ରାଜ୍ୟସଭାରେ ଚୀନ ତାତି, ସରକାରଙ୍କ ଆଭିମୁଖ୍ୟକୁ ନେଇ ସଦନରୁ ଉଠି ଚାଲିଗଲେ ବିରୋଧୀ

ନୂଆଦିଲ୍ଲୀ: ଚୀନ ପ୍ରସଙ୍ଗରେ ଚର୍ଚ୍ଚାକୁ ନେଇ ରାଜ୍ୟସଭାରେ ହଙ୍ଗାମା । ସରକାରଙ୍କ ଉପରେ କଂଗ୍ରେସର ହମଲା । ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କରାନଯିବାକୁ ନେଇ ବିରୋଧୀ  ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜନ ଖଡଗେଙ୍କୁ କହିବାକୁ ସୁଯୋଗ ଦିଆ ନଯିବାକୁ ନେଇ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ସରକାର ଚୀନ ସହ ସୀମା ବିବାଦ ଉପରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି ବିରୋଧୀ ସାଂସଦ କହିଛନ୍ତି ।

ଚୀନକୁ ସରକାର କ’ଣ ପାଇଁ ନାଲି ଆଖି ଦେଖାଉନାହାନ୍ତି ବୋଲି ଖଡଗେ ଗୃହରେ ପ୍ରଶ୍ନ କରିଥିଲେ । ସରକାର ଚୀନ ପ୍ରତି ଆଭିମୁଖ୍ୟ ସ୍ପଷ୍ଟ କରୁ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏ ନେଇ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ହଟ୍ଟଗୋଳ ପରେ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ କରାଯାଇଛି ।