ଦେଶର ସବୁଠୁ ବଡ଼ ମଡେଲ ଜେଲ ହେବ ଜାମୁଝରି ଜେଲ, 5T ଆଧାରରେ ବଦଳିବ ଚେହେରା

1 min read

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ମଡେଲ ଜେଲ ହେବ ଜାମୁଝରି ଜେଲ । ରାଜଧାନୀ ଉପକଣ୍ଠ ଜାମୁଝରିକୁ ଝାରପଡ଼ା ଜେଲ ଉଠିଯିବା ପରେ ଏଥିରେ ଅଣାଯିବ ସଂସ୍କାର । ସହର ଭିତରେ ଥିବାରୁ ଏହାକୁ ଜାମୁଝରିକୁ ଉଠାଇ ନିଆଯିବ । ୫୦ ଏକର ପରିମିତ ଅଞ୍ଚଳରେ ହେବ ଭୁବନେଶ୍ୱର ମଡେଲ ଜେଲ । ଦେଶର ସବୁଠୁ ଅତ୍ୟାଧୁନିକ ଡିଜାଇନରେ ଜେଲ ହେବ ବୋଲି ନନ୍ଦିଘୋଷ ଟିଭିକୁ କହିଛନ୍ତି ଜେଲ ଡିଜି ମନୋଜ ଛାବ୍ରା । ନୂଆ ଜେଲରେ ବାୟୋମ୍ୟାଟ୍ରିକ ସିଷ୍ଟମ ରହିବା ସହ ୨ ବର୍ଷ ଭିତରେ ସରିବ ଅତ୍ୟାଧୁନିକ ଜେଲ କାମ । ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ କରିବ ପୋଲିସ ହାଉସିଂ କର୍ପୋରେସନ । ଜେଲ ଡିଜି ତିହାର ଜେଲ ପରିଦର୍ଶନ କରି ଆସିବ ପରେ ପ୍ଲାନିଂ କରାଯାଉଛି ।

ଏହି ଜେଲର ପ୍ଲାନ ଦେଉଥିବା ଆର୍କିଟେକ୍ଟ ୟୁଏସଏ ଗସ୍ତ କରିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସେଲ ଏବଂ ୱାର୍ଡର ହେବ ବ୍ୟବସ୍ଥା । ଓପନ ଜିମ୍, ଚିଲଡ୍ରେନ ପାର୍କ, ପ୍ଲେ ଗ୍ରାଉଣ୍ଡ ଜେଲ ପରିସରରେ ରହିବ । ଜେଲ ଭିତରେ ରହିବ ୧୨୦ ବେଡର ହସ୍ପିଟାଲ ଓ ପାଥୋଲୋଜି ସେଣ୍ଟର । ଜେଲ ଭିତରେ ଅନ୍ତେବାସୀଙ୍କ ପାଇଁ ସିନେମା, ଲାଇବ୍ରେରୀ ରହିବ । ଫୁଡ ପ୍ରୋସେସିଂ ସେଣ୍ଟର, ପୋଷାକ ତିଆରି ଫ୍ୟାକ୍ଟ୍ରି ରହିବ । ମିଲେଟ ସାଙ୍ଗକୁ ବେକରୀ ଫାକ୍ଟ୍ରି ମଧ୍ୟ କାମ କରିବ । ଜେଲ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ରଖିବାକୁ ହେବ ଅଭିନବ ପ୍ରୟାସ । 5T ଅଧୀନରେ ଜେଲ ବିଭାଗରେ ହେଉଛି ଆମୂଳଚୂଳ ପରିବର୍ତ୍ତନ । ଜେଲକୁ କାଳକୋଠରୀ ନୁହେଁ, ବରଂ ସୁଧାର ଗୃହ କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଜେଲ ଡିଜି ମନୋଜ ଛାବ୍ରା ।