ଜିଏସଟି ଚଢାଉ ବେଳେ ବିଜେପି ନେତାଙ୍କ ଦାଦାଗିରି, ମହିଳା ଅଧିକାରୀଙ୍କୁ ଆକ୍ରମଣ କଲେ

ବରଗଡ଼: ପରାଜୟ ଭୟରେ ରକ୍ତମୁଖା ହେଲା ବିଜେପି । ରେଡ୍ ବେଳେ ଜିଏସଟି ଅଧିକାରୀଙ୍କୁ ଆକ୍ରମଣ କଲେ ବିଜେପି ନେତା ଓ କର୍ମୀ । ପଦମପୁର ଜଗଦମ୍ବା କ୍ଳଥ୍ ଷ୍ଟୋରରେ ରେଡ ବେଳେ ଉତ୍ତେଜନା ଲାଗି ରହିଛି । ଶହଶହ ବିଜେପି ନେତା ଓ କର୍ମୀ ଚଢାଉ ଚାଲିଥିବା ଦୋକାନ ଆଗରେ ଭିଡ଼ ଜମାଇବା ସହ ଜିଏସଟି ଅଧିକାରୀଙ୍କ ଯାଞ୍ଚକୁ ଭଣ୍ଡୁର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଇନକୁ ହାତକୁ ନେବା ସହ ଚଢାଉରେ ସାମିଲ୍ ଅଧିକାରୀଙ୍କୁ ଘେରାଓ କରି ରଖିଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ବିଜେପି କର୍ମୀଙ୍କ ଆକ୍ରମଣରୁ ବାଦ୍ ପଡି ନାହାଁନ୍ତି ମହିଳା ଜିଏସଟି ଅଧିକାରୀ ।

ଜିଏସଟି ଫାଙ୍କିବା ଅଭିଯୋଗରେ ଚଢାଉ ଜାରି ରହିଥିବା ବେଳେ ବିଜେପିର କିଛି ନିର୍ଦ୍ଦିଷ୍ଟ ନେତା ସେଠାରେ ଉପସ୍ଥିତ ରହି ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଜିଏସଟି ରେଡବେଳେ କାହାରିକୁ ପ୍ରବେଶ ଅନୁମତି ନଥିବାବେଳେ ବିଜେପି ନେତାମାନେ ସ୍ପଟକୁ ଧସେଇ ପଶିବା କେତେଦୂର ଯୁକ୍ତିଯୁକ୍ତ ? ବ୍ୟବସାୟୀଙ୍କ ଘରେ ଓ ପ୍ରତିଷ୍ଠାନରେ କର ଫାଙ୍କି ଅଭିଯୋଗରେ ଜିଏସଟି ଟିମ ରେଡ କରିଥିଲା ।

କିନ୍ତୁ ବିଜେପି ନେତାମାନେ ସେଠାରେ ପହଞ୍ଚି ବାଧା ଦେବାକୁ କିଏ ? ଯଦିଓ ସେମାନଙ୍କ ଅଭିଯୋଗ ଯେ, କପଡ଼ା କିଣିବାକୁ ଯାଇଥିଲେ । ହେଲେ କପଡ଼ା କିଣି ଚୁପଚାପ ଚାଲିନଆସି ସେଠାରେ ହଙ୍ଗାମା କରିବାକୁ କିଏ ଅନୁମତି ଦେଲା ? ବ୍ୟବସାୟୀଙ୍କ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ଛାପା ମାରିବା କାହିଁକି ବିଜେପି ନେତାଙ୍କୁ ବିବ୍ରତ କଲା ? କାହିଁକି ଏହି ଅସାଧୁ ବ୍ୟବସାୟୀଙ୍କ ସୁରକ୍ଷା କବଚ ହେବାକୁ ଚାହିଁଲେ ବିଜେପି ନେତା ? ଏହି ସବ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛି ସାଧାରଣ ଜନତା ।