ବିଏସକେଓ୍ବାଇ ଜାଲିଆତି, ସରକାର ନେଲେ ବଡ କାର୍ଯ୍ୟାନୁଷ୍ଠାନ

ଭୂବନେଶ୍ବର: ରାଜ୍ୟ ସରକାର ବିଏସକେଓ୍ବାଇ ଜାଲିଆାତିରେ ନେଇଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ । କଟକର ସାଉଥ ପଏଣ୍ଟ ହସ୍ପିଟାଲକୁ ବିଏସକେଓ୍ବାଇ ସେବା ତାଲିକାରୁ ବାଦ ଦିଆଯାଇଛି । ସେଠାରେ ନିୟୋଜିତ ସ୍ବାସ୍ଥ୍ୟ ମିତ୍ରଙ୍କୁ ଅନ୍ୟତ୍ର ହଟାଯିବ । ଏହା ସହିତ ସାଉଥ ପଏଣ୍ଟ ହସ୍ପିଟାଲରେ ବିଏସକେଓ୍ବାଇ ଯୋଜନା ଅଧିନରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ । ରୋଗୀଙ୍କୁ ଏହି ଯୋଜନାରେ ମିଳୁଥିବା ସୁବିଧାମାନ ଅନ୍ୟ ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି।

ବିଏସକେଓ୍ବାଇ ଯୋଜନାରେ ହେଉଥିବା ଜାଲିଆତି ଉପରେ ରାଜ୍ୟସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ। ସୂଚନା ଅନୁସାରେ କଟକର ସାଉଥ ପଏଣ୍ଟ ହସ୍ପିଟାଲରୁ ଅାସିଥିଲା ବିଏସକେଓ୍ବାଇ ଜାଲିଅାତି ନେଇ ଅଭିଯୋଗ। ବିଏସକେଓ୍ବାଇ କାର୍ଡ ରିନଓ୍ବାଲ ନାଁରେ କଟକରେ ଅନେକ ଦିନରୁ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଅାତ୍ମସାତ। କଟକରେ ବିଏସକେଓ୍ବାଇ ଜାଲିଆତି ଘଟଣାରେ ସାମ୍ନାକୁ ଅାସିଛି ସାଉଥ ପଏଣ୍ଟ ହସ୍ପିଟାଲରେ ଚାଲିଥିବା ବଡ ଧରଣର କାର୍ଡ ଘୋଟାଲା ତଥା ଅନିୟମିତତା ଘଟଣା। ଅଭିଯୋଗକୁ ଭିତ୍ତି କରି ବର୍ତ୍ତମାନ ରାଜ୍ୟସରକାରଙ୍କ ତରଫରୁ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯାଇଥିବାବେଳେ ପୁରୁଣା ରୋଗୀଙ୍କୁ ଫୋନ କରି ସ୍ବାସ୍ଥ୍ୟସେବା ସଂପର୍କରେ ବୁଝିବେ ସ୍ବାସ୍ଥ୍ୟ ଅଧିକାରୀ । ହସ୍ପିଟାଲର ସ୍ବାସ୍ଥ୍ୟସେବା ଯୋଗାଣ ଏ ନେଇ ବିଧିବଦ୍ଧ ଯାଞ୍ଚ କରି ଆଗକୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।