ସାମ୍ନାକୁ ଆସିଲା ନବଦାସଙ୍କୁ ଗୁଳିମାଡ଼ର ସ୍ପଷ୍ଟ ଚିତ୍ର

ଝାରସୁଗୁଡ଼ା : ନବକିଶୋର ଦାସ ହତ୍ୟା ମାମଲା । ସାମ୍ନାକୁ ଆସିଲା ନବଦାସଙ୍କୁ ଗୁଳିମାଡ଼ର ସ୍ପଷ୍ଟ ଚିତ୍ର । ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୋପାଳ ଦାସ ଗୁଳି କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ । ଅଭିଯୁକ୍ତ ଗୋପାଳ ଅତି ନିକଟରୁ ନବକିଶୋର ଦାସଙ୍କୁ ନିଜ ସର୍ଭିସ ରିଭଲଭରରୁ ନବ କିଶୋର ଦାସଙ୍କୁ ଗୁଳିମାରି ହତ୍ୟା କରିଛି ।

ନବଦାସଙ୍କୁ ଦୁଇ ଜଣ ସମର୍ଥକ ଫୁଲମାଳ ପିନ୍ଧାଉଥିବା ସମୟରେ ହଠାତ ଗୁଳି ମାରିଥିଲା ଅଭିଯୁକ୍ତ ଗୋପାଳ । ଗୁଳିଟି ନବ କିଶୋର ଦାସଙ୍କ ଛାତିରେ ବାଜିଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ନବ ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବରର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ବିୟୋଗ ହୋଇଥିଲା ।

 

ମାମଲାରେ ଅଭିଯୁକ୍ତ ଗୋପାଳକୁ ଗିରଫ କରାଯାଇଥିବା ବେଳେ, କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ଘଟଣା ପରୁଠୁ କ୍ରାଇମବ୍ରାଞ୍ଚ କ୍ରାଇମ୍ ସିନ୍ ରିକ୍ରିଏସନ କରିବା ସହ ସବୁ ଦିଗକୁ ନେଇ ଛାନବିନ୍ କରିଥିଲା । ଫରେନସିକ୍ ଯାଞ୍ଚ ହୋଇଥିବା ବେଳେ, ଅଭିଯୁକ୍ତର ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ହୋଇଥିଲା । ଏବେ ଗୋପାଳକୁ ଚୌଦ୍ବାର ଜେଲରେ ରଖାଯାଇଛି ।