ଗ୍ୟାଙ୍ଗଷ୍ଟର ନେଟଓ୍ବର୍କ ନେଇ ୮ ରାଜ୍ୟରେ ଚାଲିଛି ଏନଆଇଏର ରେଡ୍

ନୂଆଦିଲ୍ଲୀ :  ଗ୍ୟାଙ୍ଗଷ୍ଟର ଓ କ୍ରିମିନାଲ ସିଣ୍ଡିକେଟ ଉପରେ ଏନଆଇଏର ଫୋକସ୍ । ଗ୍ୟାଙ୍ଗଷ୍ଟର ନେଟଓ୍ବର୍କ ମାମଲାରେ ୮ଟି ରାଜ୍ୟରେ ଚାଲିଛି ଏନଆଇଏର ରେଡ୍ । ଦେଶରେ ଏକକାଳୀନ ୭୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢ଼ାଉ କରିଥିବା ଜଣାପଡିଛି । ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଗୁଜରାଟ ଓ ମଧ୍ୟପ୍ରଦେଶରେ ଏନଆଇଏ ଛାନବିନ୍ ଚଳାଇଛି । ଗ୍ୟାଙ୍ଗଷ୍ଟରଙ୍କୁ ଅର୍ଥ ଯୋଗାଣ ଲିଙ୍କ ନେଇ ଖୋଳତାଡ଼ କରୁଛି ଏନଆଇଏ ।

ୟୁପିର ପିଲ୍‌ଭିଟ୍‌ ଏନ୍‌ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗଣାକାରୀଙ୍କ ଘରେ ଚଢ଼ାଉ କରୁଥିବା ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ‌‌ଯେ ଚଢ଼ାଉ ସମୟରେ ଯୋଗାଣକାରୀର ଘରୁ ପାକିସ୍ଥାନରୁ ଆସିଥିବା ଅସ୍ତ୍ର ଜବତ ହୋଇଛି।ପୂର୍ବରୁ ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗ୍‌ର କିଛି ସଦସ୍ୟଙ୍କୁ ଏନ୍‌ଆଇଏ ପଚରାଉଚରା କରି ଯେଉଁ ତଥ୍ୟ ସଂଗ୍ରହ କରିଥିବା ତାହାରି ଆଧାରରେ ଏହି ଚଢ଼ାଉ ହେଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଆଜି ‌ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି।

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ସହ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କ ସଂପୃକ୍ତି ସଂପର୍କରେ ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଆଜିକୁ ମିଶାଇ ୪ ଥର ଚଢ଼ାଉ କରି ସାରିଲାଣି। ବେଆଇନ୍‌ କାର୍ୟ୍ୟକଳାପ ଅଧିନିୟମ ଅନୁଯାୟୀ ଅନେକ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ଗିରଫ ବି କରାଯାଇଛି।