ଚିଲିକାରେ ଅଘଟଣ, ବୁଡ଼ିଲା ଗ୍ୟାସ୍ ବୋଝେଇ ଟାଟା ଏସି ସହ ଡ଼ଙ୍ଗା

ଚିଲିକା: ଚିଲିକାରେ ଅଘଟଣ । ବୁଡ଼ିଲା ଗ୍ୟାସବୋଝେଇ ଟାଟା ଏସି ସହ ଡ଼ଙ୍ଗା । ଟାଟା ଏସିରେ ୭୨ ଟି ସିଲିଣ୍ଡର ରହିଥିଲା । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦର ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା । ବ୍ରହ୍ମପୁର ଗାଁର ଏକ ଡ଼ଙ୍ଗା ଜହ୍ନିକୁଦା ଠାରୁ ଭାରତ ଗ୍ୟାସର ୭୨ଟି ସିଲିଣ୍ଡର ନେବା ପାଇଁ ଜହ୍ନିକୁଦା ଗାଁରେ ପହଂଚିଥିଲା । ଜହ୍ନିକୁଦା ଘାଟରେ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ିରୁ ଜେଟିରେ ରଖି ଗ୍ୟାସ ଡ଼ଙ୍ଗାକୁ ଲୋଡ କରୁଥିବା ବେଳେ ଗାଡ଼ି କୌଣସି କାରଣ ବଶତଃ ପଛୁଆ ଗଡିଯାଇ ଡ଼ଙ୍ଗାରେ ପିଟି ହୋଇଥିଲା । ଫଳରେ ଭାରସ୍ୟମ ହରାଇ ଉଭୟ ଗାଡ଼ି ଓ ଡ଼ଙ୍ଗା ଚିଲିକାରେ ବୁଡ଼ି ଯାଇଥିଲା । ଡ଼ଙ୍ଗା ଓ ଗାଡ଼ି ସହ ସିଲିଣ୍ଡରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।