ସଚେତନ ହେଲେ ସଚେତନ କରି ପ୍ରଶଂସା ସାଉଣ୍ଟିଲେ ରାଜେଶ

1 min read

ଭୁବନେଶ୍ବର: ଦେଢ ଘଣ୍ଟା ପାଇଁ ଟଙ୍କା ଉଠେଇବା ବନ୍ଦ । ଗତକାଲି ସନ୍ଧ୍ୟା ୭ଟା ବେଳେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ATM ଭିତରେ ଜଣେ ଗରାଖ ଟଙ୍କା ଉଠାଉଥିଲେ । ଆଉ ଜଣେ ଗରାଖ ରାଜେଶ୍ ହାଁସଦା ATM ବାହାରେ ଅପେକ୍ଷା କରିଥିଲେ । ସେତିକି ବେଳେ ରାଜେଶଙ୍କ ଆଖି ସାମ୍ନାରେ ଏକ ନାଗ ସାପ ସେଇ ATM ଭିତରକୁ ପଶିଥିଲା ।

ରାଜେଶ୍ ପାଟି କରି ଭିତରେ ଟଙ୍କା ଉଠାଉଥିବା ଗ୍ରାହକଙ୍କୁ ସଚେତନ କରିଥିଲେ । ଏହା ପରେ ସାପଟି ATM ମେସିନ ପଛପଟକୁ ଚାଲି ଯାଇଥିଲା । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଖବର ପାଇବା ପରେ ସଦସ୍ୟ ଆଶିଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ସତର୍କତାର ସହିତ ATM ପଛପଟୁ 4 ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ ।

ସାପଟିକୁ ସହର ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଆମେ ଆଗରୁ ମଧ୍ୟ ATM ଭିତରୁ ସାପ ଉଦ୍ଧାର କରିଛୁ । ଏଠି ରାଜେଶ୍ ହାଁସଦା ଙ୍କ ଉଦ୍ୟମ ପ୍ରଶଂସନୀୟ । ସେ ATM ବାହାରେ ରହି ଘଣ୍ଟାଏ କାଳ ଗରାଖ ମାନଙ୍କୁ ସଚେତନ କରାଇଥିଲେ । ଯାହା ଫଳରେ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା”।