ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦମ୍ପତି ମୃତ, ପୋଲିସର ତଦନ୍ତ ଜାରି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଲସର୍ଦା ଗାଁରେ ଦମ୍ପତିଙ୍କୁ ଗୁଳିମାଡ଼ ଘଟଣା । ବଲାଣୀ ପୋଲିସର ଛାନବିନ । ଗତକାଲି ରାତିରେ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ସ୍ବାମୀ ଲକ୍ଷ୍ମୀଧର ଆପଟ ଓ ସ୍ତ୍ରୀ ମଞ୍ଜୁଲତା ଆପଟ । ଲକ୍ଷ୍ମୀଧରଙ୍କ ତେଜରାତି ଦୋକାନରେ ପଶି ଗତକାଲି ରାତି ପ୍ରାୟ ସାଢେ ୮ରେ ୪ଜଣ ଦୁର୍ବୃତ୍ତ ଗୁଳି କରିଥିଲେ ।

ଦୁଇଜଣ ଦ୍ରୁବୁର୍ତ୍ତ ଏକ ବାଇକ ଯୋଗେ ବିଆରପିଏଲ ରାସ୍ତାରେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଘର ସାମନାରେ ଥିବା ପାହାଡ଼ ଦେଇ ଦୌଡ଼ି ପଳାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଗୁଳିକାଣ୍ଡ ପରେ ବଲାଣୀ ପୋଲିସ ଘଟଣାସ୍ଥଳରେ ଛାନଭିନ ଜାରି ରଖିଥିବା ବେଳେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।