spot_img
Home Blog Page 3768

ଭିଜିଲାନ୍ସ ଜାଲରେ RWSSର ଚିଫ ଇଞ୍ଜିନିୟର ନିହାର ରଞ୍ଜନ ଦାସ, ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା । ଖାରବେଳନଗରରେ ଥିବା ଶ୍ରୀରାମ ମାନସନ୍‌ ୨୦୧ ନମ୍ବର ଫ୍ଲାଟରେ ରେଡ୍ କରୁଛି ଭିଜିଲାନ୍ସ ।

ସେହିପରି ସମ୍ବଲପୁର ମୋଦିପଡ଼ାରେ ଥିବା ୩ ମହଲା ବିଶିଷ୍ଟ ପୈତୃକ ଘର, ବରଗଡ଼ ରୋହିନିୟାରେ ଥିବା ପୈତୃକ ଘର, ଭୁବନେଶ୍ୱର ଅଫିସ ଚାମ୍ବର, ଖାରବେଳନଗରରେ ଥିବା ସମ୍ପର୍କୀୟଙ୍କ ଘର ଓ ଖୋର୍ଦ୍ଧା ସାନପଲ୍ଲା ଗାନ୍ଧୀନଗର ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଚଢ଼ାଉ । ରେଡରେ ୫ ଡିଏସପି, ୧୨ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟର ଓ ୧୧ ଏଏସଆଇ ସାମିଲ ଅଛନ୍ତି ।

ଆସନ୍ତା ସପ୍ତାହରେ ୟୁରୋପକୁ ହିଟ୍ କରିପାରେ ଓମିକ୍ରନ, ସତର୍କ କରାଇଲା ଇସିଡିସି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୟୁରୋପକୁ ହିଟ୍ କରିବ ଓମିକ୍ରନ୍ । ଜାରି ହୋଇପାରେ ନୂଆ ଲହରୀ । ଏନେଇ ସତର୍କ ସୂଚନା ଦେଇଛି ୟୁରୋପିଆନ ସେଣ୍ଟର ଫର୍ ଡିଜିଜ ପ୍ରିଭେନସନ ଆଣ୍ଡ କଣ୍ଟ୍ରୋଲ ବା ଇସିଡିସି । ବିଭିନ୍ନ ଦେଶରେ ଓମିକ୍ରନ୍ ସବଭାରିଆଣ୍ଟ ଉତ୍ପାତ ଜାରି ରଖିଥିବାରୁ ପୁଣି ଥରେ ଶୀତ ଋତୁ କାଳରେ ବିପତ୍ତି ଆଣିପାରେ କୋଭିଡ । ତୁରନ୍ତ ଟିକାକରଣ କରିବା ଲାଗି ଆହ୍ୱାନ ଦେଇଛି ସଂସ୍ଥା ।

ସେପଟେ ଚୀନରେ ପୁଣି ମାତିଲା କରୋନା ଭାଇରସ୍ । କେନ୍ଦ୍ର ଚୀନର ଉହାନ ଓ ଉତ୍ତର ପଶ୍ଚିମର ଜିନିଙ୍ଗରେ ବଢିଲା କରୋନା । ସ୍ଥିତି ସମ୍ଭାଳିବା ଲାଗି ଦୁଇ ସହରରେ ବଡ଼ ଧରଣର ଲକଡାଉନ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକ ପୁଣି ଗୃହବନ୍ଦୀ ସ୍ଥିତିକୁ ଫେରିଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ଲକଡାଉନକୁ ଭରସା କରିଛନ୍ତି ସରକାର । ବିଶ୍ୱରେ ଓମିକ୍ରନ ଆତଙ୍କ ଜାରି ରହିଥିବାବେଳେ ଚୀନରେ କରୋନା ଭାଇରସ ଉତ୍ପାତ ଯୋଗୁ ଉହାନ ଓ ଜିନିଙ୍ଗରେ ନିଆଯାଇଛି କଡ଼ା ପଦକ୍ଷେପ । ସେହିପରି ଚୀନର ଚତୁର୍ଥ ବୃହତ୍ତମ ସହର ଗୁଆଙ୍ଗଝୋରେ ମଧ୍ୟ ଜୀବନଯାତ୍ରା ଉପରେ କଟକଣା ଲଗାଯାଇଛି । ଦେଶର ପ୍ରାୟ ୨୮ଟି ସହରରେ ଲକଡାଉନ ଯୋଗୁ ୨୦ କୋଟି ଲୋକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଆସନ୍ତା ୪ରେ ଦୁଇ ଦିନିଆ କୋଲକାତା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କର ୨ ଦିନିଆ କୋଲକାତା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗ ଦେବେ ନବୀନ । ୫ ତାରିଖରେ କୋଲକାତା ରାଜ୍ୟ ସଚିବାଳୟରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ ।

ଏହି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ନବୀନଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି ।

ଟୁଇଟର କିଣିଲେ ଏଲନ ମସ୍କ, ପ୍ରଥମ ଦିନରେ ସିଇଓ ପରାଗ ଅଗ୍ରଓ୍ବାଲ ବିଦା

ଓ୍ୱାଶିଂଟନ: ଟୁଇଟରର ନୂଆ ମାଲିକ ଏଲନ ମସ୍କ । ଟୁଇଟର କିଣିଲେ ଟେସଲା ସିଇଓ ଏଲନ ମସ୍କ । ଟୁଇଟର କିଣିବା ପରେ ପ୍ରଥମ ଦିନରେ ସିଇଓ ପରାଗ ଅଗ୍ରୱାଲ ଓ ସିଏଫଓ ନେଡ୍ ସୈଗଲଙ୍କୁ ବିଦା କଲେ । ହେଡକ୍ୱାର୍ଟସରୁ ବାହାର କଲେ ମସ୍କ । ସବୁ ବର୍ଗର ଏବଂ ସବୁ ଚିନ୍ତାଧାରାର ଲୋକଙ୍କ ପାଇଁ ଟୁଇଟର କାମ କରିବ ବୋଲି ଏଲନ ମସ୍କ କହିଛନ୍ତି । ସମାଜରେ କୌଣସି ପ୍ରକାର ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଏଲକ ମସ୍କ ଟୁଇଟରର କର୍ମଚାରୀଙ୍କୁ ଭେଟି କହିଛନ୍ତି । ଏପ୍ରିଲ ୧୩ରେ ଟୁଇଟର କିଣିବାର ଘୋଷଣା କରିଥିଲେ ଏଲନ । ସେୟାର ପ୍ରତି  ୫୪.୨ ଡଲାର ରେଟରେ ୪୪ ଆରବ ଡଲାରରେ କିଣିବାର ଯୋଜନା ଥିଲା । ହେଲେ କିଛି ସ୍ପାମ୍ ଓ ଫେକ୍ ଆକାଉଣ୍ଟ ପାଇଁ ଡିଲ୍ ହୋଲ୍ଡ କରିଥିଲେ ମସ୍କ ।

ଏହାପରେ ଜୁଲାଇ ୮ରେ ଡିଲ୍ ରିଜେକ୍ଟ କରିବା ନିଷ୍ପତ୍ତି ନେଇଥିଲେ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଟୁଇଟର । ପୁଣି ଅକ୍ଟୋବରରେ ଡିଲ୍ ପୁରା କରିବାକୁ ମନ ବଦଳାଇଥିଲେ ଏଲନ । ୨୮ ଅକ୍ଟୋବର ସୁଦ୍ଧା ଡିଲ୍ ପୂରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଲନ ଦିନକ ପୂର୍ବରୁ ଡିଲ୍ ପୂରା କରି ଟୁଇଟର କିଣିବା ସହ ସିଇଓଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି । ଟର୍ମିନେସନ ପରେ ପରାଗ୍‌ ଓ ସେଗଲ୍‌ ଦୁହେଁ କମ୍ପାନୀର ସାନ୍ ଫ୍ରାନ୍ସିସକୋର ହେଡକ୍ୱାର୍ଟର ଛାଡିଛନ୍ତି । ଏପଟେ ନିଜେ ଏଲନ ମସ୍କ ହେଡକ୍ବାର୍ଟରରେ ପ୍ରବେଶ କରିଛନ୍ତି  । ସେ ଏକ ସିଙ୍କ ବେସିନ୍ ସହ ଅଫିସ ଆସୁଥିବା ଦେଖିବାକୁ ମିଳିଛି । ସିଇଓ ଓ ସିଏଫଓଙ୍କ ଟର୍ମିନେସନ ପରେ ଏବେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀଙ୍କ ଚାକିରି ଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ପୁଣି ଓଡ଼ିଶାରେ ହକି ଫିଭର, ଆଜିଠୁ ଆରମ୍ଭ ହେବ FIH ପୁରୁଷ ହକି ପ୍ରୋ ଲିଗ୍

ଭୁବନେଶ୍ୱର: ପୁଣି ଓଡ଼ିଶାରେ ହକି ଫିଭର । ଆଜିଠୁ କମ୍ପିବ କଳିଙ୍ଗ । ଆରମ୍ଭ ହେବ FIH ପୁରୁଷ ହକି ପ୍ରୋ ଲିଗ୍ ମ୍ୟାଚ୍ । ଓଡ଼ିଶା ଆୟୋଜିତ କରୁଛି FIH ପୁରୁଷ ହକି ପ୍ରୋ-ଲିଗର ଚତୁର୍ଥ ସଂସ୍କରଣ । ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ସ୍ପେନ୍ ଓ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ମୋଟ ୬ଟି ମ୍ୟାଚ ଖେଳାଯିବ । ଆଜି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟାରୁ ଉଭୟଙ୍କ ମଧ୍ୟରେ ହେବ ଟକ୍କର ।

ପ୍ରଥମ ଥର ଟିମ୍ ଇଣ୍ଡିଆର ମଙ୍ଗ ଧରିଛନ୍ତି ହରମନପ୍ରୀତ ସିଂ । ମ୍ୟାଚରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଓ ସମସ୍ତେ କିଭଳି ନିଜର ବେଷ୍ଟ ଦେବେ ତାହାକୁ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱର ଗ୍ରାଉଣ୍ଡ ଆମ ପାଇଁ ସ୍ୱତନ୍ତ୍ର ବୋଲି କହିଛନ୍ତି ହରମନପ୍ରୀତ । ସେପଟେ ସନ୍ତୁଳିତ ଓ ଶକ୍ତିଶାଳୀ ଦଳ ଥିବାରୁ ବିଜୟ ନେଇ ଆଶା ରଖିଛି ସ୍ପେନ । ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସା କରିବା ସହିତ ଭଲ ଖେଳିବା ଉପରେ ଗୁରୁତ୍ବ ଦେଇଛି ନ୍ୟୁଜିଲାଣ୍ଡ ।

ବିଶ୍ୱ ଦେଖିବ ଓଡ଼ିଶା ପର୍ଯ୍ୟଟନ, ଆଜିଠୁ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର: ବିଶ୍ୱ ଦେଖିବ ଓଡ଼ିଶାର ପର୍ଯ୍ୟଟନ । ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ଟ୍ରାଭେଲ ବଜାରର ଚତୁର୍ଥ ସଂସ୍କରଣ । ଘରୋଇ ଓ ବିଦେଶୀ ଟୁର୍ ଅପରେଟରଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଏହାକୁ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟନ ବିଭାଗ ଓ ଶିଳ୍ପ ସଂଘ ଫିକିର ମିଳିତ ଉଦ୍ୟମରେ ଆୟୋଜିତ ୩ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ୍ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ହେଉଛି ପ୍ରାକୃତିକ ସଂପଦର ଗନ୍ତାଘର । ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ପାଖରେ ପୂର୍ଣ୍ଣ ସମ୍ଭାବନା ରହିଛି । ସେହି ସମ୍ଭାବନା ବିଷୟରେ ଦେଶ  ଓ ବିଦେଶର ଟୁର ଅପରେଟରମାନଙ୍କୁ ଜଣାଇବା ଲାଗି ଆୟୋଜିତ ହେଉଛି ଓଡ଼ିଶା ଟ୍ରାଭେଲ ବଜାର ।

ଚତୁର୍ଥ ସଂସ୍କରଣରେ ୨୫ଟି ବିଦେଶୀ ଏବଂ ଭାରତର ୮୩ ଟୁର ଅପରେଟର ଅଂଶଗ୍ରହଣ କରିବେ । ଟୁର୍ ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ନିଆଯିବ । ନିବେଶକ ଏବଂ ଏୟାରଲାଇନ୍ସମାନଙ୍କ ସହ ବି-2-ଜି ବୈଠକ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ୩ ଦିନିଆ ପ୍ରଦର୍ଶନୀ ଆୟୋଜନ କରାଯିବ । ଯେଉଁଥିରେ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ଓ ଯୋଜନା ଗୁଡ଼ିକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।

ଓସିଏର ମଙ୍ଗ ଧରିବେ ପ୍ରଣବ ପ୍ରକାଶ ଦାସ, ଆଜି ଔପଚାରିକ ଘୋଷଣା

କଟକ: ଆଜି ଆସିବ ଓସିଏ ନିର୍ବାଚନ ଫଳାଫଳ । ଘୋଷଣା ହେବ ବିଧିବଦ୍ଧ ଫଳ । କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ । କେବଳ ଔପଚାରିକ ଘୋଷଣା ବାକି ରହିଛି । ଓସିଏର ମଙ୍ଗ ଧରିବେ ପ୍ରଣବ ପ୍ରକାଶ ଦାସ । ନିର୍ବାଚନ ପାଇଁ ପ୍ରଣବ ଏକମାତ୍ର ସଭାପତି ପ୍ରାର୍ଥୀଭାବେ ନାମାଙ୍କନ ଭରିଥିଲେ । ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ।

ସଞ୍ଜୟ ବେହେରାଙ୍କ ପ୍ୟାନେଲର ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପାଇଁ ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ପଦ ପାଇଁ ସଂଜୟ ବେହେରା, କୋଷାଧକ୍ଷ ପଦ ପାଇଁ ବିକାଶ ପ୍ରଧାନ, ସହ ସମ୍ପାଦକ ପାଇଁ ପ୍ରଭାତ ଭୋଳ ଓ ଆପେକ୍ସ କାଉନସିଲ ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ । ସମସ୍ତ ୬ଟି ପଦବୀ ପାଇଁ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ । ଆଜି ବିଧିବଦ୍ଧ ଫଳ ଘୋଷଣା କରାଯାଇ ନିର୍ବାଚିତ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ।

ଆତଙ୍କବାଦ ବିରୋଧରେ ବଡ଼ ପଦକ୍ଷେପ, ଆଜି ମୁମ୍ବାଇରେ ବସିବ UNSCର ଆତଙ୍କବାଦ ମୁକାବିଲା କମିଟି ବୈଠକ

ମୁମ୍ବାଇ: ଆଜି ମୁମ୍ବାଇରେ ବସିବ ଜାତିସଂଘ ନିରାପତ୍ତା ପରିଷଦର କୂଟନୀତିଜ୍ଞଙ୍କ ବୈଠକ । ପ୍ରଥମ ଥର ଲାଗି ଜାତିସଂଘ ନିରାପତ୍ତା ପରିଷଦର ଆତଙ୍କବାଦ ମୁକାବିଲା କମିଟିର ବୈଠକ ବସିବ ମୁଖ୍ୟାଳୟ ବାହାରେ । ଆଜି ମୁମ୍ବାଇରେ ଓ ଆସନ୍ତାକାଲି ଦିଲ୍ଲୀରେ ବସିବ ବୈଠକ । ବିଶେଷ କରି ଭାରତ ବିରୋଧରେ ପାକିସ୍ତାନର ଗୋପନ ରଣନୀତି, ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ମାଦକଦ୍ରବ୍ୟ ଚାଲାଣ ରୋକିବା ଲାଗି ବୈଠକରେ ପଦକ୍ଷେପ ନିଆଯିବ । ଗତ ୯ ମାସରେ ପାକିସ୍ତାନ ପଟୁ ଭାରତ ଭିତରକୁ ୧୯୧ଟି ଡ୍ରୋନ ବେଆଇନ ଭାବେ ପ୍ରବେଶ କରିଥିବା ବେଳେ, ସେଥିରୁ ୧୭୧ଟିକୁ ପଞ୍ଜାବ ସୀମାରେ ଚିହ୍ନଟ କରାଯାଇଥିଲା । ସେହିପରି ୨୦ଟି ଡ୍ରୋନ ଜାମ୍ମୁ ସୀମାରେ ଠାବ କରାଯାଇଥିଲା । କେବଳ ୮ଟି ଡ୍ରୋନକୁ ବିଏସଏଫ ପକ୍ଷରୁ ଖସାଇ ଦିଆଯାଇଥିଲା ।

ଏହି ବୈଠକରେ ଆତଙ୍କବାଦ ପ୍ରକ୍ରିୟାରେ ବ୍ୟବହାର ହେଉଥିବା ନୂଆ କାରିଗରୀ ସମ୍ପର୍କରେ ଆଲୋଚନା ହେବ । ବଡ଼କଥା ହେଉଛି ୨୬\୧୧ ଆତଙ୍କବାଦୀ ଆକ୍ରମଣ ଘଟିଥିବା ମୁମ୍ବାଇର ତାଜ ପ୍ୟାଲେସ ହୋଟେଲରେ ପ୍ରଥମ ବୈଠକ ହେବ । ବୈଠକରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ, ଆତଙ୍କବାଦୀ କାର୍ଯ୍ୟକଳାପକୁ ଅର୍ଥ ଯୋଗାଣ ଏବଂ ମାନବବିହୀନ ଆକାଶ ଯାନ ବା ୟୁଏଭି ସମ୍ପର୍କରେ ଆଲୋଚନା ହେବ । ଆତଙ୍କବାଦୀମାନେ ବ୍ୟବହାର କରୁଥିବା ନୂଆ ପ୍ରଯୁକ୍ତିର ସଫଳ ମୁକାବିଲା ଲାଗି ଏଥିରେ ପଦକ୍ଷେପ ନିଆଯିବ । ପରିଷଦର ସଦସ୍ୟ ତାଲିକାଭୁକ୍ତ ରାଷ୍ଟ୍ରର ପ୍ରତିନିଧି ଏହି ବୈଠକରେ ଯୋଗଦେବେ । ଏହା ସହ ଆନ୍ତର୍ଜାତିକ ମାନବାଧିକାର ପ୍ରସଙ୍ଗରେ ବି ଏହି ବୈଠକରେ ଆଲୋଚନା ହେବ ।

ଆଜି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ, ମୁଖ୍ୟ ଅତିଥିଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫୦ବର୍ଷରେ ଧଉଳି ଶାନ୍ତିସ୍ତୂପ । ଆଜି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ । ସଜେଇ ହୋଇଛି ଧଉଳି । ପାଳନ ହେଉଛି ଉତ୍ସବ । ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀ ଧଉଳି ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଜାପାନ, ଆମେରିକା, ୟୁକ୍ରେନ ଓ କାଜାକସ୍ଥାନରୁ ବହୁ ସନ୍ଥ ସାମିଲ ହୋଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ସାମିଲ ହୋଇ ସମସ୍ତେ ଖୁସି ବ୍ୟକ୍ତ କରିବା ସହ ଧଉଳିର ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଅନ୍ୟପକ୍ଷରେ ଆଜିଠୁ ଧଉଳିରେ ପୁଣି ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ପ୍ରାୟ ଦୁଇ କୋଟି ଟଙ୍କା ଅନୁଦାନରେ ଏହାର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଶାନ୍ତି ପୂଜାର୍ଚ୍ଚନା ପାଇଁ ସକାଳ ୮ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।

ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ, ଜିତିଲା ଓଡ଼ିଶା FC

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ।  ଇଣ୍ଡିଆନ ସୁପରଲିଗରେ ଓଡିଶା ଏଫସି କରିଛି କମାଲ । ଘରୋଇ ମାଟିରେ ଓଡିଶା ଏଫସିର କ୍ରମାଗତ ବିଜୟ ଅଭିଯାନ ଜାରି ରହିଛି । ଗୁରୁବାର କଳିଙ୍ଗ ଷ୍ଟାଡିଅମରେ ଖେଳା ଯାଇଥିବା ମ୍ୟାଚରେ ବେଙ୍ଗାଲୁରୁ ଏଫସିକୁ 1-0 ଗୋଲରେ ହରାଇଛି ଓଡିଶା ଏଫସି ।

ଏହି ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଓଡ଼ିଶା ଏଫସି । ଓଡିଶା ଏଫସି ପକ୍ଷରୁ ନନ୍ଦା କୁମାର ମ୍ୟାଚର 33 ମିନିଟରେ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ଆଜିର ମ୍ୟାଚ ଦେଖବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ । ସମସ୍ତ ଖେଳାଳିଙ୍କୁ ଭେଟି ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।