ଡମ୍ପିଂୟାର୍ଡ ବିବାଦ: ଅଳିଆ ପକାଇବାକୁ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ଅନୁମତି

1 min read

ଭୁବନେଶ୍ୱର: ତୁଟିଲା ବିବାଦ, କାଲିଠୁ ଉଠିବ ଅଳିଆ । ଭୁଆଶୁଣୀ ଡମ୍ପିଂୟାର୍ଡ ବିବାଦର ସମାଧନ ହୋଇଛି । ଅଳିଆ ପକାଇବା ପାଇଁ ଅନୁମତି ଦେଇଛନ୍ତି ଅଞ୍ଚଳ ଲୋକେ । ସ୍ଵଛ ହେବ ସ୍ୱାୟତ୍ତ ଶାସନ ଦିବସ ପାଳନ। ୯ ମାସ ପରେ ବିଏମସିର ଅଳିଆ ଭୁବନେଶ୍ୱରରେ ହେବ ପରିଚାଳନା । ଏଥିପାଇଁ ବିଏମସି ନେବ ଆବଶ୍ୟକ ପଦକ୍ଷେପ ।

ପ୍ରତି ମାସରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିଶନରଙ୍କ ମଧ୍ୟରେ ପ୍ରକଳ୍ପର ଅଗ୍ରଗତି ନେଇ ରହିବ ସମନ୍ୱୟ ବୈଠକ । ଭୁବନେଶ୍ୱର ମହାନଗର ନିଗମରୁ ନିର୍ଗତ ଅଳିଆର ପରିଚାଳନା ପାଇଁ ପ୍ରତିଷ୍ଠା ହେବ ୪୭ ଟି MCC ବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ । ବର୍ତ୍ତମାନ ସୁଦ୍ଧା ୩୨ଟି କାର୍ଯ୍ୟକ୍ଷମ ଥିବା ବେଳେ ୬ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଖୁବଶୀଘ୍ର ଅବଶିଷ୍ଟ MCC ପ୍ରତିଷ୍ଠା ହେବ ।

ଲିଖିତ ପ୍ରତିଶ୍ରୁତି ପାଇବା ପରେ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ସାମୟିକ ଭାବେ ଅଳିଆ ପକାଇବାକୁ ଅନୁମତି ଦେଲେ ଦାରୁଠେଙ୍ଗ ପଞ୍ଚାୟତବାସୀ । ଦୀର୍ଘ ୨୦ଦିନ ପରେ ତୁଟିଛି ବିବାଦ। ସମାଧାନ ଦିଗରେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗ ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲେ ବିଏମସି କର୍ତ୍ତୃପକ୍ଷ ।