ଆସନ୍ତା ୨୦ରେ ଲଘୁଚାପର ରୂପ ନେବ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ

1 min read

ଭୁବନେଶ୍ୱର: ବଢୁଛି ବାତ୍ୟା ଆଶଙ୍କା । ଆସନ୍ତା ୨୦ ତାରିଖରେ ଲଘୁଚାପର ରୂପ ନେବ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ୨୧ରୁ ଫନି ଗତିପଥରେ ହେବ ଉପକୂଳମୁହାଁ । ଆନ୍ଧ୍ର-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଯେକୌଣସି ସ୍ଥାନରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଅଧିକାଂଶ ମଡେଲ ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଛନ୍ତି ।

Cyclone Asani Weaken Sea Situation Of Paradeep

ପୁରୀ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ NAVGM ବା ନ୍ୟାଭି ଗ୍ଲୋବାଲ ଏନଭାଇରନମେଣ୍ଟାଲ ମଡେଲ ଏବଂ ଆମେରିକାନ ମଡେଲ ଜିଏଫଏସ ଆକଳନ କରିଛନ୍ତି । ୟୁକେ ମେଟ ଏବଂ ECMWFର ଆକଳନ ଅନୁସାରେ, ୨୬ ତାରିଖ ସକାଳେ ବାଲେଶ୍ବର-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ବାତ୍ୟା ।

ଆଇଏମଡିର ଆକଳନ ଅନୁସାରେ ୨୦ତାରିଖରେ ଲଘୁଚାପର ରୂପ ନେବା ପରେ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଓ୍ବାଲମାର୍କ ଲୋ ପ୍ରେସରରେ ପରିଣତ ହେବ। ପରେ ଅବପାତ ସୃଷ୍ଟି ହେବା ନେଇ ପାଗ ଅନୁକୂଳ ରହିଛି । ବାତ୍ୟା ହେବ କି ନାହିଁ ୨୦ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ । ତେବେ ଓଡ଼ିଶାରେ କେବେ ଠାରୁ ଏବଂ କେତେ ବର୍ଷା କିମ୍ବା ପବନ ହେବ, ସେନେଇ ଆକଳନ ହୋଇନାହିଁ ।