁଭ ରଙ୍ଗ- ହଳଦିଆ

କୁମ୍ଭ : ଚାକିରି ଏବଂ ବ୍ୟବସାୟରେ ଧ୍ୟାନ ଦିଅନ୍ତୁ । ବାଣୀ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ଆଜିର ଦିନଟି ଆନନ୍ଦ ଉପଭୋଗରେ କଟିବ । ସାମାଜିକ ଦାୟିତ୍ୱ ନିର୍ବାହ କରି ପରିଚିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ଚାକିରିରେ କାର୍ଯ୍ୟ ଚିନ୍ତା ବଢ଼ିପାରେ । ଅବହେଳା ହେତୁ ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ । ଆମଦାନୀ ସହ ଖର୍ଚ୍ଚ ବଢ଼ିବ । ଗୋଲାପ ଗଛ ଲଗାନ୍ତୁ, ସଂବୃଦ୍ଧି ହେବ ।
ଶୁଭ ଅଙ୍କ- ୭
ଶୁଭ ରଙ୍ଗ- ହଳଦିଆ

ମୀନ : କୌଣସି ଭୁଲ୍ ମାଧ୍ୟମରେ ଧନ ଉପାର୍ଜନ କରିପାରନ୍ତି । ଏଥିପାଇଁ ଭବିଷ୍ୟତରେ ଅସୁବିଧା ଉପୁଜିପାରେ । ସନ୍ତାନଙ୍କ ଧ୍ୟାନ ରଖନ୍ତୁ । ସ୍ୱାସ୍ଥ୍ୟ ଅସୁସ୍ଥ ରହିବାରୁ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ବିସ୍ତାର ଲାଭ କରିବେ । ପତ୍ନୀଙ୍କ ପାଇଁ ଘରର ପରିସ୍ଥିତି ବିଗିଡ଼ିପାରେ ।
ଶୁଭ ଅଙ୍କ- ୬
ଶୁଭ ରଙ୍ଗ- ଧଳା

ସକାଳ ସାଢେ ୫ଟା ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ । କାଲି ସକାଳ ସାଢେ ୫ଟା ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ । ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ଲଘୁଚାପ । ପୁରୀଠାରୁ ୧୧୮୦ କିଲୋମିଟର ଉତ୍ତର – ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଥିବା ବେଳେ ବିଶାଖାପାଟ୍ଟନମ ଠାରୁ ୧୧୪୦ କିମି ଦକ୍ଷିଣ ପୂର୍ବରେ ରହିଛି । ୧୦ ତାରିଖରୁ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବା ପରେ ବାତ୍ୟା ଲ୍ୟାଣ୍ଡଫଲ ନକରି ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ । ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବା ସମ୍ଭାବନା ରହିଛି । ରିକର୍ଭ କରିବା ପରେ ଗତିପଥ ପରିବର୍ତ୍ତନ ହେବ । ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।