ଦବଙ୍ଗଗିରି ଦେଖାଇ ନିଶ୍ଚିତରେ ବୁଲୁଛନ୍ତି କୁସୁମ ଟେଟେ, ଦୁଇ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ପାଇକମାଳ: ଗିରଫ ହେବେ କି ବିଧାୟିକା କୁସୁମ ଟେଟେ ? ଦୁଇ ଦିନ ପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ । ଜିଏସଟି ରେଡ୍‌ରେ ଗୁଣ୍ଡାଗିରି ଦେଖାଇଥିଲେ ବିଜେପି ବିଧାୟିକା । ବିଜେପି କର୍ମୀ ଓ ଗୁଣ୍ଡା ନେଇ ସରକାରୀ ଅଧିକାରୀଙ୍କୁ କରିଥିଲେ ଆକ୍ରମଣ । ଶହେରୁ ଅଧିକ କର୍ମୀଙ୍କୁ ନେଇ ଜିଏସଟି ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଜିଏସଟି କର୍ମୀଙ୍କ ଠାରୁ କାଗଜପତ୍ର ଛଡାଇ ନେଇଥିଲେ କୁସୁମ ଟେଟେ । କେବଳ ସେତିକି ନୁହେଁ କର୍ମୀଙ୍କ ସହ ମିଶି ଜିଏସଟି ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ବିଧାୟିକା ।

ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଜିଏସଟି ରେଡ୍ ବେଳେ କେମିତି ପଶି ଆକ୍ରମଣାତ୍ମକ ସ୍ଥିତି ସୃଷ୍ଟି କରିଥିଲେ, ତାର ଦୃଶ୍ୟ ରେକର୍ଡ ହୋଇଥିଲା । ଗୋବର୍ଦ୍ଧନଙ୍କୁ ସୁରକ୍ଷା ଦେବାକୁ ମହାଶୟା ଜିଏସଟି ଅଧିକାରୀଙ୍କୁ ଦେଖାଉଛନ୍ତି ଦବଙ୍ଗଗିରି । ଜଣେ ବିଧାୟିକା ହୋଇ ସରକାରୀ କାମରେ ବାଧା ଦେବା ତାଙ୍କୁ କେତେ ସୁହାଉଛି ? କୁସୁମଙ୍କ ନାଁରେ ଥାନାରେ ଏତଲା ହୋଇଛି । ଏତଲାର ଏତେ ସମୟ ପରେ ବି କାହିଁକି ପୋଲିସ କୁସୁମ ଟେଟେଙ୍କୁ ଗିରଫ କରୁନି ?