spot_img
Home Blog Page 3650

ବାୟୁସେନା ବିମାନ ଦୁର୍ଘଟଣା : ଦୁଇ ପାଇଲଟ୍ ସୁରକ୍ଷିତ, ଜଣଙ୍କ ତଲାସ ଜାରି

ମୋରେନା : ମଧ୍ୟପ୍ରଦେଶର ମୋରେନାରେ ଦୁର୍ଘଟଣାଗ୍ରସ୍ତ ଦୁଇ ବିମାନର ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ଅନ୍ୟପକ୍ଷରେ ତୃତୀୟ ପାଇଲଟଙ୍କ ତଲାସ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ମୋରେନା ଜିଲ୍ଲାରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ-୨୦୦୦ ବିମାନ ଶନିବାର ସକାଳେ କ୍ରାସ୍ ହୋଇଥିଲା । କୁହାଯାଉଛି ଯେ, ଅଭ୍ୟାସ ସମୟରେ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବିମାନର ପାଇଲଟ୍ ମାନେ ବାହାରି ଯାଇଥିଲେ। ସୁଖୋଇରେ ଦୁଇ ଜଣ ପାଇଲଟ୍ ଥିବା ବେଳେ ମିରାଜରେ ଜଣେ ପାଇଲଟ୍ ଥିଲେ । ସୁଖୋଇର ଦୁଇ ପାଇଲଟ୍ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ମିରାଜ୍ ପାଇଲଟଙ୍କ ତଲାସ ଜାରି ରହିଛି ।

ବାୟୁସେନା ହେଲିକପ୍ଟର ତୃତୀୟ ପାଇଲଟଙ୍କ ଲୋକେସନରେ ପହଞ୍ଚିଥିବା ସୂଚନା ମିଳୁଛି । ଗୋଟିଏ ଲଢୁଆ ବିମାନ ମୋରେନା ଜିଲ୍ଲାର ପହାଡଗଡର ବିକାଶଖଣ୍ଡରେ ପଡ଼ିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆକାଶରେ ଥିବା ବେଳେ ବିମାନରେ ନିଆଁ ଲାଗିଯାଇଥିଲା ଓ ଏହା ତୀବ୍ର ବେଗରେ ତଳକୁ ଖସିଥିଲା । ପାଇଲଟ ବିମାନକୁ ଗାଁଠାରୁ ଦୂରକୁ ନେଇ କ୍ରାସ କରିଥିବା କାରଣରୁ ଅନେକ ଜୀବନ ବଞ୍ଚିଯାଇଛି । ବାୟୁସେନା ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆଦେଶ ଦେଇଛି ।

ବିଲରୁ ରାଜମିସ୍ତ୍ରିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୋର: ରାଜମିସ୍ତ୍ରିଙ୍କୁ ହତ୍ୟା ସନ୍ଦେହ l ବିଲରେ ପଡିଛି ରକ୍ତାକ୍ତ ମୃତଦେହ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଖଜିଡିହା ଗାଁରେ । ବିହାରର ରାଜମିସ୍ତ୍ରି ଧୀରେଶ ଜେନା ଖଜିଡିହା ଗାଁରେ ରହି ଆସୁଥିଲେ l ସେହି ଗାଁରେ ରଶ୍ମିତା ଦାସଙ୍କୁ ଭଲ ପାଇ ବିବାହ କରିଥିଲେ l ଗତକାଲି ସନ୍ଧ୍ୟାରେ ଧୀରେଶ ମଦ ପିଇ ଝଗଡ଼ା କରିବାରୁ ତାଙ୍କ ଶ୍ବଶୁର ତାଙ୍କୁ ମାଡ଼ ଦେଇଥିଲେ l ଧୀରେଶ ମାଡ଼ ଖାଇ ଘରୁ ଚାଲି ଯାଇଥିବା ଶ୍ବଶୁର କହିଛନ୍ତି l ସକାଳେ ଘର ନିକଟସ୍ଥ ବିଲରେ ଧୀରେଶଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ l

ସ୍ତ୍ରୀ ସସ୍ମିତା ଏକ ନୂଆ ଖୁଲାସା କରି କହିଛନ୍ତି, ମଧୁଗାଁର ବିଜୁ ବାରିକଙ୍କୁ ଦୁଇ ମାସ ତଳେ ଚାକିରି ପାଇଁ ଟଙ୍କା ଦେବାନେବାକୁ ନେଇ ତାଙ୍କ ସ୍ବାମୀ ଧୀରେଶ ବିଜୁଙ୍କୁ ହତ୍ୟା କରିଥିଲେ । ଯାହା ଲୁକ୍କାୟିତ ହୋଇ ରହିଯାଇଛି l ଧୀରେଶଙ୍କ ମୃତ୍ୟୁ ସହିତ ଏହାର ସଂଯୋଗ ଥାଇପାରେ ।  ଅନ୍ୟପକ୍ଷରେ ଧୀରେଶଙ୍କର ଶ୍ବଶୁର ଜ୍ବାଇଁକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବାୟୁସେନାର ତିନୋଟି ବିମାନ ଦୁର୍ଘଟଣାଗ୍ରସ୍ତ

ବ୍ୟୁରୋ ରିପୋର୍ଟ: ରାଜସ୍ଥାନର ଭରତପୁର ଓ ମଧ୍ୟପ୍ରଦେଶର ମୁରୈନା ନିକଟରେ ଶନିବାର ସକାଳେ ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ରାଜସ୍ଥାନରେ ସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ମଧ୍ୟପ୍ରଦେଶର ମୁରୈନାରେ ମିରାଜ-୨୦୦୦ ଓ ସୁଖୋଇ ୩୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମଧ୍ୟପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ବିମାନ ଗୋଆଲିଅର ବିମାନଘାଟିରୁ ଉଡିଥିଲେ। କୁହାଯାଉଛି ଯେ, ବିମାନ ଅଭ୍ୟାଶ ଉଡାଣରେ ଥିଲେ ।

ରାଜସ୍ଥାନର ଭରତପୁରରେ ଆକାଶରେ ବିସ୍ଫୋରଣ

ରାଜସ୍ଥାନର ଭରତପୁରରୁ ଆସୁଥିବା ସୂଚନା ଅନୁସାରେ ସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଭରତପୁରର ଉଚ୍ଚୈନ ଥାନା ଅଂଚଳରେ ହୋଇଛି । ବୈଶୟିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି । ବିମାନଟି ସେନାର କୁହାଯାଉଥିଲେ ବି ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ । କିଛି ଏହାକୁ ବାୟୁସେନା ବିମାନ ବୋଲି ଦାବି କରୁଛନ୍ତି । ବିମାନଟି ଆକାଶରେ ଥିବା ବେଳେ ସେଥିରେ ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ପରେ ବିମାନ ଗାଁ ପାଖରେ ଥିବା ଖାଲି ସ୍ଥାନରେ ଖସି ପଡ଼ିଥିଲା । ବିମାନ ଗାଁ ଉପରେ ପଡିଥିଲେ ମୃତହାତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଅଧିକ ଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିମାନରେ କେତେଜଣ ଚାଳକ ସଦସ୍ୟ ଥିଲେ ତାହା ଜଣା ପଡ଼ିନାହିଁ ।

ମୋ ହତ୍ୟା ପାଇଁ ଆତଙ୍କବାଦୀ ସୁପାରି ଦିଆଯାଇଛି, ଇମ୍ରାନ ଖାନଙ୍କ ବଡ଼ ଅଭିଯୋଗ

ଇସଲାମାବାଦ: ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଜାରି ରହିଥିବା ବେଳେ ଏବେ ରାଜନୈତିକ ସଙ୍କଟ ନୂଆ ମୋଡ ନେଇଛି । ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଜର୍ଦ୍ଦାରୀ ତାଙ୍କ ହତ୍ୟା ପାଇଁ ଆତଙ୍କବାଦୀଙ୍କୁ ସୁପାରୀ ଦେଇଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍ ଖାନ୍ ।

ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଏ ଖବର ଅନୁସାରେ ଇମ୍ରାନ କହିଛନ୍ତି ଯେ, ତାଙ୍କ ହତ୍ୟା ପାଇଁ ପ୍ଲାନ୍ ସି ଚାଲିଛି । ଗତବର୍ଷ ସେ ତାଙ୍କ ହତ୍ୟା ପାଇଁ ୪ ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରୁଥିବା କଥା କହିଥିଲେ । ଯେଉଁମାନଙ୍କ ନାମ ସହିତ ଏକ ରେକର୍ଡିଂ ତାଙ୍କ ପାଖରେ ଅଛି ଓ ତାକୁ ସେ ଖୁବଶୀଘ୍ର ରିଲିଜ୍ କରିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଷଡଯନ୍ତ୍ରର ପର୍ଦ୍ଦାଫାସ କରିବା ପରେ ତାଙ୍କ ହତ୍ୟା ଷଡ଼ଯନ୍ତ୍ରର ପ୍ଲାନ୍ ଏ’ ର କାର୍ଯ୍ୟକାରୀ ହୋଇନଥିଲା । ଅନ୍ୟପକ୍ଷରେ ଦ୍ବିତୀୟ ପ୍ରୟାସ ବଜିରାବାଦରେ ହୋଇଥିଲା ।

ଶୁକ୍ରବାର ଦିନ ନିଜ ଘରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଇମ୍ରାନ ଦାବି କରିଛନ୍ତି ଯେ, ତାଙ୍କ ହତ୍ୟା ପାଇଁ ଜର୍ଦ୍ଦାରୀ ଏଜେନ୍ସି ସମର୍ଥିତ ଏକ ଆତଙ୍କବାଦୀ ସଂଗଠନକୁ ଟଙ୍କା ଦେଇଛନ୍ତି । ତାଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ୪ ଜଣ ବ୍ୟକ୍ତିଙ୍କୁ ଜର୍ଦ୍ଦାରୀଙ୍କ ସମର୍ଥନ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଟ୍ରେନ ଧକ୍କାରେ ଯୁବକ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକରେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ହେଲେ ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ସାନ ପୁଅ ଅବିନାଶ ମିଶ୍ର ବୋଲି ଜଣାପଡିଛି। ମର୍ଣ୍ଣିଂ ଓ୍ବାକରେ ଗଲା ବେଳେ ଡୁଙ୍ଗୁରିପାଲି ଫାଟକରେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା । ଡୁଙ୍ଗୁରିପାଲି – ରାମପୁର ରୋଡ୍ ରେଳ ଫାଟକ ଭୋର ୫ଟାରେ ପୁରୀ – ଦୁର୍ଗ ଇଣ୍ଟେରସିଟି ଏକ୍ସପ୍ରେସ ଅବିନାଶଙ୍କୁ ଧକ୍କା ଦେଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

ଇସ୍ରାଏଲରେ ଗୁଳିକାଣ୍ଡ, ୮ ମୃତ

ଜେରୁଜେଲମ: ଇସ୍ରାଏଲ ଜେରୁଜେଲମ ସାଇନାଗେଗ୍ୟୁ ସହରରେ ଗୁଳିକାଣ୍ଡ । ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ୮ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଗୁଳିମାଡରେ ୧୦ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ପାଲଟା ଫାୟାରିଂରେ ଆତତାୟୀ ନିହତ ହୋଇଛି । ଘଟଣାକୁ ଇସ୍ରାଏଲ ପ୍ରାଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିନ୍ଦା କରିଛନ୍ତି । ତେବେ ଆକ୍ରମଣ ନେଇ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି ।

ସୂଚନା ଅନୁଯାୟୀ, ନେଭ ୟାକୋଭ ନିକଟସ୍ଥ ସଚ୍ଚିବାଳୟ ଉପରେ ଆତତାୟୀଙ୍କ ଆକ୍ରମଣ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଏଭଳି ଆକ୍ରମଣ ଦେଖିବାକୁ ମିଳୁଛି । ଏହି ଘଟଣାଟି ଗତକାଲି ରାତି ୮ଟାରେ ଘଟିଛି । ଏଥିରେ ୧୦ ଜଣ ଆହାତ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି ।

ରାହୁଲ ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଧଷେଇ ପସିଲା ଭିଡ଼

ଜମ୍ମୁ: ଜମ୍ମୁ କାଶ୍ମୀରରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା କାଳରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ଶୁକ୍ରବାର ଦିନ ଭିଡ଼ ରାହୁଲଙ୍କ ସୁରକ୍ଷା ଘେରକୁ ଭାଙ୍ଗି ତାଙ୍କ ପାଖକୁ ଚାଲି ଆସିଥିଲେ । ଯାହାକୁ ନେଇ ଶୁକ୍ରବାର ଦିନ ଯାତ୍ରାକୁ ଅଧାରେ ସ୍ଥଗିତ କରିବାକୁ ପଡ଼ିଥିଲା । ଯାତ୍ରା ସ୍ଥଗିତ ରଖାଯିବା ପରେ ରାହୁଲ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ବିରୋଧରେ ଦାୟିତ୍ୱହିନତାର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ପୋଲିସର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଯାଇଥିଲା । ଯେଉଁ ପୋଲିସ ଭିଡ଼କୁ କଣ୍ଟ୍ରୋଲ କରିବାକୁ ଆସିଥିଲେ ସେମାନେ ଘଟଣା ଘଟିବା ବେଳେ ପାଖରେ ନଥିଲେ କିମ୍ବା ସେଠାରୁ ଚାଲିଯାଇଥିଲେ ।

ରାହୁଲ କହିଥିଲେ ଯେ, ତାଙ୍କ ସହିତ ଥିବା ସୁରକ୍ଷାକର୍ମୀ ଆଉ ଅଧିକ ବାଟ ଚାଲି ପାରିବେ ନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥା ଭାଙ୍ଗିବା ଚିନ୍ତାଜନକ । ଦେଶ ଆଗରୁ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପାଇଁ ହରାଇଛି । ଆମେ କଡ଼ା ସୁରକ୍ଷା ବ୍ୟବସ୍ଥା ଚାହୁଁଛୁ ।

ସୂଚନାଯୋଗ୍ୟ ଯେ, ଯାତ୍ରା ଆଜି ଶ୍ରୀନଗରଠାରୁ ୩୩ କିଲୋମିଟର ଦୂରରେ ଥିବା ଅବନ୍ତିପୁରାରେ ପହଞ୍ଚିବ ।

 

ମୁଖ୍ୟମନ୍ତ୍ରୀଙ୍କ ଅକ୍ଷଧ୍ୟତାରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକ୍ଷଧ୍ୟତାରେ ବସିବ ବୈଠକ। ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି। ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ, ସାଂସଦଙ୍କ ସହ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ କରିବା ନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହ ଆଲୋଚନା କରିବେ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ଆବାସ ଯୋଜନାରେ ରାଜ୍ୟର ବଳକା ହିତାଧିକାରୀଙ୍କୁ ଗୃହ ଯୋଗାଣ, ୧୬୯ ଜନଜାତିଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା, ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ବତନ୍ତ୍ର ସହାୟତା ଦାବି ଓ ଚାଷୀ ଓ ଚାଷ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଓଡ଼ିଶାର ସାଂସଦମାନେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି ।

ଆଗାମୀ ବଜେଟ ଅଧିବେଶନରେ ମଧ୍ୟ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ସହ ଜଡିତ ପ୍ରସଙ୍ଗ ଗୁଡିକୁ କିଭଳି ବଳିଷ୍ଠ ଭାବେ ଉପସ୍ଥାପନ କରାଯାଇପାରିବ । ସେନେଇ ମୁଖ୍ୟମନ୍ତ୍ରୀ ସବୁ ସାଂସଦଙ୍କୁ ଆବଶ୍ୟକ ଦିଗଦର୍ଶନ ଦେବେ ।

ଜଳବାୟୁରେ ପରିବର୍ତ୍ତନ, ଚଳିତ ବର୍ଷ ଭୁବନେଶ୍ବର ହେବ ଉତ୍ତପ୍ତ ସହର!

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ବଡ ପ୍ରଭାବ । ବସନ୍ତରେ ଆଉ ବହୁନି ମଳୟ ପବନ। ଧିରେ ଧିରେ ଉତ୍ତପ୍ତ ହେଉଛି ପଶ୍ଚିମ ଓଡିଶା । ଉପକୂଳ ଓଡିଶାରେ ବି ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ସ୍ବାଭାବିକ ଠାରୁ ୬ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଚଳିତ ବର୍ଷ ଭୁବନେଶ୍ବର ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ହେବାର ଅଧିକ ସମ୍ଭାବନା ରହିଛି। ଗତ ୨୦୨୧ରେ ମଧ୍ୟ ଭୁବନେଶ୍ବର ବିଶ୍ବର ଉତ୍ତପ୍ତ ସହର ହୋଇଥିଲା । ଗତକାଲି ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଥିବା ବେଳେ, ରାଜଧାନୀରେ ବି ଉପରମୁହାଁ ହୋଇଛି ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ସହରର ଦିନର ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ଗତକାଲି ବୌଦ୍ଧରେ ୩୫ଡିଗ୍ରୀ, ତାଳଚେରରେ ୩୪ ଦଶମିକ ୪ ଡିଗ୍ରୀ, ଭୁବନେଶ୍ବରରେ ୩୪ ଡିଗ୍ରୀ, ଗୋପାଳପୁରରେ ୩୩ ଦଶମିକ ୮ ଡିଗ୍ରୀ, ଝାରସୁଗୁଡାରେ ୩୩ ଦଶମିକ ୬ ଡିଗ୍ରୀ, ଟିଟଲାଗଡରେ ୩୩ ଦଶମିକ ୫ ଡିଗ୍ରୀ, ସୁନ୍ଦରଗଡରେ ୩୩ ଦଶମିକ ୩ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି  ଅନୁଗୁଳରେ ୩୩ ଦଶମିକ ୧ , ମାଲକାନଗିରି, ନବରଙ୍ଗପୁର ଓ ପୁରୀରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପୁରୀ: ଆଜି ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ପବିତ୍ର ମାଘ ମାସ ଶୁକ୍ଲପକ୍ଷ ସପ୍ତମୀ ତିଥ ସୂର୍ଯ୍ୟ ଭଗବାନଙ୍କ ଜନ୍ମଦିନରେ ଅର୍କକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର , ଐଶାନେଶ୍ବର , ଦକ୍ଷିଣେଶ୍ବର ପାରମ୍ପାରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୂଜା ମଣ୍ଡପରେ ପହଞ୍ଚିବା ପରେ ଭୋର ୪ଟା ୩୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ମହାସ୍ନାନ ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ ପକାଇଛନ୍ତି । ଚଳିତ ବର୍ଷ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ଏହି ଅବସରରେ ସାଧୁସନ୍ଥ ମାନଙ୍କ ଦ୍ଵାରା  ଚନ୍ଦ୍ରଭାଗା ତ୍ରିଥ ପୁସ୍କରଣୀରେ ଆଳତୀ ପରିବେଶକୁ ଭାବମୟ କରିଥିଲା ।

ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ।  ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି । ଚଳିତ ବର୍ଷ ଚନ୍ଦ୍ରଭାଗା ବୁଡକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଏସପିଙ୍କ ସହିତ ୩୦ ପ୍ଲାଟୁନ ଫୋର୍ସ, ୨ଜଣ ଆଡିସିନାଲ ଏସପି , ୩୦ଜଣ ସିନିଆର ପୋଲିସ ଅଫିସର, ୧୦୦ ଜଣ ଓ ଆଇସିଏ ଏସଆଇ, ଟ୍ରାଫିକ ପୋଲିସ, ଲାଇଫ ଗ୍ରାଡ଼, ସାଧା ପୋଷାକଧାରୀ ପୋଲିସ ସହ ମେଳା ପଡିଆରେ ଦୁଇଟି ୱାଚ ଟାୱାର  ନିର୍ମାଣ କରାଯାଇଛି । ପ୍ରଶାସନିକ ଅଧିକାରୀ ଓ ପୁରୀ ଜିଲ୍ଲାପାଳ ଉପସ୍ଥିତ ରହି ତିନି ଠାକୁରଙ୍କ ଶୋଭାଯାତ୍ରା , ନୀତିକାନ୍ତି ଓ ବୁଡ ପରିଚାଳନା କରିଥିଲେ ।