ଭାରତ-ଚୀନ ସମ୍ପର୍କରେ ମୁଣ୍ଡ ନପୂରାଇବାକୁ ଆମେରିକାକୁ ଚୀନର ଚେତାବନୀ

1 min read

ନୂଆଦିଲ୍ଲୀ: ଭାରତ-ଚୀନ ସମ୍ପର୍କରେ ମୁଣ୍ଡ ନପୂରାଇବାକୁ ଆମେରିକାକୁ ଚୀନର ଚେତାବନୀ । ପେଣ୍ଟାଗନ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନା ଓ ଭାରତ ସମ୍ପର୍କରେ ହସ୍ତକ୍ଷେପ ନକରିବାକୁ ଆମେରିକୀୟ ଅଧିକାରୀଙ୍କୁ ଚେତାବନୀ ଦେଇଛି ଚୀନ୍ । ସୀମାରେ ସ୍ଥିରତା କାଏମ ରଖିବା ସହ ଭାରତ ସହ ଦ୍ୱିପାକ୍ଷକ ସମ୍ପର୍କ ସୁଦୃଢ଼ କରିବାକୁ ଚୀନ ଯୋଜନା କରୁଛି । ଆମେରିକା ସହ ଭାରତର ସମ୍ପର୍କ ଦୃଢ଼ ହେଉଥିବାରୁ ସୀମା ବିବାଦ ତୁଟାଇ ଭାରତ ସହ ସମ୍ପର୍କ ବଢ଼ାଇବାକୁ ଚୀନ୍ ଯୋଜନା କରୁଛି ବୋଲି ପେଣ୍ଟାଗନ କହିଛି ।

LAC ନିକଟରେ ଚୀନ ବ୍ୟାପକ ସୈନ୍ୟ ମୁତୟନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ନେଇ ପେଣ୍ଟାଗନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ତମାମ ଆଲୋଚନା ସତ୍ତ୍ୱେ କିଛି ନିଷ୍କର୍ସ ବାହାରିପାରିନି । ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି । ମାତ୍ର ସର୍ତ୍ତରେ କେହି ରାଜି ହେଉ ନଥିବାରୁ ସୀମା ବିବାଦ ଥମିବାର ନାଁ ଧରୁନି ବୋଲି ପେଣ୍ଟାଗନ କହିଛି । ୨୦୨୦ ରେ ଗଲଓ୍ୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ାଇଥିଲା ।