spot_img
Home Blog Page 3849

ଆଶା ପାରେଖଙ୍କୁ ମିଳିବ ଦାଦାସାହେବ୍ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ୮୦ ବର୍ଷରେ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ସେଭେଣ୍ଟିଜ୍ ନାୟିକା । ଚଳଚ୍ଚିତ୍ର ଜଗତରେ ଅତୁଳନୀୟ ଅବଦାନ ପାଇଁ ଆଶା ପାରେଖଙ୍କୁ ମିଳିବ ଦାଦାସାହେବ୍ ଫାଲକେ ପୁରସ୍କାର । ବଲିଉଡର ପୁରୁଖା ଓ ଲୋକପ୍ରୀୟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦିଆଯିବ ଏହି ସମ୍ମାନୀୟ ପୁରସ୍କାର । ୩୦ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ସରକାର ତାଙ୍କୁ ସମ୍ମାନିତ କରିବେ । ୨୦୨୨ ପାଇଁ ଦେଶର ସର୍ବୋଚ୍ଚ ଫିଲ୍ମ ପୁରସ୍କାରରେ ସମ୍ମାନିତ ହେବେ ଏହି କାଣ୍ଟା ଲଗା ଫେମ୍ ପାରେଖ୍ ।

୧୯୭୧ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୯୯୨ରେ ସମ୍ମାନନୀୟ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ଆଶା । ସେହିପରି ୨୦୦୨ରେ ତାଙ୍କୁ ମିଳିଥିଲା ଫିଲ୍ମଫେୟାର ଲାଇପ୍ଟାଇମ ଆଚିଭମେଣ୍ଟ ସମ୍ମାନ । ୨ ଅକ୍ଟୋବର ୧୯୪୨ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ଆଶା ପାରେଖ । ସିକ୍ସଟିଜ୍ ଓ ସେଭେଣ୍ଟିଜରେ ଆଶା ପାରେଖଙ୍କ ଜଲୱା ଦେଖିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ୧୦ ବର୍ଷ ବୟସରେ ୧୯୫୨ରେ ମାଆ ଫିଲ୍ମରୁ ଶିଶୁ କଳାକାର ଭାବେ ଫିଲ୍ମ ଦୁନିଆକୁ ଏଣ୍ଟ୍ରି କରିଥିଲେ ପାରେଖ । ତାପରେ ଗୋଟେ ପରେ ଗୋଟେ ହିଟ୍ ମୁଭି, ମୁଭିରେ ତାଙ୍କର ଦମଦାର ଅଭିନୟ ଏବଂ ଡାନ୍ସର ତଡ଼କା ଫିଲ୍ମ ଲଭରଙ୍କୁ ବେଶ ପସନ୍ଦ ଆସିଥିଲା ।

କଟକରେ ନକଲି ପରେ ସାମ୍ନାକୁ ଆସିଲା ଏକ୍ସପାଏରୀ ମେଡିସିନ୍, ମାସେ ତଳୁ ସରିଥିଲା ଔଷଧର ବ୍ୟବହାର ତାରିଖ

କଟକ: କଟକରେ ନକଲି ମେଡିସିନ ପରେ ଏକ୍ସପାଏରୀ ମେଡିସିନ । ଏସସିବି ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋରରେ ଏକ୍ସପାଏରୀ ମେଡିସିନ୍ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ କରିଛନ୍ତି ନୟାଗଡ଼ର ପବିତ୍ର ପଣ୍ଡା । ତାଙ୍କ ଭଉଣୀ ୨ ମାସ ହେଲା ଏସସିବିରେ ଚିକିତ୍ସାଧୀନ ଅଛନ୍ତି ।

ଆଜି ଡାକ୍ତରଙ୍କ ପରାମର୍ଶ ମୁତାବକ ସେ କଲ୍ୟାଣୀ ମେଡିସିନ ଷ୍ଟୋରରୁ ବିପି ମେଡିସିନ୍ କିଣିଥିଲେ । ମେଡିସିନର ବ୍ୟବହାର ତାରିଖ ଚାଲିଯାଇଥିଲା ବୋଲି ପରେ ଜଣାପଡିଥିଲା । ଏନେଇ ଷ୍ଟୋରରେ ଜଣାଇବା ପରେ ମେଡିସିନ୍ ନେଇ ଟଙ୍କା ଫେରାଇଥିଲା ଷ୍ଟୋର । ଏସସିବି ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯିବ, ଡ୍ରଗ୍ ବିଭାଗକୁ ମଧ୍ୟ ଚିଠି ଲେଖାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ।

ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସଂପର୍କ ପଦଯାତ୍ରା, ସହରାଞ୍ଚଳରୁ ପଞ୍ଚାୟତସ୍ତରରେ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜୁ ଜନତା ଦଳ ଲୋକଙ୍କ ବଳ । ଗାନ୍ଧୀ ଜୟନ୍ତୀରୁ ଜନସଂପର୍କ ପଦଯାତ୍ରା କରିବ ବିଜେଡି । ଅକ୍ଟୋବର ୨ରୁ ମାସେ ଧରି ଜିଲ୍ଲାରୁ ଓ୍ୱାର୍ଡସ୍ତରରେ ହେବ ପଦଯାତ୍ରା । ଗାନ୍ଧୀ ଜୟନ୍ତୀ ସହିତ ଶାସ୍ତ୍ରୀ ଜୟନ୍ତୀ, ଉତ୍କଳମଣୀ ଗୋପବନ୍ଧୁଙ୍କ ଜୟନ୍ତୀ ଓ ଜୟ ପ୍ରକାଶ ଜୟନ୍ତୀ ପାଳନ କରିବ ଦଳ । ସହରାଞ୍ଚଳ ସମେତ ପଞ୍ଚାୟତ ସ୍ତରରେ ଜନ ସମ୍ପର୍କ ପଦଯାତ୍ରା ହେବ । ପ୍ରତି ଓ୍ୱାର୍ଡ, ପଞ୍ଚାୟତ, ନଗର ଓ ନିର୍ବାଚନମଣ୍ଡଳୀରେ ପଦଯାତ୍ରା ଆୟୋଜନ କରାଯିବ । ଓ୍ୱାର୍ଡରେ କ୍ଷେତ୍ରସ୍ତରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନ ମଣ୍ଡଳୀରେ ବିଧାୟକ ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ସଭାପତି ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରିବେ । ପଦଯାତ୍ରା ସହ ୨୯ରେ ଯୁବ ଛାତ୍ର ବିଜେଡି କଲେଜ କ୍ୟାମ୍ପସ ମିଟିଂ ଓ ୩୦ରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ପୌର ସଦସ୍ୟ ସମ୍ମିଳନୀ ହେବ ।

ରାଜସ୍ଥାନ ରାଜନୀତିରେ ନୂଆମୋଡ଼, AICC ସଭାପତି ରେସରୁ ଅଶୋକ ଗେହଲଟ ପଛକୁ ହଟିଥିବା ଚର୍ଚ୍ଚା

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । CM ପଦକୁ ନେଇ ଛକାପଞ୍ଝା ପରେ AICC ଅଧ୍ୟକ୍ଷ ପଦ ରେସରୁ ଓହରି ଯାଇଛନ୍ତି ଗେହଲଟ । ମୁଖ୍ୟମନ୍ତ୍ରୀ ପଦକୁ ନେଇ କନ୍ଦଳ ତେଜୁଥିବାରୁ ଗେହଲଟ AICC ରେସରୁ ଓହରି ଯାଇଥିବା ସୂଚନା ମିଳିଛି । ରାଜସ୍ଥାନ ସିଏମ ପଦକୁ ନେଇ ଛକାପଞ୍ଝା ଭିତରେ ୮୦ରୁ ଅଧିକ ବିଧାୟକ ଇସ୍ତଫା ଦେବାକୁ ଧମକ ଦେବା ପରେ ଗେହଲଟ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପ୍ଟେମ୍ବର ୩୦ରେ ଅଧ୍ୟକ୍ଷ ପଦ ପାଇଁ ନୋମିନେସନ ସରୁଥିବାରୁ ସେ ପର୍ଯ୍ୟନ୍ତ ରାଜସ୍ଥାନରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକମାଣ୍ଡ ।

ସେପଟେ ରାଜସ୍ଥାନ କନ୍ଦଳ ଦୂର ପାଇଁ ପଠାଯାଇଥିବା ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖାଡଗେଙ୍କୁ ରିପୋର୍ଟ ମାଗିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବାରୁ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପାଇବା ପରେ ଗେହଲଟ ଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିଥିଲେ । ଅନ୍ୟପଟେ ଗେହଲଟଙ୍କୁ ହଟାଇ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେହ ବସାଇବାକୁ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଅଜୟ ମାକେନ୍ ଷଡଯନ୍ତ୍ର ରରିଥିବା ଅଭିଯୋଗ କରିଛନ୍ତି ଗେହଲଟଙ୍କ ଗୋଷ୍ଠୀର ବିଧାୟକ ଶାନ୍ତିକୁମାର ଧରିଓ୍ବାଲ । ଏହାସହ ପାଇଲଟଙ୍କ ନାଁ ନନେଇ ତାଙ୍କୁ ଗଦ୍ଦାର ବୋଲି କହିଛନ୍ତି ଧରିଓ୍ୱାଲ ।

ପିଏଫଆଇ ଉପରେ ଚଢ଼ାଉର ଦ୍ବିତୀୟ ପର୍ଯ୍ୟାୟ, ୮ ରାଜ୍ୟରେ NIA ସହ ଅନ୍ୟ ତଦନ୍ତକାରୀ ଟିମର ରେଡ୍

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା PFI ଉପରେ ରେଡ୍‌ ପାର୍ଟ-୨ । ଟେରର ଲିଙ୍କରେ ବଡ଼ ଅଭିଯାନ । ଆତଙ୍କୀ ଷଡ଼ଯନ୍ତ୍ର ଉପରେ ATS, STF ଓ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଅପରେସନ । ଏନଆଇଏ ରିପୋର୍ଟ ଆଧାରରେ ୮ ରାଜ୍ୟରେ ପିଏଫଆଇ କାର୍ଯ୍ୟାଳୟ ଓ କର୍ମକର୍ତ୍ତାଙ୍କ ଘରେ ରେଡ୍ କରିଛି ସୁରକ୍ଷା ଏଜେନ୍ସି । ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମେଙ୍ଗାଲୁରୁ, ଆସାମ ଆଦି ରାଜ୍ୟରେ ରେଡ୍ ଜାରି ରହିଛି । ଶହେରୁ ଊର୍ଦ୍ଧ୍ବ ପିଏଫଆଇ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଛି ।

ଯୁବପିଢ଼ିଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର ପ୍ରଶିକ୍ଷଣ ଦେବା, ଟେରର ଫଣ୍ଡିଂ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ PFI ଷଡ଼ଯନ୍ତ୍ର କରୁଥିବା ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେପଟେ କର୍ଣ୍ଣାଟକରେ ରେଡକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥଇବା ବେଳେ ପ୍ରାୟ ୭୫ ଜଣ PFI ଓ SDPI ଓ୍ୱାର୍କର୍ସଙ୍କୁ ଗିରଫ କରିଛି ପୋଲିସ । ଏହାସହ ରେଡ୍ ବେଳେ ବିଭିନ୍ନ ପିଏଫଆଇ କାର୍ଯ୍ୟାଳୟରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଜଗପତ୍ର ସୁରକ୍ଷା ଏଜେନ୍ସି ହାତରେ ଲାଗିଥିବା ଜଣାପଡ଼ିଛି ।

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ସକାଳ ସାଢ଼େ ୧୦ଟାରେ ବସିବ ଏହି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ, ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ଶ୍ରୀମନ୍ଦିର କର୍ମଚାରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ଏହି ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟରେ ମୋହର ବାଜିବା ସହ ମହାପ୍ରଭୁଙ୍କ ଜମି ଜମା ପ୍ରସଙ୍ଗ, ସେବାୟତଙ୍କ ବାସଗୃହ ଯୋଜନା ଓ ଆଦର୍ଶ ଗୁରୁକୁଳ ସମେତ ପୂର୍ବ ପରିଚାଳନା କମିଟି ବୈଠକର ବିବରଣୀ ଅନୁପାଳନ କରାଯିବ । ଏଥିସହ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲୋଚନା କରାଯିବ ।

ବିମାନ ସାଜୁଛି କି ଉଡ଼ନ୍ତା କଫିନ, ଭାରତର ୬୬ ପ୍ରତିଶତ ପାଇଲଟ୍ ଦିବାନିଦ୍ରା ସମସ୍ୟାର ଶିକାର

ନୂଆଦିଲ୍ଲୀ: ବିମାନ ସାଜୁଛି କି ଉଡ଼ନ୍ତା କଫିନ । ଆପଣ ମଝି ଆକାଶରେ ଉଡ଼ୁଥିବେ ଆଉ ପାଇଲଟ ଘୁମାଇ ପଡ଼ିଥିବେ । ଚିନ୍ତା କରନ୍ତୁ ଏହି ଭୟଙ୍କର ସ୍ଥିତି ସମ୍ପର୍କରେ । ଏକ ରିପୋର୍ଟକୁ ଆଧାର କରି ଆସିଛି ଏହି ଚାଞ୍ଚଲ୍ୟକର ତଥ୍ୟ । ଭାରତର ୬୬ ପ୍ରତିଶତ ପାଇଲଟ୍ ବିମାନ ଉଡ଼ାଣବେଳେ ଢୁଳେଇ ପଡିଥାନ୍ତି । ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି- ଭାରତୀୟ ବିମାନ କମ୍ପାନୀରେ କାର୍ଯ୍ୟ କରୁଥିବା ଅଧିକାଂଶ ପାଇଲଟ୍ ଦିବା ନିଦ୍ରା ସମସ୍ୟାରେ ପୀଡ଼ିତ । କିଛି ରିଜିଓନାଲ ଓ ଡୋମେଷ୍ଟିକ ଏୟାରଲାନ୍ସ ପାଇଲଟଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ୫୪୨ ଭାରତୀୟ ପାଇଲଟଙ୍କ ନେଇ କରାଯାଇଥିବା ଏହି ସର୍ଭେରେ ୩୫୮ ଜଣ ଏହାକୁ ସ୍ୱୀକାର କରିଛନ୍ତି । ରିପୋର୍ଟ ଅନୁସାରେ ୫୪ ପ୍ରତିଶତ ପାଇଲଟ୍ ଦିନରାତି ଅତ୍ୟଧିକ ନିଦ୍ରାରେ ପୀଡିତ ଥିବାବେଳେ ୪୧ ପ୍ରତିଶତ ମଧ୍ୟମ ନିଦ୍ରା ସମସ୍ୟାର ବଶବର୍ତ୍ତୀ ।

ପାଇଲଟମାନେ ସେମାନଙ୍କ ଚାକିରୀ ସହିତ ଆସୁଥିବା ଚାପକୁ ଠିକ୍ ଭାବେ ମୁକାବିଲା କରୁନଥିବାରୁ ଥକ୍କାପଣ ଅନୁଭବ କରନ୍ତି । ପୂର୍ବରୁ ପାଇଲଟମାନଙ୍କୁ ସପ୍ତାହରେ ୩୦ ଘଣ୍ଟା ଉଡ଼ାଣ କରିବାକୁ ପଡ଼ୁଥିଲା । ବର୍ତ୍ତମାନ ସେମାନଙ୍କୁ ପ୍ରତି ସପ୍ତାହରେ ବ୍ୟାକଟୁ ବ୍ୟାକ୍ ଉଡ଼ିବାକୁ ପଡୁଛି । ଏହାଦ୍ୱାରା ସେମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି ହେଉଥିବା କୁହାଯାଉଛି । ଭାରତରେ ଦକ୍ଷ ପାଇଲଟଙ୍କ ଅଭାବ ରହିଛି । ସାଧାରଣତଃ ବିମାନ ସେବା ଗୁଡ଼ିକ ବାର୍ଷିକ ୧୫ ଶହ ନୂଆ ପାଇଲଟ ଆବଶ୍ୟକ କରୁଥିବାବେଳେ ସେମାନଙ୍କ ମଧ୍ୟର ୨ ଶହରୁ ୩ ଶହ ଉପଯୁକ୍ତ ତାଲିମ ନେଇଥାନ୍ତି । ୧୯୫୯ରୁ ୨୦୧୬ ମଧ୍ୟର ସାରା ବିଶ୍ୱରେ ୪୮ ପ୍ରତିଶତ ସାଂଘାତିକ ଦୁର୍ଘଟଣା ଫାଇନାଲ ଆପ୍ରୋଚ୍ ଓ ଲାଣ୍ଡିଂ ସମୟରେ ଘଟିଥିବା ଜଣାପଡିଛି । ୨୦୧୧ରୁ ୨୦୧୫ ମଧ୍ୟରେ ୬୫ ପ୍ରତିଶତ ଦୁର୍ଘଟଣା ଏହି କାରଣରୁ ଘଟିଥିବାବେଳେ ୩୧ ପ୍ରତିଶତ ରନଓ୍ୱେର ତ୍ରୁଟି ଯୋଗୁଁ ଘଟିଥିବା ଜଣାପଡିଛି ।

ଋଷ ପ୍ରୟୋଗ କରିପାରେ ଆଣବିକ ଅସ୍ତ୍ର, ଆଶଙ୍କା ବ୍ୟକ୍ତ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

କିଭ୍: ୟୁକ୍ରେନ ବିରୋଧରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରୟୋଗ କରିପାରନ୍ତି ଆଣବିକ ଅସ୍ତ୍ର । ନିଜ ଦେଶକୁ ରକ୍ଷା କରିବା ଲାଗି ପୁଟିନ ଶେଷରେ ଏହି ବିକଳ୍ପ ନେଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଦିନକୁ ଦିନ ଋଷ କବଳରୁ ୟୁକ୍ରେନ ମୁକୁଳିବାରେ ଲାଗିଥିବାବେଳେ ପୁଟିନ ଶକ୍ତିହୀନ ହେବାରେ ଲାଗିଛନ୍ତି । ତେଣୁ ପୁଟିନ ନ୍ୟୁକ୍ଲିୟର ବ୍ଲାକମେଲ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ଜେଲେନସ୍କି ।

ସେପଟେ ଅଧିକ ସୈନ୍ୟ ସଂଗ୍ରହ ଲାଗି ପୁଟିନଙ୍କ ଅଭିଯାନକୁ ଋଷରେ ତୀବ୍ର ବିରୋଧ କରାଯାଇଛି । ଆନ୍ଦୋଳନ ତୀବ୍ର ହେଉଥିବାରୁ ଅନେକ ସ୍ଥାନରେ ପୋଲିସକୁ ଗୁଳି କରିବାକୁ ପଛାଇନାହିଁ । ଅନେକ ସହରରେ ପୋଲିସ ସହ ଲୋକଙ୍କ ସହ ସଂଘର୍ଷ ମଧ୍ୟ ଘଟିଛି । ତେଣେ ଆମେରିକାର ପୂର୍ବତନ ଗୁଇନ୍ଦା ଅଧିକାରୀ ଏଡଓ୍ୱାର୍ଡ ସ୍ନୋଡେନଙ୍କୁ ନାଗରିକତ୍ୱ ପ୍ରଦାନ କରିଛନ୍ତି ପୁଟିନ । ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସିରେ କାର୍ଯ୍ୟ କରିଥିବା ୪୯ ବର୍ଷ ବୟସ୍କ ଏଡଓ୍ୱାର୍ଡ ୨୦୧୩ରେ ଆମେରିକାର ଅନେକ ସିକ୍ରେଟ ଫାଇଲ ଲିକ୍ କରି ଚର୍ଚ୍ଚାରେ ଆସିଥିଲେ । ଆମେରିକା ହାତରେ ଅର୍ପଣ ଲାଗି ଋଷ ନିକଟରେ ଦାବି କରିଆସୁଥିଲା ମାର୍କିନ ପ୍ରଶାସନ । ୨୦୨୦ରେ ଏଡଓ୍ୱାର୍ଡଙ୍କୁ ସ୍ଥାୟୀ ଭାବେ ରହିବା ଲାଗି ଋଷ ଦେଇଥିଲା ଅଧିକାର ।

ଲକ୍ଷ୍ମୀସାଗର ସ୍ଥିତ ରେନ୍ ଦି କ୍ଲବ ବାରରେ ବୋମାମାଡ଼

ଭୁବନେଶ୍ୱର: ଲକ୍ଷ୍ମୀସାଗର ସ୍ଥିତ ରେନ ଦ କ୍ଲବ ବାରରେ ବୋମାମାଡ଼ ସନ୍ଦେହ । ଗତକାଲି ରାତି ପ୍ରାୟ ୧୧ଟା ୧୫ରେ କେହି ଦୁର୍ବୃତ୍ତ ବାର ଉପରକୁ ବୋମାମାଡ଼ କରିଥିବା ବାର୍ କର୍ମଚାରୀ କହିଛନ୍ତି । ୩ ଥର ଜୋରରେ ଶବ୍ଦ ହେବା ସହ ବାହାରେ ଧୂଆଁମୟ ହୋଇଥିଲା । ଏହି ସମୟରେ ପାଖ ଅଞ୍ଚଳରେ କିଛି ଦୃଶ୍ୟମାନ ହୋଇନଥିଲା । ଏହି ବୋମାମାଡ଼ ଫଳରେ ବାରର କିଛି ଭଗ୍ନାବଶେଷ ତଳେ ପଡିରହିଛି । ଏହାସହ କିଛି କାଗଜ ଓ ସୁତୁଲି ପଡ଼ିଥିବାରୁ ଏହା ବୋମାର ଅଂଶବିଶେଷ ବୋଲି ସନ୍ଦେହ କରାଯାଉଛି । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତେବେ ଏହି ବୋମାମାଡ଼ ଘଟଣାରେ ଲକ୍ଷ୍ମୀସାଗର ପୋଲିସ ତଦନ୍ତ କରୁଛି ।

ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ନିବେଶକାରୀଙ୍କ ସହ କରିବେ ଓ୍ୱାନ ଟୁ ଓ୍ୱାନ

ଭୁବନେଶ୍ୱର: ସିଲିକନ ସିଟିରୁ ଆସିବ ପୁଞ୍ଜି । ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ନିବେଶକାରୀଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଏକ ରୋଡ ସୋ’ର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେଠାକାର ଚାମ୍ବର୍ସ ଅଫ କମର୍ସ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ହେବ ଆଲୋଚନା । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ଓଡ଼ିଶା ହେବାକୁ ଯାଉଥିବାରୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ଲାଗି ନିମନ୍ତ୍ରଣ କରିବେ । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉକୃଷ୍ଟ  ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇବା ନବୀନ ଓ କୋ ଟିମ୍ ।

ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର କେଉଁ ସୁବିଧା ଯୋଗାଇବେ ତାହା ବି ବୁଝାଇବେ । ସିଙ୍ଗଲ ୱିଣ୍ଡୋ ଜରିଆରେ ଜମି, ବିଦ୍ୟୁତ, ଜଳ ଯୋଗାଣ ସୁବିଧା ମଧ୍ୟ ଜଣାଇବେ । ଶିଳ୍ପାୟନ ବଢାଇବା ପାଇଁ ୨୦୧୬ରୁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରତି ୨ ବର୍ଷରେ ଥରେ ଏହି କାର୍ଯ୍ୟକ୍ରମ କରୁଛନ୍ତି ସରକାର । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ।