ବିଶ୍ବକପ୍ ହକି ପୂର୍ବରୁ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ, ଏନଫୋର୍ସମେଣ୍ଟ ଉପରେ ଦିଆଯାଉଛି ପ୍ରାଥମିକତା

ଭୁବନେଶ୍ୱର: ବିଶ୍ୱକପ୍ ହକି ପୂର୍ବରୁ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍ । ଟିମରେ ସାମିଲ ଅଛନ୍ତି ବିଡିଏ, ବିଏମସି, ସ୍ମାର୍ଟସିଟି ଓ କମିଶନରେଟ ପୋଲିସ । ଏନଫୋର୍ସମେଣ୍ଟ ଉପରେ ଦିଆଯାଉଛି ପ୍ରାଥମିକତା । ଜାରି ରହିଛି ରାସ୍ତାର ଉଭୟ ପାର୍ଶ୍ବର ଉଚ୍ଛେଦ ଅଭିଯାନ । ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଯାଇ ପୁଣି ଗଠିତ ହୋଇଛି ୧୭ଟି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ବାଡ୍ । ବିଡିଏ ଅଧିନରେ ୪ଟି ସ୍ମାର୍ଟସିଟିର ଗୋଟିଏ ଓ ବିଏମସି ଅଧିନରେ ରହିଛି ୧୨ଟି ସ୍କ୍ବାଡ୍ ।

ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ ସହିତ ରାସ୍ତାକଡରୁ ଭିକାରୀଙ୍କୁ ମଧ୍ୟ ହଟାଇ ଆଶ୍ରୟସ୍ଥଳୀରେ ଥଇଥାନ କରିବ ସ୍କ୍ବାଡ୍ । ସମସ୍ତ ଟିମରେ ସାମିଲ ହେବେ କମିଶନରେଟ ପୋଲିସ କର୍ମଚାରୀ । ରାସ୍ତାକଡରୁ ଜବରଦଖଲ ଉଚ୍ଛେଦ ପରେ ତୁରନ୍ତ ସମ୍ପୃକ୍ତ ସ୍ଥାନକୁ କରାଯିବ ବିକଶିତ । ସହରକୁ ସୌନ୍ଦର୍ଯ୍ୟକରଣ କରି ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରହିଛି ଲକ୍ଷ୍ୟ । ତେବେ ଏହା ବ୍ୟତିତ ସେଣ୍ଟ୍ରାଲ ମନିଟରିଂ କମିଟି ବା ସିଏମସି ପକ୍ଷରୁ ଜାରି ରହିଥିବା ନିୟମିତ ଉଚ୍ଛେଦ ଅଭିଯାନ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ବିଡିଏ ଅତିରିକ୍ତ କମିଶନର ।