spot_img
Home Blog Page 4016

ପରିବା ଚାଷରେ ଦେଶରେ ଆଗେଇଛି ଓଡିଶା, ହିସାବ ଦେଲେ କୃଷିମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପନିପରିବା, ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ହୋଇଛି ସରଗରମ ଆଲୋଚନା । କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ସେହିପରି ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ରାଜ୍ୟରେ ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା, ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନକୁ ବଣ୍ଟାଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ବାରା ଖତ ସାର ଯୋଗାଇ ଦିଆଯାଉଛି । କୃଷକମାନେ ଫସଲର ସଠିକ ପରିଚାଳନା କଲେ ହେକ୍ଟର ପିଛା ପିଜୁଳି ୧୬୬ କ୍ୱିଣ୍ଟାଲ, ପଣସ ୩୧୨ କ୍ୱିଣ୍ଟାଲ ଓ ଆମ୍ବ ୧୨୦ କ୍ୱିଣ୍ଟାଲ ଉତ୍ପାଦନ ହୋଇ ପାରିବ । ଫଳ ଓ ପନିପରିବାର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ ।

ସେହିପରି ବିରୋଧୀ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ତେଣୁ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ଚାଲିଯାଉଛି । ବିରୋଧୀଙ୍କ ଅଭିଯୋଗ ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ତେଣୁ ରାଜ୍ୟରେ ଉତ୍ପାଦନ ହେଉଥିବା ପନିପରିବା ଏବଂ ଫଳମୂଳ ବାହାରକୁ ଚାଲି ଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ରାଜ୍ୟରେ ମୋଟ ୧୩୧ଟି ଶୀତଳ ଭଣ୍ଡାର ଅଛି । ସେଥିରୁ ୯୮ଟି ବନ୍ଦ ଥିବା ବେଳେ ୩୩ଟି ଚାଲୁ ରହିଛି ।  ଆଉ ବଡ ବଡ ଶୀତଳ ଭଣ୍ଡାର କରାଯିବ ନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପୁଣି ଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ  । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଇଡି ସୋନିଆଙ୍କୁ ପାଖାପାଖି ୮ ଘଣ୍ଟା ଜେରା କରି ସାରିଛି । ପୁଣି ଥରେ ଆଜି ସକାଳ ୧୧ ଟାରୁ ଜେରା ପାଇଁ ସୋନିଆଙ୍କୁ ନୋଟିସ ଜାରି କରିଛି ଇଡି  । ବର୍ତ୍ତମାନ ସୁଦ୍ଧା ଇଡିର ୭୫ଟି ପ୍ରଶ୍ନରେ ସୋନିଆଙ୍କ ବୟାନ ରେକର୍ଡ କରାଯାଇଛି ।

ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (AJL) ଓ ଏହା ସହ ଜଡିତ ୮୦୦ କୋଟି ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ କିଭଳି ଅଧିଗ୍ରହଣ କଲା ସେ ସମ୍ବନ୍ଧରେ ସୋନିଆହ୍କୁ ଜେରା କରାଯିବ  ।

ଏହା ପୂର୍ବରୁ ବି ରାହୁଲ ଗାନ୍ଧୀ, ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ, କୋଷାଧ୍ୟକ୍ଷ ପୱନ କୁମାର ବଂଶଲଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରାଯାଇଥିଲା  । ସେପଟେ ସୋନିଆ ଗାନ୍ଧିଙ୍କୁ ଜେରା ପ୍ରତିବାଦରେ କଂଗ୍ରେସ ଗତକାଲି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା  । କେନ୍ଦ୍ର ବିରୋଧରେ ହଲ୍ଲାବୋଲ କରିଥିଲେ କଂଗ୍ରେସ ନେତା   । ଜବାବରେ ରାହୁଲଙ୍କ ସହ ୫୦ ସାଂସଦଙ୍କୁ ଉଠାଇ ନେଇଥିଲା ପୋଲିସ୍  ।

ସେପଟେ ଓଡ଼ିଶା କଂଗ୍ରେସ ପକ୍ଷରୁ ମଧ୍ୟ ସତ୍ୟାଗ୍ରହ କରାଯାଇଥିଲା   । କଂଗ୍ରେସ ଭବନ ଆଗରେ ସତ୍ୟାଗ୍ରହ କରାଯାଇଥିଲା  । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଛାତ୍ର, ଯୁବ, ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧିରେ ସାଧାରଣ ଲୋକେ ଅତିଷ୍ଟ । ଏହାକୁ ନେଇ ସୋନିଆ ଓ ରାହୁଲ କେନ୍ଦ୍ରକୁ ଟାର୍ଗେଟ କରିବାରୁ  ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି । ବିରୋଧୀଙ୍କ ସ୍ବରକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି  ।

 

ଭୁବନେଶ୍ବର ଫେରିଲେ ବାବୁସାନ୍‌

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଛନ୍ତି ଅଭିନେତା ବାବୁସାନ୍ । ବିମାନ ବନ୍ଦରରେ ବାବୁସାନ୍‌ ପହଞ୍ଚିବା କ୍ଷଣି ସେଠାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା  । ହେଲେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ନରଖି ସିଧାସଳଖ ଘର ଅଭିମୁଖେ ଚାଲି ଯାଇଛନ୍ତି ବାବୁ  ।

ଗତକାଲି ଚେନ୍ନାଇ ବିମାନ ବନ୍ଦରରେ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା  । ହେଲେ ସେ ଭୁବନେଶ୍ବର ପହଞ୍ଚି ନଥିବାରୁ ନାନା ପ୍ରଶ୍ନ ଉଙ୍କି ମାରିଥିଲା । ଭୁବନେଶ୍ବରରେ ଲ୍ୟାଣ୍ଡ କରି କନେଟିଙ୍ଗ ଫ୍ଲାଇଟରେ ଅନ୍ୟ କୁଆଡେ ଚାଲିଯାଇଥିବା ମଧ୍ୟ ଗତକାଲି ଚର୍ଚ୍ଚା ହେଉଥିଲା  ।

ଏପଟେ ଭୁବନେଶ୍ବର ବିମାନବନ୍ଦରରେ ଅପେକ୍ଷା କରି ତାଙ୍କ ପ୍ରଶଂସକ ମାନେ ନିରାଶ ହୋଇଥିଲେ । ଗତକାଲି ଭୁବନେଶ୍ବରରେ ରାତି ୯ଟା ୪୦ରେ ଚେନ୍ନାଇରୁ ଇଣ୍ଡିଗୋ ବିମାନ ଆସି ପହଞ୍ଚିଥିବା ବେଳେ ବାବୁସାନ୍ ସେଥିରେ ନଥିଲେ । ବିମାନରେ ଆସିଥିବା କିଛି ଯାତ୍ରୀ ମଧ୍ୟ ତାଙ୍କୁ ଚେନ୍ନାଇ ବିମାନବନ୍ଦରରେ ଦେଖିଥିଲେ  । ହେଲେ ସେ ବିମାନରେ ଆସିନଥିବା ଅନୁମାନ କରାଯାଉଛି ।

ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଅପରାହ୍ନ 4ଟାରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚ୍‌ଏସ୍‌ଇ ପ୍ରକାଶ କରିବ ପରୀକ୍ଷା ଫଳ । ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

www.odisha results.nic.in ଓ SAMS e space ୱେବସାଇଟରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ । ସେହିଭଳି କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ।  ବିଜ୍ଞାନ ବିଭାଗର ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଚଳିତବର୍ଷ ରାଜ୍ୟର ୧ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଥିଲେ । କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ ହଜାର ୭୭ ଜଣ, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି ।

ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ ।

ଦୁଇ ଦିନ ଶୁଖିଲା ପାଗ, ଆଜିଠୁ କମିବ ବର୍ଷା

ଭୁବନେଶ୍ବର: ଆଜିଠୁ କମିବ ବର୍ଷା  । ପାଗରେ ଆସିବ ପରିବର୍ତ୍ତନ  । ରାଜ୍ୟରେ କ୍ରମଶଃ ଶୁଖିଲା ରହିବ ପାଗ  । କୌଣସି ଜିଲ୍ଲାରେ ବଡ଼ ବର୍ଷାର ସମ୍ଭାବନା ନାହିଁ ।  ବାଲେଶ୍ୱର ଉପର ଦେଇ ପୂର୍ବ-ପୂର୍ବ ଦିଗରେ ଏବଂ ପରେ ଉତ୍ତର-ପୂର୍ବ ଦିଗରେ ବଙ୍ଗୋପସାଗର ଦେଇ ଗତି କରୁଛି ମୌସୁମୀ ଟ୍ରଫ୍‌ ଲାଇନ୍‌  । ଏହା ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଲମ୍ବିଛି  ।

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ବରଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ଗଜପତି ପ୍ରଭୃତି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି  ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ମେଘୁଆ ରହିବା ସହ ମଧ୍ୟାହ୍ନ ପର ଠାରୁ ବିଳମ୍ବିତ ରାତି ମଧ୍ୟରେ  କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି  । କଟକର କିଛି ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୨୮ ତାରିଖ ପରେ ପୁଣି ବର୍ଷା ନେଇ ସୂଚନା ରହିଛି  ।

୧୦୦ ଉଠା ଦୋକାନୀଙ୍କୁ ଉଠାଇବ ବିଏମସି

ଭୁବନେଶ୍ବର: ଆଜି ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ହଟିବ ବେଆଇନ ଦୋକାନ। ୧୦୦ଟି ଦୋକାନ ଚିହ୍ନଟ କରିଛି ବିଏମସି ଉଚ୍ଛେଦକାରୀ ଟିମ । ଆଜି ଏହି ସବୁ ଦେକାନକୁ ଉଚ୍ଛେଦ କରାଯିବ । ଗତକାଲି ମାଇକ ଜାରିଆରେ ପ୍ରଚାର କରାଯାଇଥିଲା । ସ୍ବଚ୍ଛତା ନିୟମ ନ ମାନିବାରୁ ଗୋଟିଏ ଦୋକାନକୁ ସିଲ୍ କରିବା ସହ ୩ଟି ଦୋକାନରୁ ୧୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛି ବିଏମସି ।

ଏନେଇ ମାର୍କେଟ ବିଲ୍ଡିଂ ଅଞ୍ଚଳରୁ ବେଆଇନ ଉଠା ଦୋକାନକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ସରକାରୀ କ୍ବାର୍ଟର୍ସ ଆଗରେ ଜବରଦଖଲ ଦୋକାନକୁ ମଧ୍ୟ ଭଙ୍ଗାଯିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ବଚ୍ଛତା ଉଲଙ୍ଘନ ପାଇଁ ଜିରୋ ଟଲରାନ୍ସ ନୀତି ଆପଣେଇଛି ବିଏମସି । ସ୍ମାର୍ଟ ଜନପଥରେ ବି ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏନଫୋର୍ସମେଣ୍ଟ ଅଧିକାରୀ ।

ଆଜି ପ୍ରକାଶ ପାଇବ OJEE ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ସକାଳ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ ।  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରକାଶିତ କରିବେ ପରୀକ୍ଷା ଫଳ । SCTE ଅଡିଟୋରିୟମରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ଓଜେଇଇ ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକାଶିତ ହେବ ପରୀକ୍ଷା ଫଳ ।

ସୂଚନା ଅନୁଯାୟୀ, ଓଜେଇଇ ପରୀକ୍ଷା ପାଇଁ ମୋଟ ୫୭ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ଲାଟେରାଲ ଏଣ୍ଟ୍ରି ବିଟେକରେ ୨୦ ହଜାର ୧୬୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ ୧୨ ହଜାର ୨୨୯ ଜଣ, ଏମବିଏ ପାଇଁ ୧୦ ହଜାର ୧୬୭ ଜଣ ଆବେଦନ କରିଛନ୍ତି ।

ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ 3ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା  ।

ୟୁପିରେ ଲୁଚିଥିଲେ ବେଶ୍ୟାଳୟ ଚଲାଉଥିବା ମେଘାଳୟ ବିଜେପି ଉପସଭାପତି, ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ମେଘାଳୟରେ ବେଶ୍ୟାଳୟ ଚଲାଉଥିବା ଅଭିଯୁକ୍ତ ବିଜେପି ନେତାଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି । ମେଘାଳୟ ବିଜେପିର ଉପସଭାପତି ବର୍ଣ୍ଣାଡ ଏନ ମାରକଙ୍କୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ମେଘାଳୟ ପୋଲିସ ମାରକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡ ଜରିଆରେ ମେଘାଳୟ ଆଣିବା ପାଇଁ ଉତ୍ତରପ୍ରଦେଶ ଯାଇଛି । ମେଘାଳୟ ପୋଲିସ ମାରକଙ୍କୁ ଗିରଫ କରିବା ପାଇଁ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା ।

ମାରକଙ୍କୁ ପୋକ୍ସୋ ଏବଂ ଅନୈତିକ ଦେହ ବେପାର ଆଇନ ସହିତ ଆଇପିସିର ଅନେକ ଧାରା ଆଧାରରେ ଗିରଫ କରାଯାଇଛି । ମାରକଙ୍କୁ ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଧରେ ମେଘାଳୟର ତୁରାରେ ନିଜ ଫାର୍ମହାଉସରେ ବେଶ୍ୟାଳୟ ଚଲାଉଥିବାର ଅଭିଯୋଗ ରହିଛି । ଶନିବାର ରେଡ୍ ସମୟରେ ଛଅ ଜଣ ନାବାଳିକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କ ଫାର୍ମହାଉସ ରିମ୍ପୁ ବାଗାନରୁ ୭୩ ଜଣଙ୍କୁ ଗିରଫ କରାଯାଇଥିଲା ।

ଏହା ପରେ ମାରକ ଫେରାର ହୋଇଯାଇଥିଲେ । ପୋଲିସ କହିଥିଲା ମାରକଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କୁହାଯାଇଥିଲା ହେଲେ ସେ ସହଯୋଗ କରିବା ଦୂରର କଥା ତାଙ୍କର ଦର୍ଶନ ମିଳୁନାହିଁ  ।  ପୋଲିସ କହିଥିଲା ରେଡ୍ ସମୟରେ ୪୭ ଯୁବକ ଏବଂ ୨୬ ମହିଳାଙ୍କୁ ହେପାଜତରେ ନିଆଯାଇଥିଲା । ଏମାନଙ୍କ ମଧ୍ୟରୁ ଅନେକ ନଗ୍ନ ଏବଂ ନିଷାସକ୍ତ ଅବସ୍ଥାରେ ଥିଲେ । ଛୋଟ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । ଏହା ବ୍ୟତୀତ ବିପୁଳ ପରିମାଣରେ ମଦ, ୫୦୦ ପ୍ୟାକେଟ କଣ୍ଡୋମ, ସେଲଫୋନ ଏବଂ ଆପତ୍ତିଜନକ ଦସ୍ତାବିଜ ଜବତ କରାଯାଇଥିଲା ।  କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱେରେଣ୍ଟ ଜାରି କରିଥିଲେ ।

ଚେନ୍ନାଇ ଏୟାରପୋର୍ଟରେ ସ୍ପଟ୍ ହେଲେ ବାବୁସାନ୍; ଭୁବନେଶ୍ୱର ଫେରୁଛନ୍ତି !

ଭୁବନେଶ୍ୱର: ବିବାଦ ଘେରରେ ଫସିଥିବା ଅଭିନେତା ବାବୁସାନ ମହାନ୍ତି ଓଡିଶା ଫେରୁଥିବା ନେଇ ଚର୍ଚ୍ଚା । ଚେନ୍ନାଇ ବିମାନନ୍ଦରରେ ସେ ସ୍ପଟ୍ ହୋଇଛନ୍ତି । ଚେନ୍ନାଇ ବିମାନବନ୍ଦରରେ ଚାଲି ଚାଲି ଯାଉଥିବା ତାଙ୍କର ଭିଡିଓ ଭାଇରାଲ୍ ହେଉଛି । ବିମାନ ବନ୍ଦରରେ ବସିଥିବା ଫଟୋ ମଧ୍ୟ ଭାଇରାଲ୍ ହେଉଛି । ଏହି ଭିଡିଓରେ ତାଙ୍କ ସହ ଅଭିନେତା ରବି ମିଶ୍ର ମଧ୍ୟ ଥିବା ଦେଖାଯାଇଛି ।

ଆଜି ରାତିରେ ହିଁ ସେ ଭୁବନେଶ୍ୱରରେ ପହଞ୍ଚିବା କଥା କୁହାଯାଉଛି । ତେବେ ବାବୁସାନ ଭୁବନେଶ୍ୱରରେ ପହଞ୍ଚିବା ପରେ ହିଁ ସବୁ କଳ୍ପନାଡଳ୍ପନା ଉପରୁ ପରଦା ଉଠିବ । ହୋଟେଲରୁ ଚେକଆଉଟ୍ ପରେ ସେ କେଉଁଠି ଥିଲେ । ଚେନ୍ନାଇରେ କଣ ହୋଇଥିଲା । ଗୋଟିଏ ହୋଟେଲରେ ପ୍ରକୃତିଙ୍କ ସହ ରହିଥିଲେ କି ନାହିଁ  । ଏସବୁ ପ୍ରଶ୍ନର ଉତ୍ତର ବାବୁସାନ ଆସିବା ପରେ ହିଁ ଦେବେ । ଖାରବେଳ ନଗର ଥାନା ମଧ୍ୟ ତାଙ୍କୁ ହାଜର ହେବା ପାଇଁ ପୂର୍ବର ନୋଟିସ୍ କରି ସାରିଛି । ପ୍ରକୃତି ମିଶ୍ର ନିଜ ପରିବାର ସହ ମିଶି ଆଜି ଓଡିଶା ଫେରିବା ପରେ ତାଙ୍କୁ ପଚରା ଉଚୁରା କରିଛି ପୋଲିସ ।

ସୂଚନଥାଉକି, ଚେନ୍ନାଇର ଉତ୍କଳ ଆସୋସିଏସନ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସମାରୋହରେ ସାମିଲ ହେବା ପାଇଁ ଏବଂ ଫିଲ୍ମର ପ୍ରୋମସନ ପାଇଁ ଯାଇଥିଲେ ବାବୁସାନ । କିନ୍ତୁ ବିବାଦ କାରଣୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଏହାପରେ ସେ ଯେଉଁ ହୋଟେଲରେ ଥିଲେ ସେଠାରୁ ଅନ୍ୟତ୍ର ସ୍ଥାନକୁ ଚାଲିଯାଇଥିଲେ । ଏହାପରେ ବାବୁସାନଙ୍କ ଠିକଣାକୁ ନେଇ ଚର୍ଚ୍ଚା ହୋଇଥିଲା । ବାବୁସାନଙ୍କୁ ଫେରିଆସିବା ପାଇଁ ତାଙ୍କ ମା ଅପରାଜିତା ମଧ୍ୟ ପୂର୍ବରୁ ନିବେଦନ କରିସାରିଛନ୍ତି ।

ଆଜି ପ୍ରକୃତିଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇ କହିିଥିଲେ, ବାବୁସାନ ଚେନ୍ନାଇରେ ଅଛନ୍ତି ଆମେ ତାଙ୍କୁ ଭେଟିଛୁ ମଧ୍ୟ । ତେବେ ସେ ତାଙ୍କ ଘରକୁ ଫେରିଆସନ୍ତୁ । ଆଉ ଯେଉଁ ପ୍ରକୃତି ଓ ବାବୁସାନଙ୍କ ସମ୍ପର୍କ କଥା କୁହାଯାଉଥିଲା ସେଥିରେ ବାବୁଙ୍କ ସ୍ୱାର୍ଥ ଥିଲାଯ । ବଲିଉଡରେ ଅଭିନୟ କରିବା ପାଇଁ ପ୍ରକୃତିଙ୍କୁ ସିଡି କରି ଯିବାକୁ ଚାହୁଁଥିଲେ ବାବୁସାନ । ପ୍ରକୃତିଙ୍କର ଆଗରୁ ବଲିଉଡରେ ଭଲ ଦବଦବା ରହିଥିବା କଥା ତାଙ୍କ ବାପା ମନ୍ମଥ ମିଶ୍ର କହିଥିଲେ ।

ସୂଚନାଯୋଗ୍ୟ ଯେ, ବାବୁସାନ୍ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କକୁ ନେଇ ନିକଟରେ ରାସ୍ତା ଉପରେ ହାଇଡ୍ରାମା ହୋଇଥିଲା । ପ୍ରକୃତି କାରରେ ବାବୁସାନଙ୍କ ସହିତ ଯାଉଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ରାସ୍ତାରେ ଗାଡି ଅଟକାଇ ଉଭୟଙ୍କୁ ମାଡ଼ ମାରିଥିଲେ । ଏହାପରେ ବାବୁସାନ୍ ଓ ପ୍ରକୃତି ଚେନ୍ନାଇ ଚାଲିଯାଇଥିଲେ । ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ବାବୁସାନ୍ ଓଡ଼ିଶା ଫେରି ନଥିଲେ ଆଉ ଏବେ ଫେରିବା ଖବର ସାମ୍ନାକୁ ଆସୁଛି ।

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ । ବିଜେଡିର ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଭେଟିଛନ୍ତି ଜଗଦୀପ ଧନଖଡ଼ । ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନଖଡ଼ଙ୍କ ପ୍ରତି ଦଳର ସମର୍ଥନ ଘୋଷଣା କରିସାରିଛନ୍ତି । ଆଜି ଔପଚାରିକ ଭାବେ ବିଜେଡି ସାଂସଦଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଧନଖଡଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଛି । ଏହି ଭେଟଘାଟରେ ବିଜେଡି ଲୋକସଭା ସାଂସଦ ପିନାକି ମିଶ୍ର ବିଜେଡି ସାଂସଦଙ୍କ ପ୍ରତିନିଧିତ୍ୱ କରିଥିଲେ । ଜଗଦୀପ ସାଂସଦମାନଙ୍କୁ ଭେଟି ସମର୍ଥନ ମାଗିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଧନଖଡ଼ଙ୍କୁ ଭେଟିଥିବା କଥା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଭେଟି ସମର୍ଥନ ଜ୍ଞାପନ କଲୁ । ରାଷ୍ଟ୍ରପତି ନିର୍ବାଚନ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖଡଙ୍କୁ ଭୋଟ ଦେବୁ ବୋଲି ସୂଚନା ଦେଇଛନ୍ତି । ସଂସାଦମାନଙ୍କ ମଧ୍ୟରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ସୁଜତି କୁମାର, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟ ଆଲଭା ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ସେହିଦିନ ହିଁ ଫଳାଫଳ ଘୋଷଣା ହେବ । ସୂଚନାଥାଉକି, ଆସନ୍ତା ମାସ ୧୦ ତାରିଖରେ ବର୍ତ୍ତମାନ ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁଙ୍କ କାର୍ଯ୍ୟକାଳ ଶେଷ ହେବ ।