ନେପାଳ ବିମାନ କ୍ରାସ: ପାଇଲଟଙ୍କ ଭୁଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟାତି ଏୟାରଲାଇନ୍ସ

ନୂଆଦିଲ୍ଲୀ: ନେପାଳ ବିମାନ କ୍ରାସ ପଛରେ ମାନବୀୟ ତ୍ରୁଟି । ପାଇଲଟଙ୍କ ଭୁଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟାତି ଏୟାରଲାଇନ୍ସ । ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ଜାନୁଆରୀ ୧୫ ତାରିଖରେ ଦୁର୍ଘଟଣା ଘଟିଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ମାନବୀୟ ତ୍ରୁଟି ବୋଲି ଜଣାପଡ଼ିଛି । ନେପାଳ ପର୍ଯ୍ୟଟନ, ସଂସ୍କୃତି ଓ ନାଗରିକ ଉନ୍ନୟନ ମନ୍ତ୍ରଣାଳୟ ଓ୍ବେବସାଇଟରେ ଏହି ରିପୋର୍ଟ ପୋଷ୍ଟ କରାଯାଇଛି । କାଠମାଣ୍ଡୁ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏହି ବିମାନ ପୋଖରାସ୍ଥିତ ନୂଆ ଏୟାରପୋର୍ଟଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କ୍ରିଉ ମେମ୍ବରଙ୍କ ସମେତ ୭୨ ଜଣ ବିମାନରେ ଉପସ୍ଥିତ ଥିଲେ । ହେଲେ ଦୁର୍ଘଟଣା ସ୍ଥଳରୁ ରେସ୍କ୍ୟୁ ଟିମ୍ ମାତ୍ର ୭୧ ଜଣଙ୍କ ମୃତଦେହ ଉଦ୍ଧାର କରିପାରିଥିଲେ ।