ମେସି ମ୍ୟାଜିକରେ ଆର୍ଜେଣ୍ଟିନା ଚାମ୍ପିଅନ, ଜିତିବା ପରେ ଏମିତି କଲେ ସେଲିବ୍ରେସନ

1 min read

ନନ୍ଦିଘୋଷ ବ୍ୟୁରୋ: ଫିଫା ବିଶ୍ବକପ ଫାଇନାଲରେ ଆର୍ଜେଣ୍ଟିନାକୁ ମୁକୁଟ । ତୃତୀୟ ଥର ଲାଗି ବିଶ୍ବବିଜୟୀ ହେଲା ଆର୍ଜେଣ୍ଟିନା । ପେନାଲଟି ସୁଟଆଉଟରେ 4-2ରେ ଫ୍ରାନ୍ସକୁ ହରାଇଲା ଟିମ୍ । ୩୬ ବର୍ଷ ପରେ ତୃତୀୟ ଥର ଲାଗି ଆର୍ଜେଣ୍ଟିନା ହୋଇଛି ଚାମ୍ପିଅନ ।

ଏହା ସହ ଅନ୍ୟ କେତେକ ବର୍ଗରେ ବିଶ୍ବରେକର୍ଡର ଅଧିକାରୀ ହୋଇଛନ୍ତି ଲିଓନିଲ ମେସି । ଆର୍ଜେଣ୍ଟିନା ପକ୍ଷରୁ ମେସି ୨ଟି ଗୋଲ ଓ ଆଞ୍ଜେଲ ଡି ମାରିଆ ଗୋଟିଏ ଗୋଲ ଦେଇଥିଲେ ।   

ସେପଟେ ଜବାବରେ ଫ୍ରାନ୍ସ ପକ୍ଷରୁ କିଲିଆନ ଏମ୍ବାପେ ୩ଟି ଗୋଲ ଦେଇଥିଲେ । ଫଳରେ ମ୍ୟାଚ ବରାବର ହେବାରୁ ପେନାଲଟି ସୁଟଆଉଟ ହୋଇଥିଲା । ପେନାଲଟି ସୁଟ ଆଉଟରେ ୪-୨ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ହାତେଇଥିଲା ବିଶ୍ବକପ । ବିଜୟୀ ଆର୍ଜେଣ୍ଟିନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ମେସିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ନବୀନ । ସେହିପରି ରନର୍ସ ଅପ୍ ଟିମ୍ ଫ୍ରାନ୍ସର ଲଢ଼ୁଆ ପ୍ରଦର୍ଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଫଟୋରେ ଦେଖନ୍ତୁ ଐତିହାସିକ ବିଜୟକୁ କେମିତି ସେଲିବ୍ରେଟ କରୁଛି ଆର୍ଜେଣ୍ଟିନା  ।