ସ୍ୱାମୀ ହ୍ୟୁମାନ ବହୁତ ଭଲ, ଶାଶୂ ଗଣ୍ଡଗୋଳର ଖଳନାୟିକା: ଶ୍ରୀୟା

1 min read

ନନ୍ଦିଘୋଷ ବ୍ୟୁରୋ: ସିଙ୍ଗର ଷ୍ଟାର ହ୍ୟୁମାନଙ୍କ ପାରିବାରିକ ବିବାଦ ଆହୁରି ବିବାଦ ଭିତରକୁ ଚାଲିଯାଇଛି । ସର୍ବଧର୍ମକୁ ସମ୍ମାନ ଦେଉଥିବା ନେଇ ହ୍ୟୁମାନ ଓ ତାଙ୍କ ମାଆଙ୍କ ବୟାନକୁ କାଉଣ୍ଟର କରିଛନ୍ତି ବୋହୂ ଶ୍ରୀୟା । ଯେଉଁ ଠାକୁର ଘର ଥିବାନେଇ ଭିଡିଓ କରି ଦେଖାଉଛନ୍ତି ତାହା ସତ ନୁହେଁ । ସେହି ସ୍ଥାନରେ ଷ୍ଟୋର ରୁମ ଥିଲା । ରାତାରାତି ଏହାକୁ ଠାକୁର ଘର ବନାଇଦେଇ ଗଣମାଧ୍ୟମକୁ ଦେଖାଯାଉଥିବା ଶ୍ରୀୟା ଅଭିଯୋଗ କରିଛନ୍ତି । ଏହାଛଡ଼ା ଶାଶୂଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

ବୁଝାବଣା କରିବାକୁ ସେ ରାଜିଥିଲେ ମଧ୍ୟ ତୃତୀୟ ଶକ୍ତି ପାଇଁ ଏହା ସମ୍ଭବ ହୋଇପାରୁନି । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଶାଶୂ ହିଁ ବିବାଦ ସୃଷ୍ଟି କରୁଥିବା ଶ୍ରୀୟା ଅଭିଯୋଗ କରିଛନ୍ତି । ବାହାଘର ପରେ ସବୁକିଛି ଠିକଠାକ ଥିଲା ହେଲେ ଶାଶୂ ଆସି ସେମାନଙ୍କ ପାଖରେ ରହିଲା ଦିନଠୁ ହିଁ ସ୍ବାମୀସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସିଛି । ଝିଅ ଜନ୍ମ ହେବା ପରଠାରୁ ଶାଶୂ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ । ପୁଅ ଜନ୍ମ ନହେବାରୁ ଗାଳିଗୁଲଜ କରିବା ସହିତ ସ୍ବାମୀଙ୍କୁ କହି ମାଡ଼ମାରୁଥିଲେ । ମଦ ପିଇ ଆସି ଅନେକ ଥର ତଣ୍ଟିଚିପିଦେବାକୁ ଉଦ୍ୟମ କରିଥିଲେ ହ୍ୟୁମାନ ।

ପ୍ରକୃତରେ ମଦ୍ଯପାନ କରି ହ୍ୟୁମାନଙ୍କ ଲିଭର ସମ୍ପୂର୍ଣଣ ନଷ୍ଟ ହୋଇଯାଇଛି । ଶାଶୁ ହିଁ ସବୁ ଗଣ୍ଡଗୋଳର ମୁଖ୍ୟ ଖଳନାୟକ ବୋଲି ଶ୍ରୀୟା ଅଭିଯୋଗ କରିଛନ୍ତି । ଏହାଛଡ଼ା ସେ କେବେ ବି ସେ ମଦ୍ୟପାନ କରନ୍ତିନି । ମାତ୍ର ତାଙ୍କୁ ଶାଶୂ ମଦ୍ୟପାନ କରୁଥିବା କହି ବଦନାମ କରିଛନ୍ତି । ପୂର୍ବରୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ ଆଣିଥିଲେ ଶ୍ରୀୟା । ଏହା ପରେ ଭିଡିଓ ଜାରି କରି ନିଜ ଘରର ଠାକୁର ଘର ଦେଖାଇଥିଲେ ହ୍ୟୁମାନ ଓ ତାଙ୍କ ମାଆ । ସବୁଧର୍ମକୁ ସମ୍ମାନ କରୁଥିବା ଓ ଶ୍ରୀୟା ଏହି ଠାକୁର ଘରେ ପୂଜା କରୁଥିଲା ହ୍ୟୁମାନଙ୍କ ମାଆ କହିଥିଲେ ।

କିଛିଦିନ ତଳେ ହ୍ୟୁମାନଙ୍କ ବିରୋଧରେ ପତ୍ନୀ ଶ୍ରୀୟା ମିଶ୍ର ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଡିସିପିଙ୍କୁ ଭେଟି ପତ୍ନୀ ଅଭିଯୋଗ କରିଥିଲେ । ଏହାପରେ ମହିଳା ଥାନାରେ ଉଭୟଙ୍କର କାଉନସେଲିଂ ହୋଇଥିଲା । ପୋଲିସ ସେମାନଙ୍କୁ ସମାଧାନ ପାଇଁ କିଛି ଦିନ ସମୟ ଦେଇଥିଲା । ୨୦୧୭ରେ ହ୍ୟୁମାନଙ୍କୁ ବିବାହ କରିଥିଲେ ଶ୍ରୀୟା । ତାଙ୍କର ଏକ ୪ବର୍ଷର ଝିଅ ବି ରହିଛି । ଶ୍ରୀୟା ନିଜେ ମଧ୍ୟ ଜଣେ କଣ୍ଠଶିଳ୍ପୀ । ମର୍କତନଗର ସେକ୍ଟର-୬ରେ ଉଭୟ ରହୁଥିଲେ । ତେବେ ପରିବାରିକ ବିବାଦ ପାଇଁ ପତ୍ନୀ ଶ୍ରୀୟା ଘର ଛାଡି ଚାଲିଯିବା ସହ ଅଭିଯୋଗ କରିଥିଲେ ।