ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ବସ୍ତି ; ମାର୍ଚ୍ଚ ୩ ଯାଏ ଜାମିନ ଦେଲେ ଲାହୋର ହାଇକୋର୍ଟ

1 min read

ଇସଲମାବାଦ:  ପାକିସ୍ତାନ ନିର୍ବାଚନ କମିଶନ ଅଫିସ ଆଗରେ ବିକ୍ଷୋଭ ମାମଲା । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ବସ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖ ଯାଏ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ଲାହୋର ହାଇକୋର୍ଟ । ସଶରୀରେ ହାଜର ହେବା ଲାଗି କୋର୍ଟ ନିର୍ଦ୍ଦେଶକୁ ନେଇ କୋର୍ଟ ବାହାରେ ପାକିସ୍ତାନ ତେହରିକ-ଇ-ଇନସାଫ ଦଳର କର୍ମୀ କରିଥିଲେ ହଙ୍ଗାମା ।

ଇମ୍ରାନଙ୍କ ସପକ୍ଷରେ କର୍ମୀମାନେ ନାରାବାଜି କରିବା ପରେ କୋର୍ଟ ସମ୍ମୁଖରେ ଦେଖାଦେଇଥିଲା ଅଚଳାବସ୍ଥା । ଶେଷରେ ସେ ବାଧ୍ୟ ହୋଇ କୋର୍ଟରୁମକୁ ଯିବା ପରେ ବିଚାରପତି ତାଙ୍କୁ ଦେଇଥିଲେ ଜାମିନ । ଗତବର୍ଷ ବେଆଇନ ଅର୍ଥ ମାମଲାରେ ତାଙ୍କ ସଦସ୍ୟତାକୁ ନିର୍ବାଚନ କମିଶନ ରଦ୍ଦ କରିବା ପରେ ଦେଶବ୍ୟାପୀ ହଙ୍ଗାମା ସୃଷ୍ଟି ହୋଇଥିଲା ।

ହିଂସାକାଣ୍ଡକୁ ନେଇ ଗିରଫ ପରଓ୍ବାନା ବିରୋଧରେ ଜାମିନ ଆବେଦନ କରିଥିଲେ ଇମ୍ରାନ । ଶେଷରେ ଲାହୋର ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ତେବେ ଉପଯୁକ୍ତ କୋର୍ଟରେ ଆବେଦନ କରିବାକୁ ଇମ୍ରାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।