ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟିମ ଘୋଷଣା କଲା ବିସିସିଆଇ, କୋହଲି ରାହୁଲଙ୍କୁ ବିଶ୍ରାମ

1 min read

ନୂଆଦିଲ୍ଲୀ: ଟି ୨୦ ବିଶ୍ବକପ ୨୦୨୨ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷରେ କମାଣ ସମ୍ଭାଳିବେ ଭାରତୀୟ ଯୁବ ବ୍ରିଗ୍ରେଡ୍ । ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଟି ୨୦ ଓ ତିନୋଟି ଦିନିକିଆ ସିରିଜ ଖେଳିବ ଭାରତ । ଟି-୨୦ କ୍ରିକେଟ୍ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍ । ରୋହିତଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିବ ଅଧିନାୟକ ଦାୟିତ୍ବ । ସେହିପରି ଦିନିକିଆ ପାଇଁ ଶିଖର ଧଓ୍ବନ ଅଧିନାୟକ ଭାର ସମ୍ଭାଳିବେ । ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଟି-୨୦ ବିଶ୍ବକପ ପରେ ନଭେମ୍ବରରେ ଆରମ୍ଭ ହେବ ନ୍ୟୁଜିଲାଣ୍ଡ ସିରିଜ । ଭାରତୀୟ ଟିମ ନଭେମ୍ୱର ୧୮ରେ ପ୍ରଥମ ଟି-୨୦ ମ୍ୟାଚ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଆରମ୍ଭ କରିବ । ପ୍ରଥମ ମ୍ୟାଚ ୱେଲିଟନରେ ଖେଳାଯିବ ।

ଏହାପରେ ନଭେମ୍ୱର ୨୫, ୨୭ ଏବଂ ୩୦ରେ ଦିନିକିଆ ମ୍ୟାଚ ଖେଳିବ । ଟି-୨୦ ପାଇଁ ଘୋଷିତ ୧୬ ଜଣିଆ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଓ ଋଷଭ ପନ୍ଥ ଉପ ଅଧିନାୟକ ରହିବେ । ସେହିପରି ଦିନିକିଆ ଟିମରେ ଶିଖର ଧାଓ୍ବନ ଅଧିନାୟକ ଓ ଋଷଭ ପନ୍ଥ ଉପ ଅଧିନାୟକ ଦାୟିତ୍ବ ତୁଲାଇବେ । ବିସିସିଆଇ ଏହି ଗସ୍ତ ପାଇଁ ଟିମ ଇଣ୍ଡିଆ ଦଳର ଘୋଷଣା କରିଛି ।