spot_img
Home Blog Page 3832

‘ପ୍ରତୀକ୍ଷା’ର ପ୍ରଯୋଜନା କରିବେ ଅନୁପମ୍ ଖେର୍, ହିନ୍ଦୀରେ ଆସିବ ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: ଫେରିଛି ଓଡିଆ ସିନେମାର ସୁବର୍ଣ୍ଣ ଯୁଗ  । ହିନ୍ଦୀରେ ରିମେକ୍ ହେବ ଓଡିଆ ସିନେମା ପ୍ରତୀକ୍ଷା  ।  ଦମନ ପରେ ଆଉ ଏକ ଓଡିଆ ଫିଲ୍ମ ପ୍ରତିକ୍ଷାକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି । ପ୍ରତିକ୍ଷାର ହିନ୍ଦୀ ରିମେକର ପ୍ରଯୋଜନା କରିବେ ବଲିଉଡର ଭେଟେରାନ କଳାକାର ଅନୁମପ୍ ଖେର । ଏଥିସହିତ ନିଜେ ମଧ୍ୟ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସେ ଘୋଷଣା କରିଛନ୍ତି ।

ଗୋଆରେ ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଚାଲିଛ  ।  ଏହି ଫିଲ୍ମ ଦେଖୁଥିଲେ ବଲିଉଡ ଅଭିନେତା ଅନୁପମ ଖେର୍ । ଫିଲ୍ମଟି ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତିକ୍ଷା । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହ ରିମେକ ପାଇଁ ଅନୁବନ୍ଧିତ ହେଲେ ଅନୁପମ ଖେର । ଏଥିପାଇଁ ଅଗ୍ରିମ ୧୧ ଶହ ଟଙ୍କା ପ୍ରଦାନ କରିଛନ୍ତି ।

 

ମାଲକାନଗିରି ମାଟି ତଳେ ମାଓବାଦୀ ପୋତିଥିଲେ EVM

ମାଲକାନଗିରି: ପୋଲିସକୁ ମିଳିଛି ବଡ଼ ସଫଳତା । ମାଟିତଳୁ ଉଦ୍ଧାର ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଗତକାଲି ରାତିରେ ଏସଓଜି, ଡିଭିଏଫ ଓ ପୋଲିସର ମିଳିତ ଅପରେସନରେ ଯୋଡ଼ାଆମ୍ବ ଜଙ୍ଗଲରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ମାଟିତଳେ ମାଓ ସାମଗ୍ରୀ ଥିବାର ସୂଚନା ପାଇ ଗ୍ରାମବାସୀ ସହାୟତାରେ ସମସ୍ତ ସାମଗ୍ରୀ ଉଦ୍ଧାର କରାଯାଇଛି ।

ସେଗୁଡ଼ିକ ମଧ୍ୟରେ ଗୋଟିଏ ବନ୍ଧୁକ ରହିଥିବା ବେଳେ 74 ପ୍ରକାର ମାଓ ସାମଗ୍ରୀ ରହିଛି । ଏହାଛଡ଼ା ଗୋଟିଏ ଇଭିଏମକୁ ଜବତ କରିଛନ୍ତି ଯବାନ । ପୋଲିସକୁ ଟାର୍ଗେଟ କରି ମାଓବାଦୀ ଏସବୁ ସାମଗ୍ରୀ ପୋତିଥିବା ଜଣାପଡ଼ିଛି । କିନ୍ତୁ ଗୋଟେପଟେ ଘଞ୍ଚ ଜଙ୍ଗଲରେ ମଧ୍ୟ ପୋଲିସକୁ ବିଶ୍ୱାସ କରିଛନ୍ତି ଗ୍ରାମବାସୀ  । ମାଓବାଦୀଙ୍କ ଉଦ୍ୟମମକୁ ପଣ୍ଡ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି  ।

ରାଜ୍ୟରେ ରକ୍ତହୀନତା ଦୂର କରିବ ‘ଅମ୍ଳାନ’

ଭୁବନେଶ୍ୱର: ରକ୍ତହୀନତା ରୋଗରୁ ମୁକ୍ତ ହେବ ରାଜ୍ୟ  । ରାଜ୍ୟରେ କେହି ରହିବେନି ରକ୍ତହୀନତା ରୋଗୀ  । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଅମ୍ଲାନ ଯୋଜନା  ।
ଲାଭବାନ ହେବେ ୧.୩୭ କୋଟି ଲୋକ   । ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁହେବ ଯୋଜନା  ।

ପ୍ରତିଟି ଜୀବନ ମୂଲ୍ୟବାନ ଲକ୍ଷ୍ୟରେ କାମ କରୁଛନ୍ତି ରାଜ୍ୟ ସରକାର  । ଯୋଜନାରେ ଫୋକସରେ ରହିବେ ମହିଳା, ଶିଶୁ ଓ ଗର୍ଭବତୀ ମହିଳା  । ରାଜ୍ୟରେ ରକ୍ତହୀନତା ରୋଗୀକୁ ଦୂର କରିବା ଦିଗରେ ରାଜ୍ୟ ସରକାର ଏହା ବଳିଷ୍ଠ କାର୍ଯ୍ୟକ୍ରମ  ।

ନବୀନ କିଣିଲେ ପ୍ରଥମ ଟିକେଟ୍, ଜାନୁଆରୀରୁ ବିଶ୍ୱକପ୍

ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ଦର୍ଶକ ଭାବେ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଛନ୍ତି । ଟିକେଟ ପାଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିବା ବେଳେ ସାରା ବିଶ୍ବ ହକି ବିଶ୍ବକପ ଦେଖିବା ପାଇଁ ଅପେକ୍ଷା କରି ରହିଛି ।

ଆସନ୍ତା ବର୍ଷ ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍‌ । ୨୯ ତାରିଖରେ ଶେଷ ହେବ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନ ସଂଧ୍ୟା ୫ଟାରେ ଇଂଲଣ୍ଡ ଏବଂ ଓ୍ବେଲସ ମଧ୍ୟରେ ଟକ୍କର ହେବ । ସଂଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ ।

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍। ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ ଓ ବନ୍ଧାଳିଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ । ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ଜିଲ୍ଲାସ୍ତରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସଙ୍କ ଗ୍ରାଚୁଇଟି ଦେୟ ୭ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳିଙ୍କୁ ତୋଳାଳି ପରିଚୟ ପତ୍ର ପ୍ରଦାନ କରାଯିବ। କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ସମସ୍ତେ ଗରିବ ଲୋକ ।

ତେଣୁ କେନ୍ଦୁପତ୍ର ଉପରୁ GST ଉଠାଇବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ପୁଣି ଥରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଅଛନ୍ତି । ବହୁ ଜନଜାତି ମା’ ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି । କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର କାମ କରି ଆସୁଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

ରାଜ୍ୟର ଏହି ନୀତି ଅନ୍ୟ ରାଜ୍ୟ ପାଇଁ ମଡେଲ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନି ତିନିଥର ଆଲୋଚନା କରାଯାଇଛି । ଆଲୋଚନା ପରେ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ ଘୋଷଣା କରାଯାଇଛି ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଗୋଲକ ବିହାରୀ ନାଏକଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଗୋଲକ ବିହାରୀ ନାଏକଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଶାରୀରିକ ଅସୁସ୍ଥ ଥିଲେ । ଆଜି ଦିନ ୧୦ ଟା ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ତିନି ଥର ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ । ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମନ୍ତ୍ରୀ ରହିଥିଲେ ଗୋଲକ । ଖୁଣ୍ଟାରୁ ଦୁଇଥର ଓ ଉଦଳା ନିର୍ବାଚନ ମଣ୍ଡଳୀରୁ ଥରେ ବିଧାୟକ ରହିଥିଲେ । ତାଙ୍କର ଦେହାନ୍ତରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ପାଖରେ ବଡ଼ ଝିଅ, ଜ୍ବାଇଁ ଓ ପୁଅ ଉପସ୍ଥିତ ଥିଲେ । ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି ଓ ବିଭିନ୍ନ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହି ଶୋକବ୍ୟକ୍ତ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଚାଷୀଙ୍କ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

ବରଗଡ଼: ଧାନ ଏମଏସପି ବୃଦ୍ଧି ପାଇଁ ତେଜିଲା ଦାବି। ଚାଷୀଙ୍କ ହକ୍‌ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି। ବରଗଡ଼ ଗାନ୍ଧୀ ଛକରେ ବିଜେଡିର ଧାରଣା। ଧାନର ଏମଏସପି ୨୯୩୦ ଟଙ୍କା ଦାବି କରିଛି ବିଜେଡି। ଏହାସହ କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ କରାଯାଉଛି ।

୨୦୧୮ରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବାକୁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଓଡିଶା ବିଧାନସଭା ପକ୍ଷରୁ ଏହି ପ୍ରସ୍ତାବକୁ ବିଚାର ପାଇଁ କେନ୍ଦ୍ର ନିକଟକୁ ପଠାଯାଇଥିଲା। ୨୦୧୯ ନିର୍ବାଚନ ଇସ୍ତାହାରରେ ବିଜେପି ଧାନର ଉତ୍ପାଦନ ମୂଲ୍ୟ ତୁଳନାରେ ଦେଢଗୁଣା ଏମଏସପି କରିବାକୁ ଘୋଷଣା କରିଥିଲା। ହେଲେ ଏବେଯାଏଁ ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଯାହାକୁ ନେଇ ତେଜିଛି ପ୍ରତିବାଦ।

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା, ଆତଙ୍କିତ ଲୋକେ

ଭଦ୍ରକ: ଭୟଙ୍କର ଶବ୍ଦରେ ଥରିଲା ୩ ଜିଲ୍ଲା। ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଭୟଙ୍କର ଶବ୍ଦ ଅନୁଭୂତ। ଶବ୍ଦ ଶୁଣି ଭୟରେ ଘରୁ ବାହାରି ଆସିଥିଲେ ଲୋକ। ଭଣ୍ଡାରିପୋଖରୀ, ଭଦ୍ରକ, ବାରିକପୁର, କେନ୍ଦୁଆପଦା ଅଞ୍ଚଳରେ ଶବ୍ଦ ଶୁଣିଥିବା ଲୋକ କହିଛନ୍ତି।

ସୂଚନା ଅନୁଯାୟୀ ଯାଜପୁର କୋରାଇ ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଣିଛନ୍ତି ଲୋକ। ୧୦ ମିନିଟ୍ ବ୍ୟବଧାନରେ ୨ ଥର ପ୍ରଚଣ୍ଡ ଶବ୍ଦ ହୋଇଛି। ସେହିପରି ଆନନ୍ଦପୁରରେ ମଧ୍ୟ ଲୋକ ଭୟଭୀତ ହୋଇଛନ୍ତି । ତେବେ ଶବ୍ଦ କୁଆଡୁ କେଉଁଠୁ ଆସିଲା ତାହା କେହି କହିପାରୁନାହାଁନ୍ତି ।

ପୂରା ପରିବାରକୁ ମାରିଦେଲା ପୁଅ, କିଛିଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରୁ ଫେରିଥିଲା

ନୂଆଦିଲ୍ଲୀ: ନିଶା ନିବାରଣ କେନ୍ଦ୍ରରୁ ଫେରି ପୁଅର ଜଘନ୍ୟ କାଣ୍ଡ । ପୁରା ପରିବାରକୁ ହତ୍ୟା କରିଛି ନିଶାସକ୍ତ ପୁଅ କେଶବ। ଏଭଳି ଅଘଟଣ ଘଟିଛି ଦିଲ୍ଲୀର ପାଲମ ଅଞ୍ଚଳରେ । ମାଆ, ବାପା, ଭଉଣୀ ଓ ଜେଜେ ମାଆଙ୍କୁ କେଶବ ନିଶାସକ୍ତ ଅବସ୍ଥାରେ ହତ୍ୟା କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି।

ପଡୋଶୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାରର ୪ ସଦସ୍ୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲା । ଧାରୁଆ ଅସ୍ତ୍ରରେ ଆକ୍ରମଣ ଓ ଗଳା କାଟିବା ଯୋଗୁ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପୁଅର ନିଶା ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ ମା’ ଓ ବାପା। ସ୍ଥିତି ଏଭଳି ଯେ ପୁଅକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ ପରିବାର। କିଛି ଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରୁ ଫେରିଥିଲା ପୁଅ । ତଥାପି ପୁଅର ନିଶା ଛାଡିନଥିବା ଅଭିଯୋଗ ହାେଇଛି ।

ଟୁଇଟର, ଆମାଜନ ପରେ ଛଟେଇ କରିବ ଗୁଗୁଲ

ନୂଆଦିଲ୍ଲୀ: IT ସେକ୍ଟରରେ ଲେ’ଅଫ୍ ଟ୍ରେଣ୍ଡ । ଟୁଇଟର, ଆମାଜନ ପରେ କର୍ମଚାରୀ ଛଟେଇ କରିବ ଦେଶର ସବୁଠୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ। ୬ ପ୍ରତିଶତ କର୍ମଚାରୀ ଛଟେଇ ପାଇଁ ଯୋଜନା କରିଛି କମ୍ପାନୀ ।

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଡେଡଲାଇନ । ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଟେକ୍‌ ଜିଆଣ୍ଟକୁ ବିଦା କରିବ ଗୁଗଲ । ଖର୍ଚ୍ଚ କାଟ ପାଇଁ କର୍ମଚାରୀ ଛଟେଇ କରିବାକୁ ପ୍ଲାନ କରିଛି ଗୁଗୁଲ ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ । ସେପଟେ ପ୍ରଦର୍ଶନ ଆଧାରରେ କର୍ମଚାରୀଙ୍କ ରାଙ୍କିଂ ପ୍ରସ୍ତୁତ କରିବାକୁ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା।