spot_img
Home Blog Page 3892

ଅପହଞ୍ଚ ଇଲାକାରେ ପହଞ୍ଚିବ ପୋଲିଂ ପାର୍ଟି, ସିପିଂ କଣ୍ଟେନରରେ ହେବ ମତଦାନ କେନ୍ଦ୍ର

ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ଲାଗି କମିଶନଙ୍କ ପକ୍ଷରୁ ଏଥର ନିଆଯାଇଛି କେତେକ ସ୍ବତନ୍ତ୍ର ପଦକ୍ଷେପ । ଅପହଞ୍ଚ ଅଞ୍ଚଳ ପାଇଁ ସିପିଂ କଣ୍ଟେନରରେ ହେବ ପୋଲିଂ ସେଣ୍ଟର। ଭାରୁଚ ଜିଲ୍ଲାର ଆଲିଆବେଟ୍ ଅଞ୍ଚଳ ପାଇଁ ଏହାକୁ ବ୍ୟବହାର କରାଯିବ। ଆଲିଆବେଟ୍ ଅଞ୍ଚଳର ୨୧୭ ଜଣ ଭୋଟର ଭୋଟ୍ ଦେବା ପାଇଁ ପ୍ରାୟ ୮୨ କିଲୋମିଟର ବାଟ ଯାଉଥିଲେ।

ସେଠାରେ ସରକାରୀ କୋଠା ନଥିବାରୁ ସିପିଂ କଣ୍ଟେନରକୁ ପୋଲିଂ ସେଣ୍ଟର ଭାବେ ବ୍ୟବହାର କରାଯାଉଛି। ଏଥିରେ ୨୧୭ ଭୋଟରଙ୍କ ପାଇଁ ସମସ୍ତ ବ୍ୟବସ୍ଥା ରହିବ। ୧୨ ଶହ ୭୪ଟି ପୋଲିଂ ସେଣ୍ଟର ସଂପୂର୍ଣ୍ଣ ଭାବେ ମହିଳା ପୋଲିଂ ଓ ସୁରକ୍ଷା କର୍ମୀଙ୍କ ଦ୍ବାରା ପରିଚାଳିତ ହେବ। ୩୩ଟି ପୋଲିଂ ସେଣ୍ଟର ଯୁବ ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ। ଯୁବ ଭୋଟରଙ୍କୁ ଉତ୍ସାହିତ କରିବାକୁ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।

ସାତ ଜିଲ୍ଲାରେ ବଢିବ ସାକ୍ଷରତା ହାର, ନିୟୁ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ କଲା କେନ୍ଦ୍ର

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନିୟୁ ଇଣ୍ଡିଆ ଲିଟରାସି ପ୍ରୋଗ୍ରାମରେ ଓଡ଼ିଶାର ୭ଟି ଜିଲ୍ଲା ସାମିଲ ହେବ । ୨୦୧୧ ଜନଗଣନା ଆନୁସାରେ କଳାହାଣ୍ଡି, କୋରାପୁଟ, ନୂଆପଡ଼ା. ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ସାକ୍ଷରତା ହାର କମ ରହିଛି । ତେଣୁ ଏସବୁ ଜିଲ୍ଲାର ୧୫ରୁ ୩୫ ବର୍ଷ ବ୍ୟକ୍ତି, ଯେଉଁମାନେ ପାଠ ପଢ଼ିନଥିବେ ବା ଯେଉଁମାନେ ଅଧାରୁ ପାଠ ଛାଡ଼ିଥିବେ, ସେମାନଙ୍କୁ ସାକ୍ଷର କରାଯିବ ।

ଶିକ୍ଷାଦାନ ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଏନଏସଏସ ଓ ଏନସିସି କ୍ୟାଡେଟଙ୍କ ସମେତ ଶିକ୍ଷକଙ୍କୁ ସାମିଲ କିରବାକୁ ଯୋଜନା ରହିଛି । ବ୍ୟୟ ଅଟକଳ, ଲୋକଙ୍କ ତାଲିକା ଓ କାର୍ଯ୍ୟକାରିତାର ପ୍ଲାନ ପ୍ରସ୍ତୁତ କରିବାକୁ ଏସବୁ ଜିଲ୍ଲାର ଶିକ୍ଷାଧିକାରଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପରେ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ ହେବ ।

୨୪ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ, ଏଥର ୩୩ଟି କାର୍ଯ୍ୟଦିବସ

ଭୁବନେଶ୍ବର: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ନଭେମ୍ବର ୨୪ ତାରିଖରେ ଅର୍ଥମନ୍ତ୍ରୀ ଆଗତ କରିବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ । ଡିସେମ୍ବର ୨ ତାରିଖରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ ।

ଡିସେମ୍ବର ପ୍ରଥମ ସପ୍ତାହରେ ଭୋଟ ଦେବ ଗୁଜୁରାଟ, ୮ରେ ଗଣତି

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଡିସେମ୍ବର ୧ ଓ ୫ରେ ମତଦାନ ସାବ୍ୟସ୍ତ କରିବେ ଗୁଜୁରାଟ ଭୋଟର । ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୯୩ ଆସନ ପାଇଁ ଭୋଟିଂ ହେବ  ।  ଆସନ୍ତା ୨୦୨୩ ଫେବୃଆରୀ ୧୮ ତାରିଖ ଯାଏଁ ଗୁଜୁରାଟ ବିଧାନସଭା କାର୍ଯ୍ୟକାଳ ରହିଛି । ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସର୍ବାଧିକ ୧୧୧ ବିଧାୟକ ରହିଛନ୍ତି ।

ସେହିପରି କଂଗ୍ରେସର ୬୨ ବିଧାୟକ ଥିବାବେଳେ ବିଟିପିର ୨, ଏନସିପିର ୧, ସ୍ବାଧୀନ ଜଣେ ବିଧାୟକ ରହିଛନ୍ତି । ଖାଲିପଡିଛି ୫ ଆସନ । ଗତ ୨୦୧୭ ଡିସେମ୍ବର ୯ ଓ ୧୪ ତାରିଖରେ ହୋଇଥିଲା ନିର୍ବାଚନ । ଗୁଜୁରାଟରେ ବିଜେପି ପ୍ରାୟ ୨୫ ବର୍ଷ ଧରି ଶାସନ କରୁଥିବାବେଳେ ଏହି ନିର୍ବାଚନ ହେବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଲାଗି ଅଗ୍ନିପରୀକ୍ଷା । ପଞ୍ଜାବ ପରେ ଏବେ ଗୁଜୁରାଟରେ ସରକାରକୁ ଆସିବା ଲାଗି ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବାବେଳେ ଆପକୁ ମୁକାବିଲା କରିବା ବିଜେପି ଲାଗି କଷ୍ଟକର ହୋଇପାରେ ।

ଆସନ୍ତା ନଭେମ୍ବର ୧୨ରେ ୬୮ ଆସନ ପାଇଁ ମତଦାନ କରିବ ହିମାଚଳ ପ୍ରଦେଶ  । ସେହିପରି ଡିସେମ୍ବର ୮ରେ ଉଭୟ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଭୋଟ ଗଣତି ହେବ  ।

 

 

ଉପନିର୍ବାଚନ ବେଳେ ଉତ୍ତେଜନା, ୧୭ ନମ୍ବର ବୁଥ୍‌ରେ ମତଦାନ ବନ୍ଦ

ଧାମନଗର: ଉପନିର୍ବାଚନ ବେଳେ ଦେଖାଦେଇଛି ଅପ୍ରିତିକର ପରିସ୍ଥିତି  । ଖପରପଦା ୧୭ ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଛି  । ଭୋଟରଙ୍କ ପାଇଁ ଅନ୍ୟ ଜଣେ ମତଦାନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି  । ଏହି ସମୟରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ ପେଲାଠେଲା ହୋଇଛି  । ଫଳରେ ୧୭ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି  ।  ଘଟଣାସ୍ଥଳରେ ପୋଲିସ ଓ ପ୍ରିଜାଇଡିଂ ଅଫିସର ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି  ।

ଧାମନଗର ନିର୍ବାଚନ ମଣ୍ଡଳୀ ୧୨ନଂ ଜୋନ ଅସୁରାଳି ରଇପୁର ପଞ୍ଚାୟତ ମତଦାନ କେନ୍ଦ୍ରରେ ଗଣ୍ଡଗୋଳ । ଏଠାରେ ମୋଟ ୬ଟି ବୁଥ ହୋଇଥିବା ବେଳେ, ରଇପୁର ବୁଥ ନମ୍ବର ୨୪୩ରେ ବିଜେପି ବିଜେଡି ମଧ୍ୟରେ ଗଣ୍ଡଗୋଳ ହୋଇଛି । ବୁଥ ଭିତରକୁ ବିଜେପି କର୍ମୀ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ସେହିପରି ଭୋଟ ଦେବାକୁ ଭୋଟରଙ୍କୁ କାନରେ କହିବାରୁ ଗାଁ ଭିତରେ ବିଜେଡି ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ପହଞ୍ଚିଛି ପୋଲିସ ।

ସେହିପରି କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ହେଲେ ଏବେ ସୁରୁଖୁରୁରେ ଚାଲିଛି ଭୋଟିଂ । କାଁପଡା ୭୫ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରେ ବିଳମ୍ଭରେ ଆରମ୍ଭ ହୋଇଛି ଭୋଟିଂ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନରେ ଥିବା ବେଳେ, ଧାମନଗରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ, ସେନେଇ ରହିଛି ଉତ୍କଣ୍ଠା । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାରରୁ ଅଧିକ ଭୋଟର ମତଦାନ କରିବେ ।

ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ ଜଣ ପୋଲିଂ କର୍ମଚାରୀଙ୍କ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ଆସନ୍ତା ୬ ତାରିଖରେ ଭୋଟଗଣତି ହେବ ।

 

ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ, ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟିଂ

ଭଦ୍ରକ: ଧାମନଗର ବ୍ୟାଟେଲ ପାଇଁ ଚାଲିଛି ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ଭୋଟିଂ ହୋଇଛି । ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ, ସମସ୍ତ ଦଳ ଲାଗି ଉପନିର୍ବାଚନ ପାଲଟିଛି ଅଗ୍ନି ପରୀକ୍ଷା । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ କାଁପଡ଼ା ୭୮ ନମ୍ବର ବୁଥରେ ଭୋଟ ଦେଇଛନ୍ତି ।

ଧାମନଗର NACର ୫ ନମ୍ବର ଓ୍ବାର୍ଡ ଲାଗି ଧାମନଗର ଫିଡର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ବୁଥ ନମ୍ବର ୧୨୫ରେ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ହେଲେ ଏବେ ସୁରୁଖୁରୁରେ ଚାଲିଛି ଭୋଟିଂ । ସେହିପରି କାଁପଡା ୭୫ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ପରେ ବିଳମ୍ଭରେ ଆରମ୍ଭ ହୋଇଛି ଭୋଟିଂ ।

ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନରେ ଥିବା ବେଳେ, ଧାମନଗରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ, ସେନେଇ ରହିଛି ଉତ୍କଣ୍ଠା । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାରରୁ ଅଧିକ ଭୋଟର ମତଦାନ କରିବେ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ ଜଣ ପୋଲିଂ କର୍ମଚାରୀଙ୍କ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ନିର୍ବାଚନରେ କିଏ ମାରିବେ ବାଜିମାତ୍ ଆସନ୍ତା ୬ ତାରିଖରେ ତାହା ହେବ ସ୍ପଷ୍ଟ ।

୭ ବିଧାନସଭା ଆସନରେ ଚାଲିଛି ଭୋଟିଂ, ୬ ରାଜ୍ୟ ମତଦାନରେ ସାମିଲ

ଭୁବନେଶ୍ବର: ଆଜି ୬ ରାଜ୍ୟର ୭ଟି ବିଧାନସଭା ଆସନରେ ହେଉଛି ଉପନିର୍ବାଚନ । ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ଉତ୍ତରପ୍ରଦେଶର ଗୋଲା ଗୋକ୍ରାନାଥ, ହରିଆଣାର ଆଦମପୁର, ତେଲଙ୍ଗାନାର ମୁନୁଗୋଡେ ଏବଂ ଓଡ଼ିଶାର ଧାମନମଗରରେ ଉପନିର୍ବାଚନ ଚାଲିଛି । ବିହାର ମୋକମାରେ ଆରଜେଡି ବିଧାୟକ ଅନନ୍ତ କୁମାର ସିଂଙ୍କୁ ଅଯୋଗ୍ୟ ଘୋଷଣା ଯୋଗୁ ସେଠାରେ ଉପନିର୍ବାଚନ ହେଉଛି ।

ଗୋପାଳଗଞ୍ଜରେ ବିଜେପିର ସୁଭାଷ ସିଂଙ୍କ ମୃତ୍ୟୁ ଯୋଗୁ ପୁଣି ଭୋଟ ହେଉଛି । ଅନ୍ଧେରୀ ଓ୍ବେଷ୍ଟେର ଶିବସେନାର ରମେଶ ଲଟକେଙ୍କ ମୃତ୍ୟୁ, ଗୋଲା ଗୋକ୍ରାନାଥରେ ବିଜେପିର ଅରବିନ୍ଦ ଗିରିଙ୍କ ମୃତ୍ୟୁ ଯୋଗୁ ସେଠାରେ ଉପନିର୍ବାଚନ ହେଉଛି । ଆଦମପୁରରେ କୁଳଦୀପ ବିଷ୍ଣୋଇ ଓ ମୁନୁଗୋଡେର କେ. ରାଜଗୋପାଳ ରେଡ୍ଡୀଙ୍କ ଇସ୍ତଫା ପରେ ସେଠାରେ ଉପନିର୍ବାଚନ ହେଉଛି ।

ପୂର୍ବରୁ ତେଲଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାରେ ଅସ୍ଥିରତା ସୃଷ୍ଟି କରିବା ସହ ଭାରତ ରାଷ୍ଟ୍ର ସମିତିର ୪ ବିଧାୟକ ପାଇଲଟ ରୋହିତ ରେଡ୍ଡୀ, ରେଗା କାନ୍ଥାରାଓ, ଗୁଭାଲା ବଳରାଜୁ ଓ ବୀରମ ହର୍ଷବର୍ଦ୍ଧନଙ୍କୁ ଟଙ୍କା ଦେବା ନେଇ ଯୋଜନା ଚାଲିଥିବା ବେଳେ ଏହା ଶେଷ ମୁହୂର୍ତ୍ତରେ ପଣ୍ଡ ହୋଇଥିଲା । ଏହି ଘଟଣାରେ ଗିରଫ ହୋଇଥିଲେ ରାମଚନ୍ଦ୍ର ଭାରତୀ, ନନ୍ଦ କୁମାର ଓ ସିଂହାୟାଜି ସ୍ବାମୀ । ମୁନୁଗୋଡେ ବିଧାନସଭା ଉପନିର୍ବାଚନରେ ସ୍ଥିତି ବଦଳାଇ ଦେବାକୁ ଏହି ଯୋଜନା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଅନ୍ଧେରୀ ଇଷ୍ଟର ବିଜେପି ପ୍ରାର୍ଥୀ ମୁର୍ଜି ପଟେଲଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଉଦ୍ଧବ ଠାକରେ ଗୋଷ୍ଠୀ ପ୍ରାର୍ଥୀ ରୁତୁଜା ପଟେଲଙ୍କ ବିଜୟ ସମ୍ଭାବନା ଉଜ୍ବଳ ରହିଛି ।

ବିଶୃଙ୍ଖଳାକାରୀ ସାବଧାନ! କଡା ସୁରକ୍ଷା ବଳୟରେ ଧାମନଗରରେ ଚାଲିଛି ମତଦାନ

ଭଦ୍ରକ:  ଧାମନଗର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ବ୍ୟାପକ ବ୍ୟବସ୍ଥା । ୧୧୦ଟି ଉତ୍ତେଜନାପୂର୍ଣ୍ଣ ବୁଥରେ କଡା ସୁରକ୍ଷା ବଳୟରେ ଭୋଟ ଗ୍ରହଣ ଚାଲିଛି । ୧୨୬ଟି ବୁଥରେ ଓ୍ବେବକାଷ୍ଟିଂ କରାଯିବ । ବୁଥର ଶହେ ମିଟର ମଧ୍ୟରେ ବିଚରଣ ଅପରାଧ । ବିନା ଓ୍ବାରେଣ୍ଟରେ ହୋଇପାରିବେ ଗିରଫ । ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ୍ ଇଭିଏମ୍ ବ୍ୟବସ୍ଥା ହୋଇଥିବା ବେଳେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ଭୋଟର । ସବୁ ବୁଥରେ ହେଲ୍ପ ଡେସ୍କ ରହିଛି । ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ନିର୍ବାଚନମଣ୍ଡଳୀରେ ମୋଟ ୧୩ଟି ଚେକ ପଏଣ୍ଟରେ ଗାଡି ଗୁଡିକୁ କଡାକଡ଼ି ଚେକିଂ କରାଯାଉଛି । ୧ହଜାର ପୋଲିସ ନିୟୋଜିତ ହେବା ସହ ୪ କମ୍ପାନୀ ସିଆରପିଏଫ୍ , ୨୨ ପ୍ଲାଟୁନ୍ ରାଜ୍ୟ ସଶସ୍ତ୍ର ପୋଲିସ ବଳ, ୨୪ଟି ମୋବାଇଲ ପେଟ୍ରୋଲିଂ ଭ୍ୟାନ୍ ମୁତୟନ ହୋଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନହୁଏ ସେନେଇ କଡ଼ା ନଜର ରଖାଯାଇଛି।

ଭୋଟ ଦେଉଛି ଧାମନଗର, ସଂଧ୍ୟା ୬ଟା ଯାଏଁ ମତଦାନ କରିବେ ୨ଲକ୍ଷ ୪୦ହଜାର ଭୋଟର

ଭଦ୍ରକ: ଧାମନଗର ବ୍ୟାଟଲ ପାଇଁ ଆରମ୍ଭ ହେଲା ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ ସମସ୍ତ ଦଳ ଲାଗି ନିର୍ବାଚନ ପାଲଟିଛି ଅଗ୍ନିପରୀକ୍ଷା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି  । ସେପଟେ ଧାମନଗରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ, ସେନେଇ ରହିଛି ଉତ୍କଣ୍ଠା ।

ଉପନିର୍ବାଚନରେ ୨ଲକ୍ଷ ୪୦ହଜାର ଭୋଟର ମତଦାନ କରିବେ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି ୧ ହଜାର ୮ ଜଣ ପୋଲିଂ କର୍ମଚାରୀ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ନିର୍ବାଚନରେ କିଏ ମାରିବେ ବାଜିମାତ୍ ଆସନ୍ତା ୬ ତାରିଖରେ ତାହା ହେବ ସ୍ପଷ୍ଟ ।

ବିଜେପି ନେତା ଅଶ୍ବିନୀ ବେହେରା ଗିରଫ

ରାଉରକେଲା: ବିଜେପି ନେତା ଅଶ୍ବିନୀ ବେହେରା ଗିରଫ । ରାଉରକେଲା ସହରର ସେକ୍ଟର ୩ ଥାନା ପୋଲିସ ଦ୍ବାରା ଗିରଫ । ବିଜେପି ଯୁବମୋର୍ଚ୍ଚାର ଜଣେ ନେତାଙ୍କୁ ଵନ୍ଧୁକ ଦେଖାଇ ୧୫ଶହ ଟଙ୍କା ଲୁଟି ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଅଶ୍ବୀନୀ । ଅଶ୍ବିନୀ ବେହେରା ପୁର୍ଵରୁ ରାଉରକେଲା ପୋଲିସ ଓ ଏସପିଙ୍କ ନାମରେ ସୋସିଆଲ ମିଡିଆରେ ଅଶ୍ଲିଳ ଲେଖାଲେଖି କରିଥିଲେ ।

ପରେ ପୁଣି ଭୁଲ ସ୍ପିକାର କରି ସୋସିଆଲ ମିଡିଆରେ କ୍ଷମା ମାଗିଥିଲେ । ନିଜର ମତିଭ୍ରଷ୍ଟ କାରଣରୁ ରାଉରକେଲା ପୋଲିସ ଓ ଏସପିଙ୍କ ନାମରେ ସୋସିଆଲ ମିଡିଆରେ ଅପଶବ୍ଦ ପ୍ରୟୋଗ କରିଥିଵା କହି ଵିଜେପି ନେତା ଅଶ୍ବିନୀ ବେହେରା କ୍ଷମା ପ୍ରାର୍ଥନା କରିଥିଲେ । ଅଶ୍ବିନୀ ବେହେରା ଵିଜେପି ଓବିସି ମୋର୍ଚ୍ଚା ପାନପୋଷ ସାଂଗଠନିକ ଜିଲ୍ଲା ଇଷ୍ଟ ମଣ୍ଡଳର ଟ୍ରେଜରର ଭାଵେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।