ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ ସହିତ ପଳେଇଗଲା ବୋହୂ

ଭୁବନେଶ୍ୱର: ଶ୍ବଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ ସହିତ ପଳେଇଗଲା ବୋହୂ । ଭୁବନେଶ୍ବର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି ଅଜବ ଘଟଣା । ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଦେଢ ଲକ୍ଷ ଟଙ୍କା ନେଇ ସ୍ତ୍ରୀ ପ୍ରେମିସ ସହିତ ପଳାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ ସନ୍ଦୀପ ନାୟକ । ଅଭିଯୋଗ ଅନୁସାରେ ଗଙ୍ଗନଗରରେ ଭଡାଘରେ ରୁହନ୍ତି ସନ୍ଦୀପଙ୍କ ପରିବାର । ଗତ ଫେବ୍ରୁଆରୀ ସନ୍ଦୀପ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ନମିତା ନାୟକଙ୍କୁ ବିବାହ କରିଥିଲେ ।

ଗତ ମଙ୍ଗଳବାର ସନ୍ଦୀପ ଘେ ନଥିବାବେଳେ ଶ୍ବଶୁରଙ୍କୁ ତାଲା ପକାଇ ପ୍ରେମିକ ସହିତ ବୋହୂ ପଳାଇଥିବା ଅଭିଯୋଗ ହୋଇଛି । ନଗଦ ଦେଢଲକ୍ଷ ଟଙ୍କା ସହିତ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସ୍ତ୍ରୀ ନେଇଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ । ରାଜୁ ନାହାକ ନାମକ ଜଣେ ଯୁବକଙ୍କୁ ନମିତା ବିବାହ ପୂର୍ବରୁ ପ୍ରେମ କରୁଥିଲେ । ରାଜୁ ସହିତ ସେ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ ସନ୍ଦୀପ ।