Sraddha Murder Case: ଆଫତାବକୁ ନେଇ ଯାଉଥିବା ପୋଲିସ ଭ୍ୟାନ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାର ଅଭିଯୁକ୍ତ ଆଫତାବକୁ ନେଇ ଯାଉଥିବା ପୋଲିସ ଭ୍ୟାନ ଉପରେ ଆକ୍ରମଣ ହୋଇଛି । ହାତରେ ଖଣ୍ଡା ଧରି ୪ ରୁ ୫ଜଣ ଲୋକ ଭ୍ୟାନ ଉପରେ ଆକ୍ରମଣ କରିଛନ୍ତି । ଦିଲ୍ଲୀର ରୋହିଣୀସ୍ଥିତି ହସ୍ପିଟାଲରେ ପଲିଗ୍ରାଫ ଟେଷ୍ଟ ସାରି ଯିବାବେଳେ ଅଫତାବର ଗାଡି ଉପରେ ଲୋକେ ତଲଓ୍ବାରରେ ଆକ୍ରମଣ କରିଥିଲେ । ପଲିଗ୍ରାଫ ଟେଷ୍ଟ ସରିବା ପରେ ଏଫଏସଏଲ ଲ୍ୟାବରୁ ନିଆଯିବା ବେଳେ ଏମାନେ ଭ୍ୟାନର ପିଛା କରିଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିଲା ।

କୁହାଯାଉଛି ଯେ, ଯେଉଁ ଭ୍ୟାନରେ ଆଫତାବ ବସିଥିଲା ସେହି ଭ୍ୟାନକୁ ଖୋଲିବାକୁ ଏମାନେ ଉଦ୍ୟମ କରିଥିଲେ । ଲୋକଙ୍କ ହାତରେ ଖଣ୍ଡା ଥିବା ବେଳେ ପୋଲିସ ସେମାନଙ୍କୁ ନିୟନ୍ତ୍ରଣ କରିଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପିସ୍ତଲ ଦେଖାଇଥିଲା । ଏହି ଗାଡ଼ି ଉପରକୁ ଲୋକେ ପଥର ବି ଫିଙ୍ଗିଥିଲେ । ପୋଲିସ କର୍ମଚାରୀ ବନ୍ଧୁକ ଲଗାଇ କହିଥିଲା ଯଦି ଭ୍ୟାନକୁ ଖୋଲାଯାଏ ତେବେ ଗୁଳି ଚଳାଇ ଦେବୁ । ଆଫତାବ ଉପରେ ଆକ୍ରମଣ କରିବା ପାଇଁ ଏମାନେ ମାରୁତି ଭ୍ୟାନରେ ବସି ଆସିଥିଲେ । ପୋଲିସକୁ ଏକ କାର୍ ମିଳିଥିଲା ।

କୁହାଯାଉଛି ଯେ, ଆକ୍ରମଣକାରୀ ମାନେ ଏହି ଭ୍ୟାନରେ ଆସିଥିଲେ । କାରରୁ ହାତୁଡ଼ି, କୁନ୍ତ, ଷ୍ଟମ୍ପ, ଖଣ୍ଡା ଭଳି ଅସ୍ତ୍ରଶସ୍ତ୍ର ମିଳିଛି ।  ସେମାନଙ୍କୁ କାବୁ କରି ପୋଲିସ ପଚରା ଉଚରା କରୁଛି । ଆକ୍ରମଣ ବେଳେ ସେମାନେ ନାରାବାଜୀ କରିଥିଲେ । ଆକ୍ରମଣକାରୀ ନିଜକୁ ହିନ୍ଦୁ ସେନାର କାର୍ଯ୍ୟକତା କହିଛନ୍ତି । ସେମାନେ କହିଛନ୍ତି, ଆମ ଭଉଣୀ ଓ ଝିଅ ଯେତବେଳେ ସୁରକ୍ଷିତ ନାହାନ୍ତି, ତେବେ ଆମେ ବଞ୍ଚି କଣ କରିବା । ଆମକୁ ଦୁଇ ମିନିଟ ପାଇଁ ଆଫତାବକୁ ହସ୍ତାନ୍ତର କର ଆମେ ତାକୁ ଗୁଳି କରି ମାରିବୁ ।