ନାଗକୁ ଧରି କ୍ଷୀର ପିଆଉଥିଲେ, ଚୋଟ ମାରିବାରୁ ଗୁରୁତର ହୋଇ ଭର୍ତ୍ତି

ନୟାଗଡ଼: ରଣପୁରରେ ଅଘଟଣ । ନାଗସାପକୁ ଧରି କ୍ଷୀର ପିଆଉଥିବା ବେଳେ ମାରିଲା ଚୋଟ । ରଣପୁର ଶାମୁକା ସାହିର ଜଣେ ବ୍ୟକ୍ତିଙ୍କ ଘରେ ନାଗସାପ ପଶିଥିଲା । ଖବର ପାଇ ଅଶୋକ ସ୍ବାଇଁ ନାମକ ଯୁବକ ପହଞ୍ଚି ନାଗସାପକୁ ଧରିବାରେ ସଫଳ ହୋଇଥିଲେ । ପରେ ସାପକୁ ଏକ ଡବା ଭିତରେ ପୂରାଇ ନିଜ ଘରକୁ ଆଣିଥିଲେ ।

ଆଜି ସକାଳେ ଡବାରୁ ବାହାର କରି ସାପକୁ କ୍ଷୀର ପିଆଉଥିବା ବେଳେ ଅଶୋକଙ୍କୁ ନାଗ ଚୋଟ ମାରିଥିଲା । ଅଶୋକଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।