ଅଲଟିମେଟ୍ ଖୋ ଖୋ ଲିଗ୍: ଓଡ଼ିଶାର ବିଜୟ ଧାରା ଜାରି

1 min read

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ପୁନେରେ ଶିବ ଛତ୍ରପତି ସ୍ପୋର୍ଟସ କଂପ୍ଲେକ୍ସରେ ଚାଲିଥିବା ଅଲଟିମେଟ୍‌ ଖୋ ଖୋ ଲିଗ୍‌ରେ ମୁମ୍ବାଇ ଖିଲାଡି ସହ ଓଡ଼ିଶା ଜଗରନଟ୍ସର ଟକ୍କର । ପୁନେରେ ଚାଲିଥିବା ଅଲଟିମେଟ୍‌ ଖୋ ଖୋ ଲିଗ୍‌ରେ ଓଡ଼ିଶା ଜଗରନଟ୍ସର ଜବରଦସ୍ତ ବିଜୟ ଧାରା ଜାରି ରହିଛି । ଏହାସହ ଓଡ଼ିଶା ଜଗରନଟ୍ସ ପ୍ଲେ ଅଫ ରେ ମଧ୍ୟ ସ୍ଥାନ ଅଧିକାର କରିସାରିଛି ।

ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିସାରିଥିବା ଓଡ଼ିଶା ଦଳ ୮ଟି ମ୍ୟାଚରୁ ସପ୍ତମ ବିଜୟ ହାସଲ କରି ୨୧ ପଏଣ୍ଟ ସହ ଟେବୁଲ୍ ଶୀର୍ଷରେ ରହିଛି । ଗୁଜରାଟ ଜାଏଣ୍ଟସ ୨୦ ପଏଣ୍ଟ ସହ ଦ୍ବିତୀୟରେ ରହିଛି । ଆସନ୍ତାକାଲି ଶେଷ ଲିଗ ମ୍ୟାଚରେ ଓଡ଼ିଶା ଜଗରନଟ୍ସ, ତେଲଗୁ ଯୋଦ୍ଧା ଟିମକୁ ଭେଟିବ । ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ଦଳ ୪୮-୩୯ ସ୍କୋର୍‌ ଲାଇନ୍‌ରେ ତେଲଗୁ ଯୋଦ୍ଧାସଙ୍କୁ ପରାସ୍ତ କରିଛି । ସୁରଜ ‌ଲାଡେଙ୍କ ଆଟାକ୍‌ ଏବଂ ବିଶାଲଙ୍କ ରକ୍ଷଣଭାଗ ପ୍ରଦର୍ଶନ ବଳରେ ଓଡ଼ିଶା ଲଗାତାର ଷଷ୍ଠ ବିଜୟ ହାସଲ କରିଛି ।