spot_img
Home Blog Page 3891

ହକି ବିଶ୍ୱକପ୍ ହେବ ସ୍ମରଣୀୟ, ସୁନ୍ଦରଗଡ଼ ପ୍ରଶାସନ ପ୍ରସ୍ତୁତି କରୁଛନି ପ୍ଲାନ୍

ରାଉରକେଲା: ଷ୍ଟିଲ ସିଟିରେ ହକି ବିଶ୍ଵ କପ୍ ପୁର୍ବରୁ ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମକୁ ସ୍ବାଗତ କରିବାକୁ ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲାବାସୀଙ୍କ ସହଭାଗିତାରେ ଏହାକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ହକି ମହାପର୍ବରେ ସୁନ୍ଦରଗଡ଼ ଜିଲ୍ଲାର ସବୁ ବର୍ଗର ଜନସାଧାରଣ କିଭଳି ଯୋଡ଼ି ହେବେ ସେ ଦିଗରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାପାଳ ଜିଲ୍ଲାର ପ୍ରମୁଖ କ୍ରୀଡ଼ା ଅନୁଷ୍ଠାନ ଓ କ୍ରୀଡ଼ାବିତମାନଙ୍କ ସହ ଆଲୋଚନା କରି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି । ସ୍କୁଲ ଏବଂ କଲେଜ ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ ଓ କ୍ରୀଡ଼ା ଆଦି ବିଭିନ୍ନ ପ୍ରତିଯୋଗିତା ଲାଗି ଯୋଜନା କରାଯାଇଛି ।

ସେହିପରି ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ସବୁ ବର୍ଗର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜିଲ୍ଲାର ବିଭିନ୍ନ କ୍ରୀଡ଼ା, ସାଂସ୍କୃତିକ ଏବଂ ସାମାଜିକ ସଙ୍ଗଠନ ଓ ଜିଲ୍ଲାବାସୀ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଵା ବେଳେ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ମେଡିକାଲ ଛକରେ ବାପାର ଚା ଦୋକାନ, ପୁଅ ପାଇଲା ନିଟ୍

ଫୁଲବାଣୀ: ଗରିବ ବାପାଙ୍କ ସ୍ୱପ୍ନ ପୂରଣ କଲେ ଯୋଗ୍ୟ ପୁଅ । ଚା ଦୋକାନୀଙ୍କ ପୁଅ ନିଟ୍ ଏଣ୍ଟ୍ରାନ୍ସରେ ଉତିର୍ଣ୍ଣ । ଫୁଲବାଣୀର କଣ୍ଟ୍ରାକ୍ଟର ପଡ଼ାର ବାସୀନ୍ଦା ଶିବ ଶଙ୍କର ବେହେରାଙ୍କ ବଡ଼ ପୁଅ ସୂରଜ ବେହେରା ନିଟରେ ଉତୀର୍ଣ୍ଣ ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରେ 635 ନମ୍ବର୍ ରଖି 865 ରାଙ୍କରେ ରହିଛନ୍ତି ସୂରଜ  । ବାପା ମେଡିକାଲ ଛକରେ ଚା ଦୋକାନ କରି ନିଜ ପରିବାର ଚଳନ୍ତି  । ବାପାର ଇଚ୍ଛାଥିଲା ପୁଅ ଡାକ୍ତର ହୋଇ ରୋଗୀ ସେବା କରୁ  । ଆର୍ଥିକ ଅଭାବ ସ୍ୱତେ ସୂରଜ ନିଜ ଲକ୍ଷ୍ୟ ହାସଲ କରିଛନ୍ତି  ।

ସେପଟେ ପୁଅର କୃତିତ୍ୱ ପରେ ସୁରଜଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି  ।  ସେ କହିଛନ୍ତି ମୋର ଏକ ଛୋଟିଆ ଚା ଦୋକାନ ମେଡିକାଲ ଛକରେ ରହିଛି  । ମୁଁ ଦେଖିଛି ଗରିବୀ , ସାଧାରଣ ରୋଗୀ କେତେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି  । ଚାହୁଁଥିଲି ମୋ ପୁଅନ ଭଳ ପାଠ ପଢି ଡାକ୍ତର ହେଉ  । ଆଜି ସେ ସ୍ୱପ୍ନ ପୂରଣ କରିଛି  । ନିଟ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛି  । ବହୁତ ଖୁସି ଥିବା ବାପା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  ।

ତିନି ଅନାଥ ପିଲାଙ୍କୁ ସାହା ହେଲା ଚାଇଲ୍ଡ ଲାଇନ୍

କଳାହାଣ୍ଡି: ତିନି ଅନାଥ ପିଲାଙ୍କୁ ସାହା ହେଲା ଚାଇଲ୍ଡ ଲାଇନ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଶ୍ୟାମ ମାଝିଙ୍କ ତିନି ପିଲାଙ୍କୁ ଥଇଥାନ କରିଛି ଭବାନୀପାଟଣା ସିଡବ୍ଲୁସି । ବେସାହାରା ନାବାଳିବାଙ୍କୁ ଭବାନୀପଟଣା ଥଇଥାନ କେନ୍ଦ୍ରରେ ରଖାଯାଇଛି । ବୋରଗୁଡ଼ାର ଶ୍ୟାମ ମାଝି କିଡନୀ ରୋଗରେ ଆକ୍ରାନ୍ତ ହୋଇ ୬ବର୍ଷ ତଳେ ପ୍ରାଣ ହରାଇଥିଲେ । ତିନି ପାଲାଙ୍କୁ ନେଇ ମାଆ ଲକ୍ଷ୍ମୀ ମାଝୀ ଦୁଃଖ କଷ୍ଟରେ ଚଳିଆସୁଥିଲେ ।

ହେଲେ ଲକ୍ଷ୍ମୀ ମାଝୀ କିଛି ଦିନ ପରେ ନିଜ ପିଲାଙ୍କୁ ଗୋଡରେ ଆଡେଇ କେଉଁଆଡେ ଚାଲିଯିବା ପରେ ବେସାହାରା ହୋଇଯାଇଥିଲେ ତିନି ପିଲା । ୧୪ ବର୍ଷର ବଡ଼ ଭଉଣୀ ଜ୍ୟୋସ୍ନା ମାଝୀ ଦୁଇ ଭଉଣୀଙ୍କ ମୁହଁ ଆହାର ଦେବାକୁ ଘରୁ ଗୋଡ଼ କାଢିଥିଲେ । କୁଲି ମଜୁରୀ ଲାଗି ପେଟ ପେଷୁଥିଲେ । ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଣିବା ପରେ ଚାଇଲ୍ଡ ଲାଇନ ସହାୟତାରେ ତିନି ନାବାଳିବାଙ୍କୁ ଥଇଥାନ କରିଛନ୍ତି ।

 

 

୯ ବର୍ଷରେ ଭାରତ ଜିତିନି କୌଣସି ଆଇସିସି ଟ୍ରଫି, ବିକଳ୍ପ ଖୋଜି ପାଉନି ବିସିସିଆଇ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ନୈରାଶ୍ୟଜନକ ପ୍ରଦର୍ଶନ ଓ ଅମାନତ ପରାଜୟ ପରେ ଭାରତୀୟ କ୍ରିକେଟ ଦଳକୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିସିସିଆଇ ମଧ୍ୟ ଚିନ୍ତାରେ ପଡ଼ିଯାଇଛି । ଦଳ ଏବେ ମହେନ୍ଦ୍ର ସିଂହ ଧୋନୀ ଏବଂ ଯୁବରାଜ ସିଂହଙ୍କ ଭଳି ଖେଳାଳି ଆବଶ୍ୟକ କରୁଛି । ଉଭୟ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ଏକାକୀ ଅନେକ ମ୍ୟାଚରେ ଭାରତକୁ ବିଜୟ ଦେଇଛନ୍ତି । ଏହି ଦୁଇ ଖେଳାଳି ସନ୍ୟାସ ନେବା ପରେ ଟିମ ଇଣ୍ଡିଆ ବଡ଼ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରୁନାହିଁ ।

୨୦୧୩ ପରଠୁ ଭାରତ କୌଣସି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ । ଟି-୨୦ ବିଶ୍ୱକପ୍ ୨୦୨୧ ପରେ ଏସିଆ କପ ଫାଇନାଲ୍ ରେସରୁ ମଧ୍ୟ ବାଦ୍ ପଡିଛି । ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପ ଜିତିବାକୁ ହେଲେ ଏହିଭଳି ଘାତକ ଖେଳାଳିଙ୍କ ଆବଶ୍ୟକତା ପଡିବ । ଟିମ ଇଣ୍ଡିଆ ଲଗାତାର ଗତ କିଛି ସମୟ ହେବ ଋଷଭ ପନ୍ତଙ୍କୁ ଟି-୨୦ କ୍ରିକେଟରେ ପାୱାର ହିଟର ବ୍ୟାଟ୍ସମ୍ୟାନ ଭାବେ ପ୍ରସ୍ସୁତ କରୁଛି ହେଲେ ସେ ଲାଗାତାର ଫ୍ଲପ ହେଉଛନ୍ତି । ପନ୍ତଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି ।

ଏପରି ସ୍ଥିତିରେ ଦଳ ଆଗାମୀ ବିଶ୍ୱକପରେ ଟ୍ରଫି ଜିତିବା ଆଶା କ୍ଷୀଣ ରହିଛି । ପନ୍ତ ଏବଂ ପାଣ୍ଡ୍ୟାଙ୍କୁ ଯୁବଜାର ଏବଂ ଧୋନୀଙ୍କ ବିକଳ୍ପ ରୂପରେ ଗଣାଯାଉଛି । ଯୁବରାଜ ଏବଂ ଧୋନୀ ଖେଳିବା ସମୟରେ ନିଜର ପାୱାର ହିଟିଂ ବ୍ୟାଟିଂ ପାଇଁ ସାରା ବିଶ୍ୱ ସେମାନଙ୍କୁ ପ୍ରଶଂସା କରୁଥିଲା । ୨୦୦୭ ଟି-୨୦ ବିଶ୍ୱକପରେ ଯୁବରାଜ ଇଂଲଣ୍ଡ ବିପକ୍ଷରେ ୬ ବଲରେ ୬ ଛକ୍କା ମାରି ରେକର୍ଡ କରିଥିଲେ । ଧୋନୀ ମଧ୍ୟ ପାୱାର ହିଟିଂ ବଳରେ ଅନେକ ଥର ଭାରତକୁ ଜିତାଇଛନ୍ତି ।

କମ ବଲରେ ଯଦି ଅଧିକ ରନର ଆବଶ୍ୟକ ଅଛି ଏବଂ ଧୋନୀ ଏପର୍ଯ୍ୟନ୍ତ ସୁଦ୍ଧା ଆଉଟ୍ ହୋଇନାହାନ୍ତି ସେପର୍ଯ୍ୟନ୍ତ ଫ୍ୟାନ୍ସଙ୍କ ମନରେ ବିଜୟ ଆଶା ଥାଏ । ବର୍ତ୍ତମାନ ଦଳରେ ଏପରି ବହୁତ କମ ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏକି ଶେଷ ଓଭର ଆଡକୁ କମ ବଲ ଖେଳି ଅଧିକ ରନ୍ କରିପାରିବେ ଏବଂ ଇଣ୍ଡିଆକୁ ବିଜୟ ଦେଇପାରିବେ । ତେବେ ଧୋନୀ ଏବଂ ଯୁବରାଜ ବ୍ୟାଟିଂକୁ ଛାଡି ଅନ୍ୟ କ୍ଷମତା ପାଇଁ ଦଳରେ ଥିଲେ । ଧୋନୀ ବିଶ୍ୱର ସବୁଠୁ ଭଲ ୱିକେଟ କିପର ଭାବେ ପ୍ରଦର୍ଶନ କରୁଥିଲେ ସେହିପରି ଯୁବରାଜ ବୋଲିଂ ଏବଂ ଫିଲ୍ଡିଂ ପାଇଁ ଦଳରେ ସାମିଲ ଥିଲେ ।

ଯୁବରାଜ ଦିନିକିଆରେ ୧୧୧ ୱିକେଟ ହାସଲ କରିଥିବା ବେଳେ ଟି-୨୦ ୨୮ ୱିକେଟ୍ ହାସଲ କରିଛନତି । ସେହିପରି ଧୋନୀ ଦିନିକିଆରେ ୩୨୧ କ୍ୟାଚ୍ ଏବଂ ୧୨୩ ଷ୍ଟପିଂ କରିଛନ୍ତି । ଟି-୨୦ରେ ୫୭ କ୍ୟାଚ୍ ଓ ୩୪ ଷ୍ଟପିଂ କରି ଇତିହାସ ରଚିଛନ୍ତି । ଯଦି ଟପ ଅର୍ଡର ବ୍ୟାଟ୍ସମ୍ୟାନ ଫ୍ଲପ ସାବ୍ୟସ୍ତ ହେଉଥିଲେ ତେବେ ଏହି ଦୁଇ ମଧ୍ୟ ଭାଗର ବ୍ୟାଟ୍ସମ୍ୟାନ ଖେଳକୁ ଶେଷ ପର୍ଯ୍ୟନ୍ତ ନେଉଥିଲେ ଏବଂ ଅଧିକାଂଶ ବିଜୟ ଦେଇଥିଲେ । ଏହି ଦୁଇ ଖେଳାଳି ସନ୍ନ୍ୟାସ ନେବା ପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଏମାନଙ୍କ ବିକଳ୍ପ ଖୋଜି ପାଇନାହିଁ । ଏହା ହିଁ ବଡ଼ କାରଣ ଯେ ଗତ ୯ବର୍ଷରେ ଭାରତ ଆଇସିସିର ଗୋଟିଏ ବି ଟ୍ରଫି ଭାରତ ଜିତି ପାରିନାହିଁ ।

ପ୍ରଶିକ୍ଷଣ ବେଳେ ବୁଡ଼ିଗଲେ ଏନସିସି ଛାତ୍ର, ଚାଲିଗଲା ଜୀବନ

କଟକ: ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଏନସିସି ଛାତ୍ରଙ୍କ ଜୀବନ । କଟକ କ୍ଳବ ସୁଇମିଂ ପୁଲରେ ଘଟିଛି ଅଘଟଣ । ମୃତକ ହେଲେ କଟକ ସିଟି କଲେଜର ଛାତ୍ର ସ୍ୱପ୍ନେଶ୍ୱର ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ ।  ମିଳିଥିବା ସୂଚନା ମୁତାବକ  ଏକ ଘରୋଇ ସଂସ୍ଥା ପକ୍ଷରୁ  ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ ସ୍ୱପ୍ନେଶ୍ୱର   । ପହଁରା ସିଖୁଥିବା ସମୟରେ ସେ ବୁଡ଼ି ଯାଇଥିଲେ  । ଫଳରେ ତାଙ୍କର ଜୀବନ ଚାଲିଯାଇଥିଲା  ।

ପାଣିରେ ବୁଡ଼ିଯିବା ଫଳରେ   ଗୁରୁତର ହୋଇ ପଡ଼ିଥିଲେ ସ୍ବପ୍ନେଶ୍ବର । ପରେ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ  । ସେପଟେ ସେଠାରେ ଥିବା କିଛି ଲୋକ କହିଛନ୍ତି ଆମେ ଜାଣିନାହୁଁ ପିଲାର କଣ ହୋଇଛି  । କିନ୍ତୁ ତାଙ୍କର ପ୍ରଶୀକ୍ଷକ ମାନେ ଜଣେ ଛାତ୍ରକୁ ଟେକି ନେଇଥିବା ଆମେ ଦେଖିବାକୁ ପାଇଥିଲୁ  ।

ଗଣପତିଙ୍କ ଲଡୁର ମୂଲ୍ୟ ୨୫ ଲକ୍ଷ, ନିଲାମ ନେଲେ ଲକ୍ଷ୍ମଣ ରେଡ୍ଡୀ

ହାଇଦ୍ରାବାଦ: ଗଣପତିଙ୍କ ଲଡୁର ମୂଲ୍ୟ ୨୫ ଲକ୍ଷ  । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ  । ଲଡୁର ମୂଲ୍ୟ ରହିଛି ୨୪ ଲକ୍ଷ ୬୦ ହଜାର ଟଙ୍କା  । କିଣିବା ପାଇଁ ହୋଇଛି ନିଲାମ  । ତେଲେଙ୍ଗାନର ରାଜଧାନୀ ହାଇଦ୍ରାବଦରେ ଧୁମଧାମରେ ପାଳିତ ହୋଇ ଆସୁଛି ଗଣେଷ ପୂଜା  । ପ୍ରତିବର୍ଷ ରୋସଣୀରେ ବିସର୍ଜନ ହୁଅନ୍ତି ବିଘ୍ନ ବିନାଶକ ପ୍ରଭୁ ଗଜାନନ  । ସିକନ୍ଦରାବାଦରୁ ହାଇଦ୍ରାବାଦ ପ୍ରତି ମଣ୍ଡପରେ ପୂଜା ପାଆନ୍ତି ପ୍ରଭୁ ଲମ୍ବୋଦର  । ଆଉ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଛୁଟି ଆସିଥାନ୍ତି ଅଗଣିତ ଭକ୍ତ  ।

ଗଣେଷ ପୂଜା ମଧ୍ୟରେ ଚର୍ଚ୍ଚାରେ ଥାଏ ପ୍ରଭୁ ଗଜାନନଙ୍କ ଲଡୁ ବିକ୍ରି  । ବାଲାପୁର ଗଣେଷ ମଣ୍ଡପର ଲଡୁ ନେବା ପାଇଁ ଲାଗେ ଭକ୍ତଙ୍କ ଗହଳି  । ଏ ଲଡୁର ଦାମ ଶହ କିମ୍ବା ହଜାରରେ ନୁହେଁ, ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ ଲଡ଼ୁ  । ମିଳିଥିବା ସୂଚନା ମୁତାବକ ପ୍ରଭୁ ଗଣପତିଙ୍କ ପାଖରେ ଲାଗିଥିବା ଭୋଗ ଲଡୁର ଓଜନ ପ୍ରାୟ ୨୨ କେଜି  ରହିଥାଏ  । ଏବଂ ଏହି ୨୨ କେଜିର ଲଡୁ କିଣିବା ପାଇଁ ଅସଂଖ୍ୟ ଭକ୍ତଙ୍କ ସମାଗନ ହୋଇଥାଏ  । ପ୍ରତିବର୍ଷ ବଢିଚାଲିଛି ଲଡୁର ମୂଲ୍ୟ  । ଚଳିତବର୍ଷ ୨୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଏହି ଲଡୁ  ।

ଚଳିତବର୍ଷ ଲଡୁ କିଣିଛନ୍ତି ବାଲାପୁରର ଲକ୍ଷ୍ମଣ ରେଡ୍ଡୀ  । ସେ ଉକ୍ତ ଗଣେଷ ପୂଜା କମିଟିର ସଦସ୍ୟ ରହିଥିବାବେଳେ ଲଡୁ ନେବା ପାଇଁ ନିଲାମ ପକ୍ରିୟାରେ ମଧ୍ୟ ଭାଗ ନେଇଥିଲେ  ।  ପୂଜା ମଣ୍ଡପରେ ୧୯୯୪ ମସିହାରୁ ଲଡୁ ନିଲାମ ପକ୍ରିୟା  ଜାରି ରହିଛି  । ଯେତେବେଳେ ପ୍ରଥମ କରି ନିଲାମ କରାଯାଇଥିଲା, ସେତେବେଳେ ୪୫୦ ଟଙ୍କାରେ ବିକ୍ରିୟ ହୋଇଥିଲା ବାବାଙ୍କ ଏହି ଲଡୁ  । ପରବର୍ତ୍ତୀ ସୟମରେ ଢେର ଉର୍ଦ୍ଧ୍ୱକୁ ଯାଇଛି ନିଲାମ ଅର୍ଥରାଶି  ।

୨୦୧୯ ମସିହାରେ ଗଣପତି ବାବାଙ୍କ ଲଡୁ ୧୭ ଲକ୍ଷ ୬୦ ହଜାର ଟଙ୍କାରେ ନିଲାମ ହୋଇଥିଲା  । ସେହିପରି ୨୦୨୧ ମସିହାରେ ଏହାକୁ ଜଣେ ବ୍ୟକ୍ତି ୧୮ ଲକ୍ଷ ୯୦ ହଜାରରେ କିଣିଥିଲେ  । ସେହିପରି ଚଳିତବର୍ଷ ଏହି ଲଡୁର ମୂଲ୍ୟ ୨୫ଲକ୍ଷ ହୋଇଛି  । ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ଭକ୍ତଙ୍କ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି  । ପ୍ରସାଦ ସେବନ ଠାରୁ ଆରମ୍ଭ କରି ଭଜନ କାର୍ଯ୍ୟକ୍ରମ  । ସେପଟେ ରାଜ୍ୟ ସରକାର ମଧ୍ୟ ସୁରକ୍ଷା ଏବଂ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ା ନଜରରେ ରଖିଥାନ୍ତି  ।

 

 

ବ୍ରିଟେନର ରାଜା ହେଲେ କିଙ୍ଗ୍ ଚାର୍ଲସ, ନିମାପଡ଼ାରେ ଖୁସିର ଲହରୀ

ନିମାପଡ଼ା:  ବ୍ରିଟେନର ନୂଆ ଶାସକ ହୋଇଛନ୍ତି କିଙ୍ଗ ଚାର୍ଲସ  । ବି୍ରଟେନର ରାଜଗାଜି ସମ୍ଭାଳୁଥିବା ଏହି ରାଜାଙ୍କୁ ନେଇ ଏବେ ଓଡ଼ିଶାରେ ଚର୍ଚ୍ଚା  । କାରଣ ସେ ଆସିଥିଲେ  ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ ହରିପୁର ଗ୍ରାମକୁ  । ଗ୍ରାମକୁ ଯେଉଁ ବ୍ୟକ୍ତି ଆସିଥିଲେ, ସେ ଆଜି ବ୍ରିଟେନର ଶାସକ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ହରିପୁର ଗ୍ରାମବାସୀ  ।  1980 ମସିହାରେ ଚାର୍ଲସ ଓଡିଶା ଗସ୍ତରେ ଆସି ଆଦର୍ଶ ଗାଁ ହରିପୁର ଗସ୍ତରେ ଆସିଥିଲେ । ତାଙ୍କ ସହ ଥିଲେ ପୁରୀ ଜିଲ୍ଲାପାଳ ଅଶୋକ ଦାସ ।

ସେ ଝୋଟି ଦେଖିବା , ନଡ଼ିଆ ଗଛ ଚଢିବା, ଧାନ ଅମଳ କରିବା ଓ ଶଗଡ଼ ବଳଦ ଦେଖିବା ସହ ଗାଁ ଲୋକଙ୍କ ସହିତ ପଇଡ଼ ପିଇଥିଲେ । ଏହାସହ ଗ୍ରାମରେ ପୂଜା ପାଉଥିବା ଗୋପୀନାଥଙ୍କୁ ଦର୍ଶନ କରିଥିଲେ । ଏବେ ରାଜା ହେବା ଶୁଣି ଦୀର୍ଘ ବର୍ଷ ପୂର୍ବର ଏହି ପୁରୁଣା ସ୍ମୃତିକୁ ମନେ ପକାଇ ଗାଁ ଲୋକେ ପ୍ରଭୁ ଗୋପୀନାଥଙ୍କ ନିକଟରେ ଦୀପଦାନ କରି ତାଙ୍କ ମାଆ ଏଲିଜାବେଥଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

ଏହା ସହ ରାଜା ଚାର୍ଲସଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏ ସମ୍ପର୍କରେ ସେଦିନର ପୁରୁଣା ସ୍ମୃତିକୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସମୀରରଞ୍ଜନ ଦାଶ ସ୍ମରଣ କରିଛନ୍ତି । ଗ୍ରମ୮ବାସୀ ମଧ୍ୟ ସେଦିନ ଆସିଥିବା ଚାଲର୍ସକୁ ଦେଖିଥିବା ଏବଂ ତାଙ୍କ ସହ ବିତାଇଥିବା କିଛି ମୂହୂର୍ତ୍ତକୁ ବଖାଣିଛନ୍ତି  ।

ଡିନରରେ ଖାଉଥିଲେ ଭାରତୀୟ ଯବାନଙ୍କ ମାଂସ, ସାକ୍ଷୀ ଥିଲେ HW ବ୍ରୁଶ୍ !

ନନ୍ଦିଘୋଷ ବ୍ୟୁରୋ: ୧୫ ଫେବୃୟାରୀ ୧୯୪୨ରେ ସିଙ୍ଗାପୁର ଉପରେ ଜାପାନ କବ୍ଜା କରେ  । ୪୦ ହଜାର ଭାରତୀୟ ଯବାନଙ୍କୁ ଯୁଦ୍ଧ ବନ୍ଦୀ କରାଯାଏ  । ସେମାନଙ୍କୁ ଆଜାଦ ହିନ୍ଦ ଫୌଜରେ ଭର୍ତ୍ତି ହେବା ପାଇଁ ଅପ୍ସନ ଦିଆଯାଏ  । ୩୦ ହଜାର ଯବାନ ଆଜାଦ ହିନ୍ଦ ଫୌଜରରେ ସାମିଲ ହୁଅନ୍ତି  । ବାକି ୧୦ ହଜାର ଯବାନଙ୍କୁ ମାତ୍ସୁଇ ମାରୁ ନାମକ ଏକ ଜାହାଜରେ ଭର୍ତ୍ତି କରି ନ୍ୟୁ ଗିନି, ନ୍ୟୁ ବ୍ରିଟେନ୍ ଭଳି  ପ୍ରଶାନ୍ତ ମହାସାଗରୀୟ ଦ୍ୱିପପୁଞ୍ଜକୁ ପଠାଗଲା  । ଯେଉଁଠାରେ ଜାପାନର କନଷ୍ଟ୍ରକ୍ସନ କମ୍ପାନୀ ତିଆରି ହୋଇଥିଲା  ।

 

୧୯୪୪ ମସିହାରେ ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ମୁତାବକ ଯେଉଁ ଜାହାଜରେ ୧୦ ହଜାର ଭାରତୀୟ ସେନାଙ୍କୁ ଭର୍ତ୍ତି କରାଯାଇଥିଲା  । ତାହାର କିଛି ଭିନ୍ନ ନାମ ଥିଲା  । ଦ ହିଲ ସିପ୍ ବା ନର୍କର ଜାହାଜ ବୋଲି ଜଣାଯାଏ  । ସିଙ୍ଗାପୁରରୁ ଗିନିର ଯାତ୍ରା ଥିଲା ୫୬ ଦିନର  । ଛୋଟିଆ ଗୋଟିଏ ସ୍ଥାନରେ ସମସ୍ତ ଭାରତୀୟ ଯବାନଙ୍କୁ ଭର୍ତ୍ତି କରିଦିଆଯାଇଥିଲା  । ଯେୈଉଁଠାରେ କେବଳ ୧ରୁ ୮ ଜଣ ଲୋକ ଶୋଇବା ପାଇଁ ଉଦ୍ଧିଷ୍ଟ ସ୍ଥାନ ରହିଥିଲା  । ବାକି ସମସ୍ତ ଲୋକେ ଦିନ ତମାମ ଠିଆ ହୋଇ ରହୁଥିଲେ  ।  ପିଇବା ପାଇଁ ପାଣି ମାଗିଲେ ଜାପାନୀ ଅଧିକାରୀ କହୁଥିଲେ , ତୁମ ପାଇଁ ପାଣି ଏବଂ ପବନ ଏଠି ନିଷେଧ  । ୨୪ ଘଣ୍ଟାରେ କେବଳ କପେ ପାଣି ଦିଆଯାଉଥିଲା  । ବିକଳରେ ବନ୍ଦୀ ଯବାନ ସମୁଦ୍ରର ଲୁଣିଆ ପାଣିକୁ ପିଇ ଶୋଷ ମେଣ୍ଟାଉଥିଲେ  ।

ଏତିକିରେ ସରିନି ଜାପାନିଙ୍କ ବର୍ବରତା  । 5-9 ଜାଟ ରେଜିମେଣ୍ଟର ଭାଇସରାୟ କମିଶନଡ଼ ଅଫିସର ବା VCO ଥିଲେ ଅବ୍ଦୁଲ ଲତିଫା  । ତାଙ୍କୁ ଜାପାନୀ କନଷ୍ଟ୍ରକ୍ସନ କ୍ୟାମ୍ପ୍ସରେ ରଖାଯାଇଥିଲା  । ଲତିଫା ଅଷ୍ଟ୍ରେଲିଆ ସେନାକୁ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । କିନ୍ତୁ ଲତିଫା କହିଥିବା କିଛି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା  । ତାଙ୍କ କଥା ଶୁଣି ରୁମ ମୂଳ ଟାଙ୍କୁରି ଉଠିଥିଲା  । ସେ କହିଥିଲେ, ପ୍ରତିଦିନ ଜଣେ ଜାପାନୀ ମେଡିକାଲ ଅଫିସର ଇଣ୍ଡିଆନ୍ କମ୍ପାଉଣ୍ଡକୁ ଆସୁଥିଲେ  । ସେଠାରେ ଥିବା ସୁସ୍ଥ ସବଳ ଲୋକକୁ ପ୍ରଥମେ ଚୟନ କରୁଥିଲେ ଏବଂ ସାଥିରେ ନେଇଯାଉଥିଲେ  । ଏବଂ ଯେଉଁ ଭାରତୀୟ ଯବାନକୁ ସାଥିରେ ନେଇଯାଉଥିଲେ, ତାଙ୍କୁ ଦ୍ୱିତୀୟ ଥର ଦେଖିବାକୁ ମିଳୁନଥିଲା  । କିମ୍ବା କିଛି ଖୋଜ ଖବର ବି ଉକ୍ତ ଯବାନ  ସମ୍ବନ୍ଧରେ ମିଳୁନଥିଲା  ।

ଅର୍ଥାତ ଜାଟ ରେଜିମେଣ୍ଟର ଏହି ଅଫିସର କହୁଥିଲେ, ଭାରତୀୟ ଯବାନଙ୍କ ହାର୍ଟ ଏବଂ କିଡନୀକୁ  କାଢି ନିଆଯିବା ପରେ ଶରୀରକୁ ଟିକି ଟିକି କରି କଟାଯାଉଥିଲା  । ଆଉ ସେହି ମାସଂକୁ ଜାପାନୀ ସୌନିକ ଖାଉଥିଲେ  । କେବଳ ଲତିଫା ନୁହଁନ୍ତି ସୁବେଦାର ଡକ୍ଟର ଗୁରୁଚରଣ ଏବଂ କ୍ୟାପଟେନ୍ ପୀରଜାଇ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ  । ବିଭଂକ କ୍ୟାମ୍ପର ୧୯ ଜଣ ଭାରତୀୟ ଯବାନଙ୍କୁ ହତ୍ୟା କରି  ଜାପାନୀ ସେନା ଖାଇଦେଇଥିବା ସେ କହିଥିଲେ  । ଭାରତୀୟ ଯବାନଙ୍କ ମାଂସକୁ କଞ୍ଚା ଖାଇବା ସହ ଶୁଖାଇକି ମଧ୍ୟ ରଖୁଥିଲେ  । କାରଣ ଉକ୍ତ ମାଂସକୁ ବିଫ୍ ଭଳି ଖାଦ୍ୟରେ ବ୍ୟବହାର କରୁଥିଲେ କ୍ରୁର ଜାପାନୀ ଆର୍ମି  ।

ଏଭଳି ନରସଂହାର ଘଟଣାକୁ ଆହୁରି ଶକ୍ତ କରିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି  hw ବୁଶ  । ୧୯୪୪ ମସିହା ସେପ୍ଟେମ୍ବର ମାସର ଘଟଣା  । US ନାଭିର କିଛି ପାଇଲଟ ଜାପାନର ଚିଚିଜିମା ଦ୍ୱୀପ ଉପରେ ଗୋଳା ବାରୁଦ ବର୍ଷଣ କରୁଥାନ୍ତି  । ଆଉ ସେହି ସମୟରେ ଜାପାନୀ ଆର୍ମିଙ୍କ ଗୁଳି ମାଡ଼ରେ କିଛି ଯବାନ ତଳକୁ ଖସି ପଡ଼ନ୍ତି  । ପ୍ଲେନରେ ଥିବା ୯ ଜଣରୁ ୮ ଜଣଙ୍କୁ ଧରନ୍ତି ଜାପାନୀ ଆର୍ମି  । ସମସ୍ତଙ୍କୁ ହତ୍ୟା କରାଗଲା  । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସାମ୍ନାକୁ ଆସିଥିଲା ଘଟଣା ପଛର ସତ୍ୟ  । ସେଦିନ ୪ ଜଣଙ୍କ ଗଳା କାଟି ହତ୍ୟା କରିଥିଲେ ଜାପାନୀ ସେନା  । ଏବଂ ବାକି ୪ ଜଣଙ୍କ ଜଂଙ୍ଘରୁ 6 ପାଉଣ୍ଡ ଅର୍ଥାତ ୨କେଜି ୭ଶହ ଗ୍ରାମ ମାଂସ କାଟି ନେଇଯେଇଥିଲେ  । ସୋୟା ସସ୍ ଏବଂ କିଛି ପରିବା ପକାଇ ରନ୍ଧା ଯାଇଥିଲା  । ଯାହାକୁ ଖାଇଥିଲେ ଜାପାନୀ ସେନା  ।

୧୯୩୩ ମସିହାରେ ଯେତେବେଳେ ଆମେରିକା ରାଷ୍ଟ୍ରପତି hw ବୁଶ ଯେତେବେଳେ ଏହି ରିପୋର୍ଟ ଦେଖିଥିଲେ, ସେତେବେଳେ ସେ ବିତାଇ ଆସିଥିବା କ୍ରୁର ଅତୀତକୁ ମନେ ପକାଇଥିଲେ  । କାରଣ ସେଦିନ ଜାପାନୀ ସେନାଙ୍କ ଗୁଳି ମାଡ଼ରୁ ୯ ଜଣଙ୍କ ଭିତରୁ ବର୍ତ୍ତିଯାଇଥିବା ଜଣଙ୍କ ହେଉଛନ୍ତି ନିଜେ ରାଷ୍ଚ୍ରପତି HW ବ୍ରୁଶ । ଏ କେବଳ ଗୋଟିଏ ଘଟଣା ନୁହେଁ, ଜାପୀନିଜ ମାନେ ଯେଉଁଠାରେ ମଧ୍ୟ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ପ୍ରୟାସ କରିଛନ୍ତି  । ସେଠାରେ ଏପରି ବିଭତ୍ସ ଘଟଣା ଘଠାଇଥିବାର ପ୍ରମାଣ ରହିଛି  । ସିଙ୍ଗାପୁରରୁ ମଣିଷ ମାସଂ ଖାଇବା ଆରମ୍ଭ କରିଥିଲେ ଜାପାନ ସେନା  ।

ଏଭଳି ଅଭିଯୋଗକୁ ଜାପାନ ସରକାର ଏବଂ ଜନତା ସର୍ବଦା ଖଣ୍ଡନ କରିଆସିଛନ୍ତି  । କିନ୍ତୁ ୧୯୯୨ରେ ଜାପାନୀ ଐତିହାସିକ ଟୋଶିୟୁକି ତାନାକା ଅଷ୍ଟ୍ରେଲିଆ ଏବଂ ଦ୍ୱିତାୟ ବିଶ୍ୱଯୁଦ୍ଧର ସମସ୍ତ ଦସ୍ତାବିଜକୁ ଏକାଠି କରିଥିଲେ  । ଜାପାନ ଟାଇମ୍ସରେ ଏସମସ୍ତ ଘଟଣାକୁ ନେଇ ତାଙ୍କର ଏକ ଲେଖା ପ୍ରକାଶ ପାଏ  । ୧୯୯୭ ରେ  ଟୋଶିୟୁକି ତାନାକା ଏକ ବହି ଲେଖନ୍ତି  । ହିଡେନ୍ ହରର, ଜାପାନୀ ୱାର କ୍ରାଇମ୍ସ ଇନ୍ ୱାର୍ଲଡ ୱାର ୨ ନାମରେ ପ୍ରକାଶ ପାଏ ଏହି ପୁସ୍ତକ  ।  ଉକ୍ତ ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି ଜାପାନୀ ସେନାର ବର୍ବର କାହାଣୀ  । ୧୮ ସେପ୍ଟେମ୍ବର ୧୯୪୪ରେ ଜାପାନୀ ସେନା ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା  । ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା, ଏମିତି କେହି ଶତ୍ରୁ ନାହିଁ, ଯାହାର ମାଂସ ଜିଅନ୍ତା ଖିଆ ହୋଇନାହିଁ  । ଅର୍ଥାତ ଯେ ଜାପାନ ସହ ଲାଗିଛି ତାକୁ ମୃତ୍ୟୁର ସଜ୍ଜା ଦିଆଯାଇଥିବା ମଧ୍ୟ ଉକ୍ତ ପୁସ୍ତକରେ ଉଲ୍ଲେଖ ରହିଛି  ।

ପାକିସ୍ତାନୀ ସେନାର କର୍ପୋରାଲ ହାତମ ଅଲ୍ଲି କୁହନ୍ତି, ନ୍ୟୁ ଗିନିରେ ପ୍ରତ୍ୟେକ ଦିନ ଯୁଦ୍ଧବନ୍ଧୀଙ୍କୁ ଜିଅନ୍ତା ମାରି ରନ୍ଧା ଯାଉଥିଲା  । ଆଉ ଜାପାନୀ ଆର୍ମି ସେହି ମାସଂ ଖାଉଥିଲେ । ସବୁ ଯବାନଙ୍କୁ ସେମାନେ ହତ୍ୟା କରୁନଥିଲେ  । ମାଂସ କରିବା ନିମନ୍ତେ ଯୁଦ୍ଧ ବନ୍ଦୀଙ୍କୁ ଚୟନ କରାଯାଉଥିଲା  । ପରେ ଉକ୍ତ ଯବାନଙ୍କ ଶରୀରର କିଛି ଅଂଶକୁ କାଟି ଗାତରେ ଫିଙ୍ଗି ଦେଉଥିଲେ, ବାକି ଅଂଶକୁ ରାନ୍ଧି ଖାଉଥିଲେ  । ସେପଟେ ଜାପାନର ଜଣେ ସେନାଧିକାରୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା  ।  ସେ କହୁଥିଲେ ଆମେ ପ୍ରତିଦିନ ଡିନରରେ ମଣିଷ ମାଂସ ଖାଉଥିଲୁ  । ମାଂସକୁ ଅନେକ ଥର କାଟି ଶୁଖା  ଯାଉଥିଲା  । ଫଳରେ ଅଧିକ ଦିନ ରହିପାରୁଥିଲା  । ମଣିଷ ମାଂସକୁ ସାଧାରଣ ମାଂସ ଭଳି ରନ୍ଧା ଯାଉଥିଲା  । ଆମ ପାଇଁ ଏହା ପ୍ରୋଟିନ ସଦୃଶ ଥିବା କହିଛନ୍ତି ଯୁଦ୍ଧ ଅପରାଧରେ ଦୋଷୀ ସାବସ୍ୟ ହୋଇଥିବା ଜାପାନୀ ଆର୍ମି ସୁଜିକ ୟୋନିଟ୍  ।

 

 

 

 

 

 

 

 

 

 

 

୩୪ ହଜାର କୋଟି ମୂଲ୍ୟର ବକିଂହାମ ପାଲେସରେ ରହୁଥିଲେ ଏଲିଜାବେଥ ଦ୍ୱିତୀୟ

ନନ୍ଦିଘୋଷ ବ୍ୟୁରୋ: ଗତ ଗୁରୁବାର ବ୍ରିଟେନର ରାଣୀ ଏଲିଜେବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘ ୭୦ ବର୍ଷ ଧରି ସେ ଶାସନ ଗାଦିରେ ରହିଥିଲେ । ଭାରତ ସମେତ ଅନେକ ଦେଶରେ ରାଜ ରାଜୁଡା ଶାସନ ସମାପ୍ତ ହୋଇଥିବା ବେଳେ ବ୍ରିଟେନରେ ରାଜକୀୟ ବ୍ୟବସ୍ଥାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଛି । ଖାସକରି ବ୍ରିଟେନର ବକିଂହାମ ପାଲେସକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ଆଜି ଆମେ ଜାଣିବା ଦିବଙ୍ଗତ ରାଣୀ ଏଲିଜାବେଥଙ୍କ ରାଜପ୍ରାସାଦ ବଙ୍କିଂହାମ ପାଲେସର ସୁନ୍ଦରତା ଏବଂ ଇତିହାସ ସମ୍ପର୍କରେ।

 ବକିଂହାମ ପାଲେସ ନାଁ ସମସ୍ତେ ଶୁଣିଥିବେ । ଜୀବନରେ କେହି ନା କେହି ଥରେ ବକିଂହାମ ପାଲେସ ବୁଲିବା ପାଇଁ ଇଚ୍ଛା କରିଥାନ୍ତି । ମହାରାଣୀ ଏଲିଜାବେଥ ଦ୍ୱିତୀୟ ଲଣ୍ଡନର ଏହି ଆଲିସାନ ରାଜପ୍ରସାଦରେ ରହୁଥିଲେ । ମହାରାଣୀଙ୍କ ପାଖରେ ୱିସେଣ୍ଡର କାଷ୍ଟେଲ, ସାଣ୍ଡ୍ରିଂହମ ହାଉସ୍ ଏବଂ ବାଲମୋରାଲ ସମେତ ଅନେକ ରେସିଡେନ୍ସ ହାଉସ୍ ମଧ୍ୟ ଥିଲା ଏଥିମଧ୍ୟରୁ ନିଜର ବିଶେଷତ୍ୱ ପାଇଁ ବକିଂହାମ ପାଲେସ ସବୁଠୁ ଲୋକପ୍ରିୟ । ବକିଂହାମ ପାଲେସ ଲଣ୍ଡନର ମଧ୍ୟରେ ଅବସ୍ଥିତ ରହିଛି ଏବଂ ଏହାର ଭବ୍ୟତାର ଚର୍ଚ୍ଚା ସାରା ବିଶ୍ୱରେ ହୋଇଥାଏ ।

ଭିତରୁ ଏହି ପାଲେସ ବହୁତ ଆଲିସାନ ଦେଖାଯାଇଥାଏ । ବକିଂହାମ ପାଲେସ ପାଖରେ ଭିକ୍ଟୋରିଆ ଟ୍ୟୁବ ଷ୍ଟେସନ, ଗ୍ରୀନ ପାର୍କ ଏବଂ ହାଇଡ କର୍ଣ୍ଣର ମଧ୍ୟ ରହିଛି  । ବ୍ରିଟେନର ୱେବସାଇଟ୍ ରୟାଲ କଲେକ୍ସନ ଟ୍ରଷ୍ଟ ମୁତାବିକ, ବକିଂହାମ ପାଲେସ ୧୮୩୭ରୁ ବ୍ରିଟେନର ଶାସକଙ୍କ ଅଧିକାରୀକ ନିବାସ ଅଟେ । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଏହି ରାଜପ୍ରାସାଦକୁ ପ୍ରତିବର୍ଷ ଖରା ଦିନେ ଟୁରିଷ୍ଟଙ୍କ ପାଇଁ ଖୋଲାଯାଇଥାଏ । ତେବେ ଏହି ରୟାଲ ଘରର ମୂଲ୍ୟ ପ୍ରାୟ ୩୪୧ ଆରବ ଟଙ୍କା । ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜପ୍ରସାଦ ବକିଂହାମ ପାଲେସରେ ୭୭୫ଟି ରୁମ୍ ରହିଛି । ଏଥିରେ ୧୯ଟି ଷ୍ଟେଟ ରୁମ୍, ୫୨ ରୟାଲ ଏବଂ ଗେଷ୍ଟ ବେଡରୁମ୍, ୧୮୮ ଷ୍ଟାଫ ବେଡରୁମ୍, ୯୨ ଅଫିସ୍ ଏବଂ ୭୮ଟି ବାଥରୁମ୍ ରହିଛି ।

ରାଜପ୍ରାସାଦ ବକିଂହାମ ପାଲେସର ଲମ୍ବ ୧୦୮ ମିଟର ଏବଂ ଗଭୀର ୧୨୦ ମିଟର । ଏହି ପାଲେସ ଦେଖିବାକୁ ଅତ୍ୟନ୍ତ ମନୋମୋହକ । ବକିଂହାମ ପାଲେସରେ ଅନେକ ରାଜକୀୟ କାର୍ଯ୍ୟକ୍ରମ ହୋଇଥାଏ ଯେଉଁଥିରେ ବିଦେଶୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କଠୁ ଆରମ୍ଭ କରି ଅନ୍ୟ ଦେଶର ଭିଆଇପି ମଧ୍ୟ ଆସିଥାନ୍ତି । ରାଜକୀୟ ଭୋଜନ, ଲଞ୍ଚ, ଡିନର, ରିସେମ୍ପସନ ଏବଂ ଗାର୍ଡେନ ପାର୍ଟିରେ ଅତିଥି ରୂପରେ ପ୍ରତି ବର୍ଷ ବକିଂହାମ ପାଲେସରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥାନ୍ତି । ଇଣ୍ଡଷ୍ଟ୍ରୀ, ଗଭର୍ଣ୍ଣମେଣ୍ଟ, ସ୍ପୋର୍ଟ, ରାଜ୍ୟଗୋଷ୍ଠୀ ଏବଂ  ଅନ୍ୟ ଲୋକଙ୍କୁ ସମ୍ମାନୀତ କରିବା ପାଇଁ ସମ୍ପୂର୍ଣ୍ଣ ବର୍ଷ ଏହି ପାଲେସରେ ସ୍ୱାଗତ ସମାରୋହ ଆୟୋଜିତ କରାଯାଇଥାଏ ।

ବକିଂହାମ ପାଲେସରେ ପ୍ରାୟତଃ ମହତ୍ୱପୂର୍ଣ୍ଣ ଜାତୀୟ ଇଭେଣ୍ଟ ଆୟୋଜିତ ହୋଇଥାଏ । ବକିଂହାମ ହାଉସ୍ ୧୭୬୨ ପର୍ଯ୍ୟନ୍ତ ଡ୍ୟୁକ ଅଫ ବକିଂହାମର ସମ୍ପତ୍ତି ଥିଲା । ଯେତବେଳେ ଜର୍ଜ ୩ ନିଜ ପତ୍ନୀ, ରାଣୀ ଚାର୍ଲୋଟ ଏବଂ ପିଲାମାନଙ୍କ ପାଇଁ ଏକ ପ୍ରାଇଭେଟ ଘର ରୂପରେ ଏହାକୁ ଅଧିଗ୍ରହଣ କରିଥିଲେ । ଏହାପରେ ବକିଂହାମ ପାଲେସକୁ ‘ଦ କ୍ୱିନ୍ସ ହାଉସ୍’ ନାଁରେ ଜଣାଯାଇଥିଲା । ହର୍ସ୍ଟପିୟରପେଣ୍ଟର ଲର୍ଡ ଗୋରିଙ୍ଗ ପ୍ରାୟ ୧୬୪୦ରେ ଏକ ଘର ନିର୍ମାଣ କରିଥିଲେ । ଧୀରେ ଧୀରେ ନିର୍ମାଣ ପରେ ସେ ବକିଂହାମ ପାଲେସର ରୂପ ନେଇଥିଲା ।

ହର୍ସ୍ଟପିୟରପଏଣ୍ଟଙ୍କ ମୃତ୍ୟୁ ପରେ ଜର୍ଜ ଦ୍ୱିତୀୟ ଏହାକୁ କିଣିଥିଲେ ଏବଂ ପିଢୀ ପରେ ପିଢୀ ଗଡିବାରେ ଲାଗିଥିଲା । ଜର୍ଜ ପଞ୍ଚମ ଆର୍କିଟେକ୍ଟ ନିଜର ଏହି ନିବାଶକୁ ମରାମତି କରାଇବା ପରେ ୧୮୨୫ରେ ଏହାକୁ ବକିଂହମ ପାଲେସର ନାଁ ମିଳିଥିଲା । ସାର ଜନ ସୋନେ ବକିଂହାମ ହାଉସକୁ ପୁଣିଥରେ ପ୍ରସ୍ତୁତ କରିବାର ଯୋଜନା କରିଥିଲା ଏବଂ ଏହି ଘରେ ଆହୁରି କାର୍ଯ୍ୟ କରାଯାଇଥିଲା । ଏହାପରେ ରାଣୀ ଭିକ୍ଟୋରିଆଙ୍କ ଶାସନକାଳରେ ପଶ୍ଚିମୀ ଭାଗ ନିର୍ମାଣ କରାଯାଇଥିଲା । ମହାରାଣୀ ଭିକ୍ଟୋରିଆ ବାସ୍ତବରେ ରାଣୀ ରୂପରେ ସେଠାରେ ରହିଥିବା ପ୍ରଥମ ସାମ୍ରଜ୍ଞୀ ଥିଲେ ।

ମହାରାଣୀ ଭିକ୍ଟୋରିଆ ଜୁଲାଇ ୧୮୩୭ରେ ପ୍ରଥମ ଥର ବକିଂହାମ ପାଲେସରେ ରହିବାକୁ ଆସିଥିଲେ । ୧୮୪୦ରେ ପ୍ରିନ୍ସ ଆଲବର୍ଟଙ୍କ ସହ ରାଣୀ ଭିକ୍ଟୋରିଆଙ୍କ ବିବାହ ହେବା ପରେ ଏହି ପାଲେସରେ କିଛି ଅପୂର୍ଣ୍ଣତା ଦେଖାଯାଇଥିଲା । ଏହାପରେ ଅପୂର୍ଣ୍ଣତାକୁ ପୂରା କରାଯିବା ପରେ ୧୮୪୭ରେ ଏହି ମହଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିଲା । ତେବେ ଏହି ରାଜପ୍ରାସାଦ ବୁଲିବା ପାଇଁ ୨ ଘଣ୍ଟା ୩୦ ମିନିଟ ସମୟ ଲାଗିଥାଏ ।

ଯିଏ ବି ଦେଖିବା ପାଇଁ ଯିବେ ୧୯ ଡେକୋରେଟେଡ ଷ୍ଟେଟ ରୁମ, ଥ୍ରୋନ ରୁମ୍, ଗ୍ରାଣ୍ଡ ଷ୍ଟେୟାରକେସ୍, ଫାଇନଆର୍ଚ ପେଣ୍ଟିଂସ ରୁମ ଆଦି ସ୍ଥାନରେ ବୁଲିପାରିବେ । ଜୁଲାଇରୁ ଅକ୍ଟୋବର ମଧ୍ୟରେ ଏହି ପାଲେସ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଥାଏ । ବକିଂହାମ ପାଲେସ ଷ୍ଟେଟ ରୁମ ଭିଜିଟ ପାଇଁ ୧୮ରୁ ୨୪ ବର୍ଷ ବ୍ୟକ୍ତିଙ୍କ ପାଇଁ ୧୮୦୩ ଟଙ୍କା ଏବଂ ୨୪ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ୨୭୭୪ ଟଙ୍କାର ଟିକେଟ ମୂଲ୍ୟ ନିର୍ଦ୍ଧାରଣ ରହିଛି । ସେହିପରି ୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଟିକେଟ ଫ୍ରି ବ୍ୟବସ୍ଥା ରହିଛି ।

ଯିଶୁ ହିଁ ପ୍ରକୃତ ଇଶ୍ୱର,ରାହୁଲଙ୍କୁ ଏମିତି ବୁଝାଇ ଥିବା ପାଦ୍ରୀ ଜେଲ୍ ଫେରନ୍ତା

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାର ପୁରୋଧାଙ୍କ ସହ ଭାରତ ତୋଡୋ ଆଇକନ୍‌  । କିଛି ଏଭଳି ଢଙ୍ଗରେ ଟ୍ବିଟ କରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା । ପାଦ୍ରୀ ଜଜ ପୋନ୍ନାୟାଙ୍କ ସହ ସାକ୍ଷାତ ପରେ ବିବାଦରେ ରାହୁଲ ଗାନ୍ଧୀ । ରାହୁଲଙ୍କ ସାକ୍ଷାତକାରର ଏକ ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି ବିଜେପି ନେତା ଶେହଜାଦ ପୁନାୱାଲା  । ଯେଉଁଥିରେ ପାଦ୍ରୀ କହୁଛନ୍ତି ଯୀଶୁ ହିଁ ଏକମାତ୍ର ଇଶ୍ବର । ଶକ୍ତି ଭଳି ଯୀଶୁଙ୍କ କୌଣସି ଅବତାର ନାହିଁ  । ସେ ମନୁଷ୍ୟ.. ସେ ହିଁ ଭଗବାନ ବୋଲି ରାହୁଲଙ୍କୁ ବୁଝାଉଛନ୍ତି ପାଦ୍ରୀ  ।

 

ଭିଡିଓ ଭାଇରାଲ ପରେ ଦଙ୍ଗା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପାଦ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇ ତାଙ୍କୁ ଗିରଫ କରାଯାଇଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଭାରତ ଯୋଡୋ  ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରା ସମୟରେ ହିଁ ଏକ ଭିଡିଓ ଟ୍ବିଟ କରିଥିଲେ ବିଜେପି ପ୍ରବକ୍ତା । ସେ କହିଛନ୍ତି ଏକଦା ଖାଲି ପାଦରେ ଯାତ୍ରା କରୁଥିବା ଲୋକଙ୍କୁ ତାତ୍ସଲ୍ୟ କରିଥିଲେ ପାଦ୍ରୀ  । ଭାରତ ମାତାକୁ ଅପରିଷ୍କାର ଓ ସଂକ୍ରମଣର ସ୍ରୋତ ବି କହିଥିଲେ । ଏଣୁ ଇସାଇ ଧର୍ମୀ ଜୋତା ପିନ୍ଧିଥାନ୍ତି ବୋଲି ତାତ୍ସଲ୍ୟ କରିବାକୁ ଭୁଲି ନଥିଲେ ପାଦ୍ରୀ  । ହେଲେ ସେଭଳି ଜଣେ ବ୍ୟକ୍ତିତ୍ବଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧୀ  ।

 

ଏପରି ବିବାଦୀୟ ମନ୍ତବ୍ୟ ପରେ ମାଦ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ପାଦ୍ରୀ  । ଯାହାକୁ କଡା ଭର୍ତ୍ସନା କରିଥିଲେ ହାଇକୋର୍ଟ  । ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଅନ୍ୟ ଧର୍ମ ବା ଧାର୍ମିକ ମାନ୍ୟତାକୁ କେହି ଅପମାନ କରିପାରିବେ ନାହିଁ  । ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ବିଲକୁଲ୍‌ ବି ଆଘାତ ପହଞ୍ଚାଇବା ଉଚିତ ନୁହେଁ  । ପାଦ୍ରୀଙ୍କ ଭାଷଣ ଶୁଣିବା ପରେ ଯେ କେହି ବି ବୁଝିପାରିବେ ଯେ ସେ ଜାଣିଶୁଣି ହିନ୍ଦୁ ଧର୍ମକୁ ଟାର୍ଗେଟ କରୁଛନ୍ତି  । ସ୍ପଷ୍ଟ ଭାବେ କହିବାକୁ ଗଲେ ପାଦ୍ରୀ ହିନ୍ଦୁ ସମୁଦାୟ ବିରୋଧରେ ମୁସଲିମ ସମ୍ପ୍ରଦାୟକୁ ଉସୁକାଇବାକୁ ପ୍ରୟାସ କରୁଛନ୍ତି  । ଧର୍ମ ଆଧାରରେ ଏଭଳି ପାର୍ଥକ୍ୟ କରାଯାଉଥିବା କହିଛନ୍ତି ମାନ୍ୟବର କୋର୍ଟ  ।

 

ଗତବର୍ଷ ମାତା ଧରିତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ କରି ଗିରଫ ହୋଇଥିଲେ ପାଦ୍ରୀ  ।