ଭାରତ ବିରୋଧରେ ଚଳିବନି ଡ୍ରାଗନର ଦାଦାଗିରି, ଆରମ୍ଭ ହେବ ସମରାଭ୍ୟାସ ’ପ୍ରଳୟ’

1 min read

ନୂଆଦିଲ୍ଲୀ: ଶତ୍ରୁ ରାଷ୍ଟ୍ର ବିରୋଧରେ ଭାରତ କରିବ ସମରସଜ୍ଜା । ଚଳିବନି ଡ୍ରାଗନର ଦାଦାଗିରି । ସୀମାରେ ଦମ୍ ଦେଖାଇବ ଭାରତୀୟ ବାୟୁସେନା । ଚାଲିବ ଏୟାରଫୋର୍ସର ସମରାଭ୍ୟାସ ’ପ୍ରଳୟ’ । ଶତ୍ରୁ ରାଷ୍ଟ୍ରର ଚାଲେଞ୍ଜ ଲାଗି ଆଗୁଆ ପ୍ରସ୍ତୁତି । ଉତ୍ତରପୂର୍ବାଞ୍ଚଳରେ ସମସ୍ତ ଏୟାରବେସରେ ହେବ ଏକ୍ସରସାଇଜ । ଆସନ୍ତା କିଛି ଦିନ ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ଆରମ୍ଭ ହେବ ଅଭିଯାନ । ସମରାଭ୍ୟାସରେ ସାମିଲ ହେବେ ଏସ-୪୦୦ ଏୟାର ଡିଫେନ୍ସ ସ୍କ୍ବାଡ୍ରନ, ରାଫେଲ ଓ ସୁଖୋଇ-୩୦ ।

ଶତ୍ରୁପକ୍ଷରୁ କୌଣସି ପ୍ରକାର ବିମାନ ବା ମିସାଇଲକୁ ୪୦୦ କିଲୋମିଟର ଦୂରରୁ ଖସାଇବାର ସାମର୍ଥ୍ୟ ହାସଲ କରିଛି ସିଷ୍ଟମ । ସିକ୍କିମ ଓ ସିଲିଗୁଡ଼ି କରିଡରରେ ଚୀନ ଚଳାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିରୋଧରେ ବି ସତର୍କ ହୋଇଛି ଭାରତ । ଚୀନ ସହ ସମ୍ପର୍କ ତିକ୍ତ ହେବା ପରେ ଭାରତ ପକ୍ଷରୁ କିଛିଦିନ ତଳେ ଡ୍ରୋନ ସ୍କ୍ବାଡ୍ରନ ଏଲଏସିକୁ ପ୍ରେରଣ କରାଯାଇଥିଲା । ସେପଟେ ପୂର୍ବ ଲଦାଖ ଅନ୍ତର୍ଗତ ସୀମାରେ ମୁତୟନ ସୈନ୍ୟଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

ସୀମାରେ ପ୍ରତିରକ୍ଷା ପ୍ରସ୍ତୁତି ନେଇ ପିପୁଲ୍ସ ଲିବରେସନ ଆର୍ମି ମୁଖ୍ୟାଳୟରୁ ସୈନ୍ୟଙ୍କୁ ଉଦବୋଧନ ଦେଇଛନ୍ତି ଜିନପିଙ୍ଗ । ସେପଟେ ଭାରତୀୟ ନୌସେନାରେ ଆସନ୍ତା ୨୩ରେ ସାମିଲ ହେବ ବାହୁବଳୀ । ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର ନୌସେନାର ସାମିଲ ହେବା ଲାଗି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମେରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର । କାଲଭାରି ଶ୍ରେଣୀର ଏହି ସବମେରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି ।