spot_img
Home Blog Page 4153

ପାର୍ଥଙ୍କ ସହ ସୁନା କିଣିବାକୁ ଯାଇଥିଲେ ଅର୍ପିତା, ଇଡି ହାତରେ ଫଟୋ

କୋଲକାତା: ଖୋଲୁଛି କଳାଧନର କୁଇନ୍ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗୁମର । ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନ ନେଇଥିଲେ ପାର୍ଥ । ଯାହାର ଏକ ଫଟୋ ଏବେ ଇଡି ହାତରେ । ପଶ୍ଚିମବଙ୍ଗ ୨୪ ପ୍ରଗଣାର ଏକ ନାମୀଦାମୀ ସୁନା ସୋ ରୁମକୁ ଯାଇଥିଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ ।

ଉଭୟ ବସି ସୁନା କିଣୁଥିବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅଭିନେତ୍ରୀ ଅର୍ପିତା ବସି ହାତରେ ଚୁଡ଼ି ପିନ୍ଧୁଥିବାର ଦେଖିବାକୁ ମିଳିଛି । ଗତ ଦୁର୍ଗାପୂଜା ସମୟର ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ପାର୍ଥ ଅର୍ପିତାଙ୍କୁ ନେଇ ଏକ ସୁନା ସୋରୁମରେ ଗହଣା କିଣୁଥିଲେ । କେବଳ ସୁନା ଚୁଡ଼ି ନୁହେଁ ଏକ ହୀରା ମୁଦି ମଧ୍ୟ ଉପହାର ସ୍ବରୂପ ଅର୍ପିତାଙ୍କୁ ଦେଇଥିଲେ ପାର୍ଥ ।

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଛି ଇଡି । ଅର୍ପିତାଙ୍କ ଦୁଇଟି ଘରେ ଚଢାଉ କରି ଇଡିକୁ ମିଳିଥିଲା ପ୍ରାୟ ୫୦ କୋଟି ଟଙ୍କା । ଏହାସହ ପ୍ରାୟ ୭ କେଜିର ସୁନା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପାଇଖାନାରୁ ବି ମିଳିଥିଲା କୋଟି କୋଟି ଟଙ୍କାର ନୋଟ । ସୁନାରେ ତିଆରି ଫଟୋ ଫ୍ରେମ ଜବତ ହୋଇଥିବା ବେଳେ ସୁନାର କଲମ ମଧ୍ୟ ପାଇଥିଲା ଇଡି । ସେପଟେ ଉତ୍ତର ଚବିଶ ପରଗଣାରେ ଚର୍ମନଗରୀ ପଛ ପଟେ ଅର୍ପିତାଙ୍କ ନାଁରେ ଏକ ଦଶ ମାଣ ଜମି ଠାବ ହୋଇଛି । 

ଝାଡୁ ଧରିଲେ ମେୟର-କର୍ପୋରେଟର, ସବୁ ରବିବାର ସଫେଇ

ଭୁବନେଶ୍ବର: ସ୍ବଚ୍ଛ ହେବ ରାଜ୍ୟ ରାଜଧାନୀ ଭୁବନେଶ୍ବର  । ରାଜଧାନୀର ସ୍ବଚ୍ଛତା ପାଇଁ ହାତରେ ଝାଡୁ ଧରିଲେ ମେୟର ଓ କର୍ପୋରେଟର । ଏଣିକି ମାସର ଶେଷ ରବିବାର ବିଭିନ୍ନ ସ୍ଥାନରେ ସଫେଇ କରିବେ କର୍ପୋରେଟର । ଲୋକଙ୍କୁ ସଚେତନ କରିବା ସହିତ ସ୍ବଚ୍ଛ ସହରର ଆହ୍ବାନ ଦେଇ ଆଜିଠୁ ଏଭଳି ନୂଆ ଅଭିଯାନ ଆରମ୍ଭ କରିଛି ବିଏମସି ।

ସକାଳ ୬ଟାରୁ ରସୁଲଗଡ଼ ଓଭରବ୍ରିଜ ତଳୁ ଆରମ୍ଭ ହୋଇଛି ସଫେଇ ଅଭିଯାନ । ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି କର୍ପୋରେଟର ଓ ମେୟର । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଭୁବନେଶ୍ବରକୁ କ୍ଲିନ ଓ ଗ୍ରୀନ ସହରରେ ପରିଣତ କରିବାକୁ ଲୋକଙ୍କ ସହଯୋଗ କାମନା କରିଛି ବିଏମସି ।

ସହରର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ ରାତ୍ରକାଳୀନ ସଫେଇ ଆରମ୍ଭ ହୋଇଛି । ବ୍ୟବସାୟିକ ପ୍ରତିଷ୍ଠାନକୁ ଅନ୍ୟୁନ ୫ ମିଟର ପରିଧିର ପରିମଳ ଦାୟିତ୍ବ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଫାଇନ ଆଦାୟ ହେଉଛି । ଏଥିରେ ଭୁବନେଶ୍ବରବାସୀ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ମେୟର ସୁଲୋଚନା ଦାସ ।

ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷଦିନ, ଏତିକି ଦେବାକୁ ପଡିବ ଜୋରିମାନା

ନୂଆଦିଲ୍ଲୀ: ଆଜି ଆୟକର ଦାଖଲ କରୁଥିବା ଲୋକଙ୍କ ପାଇଁ ଡେଡ୍‌ଲାଇନ୍‌ । ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନ  । ଏଥିରେ ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇ ନାହିଁ । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢ଼ିନାହିଁ  । ଆଜି ଶେଷ ଦିନରେ ୧ କୋଟି ରିଟର୍ଣ୍ଣ ଦାଖଲ ହେବା ନେଇ ଆଶା କରାଯାଉଛି  । ଗତବର୍ଷ ଶେଷ ତାରିଖରେ ୫୦ଲକ୍ଷ ରିଟର୍ଣ୍ଣ ଦାଖଲ ହୋଇଥିଲା  । ୨୦ ଜୁଲାଇ ସୁଦ୍ଧା ୨ କୋଟି ପର୍ଯ୍ୟନ୍ତ ଆଇଟି ରିଟର୍ଣ୍ଣ ଫାଇଲ ହୋଇଥିଲା  ।

ବାର୍ଷିକ ଆୟ ୫ ଲକ୍ଷ ହୋଇଥିଲେ କରଦାତାଙ୍କୁ ଏକ ହଜାର ତଣ୍ଡ ଗଣିବାକୁ ପଡେ । ଯଦି ଏହା ୫ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥାଏ ତେବେ ୫ ହଜାର ଜୋରିମାନା ଦେବାକୁ ପଡିଥାଏ  ।

ଆଜି ସୁଦ୍ଧା ୭ କୋଟି ରିଟର୍ଣ୍ଣ ଆଶା କରାଯାଉଛି । ଗତ ଦୁଇବର୍ଷ କରୋନା ପାଇଁ ଆୟକର ରିଟର୍ଣ୍ଣ ଅବଧିକୁ ବଢାଇଥିଲେ ସରକାର  । ଏଥର କିନ୍ତୁ ଅବଧି ବଢାଯିବ ନାହିଁ ସ୍ପଷ୍ଟ କରିଛି କେନ୍ଦ୍ର  । ନିୟମ ଅନୁସାରେ ଲୋକେ ଦାଖଲ କରୁଥିବା ରିଟର୍ଣ୍ଣ ହିସାବର କୌଣସି ଅଡିଟ ହେଉନାହିଁ  । ଏଥିପାଇଁ ଆଜି ରିଟର୍ଣ୍ଣ ଦାଖଲ କରିପାରିବେ  ।

୨୦୨୦-୨୧ ଆର୍ଥିକ ବର୍ଷରେ ୫.୮୯ କୋଟି ରିଟର୍ଣ୍ଣ ଦାଖଲ ହୋଇଥିଲା  । ତେବେ ଯେଉଁମାନେ ଆଜି ଦାଖଲ କରିନପାରିବେ ସେମାନଙ୍କ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଯଦିଓ ସମୟ ଅଛି, କିନ୍ତୁ ସେମାନେ ଫାଇନ୍‌ ସହ ଆୟକର ଦାଖଲ କରିବେ  ।

 

ହାୱଡାରେ ଏକ କାରରୁ ବିପୁଳ ମାତ୍ରାରେ ଟଙ୍କା ଜବତ, ଗଣିବା ପାଇଁ ମଗାଗଲା ମେସିନ

କୋଲକାତା: ପଶ୍ଚିମବଙ୍ଗର ହାୱଡା ସ୍ଥିତ ରାଣୀହାଟି ଛକରେ ଏକ କାରରୁ ପୁଳା ପୁଳା ଟଙ୍କା ଜବତ । ପୋଲିସ ଏକ କାରକୁ ଅଟକାଇ କାରରେ ଥିବା ପଛ ପଟ ସିଟକୁ ଖୋଲିଥିଲେ । ସେଥିରୁ ବ୍ୟାପକ ପରିମାଣରେ ଟଙ୍କା ଜବତ ହୋଇଛି । କାରରେ ଝାଡ଼ଖଣ୍ଡର ତିନି ଜଣ ବିଧାୟକ ବସିଥିଲେ । କାରରେ କଂଗ୍ରେସ ବିଧାୟକ ଇର୍ଫାନ ଅନସାରୀଙ୍କ ନା ଲେଖା ହୋଇଛି । ଏହି ଟଙ୍କା ନେଇ ସେମାନେ ମେଦିନୀପୁର ଯାଉଥିଲେ ।

ଟଙ୍କା କାହାର ବୋଲି କହିନାହାଁନ୍ତି ବିଧାୟକ । ଟଙ୍କା ଗଣିବା ପାଇଁ ବ୍ୟାଙ୍କରୁ ଟଙ୍କା ଗଣିବା ମେସିନ ମଗାଯାଇଛି । ତିନି ବିଧାୟକଙ୍କୁ ପୋଲିସ ଅଟକ ରଖିଛି । ଏସପି ସ୍ୱାତୀ ଭଙ୍ଗାଲିଆ କହିଛନ୍ତି, ଶନିବାର ରାତିରେ ବିଧାୟକଙ୍କ ଗାଡିକୁ ପାଞ୍ଚଲା ଥାନା ଅନ୍ତର୍ଗତ ରାଣୀହାଟି ଛକ ପାଖରେ ଅଟକାଯାଇଥିଲା । ଗାଡିର ତଦନ୍ତ ସମୟରେ ବିପୁଳ ମାତ୍ରାରେ ଟଙ୍କା ମିଳିଥିଲା ।

ତେବେ ଏହି ଗାଡ଼ିରେ ଝାଡଖଣ୍ଡ କଂଗ୍ରେସର ତିନି ବିଧାୟକ ଇରଫାନ ଅଂସାରୀ, ରାଜେଶ କଚ୍ଛପ ଏବଂ ନମନ ଭିକ୍ସଲ କୋଙ୍ଗାଡିଙ୍କ ସହିତ ଅନ୍ୟ ଦୁଇ ଜଣ ବସିଥିଲେ । ତେବେ ଗାଡିରେ କେତେ ପରିମାଣର ଟଙ୍କା ରହିଛି ତାହା ଗଣିବା ବର୍ତ୍ତମାନ ପୋଲିସ ପକ୍ଷରେ ସମ୍ଭବ ହୋଇନାହିଁ । ସେଥିପାଇଁ ବ୍ୟାଙ୍କ ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ବ୍ୟାଙ୍କ କର୍ମଚାରୀ ମେସିନ ସହାୟତାରେ ଟଙ୍କା ଗଣିବା ପରେ କେତେ ଟଙ୍କା ଅଛି ତାହା ସ୍ପଷ୍ଟ ଜଣାପଡିବ ।

ଚିନ୍ତା ବଢ଼ାଉଛି ମଙ୍କିପକ୍ସ: ୨୪ ଘଣ୍ଟାରେ ସ୍ପେନରେ ୨ ସଂକ୍ରମିତଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢ଼ାଇଲା ମଙ୍କିପକ୍ସ । ଆଫ୍ରିକା ବାହାରେ ୟୁରୋପରେ ପ୍ରଥମ ଥର ଲାଗି ଘଟିଛି ମଙ୍କିପକ୍ସଜନିତ ମୃତ୍ୟୁ । ୨୪ ଘଣ୍ଟାରେ ସ୍ପେନରେ ୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ତେଣେ ବ୍ରାଜିଲରେ ଜଣେ ୪୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସ୍ପେନରେ ବର୍ତ୍ତମାନ ୩ ହଜାର ୭୫୦ ସଂକ୍ରମିତ ଥିବାବେଳେ ୧୨୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଦୁଇ ଜଣ ଯାକ ଯୁବକ ବୋଲି ସୂଚନା ମିଳିଛି ।

ସେପଟେ ବିଶ୍ବରେ କାୟା ମେଲାଉଛି ମଙ୍କିପକ୍ସ । ବଢୁଛି ବିଭିନ୍ନ ସଂକ୍ରମିତ ଦେଶଙ୍କ ସଂଖ୍ୟା । ଆମେରିକା ନ୍ୟୁୟର୍କରେ ମଙ୍କିପକ୍ସକୁ ଜରୁରୀକାଳୀନ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଆମେରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ବା ସିଡିସିର ତଥ୍ୟ ଅନୁସାରେ ଦେଶରେ ମୋଟ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୩ ହଜାର ୫୮୭ । ଗତ ଶନିବାର ମଙ୍କିପକ୍ସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଶ୍ବ ସ୍ବାସ୍ଥ୍ୟ ଏମର୍ଜେନସି ଘୋଷଣା କରିଥିଲା ।

ଆମେରିକା, କାନାଡା ଆଦି ଦେଶର ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିଶ୍ବରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୧୪୮ ହୋଇଛି । ତେଣେ ଭାରତର ପ୍ରଥମ ସଂକ୍ରମିତ ବ୍ୟକ୍ତି ହୋଇଛନ୍ତି ସମ୍ପୂର୍ଣ୍ଣ ସୁସ୍ଥ । କେରଳ କୋଲମର ଏହି ବ୍ୟକ୍ତି ସରକାରୀ ମେ଼ଡିକାଲ କଲେଜରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ସେ ୟୁଏଇରୁ ଆସି ସଂକ୍ରମିତ ହୋଇଥିଲେ ।

ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ ନକରିବାକୁ ବାଇଡେନଙ୍କୁ ଜିନପିଙ୍ଗଙ୍କ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ତାଇଓ୍ବାନ ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ଚେତାବନୀ । ବାଇଡେନଙ୍କ ସହ ତାଇଓ୍ବାନ ପ୍ରସଙ୍ଗରେ ଆଲୋଚନା ବେଳେ ଜିନପିଙ୍ଗ କହିଛନ୍ତି- ତାଇଓ୍ବାନ ଚୀନର ଅଂଶବିଶେଷ । ଏହାକୁ ନେଇ କୌଣସି ବାହ୍ୟ ରାଷ୍ଟ୍ର ହସ୍ତକ୍ଷେପ କରିବା ଅନୁଚିତ । କିଛି ଦିନ ମଧ୍ୟରେ ଆମେରିକା ସ୍ପିକର ନାନସି ପେଲୋସି ତାଇଓ୍ବାନ ଗସ୍ତ କରିବା ପୂର୍ବରୁ ଏହି ଚେତାବନୀ ଦେଇଛନ୍ତି ଜିନପିଙ୍ଗ ।

ସେପଟେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଅଗ୍ରଗତି ସମ୍ଭବ ହୋଇପାରିନାହିଁ । ତେବେ ଦୁଇ ଦେଶର ନେତୃତ୍ବସ୍ତରରେ ପୁନଃଆଲୋଚନା ଲାଗି ଖୁବ୍ ଶୀଘ୍ର କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି କହିଛି ଆମେରିକା । ପେଲୋସିଙ୍କ ସମ୍ଭାବ୍ୟ ଗସ୍ତକୁ ବିରୋଧ କରିଛି ଚୀଚନ । ତାଇଓ୍ବାନ ସହ ଆମେରିକାର ବୈଦୈଶିକ ସମ୍ପର୍କକୁ ବିରୋଧ କରିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି- ସୀମାଗତ ସଂହତି ଓ ଜାତୀୟ ସାର୍ବଭୌମତ୍ବକୁ ଚୀନ ଗୁରୁତ୍ବ ଦିଏ ଏବଂ ଦେଶର ୧୪୦ କୋଟି ଲୋକ ଏହା ଚାହିଁଥାନ୍ତି । ଯେଉଁମାନେ ନିଆଁ ସହ ଖେଳିବେ ସେମାନେ ସେହି ନିଆଁରେ ଧ୍ବଂସ ପାଇଯିବେ ।

ବିଗତ ୧୯୪୯ରେ ଏକ ଗୃହଯୁଦ୍ଧରେ ଚୀନ ଓ ତାଇଓ୍ବାନ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ତେବେ ତାଇଓ୍ବାନକୁ ଚୀନ ନିଜର ବୋଲି ଦାବି କରୁଥିବାବେଳେ ତାଇଓ୍ବାନ ନିଜକୁ ଏକ ସାର୍ବଭୌମ ରାଷ୍ଟ୍ର ବୋଲି ଘୋଷଣା କରିଆସୁଛି । ସେପଟେ ତାଇଓ୍ବାନ ସହ ଆମେରିକାର ସମ୍ପର୍କକୁ ଚୀନ ବିରୋଧ କରୁଛି । ତେଣେ ଚୀନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାବେଳେ ତାଇଓ୍ବାନରେ ସମରାଭ୍ୟାସ ତ୍ବରାନ୍ବିତ ହୋଇଛି । ପିଙ୍ଗତୁଙ୍ଗ ଅଞ୍ଚଳରେ ତାଇଓ୍ବାନ ପ୍ରତିରକ୍ଷା ବାହିନୀର ଲାଇଭ-ଫାୟାର ଡ୍ରିଲ ଜାରି ରହିଛି ।

ରାଜ୍ଯଗୋଷ୍ଠୀ କ୍ରୀଡା: ଇତିହାସ ରଚିଲେ ମୀରାବାଇ ଚାନୁ, ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ୱିତୀୟ ଦିନରେ ଭାରତକୁ ତୃତୀୟ ସଫଳତା ମିଳିଛି । ଭାରତକୁ ପ୍ରଥମ ସ୍ୱର୍ଣ୍ଣ ମିଳିଛି । ଦ୍ୱିତୀୟ ଦିନରେ ଭାରତ୍ତୋଳନରେ ଭାରତକୁ ତିନୋଟି ପଦକ ମିଳିଛି । ପ୍ରଥମେ ସଙ୍କେତ ମହାଦେବ ରୌପ୍ୟ ପଦକ,  ଗୁରୁରାଜା ପୂଜାରି କାଂସ୍ୟ ପଦକ ଜିତିବା ପରେ ଏବେ ଷ୍ଟାର ୱେଟଲିଫ୍ଟର ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିଛନ୍ତି । ଭାରତର ମେଡାଲ ଟାଲି ଏବେ ୩କୁ ବୃଦ୍ଧି ପାଇଛି । ମୀରାବାଇ ଚାନୁ ୪୯ କେଜି ମହିଳା ବର୍ଗରେ ଏହି ପଦକ ଜିତିଛନ୍ତି ।

ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ମୀରା ଏବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ମୀରାବାଇ ଚାନୁ କ୍ଲୀନ ଆଣ୍ଡ ଜର୍କର ନିଜ ପ୍ରଥମ  ପ୍ରୟାସରେ ୧୦୯ କିଗ୍ରା ଓଜନ ଉଠାଇଥିଲେ । ସ୍ନାଚର ନିଜର ତୃତୀୟ ପ୍ରୟାସରେ ୯୦ କିଗ୍ରା ଓଜନ ଉଠାଇ ପାରିନଥିଲେ । ୮୮ କିଗ୍ରା ସର୍ବାଧିକ ଓଜନ ଉଠାଇଥିଲେ । ଏହା ପ୍ରତିଯୋଗିତାରେ ଶ୍ରେଷ୍ଠ ଭାବେ ଗଣାଯାଇଥିଲା । ତେଣୁ ସେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ଭାରତ ମେଡାଲ ଟାଲିର ୭ମ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ୨୦ ପଦକ ସହ ପ୍ରଥମ ସ୍ଥାନରେ ରହିଛି ।

ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ଗୃହରେ ପାରିତ ହୋଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପ୍ରଥମ ଦିନରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ବିଲ ପାରିତ ହେବା ପରେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିବେ ବୋଲି ନିୟମ ରହିଛି ।

୨୦୧୦ ପରଠାରୁ ରାଜ୍ୟର ଅଭିବୃଦ୍ଧି ହାର ବଢ଼ିଛି । ୨୦୨୨-୨୩ରେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ବଜେଟରେ 5T ଓ ମୋ ସରକାରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ BSKY ବିଶ୍ୱର ସବୁଠାରୁ ଭଲ ଯୋଜନା ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗରେ ୨୫% ଅଧିକ ଅର୍ଥ ବ୍ୟୟବରାଦ ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ।

ପାଟନା କଲେଜରେ ଛାତ୍ରଙ୍କ ବିରୋଧର ଶିକାର ହେଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

ପଟନା: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଛାତ୍ରମାନଙ୍କ ବିରୋଧର ଶିକାର ହୋଇଛନ୍ତି । ପାଟନା କଲେଜରେ ଛାତ୍ର ସଂଗଠନ ଏଆଇଏସଏ ଜେପି ନଡ୍ଡାଙ୍କ ବିରୋଧରେ ନାରାବାଜୀ କରିଛି । ଏଥିସହିତ ତାଙ୍କ କାରକୁ ଘେରିଯାଇଥିଥିଲେ । ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶନିବାର ଜେପି ନଡ୍ଡା କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ।

ସେ କ୍ୟାମ୍ପସରେ ପହଞ୍ଚିବା କ୍ଷଣି ଛାତ୍ରମାନେ ତାଙ୍କ ବିରୋଧରେ ନାରାବାଜୀ ଆରମ୍ଭ କରିଦେଇଥିଲେ । ସ୍ଥିତି ବିଗିଡିବାରୁ ଜେପି ନଡ୍ଡା ଫେରିଯାଇ ନିଜ କାରରେ ବସିଥିଲେ । ଏହା ପରେ ମଧ୍ୟ ଛାତ୍ରମାନେ ତାଙ୍କ ଗାଡ଼ିକୁ ଘେରି ବିରୋଧ ପ୍ରଦର୍ଶନ କରିଥିଲେ । କିଛି ସୁରକ୍ଷା କର୍ମୀମାନେ ମଧ୍ୟ ଉତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରୁଥିବାର ଦେଖାଯାଇଛି । କଲେଜରେ ଅନେକ ସମସ୍ୟା ଥିବା ନେଇ ସେମାନେ ବିରୋଧ ପ୍ରଦର୍ଶନ କରିଥିବା କୁହାଯାଉଛି । ତେବେ ଜେପି ନଡ୍ଡା ମଧ୍ୟ ପାଟନା କଲେଜରେ ପାଠ ପଢିସାରିଛନ୍ତି ।

ବିହାରରେ ଏନଡିଏ ମେଣ୍ଚ ସରକାର ଥିଲା ବେଳେ ବିରୋଧ ପ୍ରଦର୍ଶନ ଘଟଣା ଅନେକ କିଛି ଇସାରା କରୁଛି । ରାଜ୍ୟ ସରକାର ଓ ପୋଲିସକୁ ଏହି ବିରୋଧ ପ୍ରଦର୍ଶନ ଏବଂ ନାରାବାଜୀ ସମ୍ପର୍କରେ କିପରି ପୂର୍ବରୁ କୌଣସି ସୂଚନା ନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି  । ସୂଚନା ଥାଉକି ଗତ କିଛିଦିନ ହେବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏବଂ ବିଜେପି ମଧ୍ୟରେ ମତଭେଦ ଦେଖା ଦେଇଛି । ବିଜେପି ଠାରୁ ନୀତିଶ ଦୂରତା ଅବଲମ୍ବନ କରୁଥିବାର ଦେଖାଯାଇଛି  । ଆଜିର କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତିଶ ଜେପି ନଡ୍ଡାଙ୍କ ସହ ସାମିଲ ହୋଇନଥିଲେ ।

ଭାରୋତ୍ତଳନରେ ଦେଶକୁ ପୁଣି ପଦକ, ଲଗାତାର ମେଡାଲ ଆଣିଲେ ଗୁରୁରାଜ

ବର୍ମିଂହୋମ: କମନ୍ ୱେଲ୍ଥ ଗେମରେ ଭାରତକୁ ମିଳିଲା ଦ୍ୱିତୀୟ ସଫଳତା । ରୌପ୍ୟ ପଦ ଭାରୋତ୍ତଳନର ପୁରୁଷ ୬୧ କିଲୋ ବର୍ଗରେ ଗୁରୁରାଜ ପୁଜାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଭାରୋତ୍ତଳନରେ ପ୍ରଥମେ ଦେଶକୁ ରୌପ୍ୟ ପଦକ ଭେଟିଦେଇଥିଲେ ସଙ୍କେତ ସରଗର  । ବ୍ରୋଞ୍ଜ ଭେଟିଦେଲେ ଗୁରୁରାଜ ପୁଜାରୀ  । ମାଲେଶିଆର ମହମ୍ମଦ ଅଞ୍ଜିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ନ୍ୟୁ ଗିନିର ମୋରେ ବାୟୁ ରୌପ୍ୟ ପଦକ ହାସଲ କରିଛନ୍ତି । ଗୁରୁରାଜ ୨୬୯ କିଲୋର ଓଜନ ଉଠାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂଜାରୀ ପ୍ରଥମ ସ୍ନେଚରେ ୧୧୮ କିଲୋ ଓ ଦ୍ୱିତୀୟ ଥର ୧୫୧ କିଲୋର ଭାରୋତ୍ତଳନ କରିଥିଲେ ।

ପ୍ରଥମେ ସଙ୍କେତ ମହାଦେବ ୫୫କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଥିବା ବେଳେ ଏବେ ଆଉ ଜଣେ ଭାରତ୍ତୋଳନକାରୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତୀୟ ଭାରୋତ୍ତଳକ ଗୁରୁରାଜା ପୂଜାରି ୬୧ କିଗ୍ରା ବର୍ଗରେ ଏହି ପଦକ ଜିତିଛନ୍ତି । ଭାରତର ମେଡାଲ ଟାଲି ଏବେ ଦୁଇକି ବୃଦ୍ଧି ପାଇଛି । ଅଜନୀଲ ମୋଟ ୨୮୫ କିଗ୍ରା ଭାର ଉଠାଇ ଏହି ସଫଳତା ହାସଲ କରିଛନ୍ତି । ତେବେ ଗୁରୁରାଜା ଏହା ପୂର୍ବରୁ ୨୦୧୮ କମନୱେଲଥ ଗେମ୍ସରେ ସିଲଭର ପଦକ ଜିତିଥିଲେ ।