spot_img
Home Blog Page 3661

ଆରମ୍ଭ ହେଲା ପଦମପୁର ଉପନିର୍ବାଚନ ଭୋଟିଂ

ପଦମପୁର: ପଦମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇ ସାରିଛି ଭୋଟ ଗ୍ରହଣ । ମତଦାନ କରି ନିଜ ପ୍ରିୟ ନେତାଙ୍କୁ ବାଛୁଛନ୍ତି ପଦମପୁରବାସୀ । ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି । ୭୪ଟି ନକ୍ସଲ ପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଛି ।

ମହଙ୍ଗା ପଡ଼ିଲା ଚୋରା ପ୍ରଚାର, ବିଜେପି ନେତା ହେଲେ ତଡିପାର

ବରଗଡ଼: ମହଙ୍ଗା ପଡ଼ିଲା ଚୋରା ପ୍ରଚାର । ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ମେହେର ତଡ଼ିପାର । ଥାନାରେ ଅଟକ ରଖିବା ପରେ ହିମାଂଶୁଙ୍କୁ ତଡ଼ିପାର କଲା ପୋଲିସ । ବରଗଡ଼ ଜିଲ୍ଲାର ନୁହଁନ୍ତି ହିମାଂଶୁ ମେହେର। ନିୟମ ଅନୁସାରେ ଗତକାଲି ଅପରାହ୍ନ ୪ଟା ପରଠୁ ସେ ବରଗଡ଼ ଛାଡ଼ିବା କଥା। ହେଲେ ନା ପଦମପୁର ନଛାଡ଼ି ପ୍ରଚାର କରୁଥିଲେ ହିମାଂଶୁ ।

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିଲେ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେଡି । ହିମାଂଶୁଙ୍କ ଟଙ୍କା ବଣ୍ଟା ଭିଡିଓ ଓ ଫଟୋ ସିଇଓଙ୍କ ନିକଟରେ ପ୍ରମାଣ ଭାବେ ଦାଖଲ କରିଥିଲା । ପରେ ହିମାଂଶୁଙ୍କୁ ତଡ଼ିପାର କରିଛି ପୋଲିସ ।

ଗାଁ ଗାଁରେ ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀଙ୍କ ସ୍ତ୍ରୀ ଓ ସମ୍ପର୍କୀୟ

ପଦମପୁର: ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀଙ୍କ ସ୍ତ୍ରୀ । ଅଭିଯୋଗ ଆଣିଲା ବିଜେଡି । ଗାଁ ଗାଁ ବୁଲି ପ୍ରଦୀପ ପୁରୋହିତଙ୍କ ଧର୍ମପତ୍ନୀ ଟଙ୍କା ବାଣ୍ଟୁଥିବା ଚିତ୍ର ଭାଇରାଲ୍ । ପାଇକମାଳ ବ୍ଲକ ମାଣ୍ଡିଆଢିପା ପଂଚାୟତର ବୈଦିପାଲି ଗାଁରେ ପ୍ରଚାର କରୁଥଲେ ପ୍ରଦୀପ ପୁରୋହିତଙ୍କ ସ୍ତ୍ରୀ । ଟଙ୍କା ବାଣ୍ଟୁଥିବା ବେଳେ ପ୍ରଦୀପଙ୍କ ପତ୍ନୀଙ୍କୁ ବିରୋଧ କଲେ ଗାଁ ଲୋକ  ।

ବିଜେପିର ଏଭଳି କାର୍ଯ୍ୟରେ ଜନତା ଜବାବ ଦେବେ  । ଲୋକେ ଅଭିଯୋଗ କରି କହିଛନ୍ତି, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ଗାଁରେ ଟଙ୍କା ବାଣ୍ଟୁଥିଲେ  । ଗ୍ରାମବାସୀ ବିରୋଧ କରିବାରୁ ସେମାନେ ପଳାଇଥିଲେ  । ଗାଁରେ ବିଜେପି ବାଲା ପ୍ରବେଶ କରିବା ସହ ଅଶାନ୍ତିକର ପରିବେଶ ସୃଷ୍ଟି କରୁଛନ୍ତି  । ଯାହାର ଜବାବ୍ ଜନତା ଡିସେମ୍ବର ୫ ତାରିଖରେ ଦେବେ ବୋଲି କହିଛନ୍ତି ଲୋକେ  ।

ବାଂଲାଦେଶର ରୋମାଞ୍ଚକ ବିଜୟ, ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ମୀରପୁର: ପ୍ରଥମ ଦିନିକିଆ ମ୍ୟାଚରେ ହାରିଲା ଭାରତ  । ମୀରପୁର ଚାଲିଥିବା ମ୍ୟାଚରେ ଭାରତ ଚାଖିଛି ପରାଜୟର ସ୍ୱାଦ  । ବାଂଲାଦେଶ ଠାରୁ ହାରିଛି ଭାରତ  । ମେହିଦି ହାସନ ମିରାଜଙ୍କ ୩୮ ରନ ବଳରେ ବିଜୟ ହାସଲ କରିଛି ବାଂଲାଦେଶ   । ରୋମାଞ୍ଚକ ଭାବେ ମ୍ୟାଚ ହାତେଇଛି ବାଂଲାଦେଶ  । ୧୩୬ ରନ ସୁଦ୍ଧା ବାଂଲାଦେଶ ୯ ୱିକେଟ ହରାଇସାରିଥିବା ସ୍ୱତେ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲା ସଂଗ୍ରାମ  । ଅନ୍ତିମ ୱିକେଟକୁ ହରାଇ ପାରିନଥିଲା ଭାରତ  । ଫଳରେ ୧୮୭ ରନ କରି ଭାରତକୁ  ପରାଜିତ କରିଛି ପ୍ରତିପକ୍ଷ ବାଂଲାଦେଶ  ।

ଆଜିର ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା । ଫଳରେ ଏବେ ବାଂଲାଦେଶ ଆଗରେ ୧୮୭ ରନ ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ବାଂଲାଦେଶକୁ ନିର୍ଦ୍ଧାରିତ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ । ଏହି ମ୍ୟାଚରେ ଭାରତ ପକ୍ଷରୁ କେଏଲ ରାହୁଲ ୭୩ ରନର ଦମଦାର ଇଂନିସ ଖେଳିଥିଲେ ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା ଦଳ । ସାକିବ ଉଲ ହାସନ ଓ ଇବାଦୋତ ହୁସେନ ଚମତ୍କାର ବୋଲିଂ କରିଥିଲେ । ଫଳରେ ଭାରତ ୪୧ ଓଭର ଖେଳି ୧୮୬ ରନରେ ଇଲ ଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୭୩, ରୋହିତ ଶର୍ମା ୨୭, ଶ୍ରେୟାସ ଆୟର ୨୪ ରନ କରିଥିଲେ ।

ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀଙ୍କ ଭାଇ, ଗାଡି ଜବତ କଲା ପୋଲିସ

ପଦମପୁର: ପଦମପୁରରେ ଟଙ୍କା ବାଣ୍ଟିବା ବେଳେ ଧରା ପଡିଲେ ବିଜେପି ନେତା  ।  ପାଇକମାଳ ଠାରେ ଏକ ଡାର୍କ ବ୍ଳୁ ରଙ୍ଗର ବାଲାନୋ ଗାଡି ଜବତ ହୋଇଛି  । ଗାଡି ଭିତରୁ ନଗଦ ୪୦ ହଜାର ଟଙ୍କା ଓ ବିଜେପିର ପ୍ରଚାର ସାମଗ୍ରୀ ଜବତ କରିଛି ପୋଲିସ  । ମିଳିଥିବା ସୂଚନା ମୁତାବକ ପ୍ରଦୀପ ପୁରୋହିତଙ୍କ ବଡ଼ ଭାଇ ପଠାଇଥିଲେ ଟଙ୍କା  । ଗୋଟିଏ ଜାଗାରେ ଟଙ୍କା ବାଣ୍ଟି ଅନ୍ୟ ଜାଗାକୁ ଯିବା ବେଳେ ଧରା ପଡିଲା ଗାଡ଼ି  ।

ପୋଲିସ ଗାଡିକୁ ଜବତ କରିବା ସହ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ  । ପୋଲିସ୍ ଆଗରେ ସବୁ ସତ ମାନିଗଲେ ବିଜେପି କର୍ମୀ  । ପାଇକମାଳରୁ ପଦମପୁର ରାସ୍ତାରେ ପୋଲିସ ଗୋଡ଼ାଗୋଡ଼ାଇ ଗାଡ଼ିକୁ ଧରିଛି  । ସେପଟେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେରଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା  । ଦୀର୍ଘୟ ସମୟ ଧରି ଥାନାରେ ଅଟକ ରଖିବା ପରେ ଚଡିପାର କରିଛି ପୋଲିସ  ।

 

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ମା’

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତି ମା’ ।  ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତିର ମା’ମାନଙ୍କୁ ମୁଖ୍ୟମନ୍ତ୍ରୀ  ଭେଟି ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି। ଜାତୀୟ ପତାକା ପ୍ରସ୍ତୁତିଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ମା’ମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ  ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ  ।


ସେପଟେ ମୁଖ୍ୟମନ୍ତ୍ରୀ ସେବା ଓ ସାଦନାକୁ ପ୍ରଶଂସା କରିଛନ୍ତି ମିଶନ ଶକ୍ତି ମା’  । ମୁଖ୍ୟମନ୍ତ୍ରୀଙ୍କ ମହିଳା ଶସକ୍ତି କରଣ ଆହ୍ୱାନ ଆଜି ସତରେ ପରିଣତ ହୋଇଛି  । ମା ମାନଙ୍କୁ କର୍ମନିଯୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ମାନ ନେଇଛନ୍ତି  । ମିଶନ ଶକ୍ତି ଜରିଆରେ ଆଜି ମା-ବୋହୂ-ଝିଅ ଶସକ୍ତ ଓ ସ୍ୱାବଲମ୍ବୀ ହୋଇଛନ୍ତି  । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି।

ଗାଁ ଲୋକଙ୍କ ବିଜେପି ଅଫର୍: ୪ ଲକ୍ଷ ନିଅ, ଭୋଟ ଦିଅ

ପଦମପୁର: ପଦମପୁରରେ ସରୁନି ବିଜେପିର ପ୍ରଚାର । ଏବେ ବି ବିଜେପିର ସମସ୍ତ ନେତା ପ୍ରଚାରରେ ମାତିଛନ୍ତି । ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ବିଜେପି ନେତା କିଛି ଗ୍ରାମରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି  । ପଦମପୁର ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମରେ ବିଜେପି ନେତା ଚେକ୍ ସହ ଲକ୍ଷାଧିକ ଟଙ୍କାର ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହୋଇଛି  । ଏମିତିକି ୪ ଲକ୍ଷ ନେଇ ସମଗ୍ର ଗ୍ରାମବାସୀଙ୍କ ମତ କିଣିବାକୁ ପ୍ରୟାସ କରିଥିବା କୁହାଯାଇଛି  ।

ସେପଟେ ବିଜେପିର ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେରଙ୍କୁ ପୋଲିସ ଉଠାଇନେଇଛି । ହିମାଂଶୁ ମେହେରଙ୍କ ଗାଡ଼ିକୁ ଜବତ କରାଯାଇଛି । ଦେଖନ୍ତୁ ଏହି ଦୃଶ୍ୟକୁ ସାଇଲେଣ୍ଟ ପରିୟଡରେ ହିମାଂଶୁ ଲଖମରା ଗାଁରେ କିଭଳି ଚଳାଇଥିଲେ ପ୍ରଚାର । ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିଲେ । ଏଥିରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ତାଙ୍କୁ ଅଟକ ରଖିଥିଲେ ।

ଗତକାଲି ଅପରାହ୍ନ ୪ଟାରୁ ପ୍ରଚାର ବନ୍ଦ ହୋଇସାରିଛି । ପଦମପୁର ଭୋଟରଙ୍କ ବ୍ୟତିତ ଅନ୍ୟ ଜିଲ୍ଲାର କୌଣସି ବ୍ୟକ୍ତି ପଦମପୁର ନିର୍ବାଚନମଣ୍ଡଳୀରେ ରହିପାରିବେ ନାହିଁ । ହେଲେ ଆଚରଣ ବିଧିର ଉଲଂଘନ କରି ହିମାଂଶୁ ମେହେର ପ୍ରଚାର ଚଳାଇଥିଲେ । ଏହା ସହ ସେ ବରଗଡ ଜିଲ୍ଲାର ନୁହଁନ୍ତି । ହେଲେ ତାଙ୍କୁ ପଦମପୁରରେ ରହିବାକୁ କିଏ ଅନୁମତି ଦେଲା ? କେଉଁ ଉଦ୍ଦେଶ୍ୟରେ ସେ ଏଠାରେ ରହିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତକାଲି ମଧ୍ୟ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ବରିହାପାଲି ଗ୍ରାମରେ ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା  ।

ବିଜେପିର ପୂର୍ବତନ ମନ୍ତ୍ରୀଙ୍କୁ ଅଟକ ରଖିଲେ ଗାଁ ଲୋକେ

ପଦମପୁର: ବିଜେପି ଆଚରଣ ବିଧିର ଖୋଲା ଉଲଂଘନ କରୁଛି । ଗତକାଲି ଅପରାହ୍ନ ୪ଟାରୁ ପ୍ରଚାର ବନ୍ଦ ହୋଇସାରିଛି । ପଦମପୁର ଭୋଟରଙ୍କ ବ୍ୟତିତ ଅନ୍ୟ ଜିଲ୍ଲାର କୌଣସି ବ୍ୟକ୍ତି ପଦମପୁର ନିର୍ବାଚନମଣ୍ଡଳୀରେ ରହିପାରିବେ ନାହିଁ । ନିର୍ବାଚନ କମିଶନରଙ୍କର ରହିଛି ସ୍ପଷ୍ଟ ନିର୍ଦ୍ଦେଶ । କିନ୍ତୁ ବିଜେପି ନେତା ପଦମପୁର ଛାଡୁ ନାହାଁନ୍ତି । ଏହା ହେଉଛି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ଶେଖର ମହେରଙ୍କ ଗାଡି ।

ସେ ନିଜେ ମଧ୍ୟ ପଦମପୁରର ଲଖମରା ଗାଁରେ ବୁଲୁଛନ୍ତି ଆଉ ଭୋଟରଙ୍କୁ ପ୍ରଭାବିତ କରିଛନ୍ତି । ଦେଖନ୍ତୁ କିଭଳି ଆଚରଣ ବିଧିର ଉଲଂଘନ କରୁଛନ୍ତି ହିମାଂଶୁ ମେହେର । କେଉଁ ଉଦ୍ଦେଶ୍ୟରେ ସେ ପଦମପୁରରେ ଅଛନ୍ତି । ସେ ବରଗଡ ଜିଲ୍ଲାର ନୁହଁନ୍ତି । କାହିଁକି ନିର୍ବାଚନମଣ୍ଡଳି ଛାଡିନାହାଁନ୍ତି ହିଂମାଶୁ ମେହେର । ନିଜର xuv ଗାଡିରେ ବୁଲି ଭୋଟରଙ୍କୁ ପ୍ରଭାବିତ କରୁଥିଲେ । ସ୍ଥାନୀୟ ଲୋକ ଦ୍ୱାରା ଅଟକ ରହିଥିଲେ ।

ଟଙ୍କା ବାଣ୍ଟୁଛି ବିଜେପି, ଭୟଭୀତ କରୁଛନ୍ତି ଛତିଶଗଡ ଗୁଣ୍ଡା

ପଦମପୁର: ପଦମପୁର୍ ବ୍ଲକ ଡଙ୍ଗାଘାଟ ପଞ୍ଚାୟତର କୁମୁନୀବାହାଲି ଗାଁରେ ଭୋଟ ପାଇଁ ବିଜେପି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ବିଜେପି ପ୍ରାଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାପାଇଁ ଗାଁ ଲୋକଙ୍କୁ ଚାପ ପକାଉଛନ୍ତି ଛତିଶଗଡରୁ ଆସିଥିବା ଗୁଣ୍ଡା  । ବିଳମ୍ବିତ ରାତିରେ ଘର ଭିତରକୁ ପଶି ଗ୍ରାମବାସୀଙ୍କୁ ଭୟଭୀତ କରୁଛନ୍ତି  ।

ଗାଁର ମନ୍ଦିର ପାଇଁ ପ୍ରଦୀପ ପୁରୋହିତ 4 ଲକ୍ଷ ଟଙ୍କା ଓ ପ୍ରତି ଭୋଟରଙ୍କୁ ହଜାରେରୁ 15 ଶହ ଟଙ୍କା ଦେଇ ଭୋଟ କିଣୁଥିବା ଅଭିଯୋଗ ହୋଇଛି । ଖାଲି ବିଜେପି ଗୁଣ୍ଡା ନୁହେଁ ବିଜେପି ନେତା, କର୍ମୀ ଓ ଅର୍ଗସ ଟିଭିର ଟିମ ମଧ୍ୟ ତାଙ୍କ ସହ ଯାଇ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି ।

ସେହିପରି ପାଇକମାଳ ବ୍ଲକ ଚରଡାପାଲି ଗ୍ରାମ ପଞ୍ଚାୟତ ଚାଙ୍ଗରିଆ ଗାଁରେ ମଧ୍ୟ ଟଙ୍କା ବାଣ୍ଟିଛନ୍ତି ବିଜେପି । ଚାଙ୍ଗରିଆ ଗାଁର କଲ୍ୟାଣ ମଣ୍ଡପରେ ବିଜେପି ଟଙ୍କା ବାଣ୍ଟିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ ।

୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ

କଟକ: କ୍ରାଇମବ୍ରାଞ୍ଚ ଜାଲରେ ଡ୍ରଗ୍ସ ମାଫିଆ । ଦୁଇ ଗିରଫ, ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗର ଜବତ । ଯାହାର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ହ୍ରଦ ନିକଟରେ ବ୍ରାଉନସୁଗର କାରବାର ହେଉଥିବା ଖବର ପାଇଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ । ନେଣଦେଣ ବେଳେ ପହଞ୍ଚି ଯାଇ ମାଡି ବସିଲା ଏସଟିଏଫ ଟିମ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ ଛେଣ୍ଡିପଦାର ଜୁମେଶ କୁମାର ସାହୁ ଓ ଆଠଗଡର ହେମନ୍ତ କୁମାର ପ୍ରଧାନ । ସେମାନଙ୍କ ନିକଟରୁ ବ୍ରାଉନସୁଗାର ସହ ଏକ କାର ଜବତ କରାଯାଇଛି ।