spot_img
Home Blog Page 3671

ORHDC ଦୁର୍ନୀତି ମାମଲା, ପୂର୍ବତନ ଏମଡି ବିନୋଦ କୁମାରଙ୍କୁ ପୁଣି ସଜ୍ଜା

ଭୁବନେଶ୍ୱର: ORHDC ଦୁର୍ନୀତି ମାମଲାରେ ପୂର୍ବତନ ଏମଡି ତଥା ଆଇଏଏସ ବିନୋଦ କୁମାରଙ୍କୁ ପୁଣି ସଜ୍ଜା । ଭୂମିକା ବିଲଡର ଲୋନ୍ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦଣ୍ଡାଦେଶ ହୋଇଛି । ଭିଜିଲାନ୍ସର ସ୍ପେଶାଲ ଜଜ୍ ଏହି ୬ ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିନୋଦଙ୍କ ସହ କମ୍ପାନୀ ସେକ୍ରେଟାରୀ ସତ୍ୟ ପ୍ରକାଶ ବେହେରା, ସ୍ୱସ୍ତିକ ରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଟ ସିଷ୍ଟମ ଅନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ, ଭୂମିକା ବିଲଡର ମ୍ୟାନେଜିଙ୍ଗ ପାର୍ଟନର ଦେବଦତ୍ତ ରାୟ ଓ଼ ବିଭୂତି ଭୂଷଣ ସ୍ୱାଇଁଙ୍କୁ ସଜା ଶୁଣାଇଛନ୍ତି କୋର୍ଟ ।

ପୂର୍ବରୁ ମଧ୍ୟ ORHDC ଓ ମେଟ୍ରୋ ବିଲଡର ମାମଲାରେ ଭିଜିଲାନ୍ସର ସ୍ପେଶାଲ ଜଜ୍ ବିନୋଦଙ୍କ ସମେତ ୪ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇସାରିଛନ୍ତି । ଏହି ତାଲିକାରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ନିଗମର ତତ୍କାଳୀନ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ର, ମେଟ୍ରୋ ବିଲଡରର ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ଜରିମାନା ସହ ୩ ବର୍ଷ ଲେଖାଏଁ ସଜା ଶୁଣାଇଥିଲେ କୋର୍ଟ । ୨୦୦୦ରୁ ୨୦୦୧ ମସିହା ପର୍ଯ୍ୟନ୍ତ ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ ଆଇଏସ ବିନୋଦ କୁମାର । ମୁଖ୍ୟତଃ ବିନୋଦ କୁମାରଙ୍କ ସମୟରେ ସରକାରୀ ବାବୁ ଓ ବିଲଡରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।

’ସ୍ୱଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ଭୁବନେଶ୍ବରରେ ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ଯଶସ୍ୱୀ ସାଧକ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି । ଏହା ସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ୱଭାବ କବିଙ୍କ ସ୍ମୃତିରେ ଭବନ ନିର୍ମାଣ ଓ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ବିଷୟରେ ଆଲୋଚନା କରିଥିଲେ । ଏହାଦ୍ୱାରା ଦୂର ଦୂରାନ୍ତରରୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ିବା ପାଇଁ ତଥା ଚିକିତ୍ସା ପାଇଁ ଆସୁଥିବା ଲୋକମାନଙ୍କୁ ବିଭିନ୍ନ ସେବା ଏହି ଭବନରେ ଯୋଗାଇ ଦିଆଯିବ ବୋଲି ମେହେର ସମାଜ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ ମେହେର ସମାଜର ଅନୁରୋଧକୁ ରକ୍ଷା କରି ଜମି ଯୋଗାଇ ଦେବାପାଇଁ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ସ୍ୱଭାବ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସରିଲା ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା, ଡିସେମ୍ବର ୯ରୁ ଆରମ୍ଭ ହେବ ଖାତା ଦେଖା

କଟକ: ସରିଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଚଳିତ ଥର ପରୀକ୍ଷା ଦେଲେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ । ତେବେ ଆଜି ପରୀକ୍ଷା ଶେଷ ହୋଇଥିବାବେଳେ ୯ ତାରିଖରୁ ଆରମ୍ଭ ହେବ ଖାତା ଦେଖା । ସାରା ରାଜ୍ୟରେ ଚାଲିଥିବା ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମ୍ମେଟିଭ୍-୧ ପରୀକ୍ଷା ସୁରୁଖୁରରେ ଶେଷ ହୋଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ହୋଇଥିବା ଏହି ପରୀକ୍ଷାରେ ଚଳତ ବର୍ଷ ରାଜ୍ୟର ୩ ହଜାର ୨୯ କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପ୍ରତିଦିନ ଦୁଇ ଘଣ୍ଟା କରି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା ।

ଅନ୍ୟପକ୍ଷରେ ଆଜି ସମ୍ମେଟିଭ୍-୧ ପରୀକ୍ଷା ଶେଷ ହୋଇଥିବାବେଳେ ଆସନ୍ତା ୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ରାଜ୍ୟର ୫୬ଟି ପରୀକ୍ଷା କେନ୍ଦ୍ରରେ ୧୨ ହଜାର ୨୫୦ ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖାରେ ନିୟୋଜିତ ହେବ । ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ ହେବ । ପ୍ରତିଦିନ ସକାଳ ୯ଟାରୁ ୫ ଟା ପର୍ଯ୍ୟନ୍ତ ଖାତା ଦେଖା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

 

 

ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା, ମାସେ ବଢ଼ିଲା ଅବଧି

କଟକ: ହାଇକୋର୍ଟରେ HSRP ବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି ହୋଇଛି । ଆଜିର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇ କୁହାଯାଇଛି ଯେ ୧,୨,୩ ଏବଂ ୪ରେ ଶେଷ ହେଉଥିବା ନମ୍ବର ପାଇଁ ସରକାର ଆଉ ମାସେ ସମୟ ଘୁଞ୍ଚାଇଛନ୍ତି । ଫଳରେ ୧,୨,୩,୪ ଶେଷ ନମ୍ବର ପାଇଁ  ଡିସେମ୍ବର ୩୧ ଡେଡ୍ ଲାଇନ ଧାର୍ଯ୍ୟ ହୋଇଛି । ଏବେ ପ୍ରତିଦିନ ବୁକିଂ ସଂଖ୍ୟାକୁ ୨୫ ହଜାରରୁ ୫୭ ହଜାରକୁ ବୃଦ୍ଧି କରାଯାଇଛି । ତେବେ ଆଜି ଶୁଣାଣି ପରେ ହାଇକୋର୍ଟ ଏହି ମାମଲାର ଅନ୍ତ ଘଟାଇଛନ୍ତି । ଏହା ପରେ କୌଣସି ବୈଷୟିକ ଦିଗ ନେଇ ଆପତ୍ତି ଆସିଲେ, ଯେ କୌଣସି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ-ଚୀନ ସମ୍ପର୍କରେ ମୁଣ୍ଡ ନପୂରାଇବାକୁ ଆମେରିକାକୁ ଚୀନର ଚେତାବନୀ

ନୂଆଦିଲ୍ଲୀ: ଭାରତ-ଚୀନ ସମ୍ପର୍କରେ ମୁଣ୍ଡ ନପୂରାଇବାକୁ ଆମେରିକାକୁ ଚୀନର ଚେତାବନୀ । ପେଣ୍ଟାଗନ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନା ଓ ଭାରତ ସମ୍ପର୍କରେ ହସ୍ତକ୍ଷେପ ନକରିବାକୁ ଆମେରିକୀୟ ଅଧିକାରୀଙ୍କୁ ଚେତାବନୀ ଦେଇଛି ଚୀନ୍ । ସୀମାରେ ସ୍ଥିରତା କାଏମ ରଖିବା ସହ ଭାରତ ସହ ଦ୍ୱିପାକ୍ଷକ ସମ୍ପର୍କ ସୁଦୃଢ଼ କରିବାକୁ ଚୀନ ଯୋଜନା କରୁଛି । ଆମେରିକା ସହ ଭାରତର ସମ୍ପର୍କ ଦୃଢ଼ ହେଉଥିବାରୁ ସୀମା ବିବାଦ ତୁଟାଇ ଭାରତ ସହ ସମ୍ପର୍କ ବଢ଼ାଇବାକୁ ଚୀନ୍ ଯୋଜନା କରୁଛି ବୋଲି ପେଣ୍ଟାଗନ କହିଛି ।

LAC ନିକଟରେ ଚୀନ ବ୍ୟାପକ ସୈନ୍ୟ ମୁତୟନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ନେଇ ପେଣ୍ଟାଗନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ତମାମ ଆଲୋଚନା ସତ୍ତ୍ୱେ କିଛି ନିଷ୍କର୍ସ ବାହାରିପାରିନି । ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି । ମାତ୍ର ସର୍ତ୍ତରେ କେହି ରାଜି ହେଉ ନଥିବାରୁ ସୀମା ବିବାଦ ଥମିବାର ନାଁ ଧରୁନି ବୋଲି ପେଣ୍ଟାଗନ କହିଛି । ୨୦୨୦ ରେ ଗଲଓ୍ୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ାଇଥିଲା ।

ଚାଷୀଠୁ ରେଳଲାଇନ୍, ଓଡ଼ିଶା ସହ ପ୍ରତାରଣା କରିଆସୁଛି କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ଠକିବାରେ ବିଜେପିର ଲମ୍ବା ଇତିହାସ ରହିଛି । କୃଷକଙ୍କଠାରୁ ଆରମ୍ଭ କରି ଯୁବକ, ରେଳପଥ ଠାରୁ ଜାତୀୟ ରାଜପଥ, ଧାନ କ୍ରୟ ଠାରୁ ଗ୍ରାମୀଣ ଗୃହ ନିର୍ମାଣ, ଟେଲିକମ୍ ସଂଯୋଗ ସମସ୍ୟା ଠାରୁ ବ୍ୟାଙ୍କିଂ ନେଟୱାର୍କ ପର୍ପ୍ୟନ୍ତ ବିଜେପି ମିଛ ପ୍ରତିଶ୍ରୁତି ଦେବା ଏବଂ ଓଡ଼ିଶାର ଲୋକଙ୍କୁ ପ୍ରତାରଣା କରୁଛି ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ପ୍ରବକ୍ତା ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର । ସାମ୍ବାଦିକ ସମ୍ମିଳନୀରେ ବିଜେପି କିଭଳି ଓଡ଼ିଶାବାସୀ ଓ ପଦମପୁରର ଲୋକଙ୍କୁ ଠକିଛି ତାହାର ଗୋଟି ଗୋଟି କରି ହିସାବ ରଖିଛନ୍ତି ।

ପଦମପୁର ରେଳ ଲାଇନ ବିଷୟରେ ସସ୍ମିତ ପାତ୍ର କହିଛନ୍ତି ଯେ ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଥିଲେ ଯେ ପଦମପୁର ରେଳ ଲାଇନକୁ ମଞ୍ଜୁର କରାଯାଇଛି । ଚାରି ବର୍ଷ ବିତିଗଲାଣି କିନ୍ତୁ ଗୋଟିଏ ବି ଇଟା ପଡ଼ିପାରିଲା ନାହିଁ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆଜି ଆମକୁ ଜମି ଦିଅ, ଆସନ୍ତାକାଲି ଆମେ ପ୍ରକଳ୍ପ ଆରମ୍ଭ କରିବୁ । କିନ୍ତୁ ୨୦୧୯ରେ ତାଙ୍କ ମନ୍ତ୍ରଣାଳୟ ଚିଠିରେ କହିଛି ଯେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ଉପଯୋଗୀ ନୁହେଁ ଏବଂ ଏହାକୁ ସଂରକ୍ଷଣ କରାଯିବା ଉଚିତ୍‍ । ବିଜେପି କାହାକୁ ଠକିବାକୁ ଚେଷ୍ଟା କରୁଛି ? ପଦମପୁରବାସୀ ନା ଓଡ଼ିଶାର ଲୋକମାନଙ୍କୁ ବୋଲି ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି ।

ସେହିଭଳି ବିଜେପି ସବୁବେଳେ ଓଡ଼ିଶାର ଚାଷୀଙ୍କୁ ଅବହେଳା କରିଆସୁଛି । କେନ୍ଦ୍ର ଚାଷୀଙ୍କ ଫସଲ ବୀମାକୁ ଅଟକାଇ ରଖିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିୟମିତ ଅନୁଧ୍ୟାନ ଏବଂ ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହୋଇ କେନ୍ଦ୍ରକୁ ବୀମା କମ୍ପାନୀମାନଙ୍କୁ ଚାଷୀଙ୍କ ବାକିଆ ଅର୍ଥ ଦେବାପାଇଁ କହିବାକୁ ପଡ଼ିଲା । ଏହା ପ୍ରମାଣିତ କଲା ଯେ କେନ୍ଦ୍ର ହିଁ ଫସଲ ବୀମା ଦେୟକୁ ଅଟକାଇ ରଖିଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନପୁଟ୍‍ ସବସିଡି ଯୋଗାଇ ସାହାଯ୍ୟ କରିବାକୁ ଚାହୁଁଥିଲେ । ହେଲେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପଦମପୁରରେ ଆଦର୍ଶ ଆଚରଣବିଧି ଲାଗିଥିବାର ବାହାନା କରିବା ସହିତ ଚୁପଚାପ୍‍ ନିର୍ବାଚନ କମିଶନଙ୍କୁ କହି ତାହାକୁ ବନ୍ଦ କରିଦେଲେ ।

ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ଅନ୍ୟ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ବି ଏଥିରେ ସହମତ ହୋଇଥିଲେ । କିନ୍ତୁ ଏବେ ବିଜେପି ଚାଷୀଙ୍କୁ ସହାୟତା କରିବା ବଦଳରେ ଏଥିରୁ ମୁହଁ ଫେରାଇ ନେଉଛି ।

କେନ୍ଦ୍ର ଅତିରିକ୍ତ ଉଷୁନା ଚାଉଳ ଉଠାଣ ବନ୍ଦ କରିଦେଲା ଯାହା ପଦମପୁର ସମେତ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଅକଥନୀୟ ଯନ୍ତ୍ରଣା ଓ ଦୁଃଖ ଆଣି ଦେଇଛି । କୃଷକଙ୍କ ଆୟ ଦ୍ୱିଗୁଣିତ ହେବା ନେଇ ବିଜେପି କହିଥିଲା । ଏହା କେବେ ହେବ ତାହା ଅନ୍ୟ ଏକ ଜୁମଲା । ବିଜେପି କହିଛି ଯେ ଏମଏସପିକୁ ଉତ୍ପାଦନ ମୂଲ୍ୟର ୧.୫ ଗୁଣ କରାଯିବ । ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିଶ ଅନୁଯାୟୀ ଉତ୍ପାଦନ ମୂଲ୍ୟର ୧.୫ ଗୁଣ କେବେ ବୃଦ୍ଧି କରିବ? ସ୍ୱାମୀନାଥନ୍ କମିଶନ ରିପୋର୍ଟ କେବେ କାର୍ଯ୍ୟକାରୀ ହେବ?

କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ବିଜେପିର ଅବହେଳା ବିଷୟରେ ସସ୍ମିତ ପାତ୍ର କହିଛନ୍ତି ଏହା ଐତିହାସିକ । ଏଥିରୁ ଜଣାପଡ଼ୁଛି ଯେ ବିଜେପି ଅନୁଭବ କରୁଛି କେନ୍ଦୁପତ୍ର ତୋଳାଳିମାନେ ହୀରା ବ୍ୟବସାୟୀଙ୍କ ଅପେକ୍ଷା ଅଧିକ ଧନୀ ଅଟନ୍ତି । ନହେଲେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮% ଜିଏସଟି ଆଦାୟ କରୁଥିବାବେଳେ ହୀରା ଉପରୁ ୧.୫% ଆଦାୟ ହେଉଛି । ଏହା ଅତ୍ୟକ୍ତ ଆଶ୍ଚର୍ଯ୍ୟଜନକ ।

ତିନି ବର୍ଷ ଧରି ଓଡ଼ିଶା ଗରିବ ଲୋକଙ୍କ ପାଇଁ ଗ୍ରାମୀଣ ଘର ଦାବି କରିଆସୁଛି । କିନ୍ତୁ କେନ୍ଦ୍ର ଏହାକୁ ଅଟକାଇ ରଖିଛି । ଏହି ଘରଗୁଡ଼ିକ ମୁଖ୍ୟତଃ ଓଡ଼ିଶାର ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଆଦିବାସୀ ଅଞ୍ଚଳରେ । ରେଳବାଇରେ ବିଜେପି ଓଡ଼ିଶାକୁ ପ୍ରତାରଣା କରିଛି ଯେଉଁଠାରେ ସେମାନେ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରୁ ୧ ଲକ୍ଷ କୋଟି ଟଙ୍କା ନେଇଥିଲେ, କିନ୍ତୁ ୨୫% ରୁ କମ୍ ଦେଇଥିଲେ । ଆଜି ବି ଲୋକଙ୍କୁ ଟେଲିକମ୍ ନେଟୱାର୍କ ପାଇବା ପାଇଁ ପାହାଡ଼ ଏବଂ ଗଛ ଉପରକୁ ଚଢ଼ିବାକୁ ପଡ଼ୁଛି । ସମ୍ବଲପୁରରୁ କଟକ ରାଜପଥ ଜାତୀୟ ରାଜପଥ ଅବହେଳାର ଅନ୍ୟ ଏକ ଜୀବନ୍ତ ଉଦାହରଣ । ସମଗ୍ର ଦେଶରେ ଓଡ଼ିଶାର ସର୍ବନିମ୍ନ ବ୍ୟାଙ୍କିଂ ଉପସ୍ଥିତି ରହିଛି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ନାହିଁ । ବିଜେଡି କହିଛି ଯେ ଓଡ଼ିଶାର ଲୋକଙ୍କୁ ବିଜେପି କରୁଥିବା ପ୍ରତାରଣାର ଆହୁରି ଅନେକ ଉଦାହରଣ ସେମାନେ ପେଶ୍‍ କରିବେ । ବିଜେଡି ଜୋର ଦେଇ କହିଛି ଯେ ୫ ଡିସେମ୍ବର, ୨୦୨୨ରେ ପଦମପୁରବାସୀ ବିଜେପି ଦ୍ୱାରା ଓଡ଼ିଶାବାସୀଙ୍କୁ ଦିଆଯାଉଥିବା ଏଭଳି ମିଥ୍ୟା ପ୍ରତିଶ୍ରୁତିର ଉଚିତ୍‍ ଜବାବ ଦେବେ ।

 

ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ, ଶୀତକୁ ଯୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରୁଛି ଋଷ

କିଭ୍: ଶୀତକୁ ଯୁଦ୍ଧରେ ଅସ୍ତ୍ର ଭାବେ ବ୍ୟବହାର କରୁଛି ଋଷ । ୟୁକ୍ରେନରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଋଷ ସେନା ପାଓ୍ୱାର ପ୍ଲାଣ୍ଟ ଉପରେ ଆକ୍ରମଣ ଜାରି ରଖିଛି । ଏୟାର ଷ୍ଟ୍ରାଇକରେ ୟୁକ୍ରେନର ଅଧିକାଂଶ ଥର୍ମାଲ ପାଓ୍ୱାର ପ୍ଲାଣ୍ଟ ଧ୍ୱଂସ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଇଲେକ୍ଟ୍ରିସିଟି ନଥିବାରୁ ଅସହ୍ୟ ଜାଡ଼ରେ ଥରୁଛି ୟୁକ୍ରେନ । ରୋମାନିଆରେ ନାଟୋ ସଦସ୍ୟ ରାଷ୍ଟ୍ର ସମୁହ ବୈଠକରେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି ନାଟୋ ମୁଖ୍ୟ ।

ଆଗାମୀ ଦିନରେ ୟୁକ୍ରେନର ହଜାର ହଜାର ଲୋକ ଦେଶାନ୍ତର ହେବା ଆଶଙ୍କା କରାଯାଉଛି । ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଅଧିକ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ନାଟୋ ମୁଖ୍ୟ କହିଛନ୍ତି । ୨୪ ଫେବୃୟାରୀ ଯୁଦ୍ଧାରମ୍ଭ ପରଠାରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୭୪ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ପଳାୟନ କରିଛନ୍ତି । ସେପଟେ ଋଷର କୁସ୍କ ପ୍ରାନ୍ତରେ ପାଓ୍ୱାରପ୍ଲାଣ୍ଟ ଉପରେ ୟୁକ୍ରେନ ମିସାଇଲ ମାଡ଼ କରିବା ଯୋଗୁ ଅନେକ ଅଞ୍ଚଳରେ ପାଓ୍ୱାର କଟ୍ କରାଯାଇଛି ବୋଲି ସ୍ଥାନୀୟ ଗଭର୍ଣ୍ଣର କହିଛନ୍ତି ।

ପୁଣି ଦିଲ୍ଲୀରେ ନିୟନ୍ତ୍ରଣ ବାହାରକୁ ଗଲା ପ୍ରଦୂଷଣ, ଅତି ଖରାପ ସ୍ତରରେ ସ୍ଥିତି

ନୂଆଦିଲ୍ଲୀ: ଆଜି ପୁଣି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ତାପମାତ୍ରା କମିବା ମାତ୍ରେ ରାଜଧାନୀରେ ବାୟୂର ଗୁଣାବତ୍ତା ବିଗୁଡୁଛି । ଆଜି ଦିଲ୍ଲୀ-ଏନସିଆର ପଦୂଷଣସ୍ତର ଅତି ଖରାପ ସ୍ତରରେ ପହଞ୍ଚିଛି । ଅଧିକାଂଶ ସ୍ଥାନରେ AQI ୪୦୦ ପାର୍ କରିଛି । କେନ୍ଦ୍ରୀୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ବା ସିପିସିବି ମୁତାବକ ଅଧିକାଂଶ ସ୍ଥାନରେ ବାୟୁର ଗୁଣାବତ୍ତା ପାଖାପାଖି ୪ଶହ ଛୁଇଁଛି ।

ଆଗାମୀ ଦିନରେ ରାଜଧାନୀରେ କୁହୁଡି ମଧ୍ୟ ବଢ଼ିପାରେ ବୋଲି ଆଲର୍ଟ କରିଛି ସିପିସିବି । ଆଜି ଦିଲ୍ଲୀର ତାପମାତ୍ରା ସର୍ବାଧିକ ୨୭ ଡିଗ୍ରୀ ଓ ସର୍ବନିମ୍ନ ୭ ଡିଗ୍ରୀ ରହିବ । ଏହାସହ ଦିନ ତମାମ ଦିଲ୍ଲୀରେ ପାଗ କୋହଲା ମଧ୍ୟ ରହିବ । ତେବେ ଆଗାମୀ ଦିନରେ ମଧ୍ୟ ପ୍ରଦୂଷଣ ମାତ୍ରା ବଢ଼ିବା ଆଶଙ୍କା ରହିଛି ।

ପଦମପୁରରେ ବିଜେପିର ପୋଲ୍‌ ଖୋଲିଲା ବିଜେଡି, ଜାରି କଲା ଭିଡିଓ

0

ପଦମପୁର: ପୁଣି ଖୋଲିଲା ବିଜେପିର ପୋଲ୍‌ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଗାଳିଗୁଲଜ ପାଇଁ ବିଜେପିର ଆଉ ଏକ ଷଡ଼ଯନ୍ତ୍ର ଧରା ପଡିଯାଇଛି । ମାଆଙ୍କୁ ସମ୍ମାନ ଦେବା ଦୂରର କଥା, ବଦନାମ କରିବାକୁ ପଛାଉନି ବିଜେପି । ସାଧାରଣ ଲୋକକୁ ମଦ ଓ ହଜାରେ ଟଙ୍କା ଦେଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ପାଇଁ ଲୋକଙ୍କୁ ବ୍ୟବହାର କରୁଛନ୍ତି ବିଜେପି ନେତା । ଯାହାକୁ ନେଇ ଏକ ଭିଡ଼ିଓ ଜାରି କରିଛି ବିଜେଡି ।

ଘଟଣାର ଭିଡିଓ ସାମନାକୁ ଆସିବା ପରେ ବିଜେପିର ପୋଲ୍‌ ଖୋଲିଛି। ବର୍ଷାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି ବିଜେପି ନେତା । ଟଙ୍କା, ମଦ ଦେଇ ବର୍ଷାଙ୍କ ବିରୋଧରେ କହିବାକୁ କୁହାଯାଇଥିବା ଖୁଲାସା କରିଛି ସଂପୃକ୍ତ ଯୁବକ । ମାଟିର ଝିଅ ବର୍ଷାଙ୍କୁ ମିଳୁଛି ବିପୁଳ ଜନ ସମର୍ଥନ । ଭାବିବିହ୍ବଳ ବର୍ଷାଙ୍କ ଲୁହ ପୋଛି ତାଙ୍କୁ ଶାନ୍ତ୍ବନା ଦେଉଛନ୍ତି ମହିଳା । ଯାହାକୁ ସହ୍ୟ କରିପାରୁନି ବିଜେପି ।

ତେଣୁ ବର୍ଷାଙ୍କୁ ବଦନାମ କରିବାକୁ ହୀନ ରାଜନୀତି କରୁଥିବା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି । କେବଳ ସେତିକି ନୁହେଁ ସୋସିଆଲ୍‌ ମିଡିଆରେ ମଧ୍ୟ ବର୍ଷାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଆସୁଛନ୍ତି ବିଜେପି କର୍ମୀ ।

ସଚେତନ ହେଲେ ସଚେତନ କରି ପ୍ରଶଂସା ସାଉଣ୍ଟିଲେ ରାଜେଶ

ଭୁବନେଶ୍ବର: ଦେଢ ଘଣ୍ଟା ପାଇଁ ଟଙ୍କା ଉଠେଇବା ବନ୍ଦ । ଗତକାଲି ସନ୍ଧ୍ୟା ୭ଟା ବେଳେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ATM ଭିତରେ ଜଣେ ଗରାଖ ଟଙ୍କା ଉଠାଉଥିଲେ । ଆଉ ଜଣେ ଗରାଖ ରାଜେଶ୍ ହାଁସଦା ATM ବାହାରେ ଅପେକ୍ଷା କରିଥିଲେ । ସେତିକି ବେଳେ ରାଜେଶଙ୍କ ଆଖି ସାମ୍ନାରେ ଏକ ନାଗ ସାପ ସେଇ ATM ଭିତରକୁ ପଶିଥିଲା ।

ରାଜେଶ୍ ପାଟି କରି ଭିତରେ ଟଙ୍କା ଉଠାଉଥିବା ଗ୍ରାହକଙ୍କୁ ସଚେତନ କରିଥିଲେ । ଏହା ପରେ ସାପଟି ATM ମେସିନ ପଛପଟକୁ ଚାଲି ଯାଇଥିଲା । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଖବର ପାଇବା ପରେ ସଦସ୍ୟ ଆଶିଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ସତର୍କତାର ସହିତ ATM ପଛପଟୁ 4 ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ ।

ସାପଟିକୁ ସହର ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଆମେ ଆଗରୁ ମଧ୍ୟ ATM ଭିତରୁ ସାପ ଉଦ୍ଧାର କରିଛୁ । ଏଠି ରାଜେଶ୍ ହାଁସଦା ଙ୍କ ଉଦ୍ୟମ ପ୍ରଶଂସନୀୟ । ସେ ATM ବାହାରେ ରହି ଘଣ୍ଟାଏ କାଳ ଗରାଖ ମାନଙ୍କୁ ସଚେତନ କରାଇଥିଲେ । ଯାହା ଫଳରେ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା”।