ଷ୍ଟିଲ୍ ସିଟିରେ ନବୀନ, ଦେଖିବେ ଭାରତ ମ୍ୟାଚ୍

ରାଉରକେଲା: ରାଉରକେଲାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ରହିବ ୱ୍ଲାଡକପ୍ ଭିଲେଜ । ପରେ ସଂଧ୍ୟା ୭ଟାରେ ଭାରତ ଓ ସ୍ପେନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଦେଖିବେ ନବୀନ ।

ସେପଟେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଂଲଣ୍ଡ ଓ ଓ୍ବେଲସ ମଧ୍ୟରେ ମ୍ୟାଚ । ୭ଟାରେ ମୁହାଁମୁହିଁ ହେବେ ଇଣ୍ଡିଆ ଓ ସ୍ପେନ । ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ପୁଲ ପର୍ଯ୍ୟାୟରେ ଭାରତ ବିଜୟରୁ ଅଭିଯାନ କରିବାକୁ ଲକ୍ଷ୍ୟ ରଖିଛି । ଭାରତ ପୁଲ୍ ଡିରେ ଥିବାବେଳେ ଏହି ପୁଲ୍ରେ ସ୍ପେନ ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ଅଛନ୍ତି ।
ଅନ୍ୟପଟେ କଳିଙ୍ଗରେ ଆର୍ଜେଣ୍ଟିନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଥିବାବେଳେ ଅର୍ଜେଣ୍ଟିନା ପ୍ରଥମ ମ୍ୟାଚ ଜିତିଛି  । ସେହିପରି ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ମ୍ୟାଚ ନିଜ ପକ୍ଷକୁ ନେଇଛି  ।