ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟା କଲା ପ୍ରେମିକ

ଯାଜପୁର: ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟା କଲା ପ୍ରେମିକ  । ଯାଜପୁର ଜିଲ୍ଲା କାଳିଆପାଣି ଥାନା ତାରିଣୀ ଛକର ଘଟଣା । ମୃତକ ହେଲେ ବାମ୍ବିଲୋ ଗାଁର ଜିତେନ୍ଦ୍ର ମହାପାତ୍ର । ଅଭିଯୋଗ ଅନୁସାରେ ରାସୋଁଳ ଗ୍ରାମର ଶାନ୍ତନୁ ସାମଲ ମୃତ ଜିତେନ୍ଦ୍ରଙ୍କ ଭଉଣୀକୁ ପ୍ରେମ କରୁଥିଲା । ମାତ୍ର ଶାନ୍ତନୁ ବିବାହିତ ହୋଇଥିବାରୁ ଏହାକୁ ବିରୋଧ କରୁଥିଲେ ଯୁବତୀଙ୍କ ବାପା ଓ ଭାଇ । ଏଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

ସନ୍ଧ୍ୟାରେ ଯୁବତୀଙ୍କ ବାପା ଓ ଭାଇ ନିଜ ଦୋକାନରେ କାମ କରୁଥିବାବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଘଟଣାସ୍ଥଳରେ ଭାଇ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ବାପା ସନ୍ତୋଷ ମହାପାତ୍ର ଗୁରୁତର ହୋଇଛନ୍ତି । ଅଭିଯୁକ୍ତ ଶାନ୍ତନୁକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।