୪ ଦିନ ପରେ ଘରେ ପହଞ୍ଚିଲା ଅମ୍ରିତ, ଗାଁ ଦାଣ୍ଡରେ ଛାଡି ଚାଲିଗଲେ ଦୁର୍ବୃତ୍ତ

ନୟାଗଡ: ୪ ଦିନ ପରେ ମିଳିଲା ନୟାଗଡ଼ର ନିଖୋଜ ନାବାଳକ ଅମ୍ରିତର ସନ୍ଧାନ । ସୁରକ୍ଷିତ ଭାବେ ଘରକୁ ଫେରିଲା ଅମ୍ରିତ। ଗତକାଲି ବିଳମ୍ବିତ ରାତିରେ ଅମ୍ରିତକୁ କେହି ଗାଁ ଦାଣ୍ଡରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି  । ଯାହାକୁ ନେଇ ଅମ୍ରିତଙ୍କ ଗାଁ ଓ ପରିବାର ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି  । ଆଜି ସକାଳୁ ଅମ୍ରିତକୁ ଦେଖିବା ପାଇଁ ଶହଶହ ସ୍ଥାନୀୟ ବାସିନ୍ଦାଙ୍କ ଭିଡ଼ ଦେଖିବାକୁ ମିଳିଛି  ।

ସେପଟେ ଅମ୍ରିତ କେଉଁଠି ଓ କିଭଳି ଅବସ୍ଥାରେ ଥିଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  । ଅମ୍ରିତଙ୍କ ସ୍ବାସ୍ଥ୍ୟପରୀକ୍ଷା ପରେ ବୟାନ ରେକର୍ଡ ହେବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁର ଅମ୍ରିତ ଟିଉସନ ସାରି ସନ୍ଧ୍ୟାରେ ଘରକୁ ଫେରିବା ବେଳେ ଗାଁ ଦାଣ୍ଡରୁ କେହି ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା  । ବୁଦା ମୁଳରୁ ଅମ୍ରିତର ସାଇକେଲ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ପୋଲିସ ଓ ଡ୍ରଗ ସ୍କୱାର୍ଡ ପହଂଚି ଛାନଭିନ ଚଳାଇଥିଲେ  ।