ମାଡ଼ମାରି ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରିଦେଲେ ସାମ୍ବାଦିକ

କେନ୍ଦୁଝର: ମାଡ଼ମାରି ସ୍ତ୍ରୀଙ୍କ ଗର୍ଭ ନଷ୍ଟ କରିଦେଲା ସ୍ବାମୀ । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଆସିଛି ଏପରି ସଂଗୀନ ଅଭିଯୋଗ । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଯୋଡ଼ା ପ୍ରତିନିଧି ସଞ୍ଜିତ୍ ବାରିକଙ୍କୁ ଗିରଫ କରିଛି ପୋଲିସ । ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବାସହ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁସାରେ ବିବାହ ପରେ ମାଆ ଓ ଭଉଣୀଙ୍କ ସହିତ ମିଶି ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ସାମ୍ବାଦିକ ସ୍ବାମୀ ସଞ୍ଜିତ ।

ସ୍ତ୍ରୀଙ୍କୁ ସନ୍ଦେହ କରି ନିର୍ଯାତନା ଦେଉଥିଲେ । ଏପରିକି ମାଡ଼ ମାରି ଗର୍ଭ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଶ୍ବଶୂର ଘରୁ ୧୯ଲକ୍ଷ ଟଙ୍କା ମଧ୍ୟ ଠକି ନେଇଥିବା ଜଣାପଡ଼ିଛି । ଏନେଇ ଥାନାରେ ଏତଲା ପରେ ସଞ୍ଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।