ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ସ୍କୋର ୧୩୩/୮

ଢାକା: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚଟୋଗ୍ରାମରେ ଖେଳାଯାଉଛି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ସୁଦୃଢ଼ ରହିଛି । ଭାରତ ନିଜର ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୪୦୪ ରନ୍ କରିଛି । ସେହିପରି ବାଂଲାଦେଶ ଦ୍ୱିତୀୟ ଦିନର ଷ୍ଟମ୍ପ୍ସ ସୁଦ୍ଧା ୮ ୱିକେଟ୍ ବିନିୟମରେ ୧୩୩ ରନ୍ ହିଁ ସଂଗ୍ରହ କରିପାରିଛି । ଭାରତ ପାଖରେ ୨୭୧ ରନରେ ଆଗୁଆ ରହିଛି । ମ୍ୟାଚରେ ଏବେ ଆଉ ତିନି ଦିନର ଖେଳ ବାକି ରହିଛି । ଭାରତୀୟ ବୋଲର ମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ବାଂଲାଦେଶ ଉପରେ ଏବେ ଫଲୋଅନ୍ ବିପଦ ଘୁରିବୁଲୁଛି ।

ଏଥିରୁ ବଞ୍ଚିବା ପାଇଁ ଏବେ ତାକୁ ୭୨ ରନର ଆବଶ୍ୟକତା ରହିଛି । ଭାରତ ପାଇଁ ଲେଫ୍ଟ ଆର୍ମ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦ ସବୁଠୁ ଅଧିକ ୪ ୱିକେଟ୍ ହାସଲ କରିଛନ୍ତି ।  ଦ୍ରୁତ ବୋଲିର ମହମ୍ମଦ ସିରାଜ ୩ ଟି ୱିକେଟ୍ ଏବଂ ଉମେଶ ଯାଦବ ଗୋଟିଏ ୱିକେଟ୍ ହାସଲ କରିବାର ସଫଳତା ଅର୍ଜନ କରିଛନ୍ତି । ସେହିପରି ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହିମ ସବୁଠୁ ଅଧିକ ୨୮ ରନ୍ ସଂଗ୍ରହ କରିଛି । ତାଙ୍କ ବ୍ୟତୀତ ଲିଟନ ଦାସ ୨୪ ଏବଂ ଜାକିର ହସନ ୨୦ ରନ୍ କରିଥିଲେ । ନରୁଲ ହସ  ମେହଦୀ ହସନ ମିରା ୧୬ ରନ୍ ଲେଖାଏଁ କରିଥିଲା । ଦ୍ୱିତୀୟ ଦିନ ଷ୍ଟମ୍ପସ ସୁଦ୍ଧା ମେହିଦୀ ହସନ ମିରାଜ ୧୬ ରନ୍ ଏବଂ ଏବାଦତ ହୁସେନ ୧୩ ରନ୍ କ୍ରୀଜରେ ଦଣ୍ଡାୟମାନ ଥିଲେ ।

ଭାରତର ପ୍ରଥମ ଇନିଂସରେ ଦଳ ପକ୍ଷରୁ ଚେତେଶ୍ୱର ପୁଜାରା ୯୦ ରନ୍, ଶ୍ରେୟସ ଆୟର ୮୬ ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ ଅର୍ଦ୍ଧଶତକୀୟ ପାରି ଦଳୀୟ ସ୍କୋରକୁ ୪୦୦ ପାର୍ ପହଞ୍ଚାଇଥିଲା । ଦ୍ୱିତୀୟ ଦିନ ଭାରତ ୨୭୮/୬ ରେ ଇନିଂସକୁ ଆଗକୁ ବଢ଼ାଇଥିଲା । ପ୍ରଥମ ଶେଷନରେ ଶ୍ରେୟସ ଆୟର ୮୬ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ରବିଚନ୍ଦ୍ରନ ଅଶ୍ୱିନୀ ୫୮ ରନ୍ ଏବଂ କୁଲଦୀପ ଯାଦବ ୪୦ ରନ୍ କରିପାରିଥିଲେ । ଏହି ଦୁଇଜଣ ୮ମ ୱିକେଟର ପାର୍ଟନରସିପ୍ ରେ ୯୨ ରନ୍ ଯୋଡ଼ିଥିଲେ । ବାଂଲାଦେଶ ପକ୍ଷରୁ ତୈଜୁଲ ଇସ୍ଲାମ ଏବଂ ମେହିଦୀ ହସନ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ । ଇବାଦତ ହୁସେନ ଏବଂ ଖାଲିଦ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ ।