ପୁଣି ଦିଲ୍ଲୀରେ ନିୟନ୍ତ୍ରଣ ବାହାରକୁ ଗଲା ପ୍ରଦୂଷଣ, ଅତି ଖରାପ ସ୍ତରରେ ସ୍ଥିତି

1 min read

ନୂଆଦିଲ୍ଲୀ: ଆଜି ପୁଣି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ତାପମାତ୍ରା କମିବା ମାତ୍ରେ ରାଜଧାନୀରେ ବାୟୂର ଗୁଣାବତ୍ତା ବିଗୁଡୁଛି । ଆଜି ଦିଲ୍ଲୀ-ଏନସିଆର ପଦୂଷଣସ୍ତର ଅତି ଖରାପ ସ୍ତରରେ ପହଞ୍ଚିଛି । ଅଧିକାଂଶ ସ୍ଥାନରେ AQI ୪୦୦ ପାର୍ କରିଛି । କେନ୍ଦ୍ରୀୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ବା ସିପିସିବି ମୁତାବକ ଅଧିକାଂଶ ସ୍ଥାନରେ ବାୟୁର ଗୁଣାବତ୍ତା ପାଖାପାଖି ୪ଶହ ଛୁଇଁଛି ।

ଆଗାମୀ ଦିନରେ ରାଜଧାନୀରେ କୁହୁଡି ମଧ୍ୟ ବଢ଼ିପାରେ ବୋଲି ଆଲର୍ଟ କରିଛି ସିପିସିବି । ଆଜି ଦିଲ୍ଲୀର ତାପମାତ୍ରା ସର୍ବାଧିକ ୨୭ ଡିଗ୍ରୀ ଓ ସର୍ବନିମ୍ନ ୭ ଡିଗ୍ରୀ ରହିବ । ଏହାସହ ଦିନ ତମାମ ଦିଲ୍ଲୀରେ ପାଗ କୋହଲା ମଧ୍ୟ ରହିବ । ତେବେ ଆଗାମୀ ଦିନରେ ମଧ୍ୟ ପ୍ରଦୂଷଣ ମାତ୍ରା ବଢ଼ିବା ଆଶଙ୍କା ରହିଛି ।