spot_img
Home Blog Page 3743

ପ୍ରଶାନ୍ତରେ ପଡିଲା ଚୀନ ରକେଟ, ଦୁଇ ବର୍ଷରେ ଚତୁର୍ଥ ଥର କକ୍ଷଚ୍ୟୁତ

ବେଜିଂ: ପ୍ରଶାନ୍ତ ମହାସାଗରରେ ଖସିଲା ଚୀନର ଦିଗହରା ରକେଟ । ପ୍ରାୟ ୨୩ ଟନ ଓଜନର ରକେଟ କକ୍ଷଚ୍ୟୁତ ହେବା ପରେ କେଉଁଠି ଖସିବ ତାହାକୁ ନେଇ ଜାରି ରହିଥିଲା ସସପେନସ୍ । କକ୍ଷଚ୍ୟୁତ ହୋଇ ଖସିପଡ଼ିବା କ୍ଷେତ୍ରରେ ଗତ ଦୁଇ ବର୍ଷ ମଧ୍ୟରେ ଚୀନର ଏହା ଥିଲା ଚତୁର୍ଥ ରକେଟ । ବାରମ୍ବାର ଏହି ଧରଣର ଦୁର୍ଘଟଣା ଘଟିବା ଯୋଗୁ ଚୀନକୁ ସମାଲୋଚନା କରିଥିଲା ଆମେରିକା ।

କକ୍ଷଚ୍ୟୁତ ରକେଟ ଖସିବା ଆଶଙ୍କା ଥିବାରୁ ସ୍ପେନର କେତେକ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା । ଫ୍ରାନସର ମାର୍ସେଲି ବିମାନବନ୍ଦରରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଥିଲା । ଚୀନର ତିଆଙ୍ଗଙ୍ଗ ସ୍ପେସ ଷ୍ଟେସନରୁ ଲଙ୍ଗମାର୍ଚ୍ଚ 5B ରକେଟକୁ ଉତକ୍ଷେପଣ କରାଯାଇଥିଲା । ଏହାଥିଲା ଏହି ବର୍ଗର ରକେଟର ତୃତୀୟ ତଥା ଚୂଡ଼ାନ୍ତ ମଡ୍ୟୁଲ । ମହାକାଶରୁ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଜଳିଯାଇଥିଲା ଏବଂ ଖଣ୍ଡଖଣ୍ଡ ହୋଇ ପ୍ରଶାନ୍ତ ମହାସାଗରରେ ଖସିପଡିଥିଲା ।

ଗତ ଅକ୍ଟୋବର ୩୧ ତାରିଖରେ ଲଞ୍ଚ ହୋଇଥିବା ରକେଟ ପୃଥିବୀ ବାହାରେ ମହାକାଶ କକ୍ଷପଥରେ ପ୍ରବେଶ କରିବା ପୂର୍ବରୁ ଏହା ଦିଗଭ୍ରଷ୍ଟ ହୋଇଯାଇଥିଲା । ସ୍ପେସ ଷ୍ଟେସନର ଶେଷ ଅଂଶ ମେନଜିଟିଆନକୁ କକ୍ଷପଥରେ ଅବସ୍ଥାପନ କରିବା ଉଦ୍ଦେଶ୍ୟରେ ଏହି ରକେଟକୁ ଛଡ଼ାଯାଇଥିଲା । ଚୀନର ବିଭିନ୍ନ ଗବେଷଣାରେ ସହାୟକ ହୋଇଥିବା ସ୍ପେସ ଷ୍ଟେସନର କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେବ ।

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ, ୮ରେ ଗଣତି

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଡିସେମ୍ବର ୫ରେ ହେବ ପଦ୍ମପୁର ଉପନିର୍ବାଚନ । ଡିସେମ୍ବର ୮ରେ ଭୋଟ ଗଣତି । ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି ।

ଦିନକ ପରେ ଧାମନଗର ଉପନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ଆଜି ପଦ୍ମପୁର ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି

ଇତି ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦପ୍ତର ଠାରୁ ଆରମ୍ଭ କରି ବରଗଡ ଜିଲ୍ଲାପାଳଙ୍କ ଦପ୍ତରରେ ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୧୪ରେ ପଦ୍ମପୁର ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ । ତେବେ ୨୦୧୯ ରେ ପ୍ରାୟ ୫ହଜାର ଭୋଟ ବ୍ୟବଧାନରେ ପ୍ରଦୀପଙ୍କୁ ପରାସ୍ତ କରି ବିଜୟ ରଞ୍ଜନ ସିଂ ବରିହା ଏଠାରୁ ବିଜୟୀ ହୋଇଥିଲେ ।

ସେହିପରି ରାଜସ୍ଥାନର ସର୍ଦ୍ଦାର ସହର, ବିହାରର କୁରହାନି, ଉତ୍ତରପ୍ରଦେଶର ରାମପୁର ଓ ଛତିଶଗଡ଼ର ଭାନୁପ୍ରତାପପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନରେ ସମାନ ତାରିଖରେ ଉପନିର୍ବାଚନ ହେବ ।…

ଦିନକ ପରେ ଧାମନଗର ଫଳ, ୧୮ ରାଉଣ୍ଡରେ ହେବ ଗଣତି

ଭୁବନେଶ୍ବର: ରବିବାର ପ୍ରକାଶ ପାଇବ ଧାମନଗର ଫଳ । କିଏ ମାରିବ ବାଜି ? କାହାକୁ ଅଧିକ ବିଶ୍ବାସ କରିଛନ୍ତି ଧାମନଗର ବାସିନ୍ଦା ? କାହାକୁ ପସନ୍ଦ କରିଛନ୍ତି ଧାମନଗର ଭୋଟର ତାକୁ ନେଇ ଚିନ୍ତାରେ ପ୍ରାର୍ଥୀ । ଗାଁ ଛକ ଠୁ ଆରମ୍ଭ କରି ସବୁଠି ଧାମନଗର ଫଳାଫଳକୁ ନେଇ ଜାରି ରହିଛି ଚର୍ଚ୍ଚା । ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ।

୧୪ଟି ଟେବୁଲରେ, ୧୮ ରାଉଣ୍ଡ ଗଣତି କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ଟା ସୁଦ୍ଧା ସମସ୍ତ ଫଳାଫଳ ଆସିବା ସମ୍ଭାବନା ରହିଛି । ୩ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଛି ଅଙ୍କକଷା ।

ପାଣି ଭିତରୁ ଶୁଭେଚ୍ଛା ବାର୍ତ୍ତା, ନଦୀ ସମୁଦ୍ରରେ ସୁଟିଂ ହେଲା ସ୍ବତନ୍ତ୍ର ଭିଡିଓ

କଟକ: ଟିମ ଇଣ୍ଡିଆର ନମ୍ବର ଓ୍ବାନ ବ୍ୟାଟ୍ସମ୍ୟାନ ବିରାଟ କୋହେଲିଙ୍କୁ ୩୪ ତମ ଜନ୍ମଦିନର ଶୁଭେଚ୍ଛା । ଏବେ ଟି-ଟ୍ବେଣ୍ଟି ବିଶ୍ବକପରେ କୋହେଲି ଭଲ ଫର୍ମରେ ଥିବାରୁ ତାଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ସବୀର ବକ୍ସ ଓ ତାଙ୍କ ଟିମ । କଟକର ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ତାଙ୍କ ଟିମ୍ ପାଣିରେ ଆୟୋଜନ କରିଛନ୍ତି ଏକ ସୁନ୍ଦର ଶୁଭେଚ୍ଛା ଭିଡିଓ ।

ଗୋଆ ସମୁଦ୍ର ଓ କଟକ ମହାନଦୀରେ ଏହି ଶୁଭେଚ୍ଛା ଗୀତ ପ୍ରସ୍ତୁତ ହୋଇଛି । ଗୋଆରେ ସମୁଦ୍ରରେ ସବୀର ବକ୍ସଙ୍କ ଟିମ ପାଲଟଣା ବୋଟ୍ ବା ଉଇଣ୍ଡ ସର୍ଫିଙ୍ଗ ସାରଞ୍ଜମରେ ସୁଟିଙ୍ଗ କରିଛନ୍ତି ଏକ ସୁନ୍ଦର ଜନ୍ମଦିନ ଶୁଭେଚ୍ଛା ଭିଡିଓ । ଏହା ପରେ ଆଜି ମହାନଦୀର ଗଭୀର ଜଳରାଶିରେ ସୁଟିଙ୍ଗ ହୋଇଛି ଅଣ୍ଡର ୱାଟର ଭିଡିଓ ।

ବିରାଟଙ୍କୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା, ୩୪ ବର୍ଷରେ କିଙ୍ଗ କୋହଲି

ନୂଆଦିଲ୍ଲୀ: ଆଜି ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ୩୪ତମ ଜନ୍ମଦିନ । ବିରାଙ୍କ ଜନ୍ମଦିନ ପାଇଁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ବିରାଟ । ଏହାପରେ ସେ ଆଉ କେବେ ପଛକୁ ଫେରିନଥିଲେ ।

ଆଜି ବିଶ୍ବ କ୍ରିକେଟରେ ସବୁଠୁ ସଫଳ ଓ ଅନ୍ୟତମ କ୍ରିକେଟର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ବିରାଟ । ୨୦୧୦ ମସିହା ଜୁନ ୧୨ ତାରିଖରେ ଜିମ୍ବାଓ୍ବେ ବିପକ୍ଷ ଟି ଟ୍ବେଣ୍ଟିରେ ଡେବ୍ୟୁ କରିଥିଲେ ଏବଂ ୨୦୧୧ ଜୁନ ୨୦ରେ ସେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଏହାରି ଭିତରେ ୧୦୨ଟି ଟେଷ୍ଟ, ୨୬୨ ଟି ଦିନିକିଆ ଓ ୧୧୩ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିସାରିଛନ୍ତି । ଦିନିକିଆରେ ୨୬୨ଟି ମ୍ୟାଚରୁ ୧୨ ହଜାର ୩୪୪ ରନ କରିଛନ୍ତି ।

ଯେଉଁଥିରେ ୪୩ଟି ଶତକ ରହିଛି । ଏହାସହ ଟେଷ୍ଟରେ ୧୦୨ଟି ମ୍ୟାଚରେ ୮ହଜାର ୭୪ରନ କରିଥିବା ବେଳେ ସେଥିରେ ୨୭ଟି ଶତକ ରହିଛି । ଟି-ଟେଣ୍ଟିରେ ମଧ୍ୟ ବିରାଟ ୩ହଜାର ୯୩୨ ରନ କରିଛନ୍ତି । ଆଇପିଏଲରେ ମଧ୍ୟ ବିରାଟଙ୍କ ଚମତ୍କାର ରେକର୍ଡ ରହିଛି । ଅନେକ ମ୍ୟାଚରେ କୋହଲି ଭାରତର ନେତୃତ୍ବ ନେଇ ବିଜୟର ସ୍ବାଦ ଚଖାଇଛନ୍ତି । ଭାରତୀୟ ସଫଳ ଅଧିନାୟକତ୍ବ ତାଲିକାରେ ବିରାଟଙ୍କ ନାଁ ରହିଛି ।

ଅଭିଯୋଗ ପର୍ବ ବନ୍ଦ କରିବାକୁ ବର୍ଷା ଅନୁଭବଙ୍କୁ ନିର୍ଦ୍ଦେଶ, ଡିସେମ୍ବର ୨ରେ ପରବର୍ତ୍ତୀ ଶୁଣାଣି

କଟକ: ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ମାମଲା। ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।ପୂର୍ବରୁ ଯଦିଓ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମାତ୍ର ପରବର୍ତ୍ତୀ ସମୟରେ ଉଭୟ ପରସ୍ପର ପ୍ରତି ପରୋକ୍ଷ ଭାବରେ ଆକ୍ଷେପ କରିଥିଲେ।ଏପରିକି ଉଭୟ ସୋସିଆଲ ମିଡିଆରେ ପରୋକ୍ଷ ଭାବରେ ଆକ୍ଷେପ କରିଥିଲେ।

ତେବେ ଏନେଇ ଜଷ୍ଟିସ କେ ଆର ମହାପାତ୍ରଙ୍କ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏନେଇ ପୂର୍ବରୁ ଯେଉଁ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ ତାହା ବଳବତ୍ତର ରଖିବା ପାଇଁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ ଗତ ମେ ୨୭ ତାରିଖରେ ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶନାମାକୁ ପାଳନ କରିବାକୁ କୋର୍ଟ କହିଛନ୍ତି। ତେବେ ଡିସେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ହ୍ବିଲଚେୟାରରେ ବସି ହସ୍ପିଟାଲରୁ ସମ୍ବୋଧନ କଲେ ଇମରାନ, କହିଲେ ଜାଣିଥିଲି ଆକ୍ରମଣ ହେବ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଉପରେ ଆକ୍ରମଣ ପରେ ଲାହୋରର ଶୌକତ ଖାନମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି  । ହ୍ବିଲ ଚେୟାରରେ ବସି ଦେଶକୁ ସମ୍ବୋଧନ କରିଛନ୍ତି ଇମରାନ  । ଶେହବାଜ ସରିଫ ସରକାରକୁ ଟାର୍ଗେଟ କରିବା ସହ ଅନାସ୍ଥା ପ୍ରସ୍ତାବ ଆଣି କିପରି ଇମରାନଙ୍କ ସରକାରକୁ ଗାଦିଚ୍ୟୁତ କରାଗଲା ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି  ।  ଶୁକ୍ରବାର ଦେଶକୁ ସମ୍ବୋଧିତ କରି ଇମରାନ କହିଛନ୍ତି ତାଙ୍କ ଉପରକୁ ମାଡି ଆସୁଥିବା ବିପଦ ବିଷୟରେ ସେ ପୂର୍ବରୁ ଜାଣିଥିଲେ  । ବଜିରାବାଦ ଓ ଗୁଜରାଟ ମଧ୍ୟରେ ମୋତେ ହତ୍ୟା କରାଯିବା ପାଇଁ ଷଡଯନ୍ତ୍ର ହୋଇଥିଲା  । କିନ୍ତୁ ପାକିସ୍ତାନ ଜନତାଙ୍କ ଭଲ ପାଇବା ଯୋଗୁଁ ସୌଭାଗ୍ୟବଶତଃ ବଞ୍ଚି ଯାଇଛି ବୋଲି ସେ କହିଛନ୍ତି   ।

ସେପଟେ ହତ୍ୟା ଉଦ୍ୟମ ପରେ ସାରା ଦେଶରେ ଜନ ଆକ୍ରୋଶ । ଲାହୋର ଠୁ ରାଓ୍ବଲପିଣ୍ଡି, ଇସଲାମାବାଦରୁ ପଞ୍ଜାବ ଚାରିଆଡେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ । ଲୋକେ ରାସ୍ତାକୁ ଓହ୍ଲାଇବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଅଭିଯୁକ୍ତ ଏବଂ ତା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । କିଛି ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ନିଆଁ ଜଳାଇଛନ୍ତି ।

ଫରିଜାବାଦରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବିକ୍ଷୋଭାକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥଲେ ପୋଲିସ । ପ୍ରତିବାଦରେ ଲୋକେ ପଥର ମାଡ଼ କରିଥିଲେ । ଲାହୋରରେ ପଞ୍ଜାବ ଗଭର୍ଣ୍ଣରଙ୍କ ଘର ଆଗରେ ଲୋକେ ଜୋରଦାର ପ୍ରତିବାଦ କରିଥିଲେ । ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ଆଜି ପ୍ରତିବାଦ କରିଥିବାରୁ ସାଧାରଣ ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା । ରାଲି ବେଳେ ଇମ୍ରାନ ଖାନଙ୍କୁ ଉପରରୁ ୩ରୁ ୪ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ବି ପୋଲିସ ଗିରଫ କରିଛି । ସେପଟେ କାହିଁକି ଗୁଳି ଚାଳନା କରିଥିଲା ଏନେଇ ପୋଲିସ ଷ୍ଟେସନରେ ଅଭିଯୁକ୍ତ ସ୍ବିକାର କରିଥିବା ବେଳେ ତାର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଥାନା ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି ।

ବିଷ ବଳୟରେ ଦିଲ୍ଲୀ, ଆଜିଠୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଗ୍ୟାସ ଚାମ୍ବର ଭିତରେ ଆକ୍ତାମାକ୍ତା ଦିଲ୍ଲୀବାସୀ । ଭୟଙ୍କର ବାୟୁ ପ୍ରଦୂଷଣ ପାଇଁ ୫୦ ପ୍ରତିଶତ ସରକାରୀ କର୍ମଚାରୀ ଓ୍ବାର୍କ ଫ୍ରମ ହୋମରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଣବିଏସ-୬ ଡିଜେଲ ଚାଳିତ ହାଲୁକା ଯାନ ଉପରେ ନିଷେଧାଦେଶ ଜାରି କରାଯାଇଛି । ଆଜିଠୁ ବନ୍ଦ ରହିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ ।

ନୋଏଡାରେ ଅନଲାଇନ କ୍ଲାସ ଲାଗୁ ନେଇ ଦିଆଯାଇଛି ନିର୍ଦ୍ଦେଶ । ଖୁବ ଶୀଘ୍ର ଗାଡ଼ିଗୁଡ଼ିକ ଲାଗି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀର ସମସ୍ୟା ଲାଗି ନିଜ ଉପରକୁ ନେଇଛନ୍ତି ଦାୟିତ୍ବବୋଧ । ଦିଲ୍ଲୀ ପଡୋଶୀ ଅଞ୍ଚଳରେ ଜାରି ରହିଛି ନଡ଼ା ପୋଡି । ବାୟୁର ଗତି ସ୍ଥିର ରହିଥିବାବେଳେ ଧୂଆଁ ଓ ଧୂଳିକଣାରେ ନୟାନ୍ତ ହେଲେଣି ଦିଲ୍ଲୀବାସୀ । ପ୍ରଭାବରେ ନାନାଦି ସ୍ବାସ୍ଥ୍ୟ ସମସ୍ୟାରେ ପଡୁଛନ୍ତି ବାସିନ୍ଦା । ଆସନ୍ତା ୧୦ ତାରିଖରେ ସୁପ୍ରିମକୋର୍ଟରେ ହେବ ଦିଲ୍ଲୀ ପ୍ରଦୂଷଣ ମାମଲା ।

ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା

ଭୁବନେଶ୍ୱର: ଦୁର୍ଘଟଣାରେ ଆହତଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦୁର୍ଘଟଣାରେ ମୃତ୍ୟୁହାର କମାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ । ୭ଟି ଅଧିକ ଘରୋଇ ହସ୍ପିଟାଲରେ ମିଳିବ ଟ୍ରମା ଚିକିତ୍ସା ସୁବିଧା । ୧୮ଟି ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର । ରାୟପୁର ଓ ବିଶାଖାପାଟଣାରେ ବି ମିଳିବ ମାଗଣା ଚିକିତ୍ସା ସୁବିଧା । ଦୁର୍ଘଟଣାରେ ମୃତ୍ୟୁ ହାର କମାଇବାକୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଟ୍ରମା କେୟାର ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଥିଲା ।

କଟକ ଏସସିବି ମେଡିକାଲ କଲେଜ୍, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ, ବୁର୍ଲା ଭିମସାର, ଡିଏଚଏସ ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ଆରଜିଏଚ ରାଉରକେଲାରେ ଟ୍ରମା କେୟାର ସୁବିଧାକୁ ଅଧିକ ସୁଦୃଢ କରିଥିଲେ ରାଜ୍ୟ ସରକାର । ଏଥିରେ ଅଧିକ ଘରୋଇ ହସ୍ପିଟାଲ ଯୋଡିବାକୁ ଯାଉଛନ୍ତି । ଏଥିରେ ଉନ୍ନତ କାଜୁଆଲଟି ଓ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଏହି ସ୍କିମରେ କଟକ, ଭୁବନେଶ୍ବର, ରାଉରକେଲା, ବିଶାଖପାଟଣା, ରାୟପୁରର ଘରୋଇ ହସ୍ପିଟାଲକୁ ସାମିଲ କରାଯିବ । ନୂତନ ସୁବିଧା ସହିତ ଏମଓୟୁ ଖୁବଶୀଘ୍ର ସ୍ବାକ୍ଷରିତ ହେବ । ଏହି ଯୋଜନାକୁ ରାଜ୍ୟ ନୋଡାଲ ଅଫିସର ଭାବରେ ଆଡଲ ଡିଏମଏଟି ଓଡ଼ିଶା ତଦାରଖ କରୁଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁରରେ ମହିଳାଙ୍କୁ ଗୁଳିମାଡ଼, ପିଲା ଚୋରି ଉଦ୍ୟମ ବେଳେ ଦୁର୍ବୃତ୍ତର ଗୁଳିମାଡ଼

ବାସୁଦେବପୁର: ବାସୁଦେବପୁର ଅଲବଗା ଛକରେ ମହିଳାଙ୍କୁ ଗୁଳିମାଡ଼ । ସଂଧ୍ୟାରେ ମୋବାଇଲ ଲାଇଟ୍ ଜଳାଇ ରାସ୍ତାର ଯାଉଥିବାବେଳେ ମହିଳାଙ୍କ ପାଖରୁ ତାଙ୍କ ପୁଅକୁ ଛଡାଇବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ପରେ ମୋବାଇଲ ଛଡାଇ ହାତକୁ ଗୁଳି କରି ଫେରାର ହୋଇଥିଲେ ଦୁର୍ବୃତ୍ତ । ଗୁରୁତର ଆହତ ଅବସ୍ଥାରେ ମହିଳାଙ୍କୁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଛି । ଆହତ ମହିଳା ହେଲେ ଅଲବଗା ଗାଁର ଜ୍ୟୋତ୍ସ୍ନାରାଣୀ ସାହୁ । ତାଙ୍କୁ ପ୍ରଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଛି । ପିଲା ଚୋରି ପାଇଁ ଏପରି ଘଟଣା ଘଟିଥିବା ସନ୍ଦେହ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।