ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା; ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବିରୋଧରେ ଏତଲା

ପାଟଣାଗଡ଼: ମହଙ୍ଗା ପଡ଼ିଲା ବିଡିଓଙ୍କୁ ଦୁର୍ବ୍ୟବହାର । ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବିରୋଧରେ ଥାନାରେ ଏତଲା । ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏତଲା ଦେଇଛି ଆାଦିବାସୀ ସଂଘ । ଗତ ୧୮ତାରିଖରେ ମଣ୍ଡଳ ଗାଁ ନିକଟରେ ବିଡିଓଙ୍କୁ ଧମକ ଦେବା ସହ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ପ୍ରଶ୍ନ ପଚାରି ଅସଦାଚରଣ କରିଥିଲେ କେଭି ସିଂହଦେଓ । ବେଲପଡ଼ା ବିଡିଓଙ୍କୁ ଧମକ ଦେଇଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।