spot_img
Home Blog Page 3621

ନାଗକୁ ଧରି କ୍ଷୀର ପିଆଉଥିଲେ, ଚୋଟ ମାରିବାରୁ ଗୁରୁତର ହୋଇ ଭର୍ତ୍ତି

ନୟାଗଡ଼: ରଣପୁରରେ ଅଘଟଣ । ନାଗସାପକୁ ଧରି କ୍ଷୀର ପିଆଉଥିବା ବେଳେ ମାରିଲା ଚୋଟ । ରଣପୁର ଶାମୁକା ସାହିର ଜଣେ ବ୍ୟକ୍ତିଙ୍କ ଘରେ ନାଗସାପ ପଶିଥିଲା । ଖବର ପାଇ ଅଶୋକ ସ୍ବାଇଁ ନାମକ ଯୁବକ ପହଞ୍ଚି ନାଗସାପକୁ ଧରିବାରେ ସଫଳ ହୋଇଥିଲେ । ପରେ ସାପକୁ ଏକ ଡବା ଭିତରେ ପୂରାଇ ନିଜ ଘରକୁ ଆଣିଥିଲେ ।

ଆଜି ସକାଳେ ଡବାରୁ ବାହାର କରି ସାପକୁ କ୍ଷୀର ପିଆଉଥିବା ବେଳେ ଅଶୋକଙ୍କୁ ନାଗ ଚୋଟ ମାରିଥିଲା । ଅଶୋକଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

କିଭ୍‌ରେ ଘନଘନ ଆକ୍ରମଣ, ଡ୍ରୋନ ଷ୍ଟ୍ରାଇକ ପରେ ଧୂଆଁମୟ ୟୁକ୍ରେନ

କିଭ୍: କ୍ୟାପିଟାଲ ସିଟିରେ ଘନ ଘନ ଆଟାକ୍ । ବୋମା, ବିସାଇଲ ବିସ୍ଫୋରଣରେ ଥରୁଛି କିଭ୍‌ ସହର । ୟୁକ୍ରେନ ରାଜଧାନୀ ଓ ଏହାର ଆଖପାଖ ସହର ଉପରେ ଜୋରଦାର ହମଲା କରିଛି ଋଷ । ବେଲାଋଷ ପଟୁ ୟୁକ୍ରେନ ଉପରେ ଆଟାକ୍‌ ପାଇଁ ଋଷ ଯୋଜନା କରୁଥିବା ବେଳେ ସୀମା ସୁରକ୍ଷା ପାଇଁ ୟୁକ୍ରେନ ପ୍ରସ୍ତୁତ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ଡ୍ରୋନ ଷ୍ଟ୍ରାଇକ ପରେ କିଭ୍‌ ସହର ଧୂଆଁମୟ ହୋଇଛି । ସ୍କୁଲ, ହସ୍ପିଟାଲ, ଚର୍ଚ ଉପରେ ଡ୍ରୋନ୍‌ ଆଟାକ ହୋଇଥିବା ବେଳେ ଖେରସନ ଅଞ୍ଚଳରେ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତାର ହମ୍‌ଲା ଯୋଗୁ କିଭ୍‌ର ପ୍ରାୟ ୮୦ ପ୍ରତିଶତ ଘରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି । ଋଷ ସହ ଯୁଦ୍ଧ ପାଇଁ ୟୁକ୍ରେନକୁ ମଲ୍ଟିପୁଲ ଲଞ୍ଚ ରକେଟ ସିଷ୍ଟମ, ୧୨୫ ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ଯୋଗାଇବାକୁ ଘୋଷଣା କରିଛି ବ୍ରିଟେନ ।

ଅନ୍ୟପଟେ ୟୁକ୍ରେନ ବିରୋଧରେ ବଳ ଗୋଟାଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯୁଦ୍ଧର ତରିକା ନିର୍ଦ୍ଧାରଣ, ସାମରିକ ସ୍ତରରେ ସହଯୋଗ, ୟୁକ୍ରେନ ବିରୋଧରେ ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆଜି ବେଲାଋଷ ଗସ୍ତ କରିବେ ପୁଟିନ । ପ୍ରତିପକ୍ଷ ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହ ପୁଟିନ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ବେଲାଋଷ ରାଜଧାନୀ ମିନସ୍କର ଇଣ୍ଡିପେଣ୍ଡେଣ୍ଟ ପ୍ୟାଲେସରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ।

ମାତ୍ର ୨ ସେକେଣ୍ଡରେ ମାଟିରେ ମିଶିଲା ଚିମିନି, ନିୟୋଜିତ ଥିଲେ ନୋଏଡା ଟ୍ବିନ ଟାୱାର ଭାଙ୍ଗିଥିବା ଟିମ୍‌

ଢେଙ୍କାନାଳ: ମାତ୍ର ୨ ସେକେଣ୍ଡରେ ମାଟିରେ ମିଶିଲା ଢେଙ୍କାନାଳ ମେରାମୁଣ୍ଡଳୀରେ ଥିବା ଲାନକୋ କମ୍ପାନୀର ୧୬୦ ମିଟର ଉଚ୍ଚତାର ଚିମିନି । ପୂର୍ବରୁ ୨ ଥର ବ୍ଲାଷ୍ଟିଂ ପାଇଁ ଚେଷ୍ଟା ପରେ ବି ଭାଙ୍ଗିନଥିଲା ଚିମିନି । ତୃତୀୟ ଥର ପାଇଁ ଆଜି ବିସ୍ଫୋରଣ କରାଯାଇଥିଲା । ଚିମିନିର ୪ କିଲୋମିଟର ଯାଏ ପୋଲିସ ନିୟୋଜିତ ହୋଇଛନ୍ତି । ବିପଦକୁ ଏଡ଼ାଇବା ପାଇଁ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ନୋଏଡା ଟୁଇନ୍ ଟାୱାର ଭାଙ୍ଗିଥିବା ବିସ୍ଫୋରକ ବିଶେଷଜ୍ଞ କମ୍ପାନୀର ୨୦ ଜଣିଆ ଟିମ୍ ବ୍ଲାଷ୍ଟିଂ ଦାୟିତ୍ବ ନେଇଥିବା ସୂଚନା ମିଳିଛି । ୭୫୦ ବିସ୍ଫୋରକରେ ୩ଟି ପର୍ୟ୍ୟାୟରେ  ଚିମିନି ଭଙ୍ଗାଯାଇଛି । ନନ ଇଲେକ୍ଟିରକାଲ ବ୍ଲାଷ୍ଟିଂ ପ୍ରକ୍ରିୟାରେ ଚିମିନି ଭଙ୍ଗାଯାଇଛି। ୨୦୧୦ ମସିହାରେ ତିଆରି ହୋଇଥିବା ଏହି ଚିମିନିର ଉଚ୍ଚତା ୧୬୦ ମିଟର ଓ ଗୋଲେଇ ୧୮ ମିଟର ।

୨୧ ବର୍ଷ ପରେ ଭାରତର ସରଗମ କୌଶଲ ପିନ୍ଧିଲେ ମିସେସ୍‌ ୱାର୍ଲଡ଼ ମୁକୁଟ

0

ନୂଆଦିଲ୍ଲୀ: ଦେଶ ପାଇଁ ବଡ଼ ବିଜୟ । ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ଭାରତର ସରଗମ କୌଶଲ ପିନ୍ଧିଲେ ବିଶ୍ବ ସୁନ୍ଦରୀର ମୁକୁଟ । ଲସ୍ ଭେଗାସ୍‌ରେ ଆୟୋଜିତ ଗାଲା ଇଭେଣ୍ଟରେ ସରଗମ ପିନ୍ଧିଲେ କ୍ରାଉନ । ୨୦୨୧ର କ୍ରାଉନ ବିଜେତା ୟୁଏସର ସେଲିନ୍ ଫର୍ଡ ମୁମ୍ବାଇ ବେସଡ଼ ସରଗମ କୌଶଲଙ୍କୁ କ୍ରାଉନ ପିନ୍ଧାଇଛନ୍ତି । ଜମ୍ମୁର ଜଣେ ଶିକ୍ଷୟିତ୍ରୀ ତଥା ମଡେଲ୍ ସରଗମ୍ । ୨୦୧୮ରେ ସେ ବିବାହ କରିଥିଲେ । ପରେ ସେ ତାଙ୍କ ପ୍ୟାସନକୁ ଫଲୋ କରିବାକୁ ଯାଇ ୨୦୨୨ ବ୍ୟୁଟି ରପିଜାଣ୍ଟ ପାଇଁ ପ୍ରସ୍ତୁତି କରିବା ସହ ଅଂଶଗ୍ରହଣ କରିଥିଲେ ।

୬୩ ଦେଶର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ କ୍ରାଉନ ଜିତି ବେଶ ଉତ୍ସାହିତ ହୋଇଛନ୍ତି ସରଗମ୍ । ଦେଶକୁ ଖୁବ ଭଲ ପାଉଥିବା ସେ କହିଛନ୍ତି । ୨୦୦୧ରେ ଭାରତର ଅଦିତି ଗୋଭିତ୍ରିକର ଜିତିଥିଲେ ମିସେସ୍ ୱାର୍ଲଡ଼ କ୍ରାଉନ । ୨୦୦୧ ପରେ ଏବେ ୨୦୨୨ରେ ଦେଶକୁ ମିଲିଛି କ୍ରାଉନ୍ ଆଉ ଗୌରବ ଆଣିଛନ୍ତି ସରଗମ କୌଶଲ । ୧୯୮୪ରୁ ଆରମ୍ଭ ହୋଇଥିଲା ବିବାହିତ ମହିଳାଙ୍କ ପାଇଁ ବ୍ୟୁଟି ପିଜାଣ୍ଟ ସୋ । ପ୍ରଥମେ ଏହି ଶୋର ନାଁ ମିସେସ୍ ୱିମେନ୍ ଅଫ ଦ ୱାଲ୍ଡ଼ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ୧୯୮୮ରେ ମିସେସ୍ ୱାର୍ଲଡ଼ ନାମରେ ନାମିତ କରାଯାଇଥିଲା ।

୩୬ ବର୍ଷ ପରେ ବିଜୟ ମୁକୁଟ ପିନ୍ଧିଲା ଆର୍ଜେଣ୍ଟିନା, ସୁପରହିରୋ ସାଜିଲେ ମେସି

ଦୋହା:  ଏବର୍ଷର ସବୁଠାରୁ ଶ୍ରେଷ୍ଠ ଫୁଟବଲର୍‌ ପ୍ରଶ୍ନର ମିଳିଯାଇଛି ଉତ୍ତର  । ଆର୍ଜେଣ୍ଟିନାକୁ ବିଶ୍ବକପ ଜିତାଇ ଗୋଟ୍‌ ଉପାଖ୍ୟାନରେ ଏକ ପ୍ରକାର ବ୍ରେକ୍‌ ଲଗାଇଛନ୍ତି ଲିଓନେଲ ମେସି । ୨ ଥର ଚାମ୍ପିଅନ ଫ୍ରାନ୍ସକୁ ହରାଇ ଫିଫା ବିଶ୍ବକପ ଟ୍ରଫି ନିଜ ନାଁରେ କରିଛି ଆର୍ଜେଣ୍ଟିନା  । ତୃତାୟ ଥର ପାଇଁ ଫିଫା ବିଶ୍ବକପ ଜିତିଛି ଆର୍ଜେଣ୍ଟିନା  । ଏହା ପୂର୍ବରୁ ୧୯୮୬ରେ ଟାଇଟଲ ଜିତି ଆର୍ଜେଣ୍ଟିନାର ହିରୋ ସାଜିଥିଲେ ଡିଏଗୋ ମାରାଡୋନା  । ଏଥର କିନ୍ତୁ  ସୁପରହିରୋ ସାଜିଛନ୍ତି ମେସି  ।

୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା । ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି।

ଖେଳର ପ୍ରଥମ ଭାଗରେ ମେସି ଓ ମାରିଆଙ୍କ ଗୋଲ ବଳରେ ଆର୍ଜେଣ୍ଟିନା ୨-୦ରେ ଆଗୁଆ ରହିଥିଲା । ୨୩ତମ ମିନିଟରେ ଗୋଲ କରିଥିଲେ ଷ୍ଟାର ତାରକା ଲିଓନେଲ ମେସି। ୩୬ତମ ମିନିଟରେ ଗୋଲ କରି ଅଗ୍ରଣୀ ବଢ଼ାଇଥିଲେ ଅନ୍ୟତମ ତାରିକା ଖେଳାଳୀ ଡି.ମାରିଆ । ଏହା ପରେ ଏମ୍ବାପେଙ୍କ ଡବଲ ଗୋଲ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ। ୮୦ ଓ ୮୨ ତମ ମିନିଟରେ ଗୋଲ ସ୍କୋର କରିଥିଲେ ଏମ୍ବାପେ। ଏହା ପରେ ଫ୍ରାନ୍ସ-ଆର୍ଜେଣ୍ଟିନା ମୁକାବିଲା ୨-୨ ସମାନ ସ୍ଥିତିରେ ରହିଥିଲା। ପରେ ଅତିରିକ୍ତ ସମୟ ଦିଆଯାଇଥିଲା । ହେଲ ଏହି ସମୟରେ କୌଣସି ଦଳ  ଗୋଲ କରିବାକୁ ସମର୍ଥ ହୋଇ  ନ ଥିଲା। ଫଳରେ ସ୍ଥିତି ବରାବାର ରହିଥିଲା । ପରେ ଆଉ ୩୦ ମିନିଟ ଅଧିକ ସମୟ ଦିଆଯାଇଥିଲା।

ଏହି ଅତିରିକ୍ତ ସମୟ ଭିତରେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ଗୋଲ ଦେଇଥିଲେ। କିନ୍ତୁ ଅଳ୍ପ ସମୟ ମଧ୍ୟରେ ଏମ୍ବାପ୍ପେ ଏକ ଗୋଲ ଦେଇ ଖେଳକୁ ବରାବର ସ୍ତରକୁ ଆଣିଥିଲେ। ଶେଷରେ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ଫଳାଫଳ ବାହାର କରାଯାଇଥିଲା।

ବିଗତ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଇତିହାସ ରଚିଛି। ଏଥି ସହିତ ଫିଫା ବିଶ୍ବକପରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ବପ୍ନ ପୂରା କରିଛି। ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଜେତା ହୋଇଥିଲା। ଅପରପକ୍ଷେ ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିଅନ୍‌ ହୋଇଥିଲା।

ଚଳିତ ବିଶ୍ବକପ୍‌ରେ ଲିଓନେଲ ମେସି ଅନ୍ୟ ଏକ ବିଶ୍ବରେକର୍ଡର ଅଧିକାରୀ ହୋଇପାରିଛନ୍ତି। ବିଶ୍ବକପରେ ପ୍ରଥମ ଖେଳାଳି ଭାବେ ସମସ୍ତ ପର୍ଯ୍ୟାୟରେ ଗୋଲ ଦେଇପାରିଛନ୍ତି। ଗ୍ରୁପ ଷ୍ଟେଜ୍‌, ରାଉଣ୍ଡ-୧୨, କ୍ବାର୍ଟର, ସେମି ଫାଇନାଲ ଓ ଫାଇନାଲରେ ସେ ଗୋଲ ଦେଇଛନ୍ତି ରେକର୍ଡ କରିଛନ୍ତି। ସେହିପରି ଲଗାତାର ୩ଟି ବିଶ୍ବକପର ନକ୍‌ଆଉଟ୍‌ରେ ଗୋଲ୍‌ କରି ଡି ମାରିଆ ମଧ୍ୟ ରେକର୍ଡ କରିଛନ୍ତି।

କତାରରେ ଚମକିଲେ ଆର୍ଜେଣ୍ଟିନା ଯୋଦ୍ଧା, ରାଜଧାନୀରୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର: ବିଜୟୀ ଆର୍ଜେଣ୍ଟିନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମେସିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ନବୀନ । ସେହିପରି ରନର୍ସ ଅପ୍ ଟିମ୍ ଫ୍ରାନ୍ସର ଲଢ଼ୁଆ ପ୍ରଦର୍ଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଫିଫା ବିଶ୍ବକପ ଫାଇନାଲରେ ଆର୍ଜେଣ୍ଟିନାକୁ ମୁକୁଟ । ତୃତୀୟ ଥର ଲାଗି ବିଶ୍ବବିଜୟୀ ହେଲା ଆର୍ଜେଣ୍ଟିନା । ପେନାଲଟି ସୁଟଆଉଟରେ 4-2ରେ ଫ୍ରାନ୍ସକୁ ହରାଇଛି ଟିମ୍ । 36 ବର୍ଷ ପରେ ତୃତୀୟ ଥର ଲାଗି ଆର୍ଜେଣ୍ଟିନା ହୋଇଛି ଚାମ୍ପିଅନ । ଏହା ସହ ଅନ୍ୟ କେତେକ ବର୍ଗରେ ବିଶ୍ବରେକର୍ଡର ଅଧିକାରୀ ହୋଇଛନ୍ତି ଲିଓନିଲ ମେସି । ଆର୍ଜେଣ୍ଟିନା ପକ୍ଷରୁ ମେସି ୨ଟି ଗୋଲ ଓ ଆଞ୍ଜେଲ ଡି ମାରିଆ ଗୋଟିଏ ଗୋଲ ଦେଇଥିଲେ ।

ସେପଟେ ଜବାବରେ ଫ୍ରାନ୍ସ ପକ୍ଷରୁ କିଲିଆନ ଏମ୍ବାପେ ୩ଟି ଗୋଲ ଦେଇଥିଲେ । ଫଳରେ ମ୍ୟାଚ ବରାବର ହେବାରୁ ପେନାଲଟି ସୁଟଆଉଟ ହୋଇଥିଲା । ପେନାଲଟି ସୁଟ ଆଉଟରେ ୪-୨ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ହାତେଇଛି ବିଶ୍ବକପ ।

ମେସି ମ୍ୟାଜିକରେ ଆର୍ଜେଣ୍ଟିନା ଚାମ୍ପିଅନ, ଜିତିବା ପରେ ଏମିତି କଲେ ସେଲିବ୍ରେସନ

ନନ୍ଦିଘୋଷ ବ୍ୟୁରୋ: ଫିଫା ବିଶ୍ବକପ ଫାଇନାଲରେ ଆର୍ଜେଣ୍ଟିନାକୁ ମୁକୁଟ । ତୃତୀୟ ଥର ଲାଗି ବିଶ୍ବବିଜୟୀ ହେଲା ଆର୍ଜେଣ୍ଟିନା । ପେନାଲଟି ସୁଟଆଉଟରେ 4-2ରେ ଫ୍ରାନ୍ସକୁ ହରାଇଲା ଟିମ୍ । ୩୬ ବର୍ଷ ପରେ ତୃତୀୟ ଥର ଲାଗି ଆର୍ଜେଣ୍ଟିନା ହୋଇଛି ଚାମ୍ପିଅନ ।

ଏହା ସହ ଅନ୍ୟ କେତେକ ବର୍ଗରେ ବିଶ୍ବରେକର୍ଡର ଅଧିକାରୀ ହୋଇଛନ୍ତି ଲିଓନିଲ ମେସି । ଆର୍ଜେଣ୍ଟିନା ପକ୍ଷରୁ ମେସି ୨ଟି ଗୋଲ ଓ ଆଞ୍ଜେଲ ଡି ମାରିଆ ଗୋଟିଏ ଗୋଲ ଦେଇଥିଲେ ।   

ସେପଟେ ଜବାବରେ ଫ୍ରାନ୍ସ ପକ୍ଷରୁ କିଲିଆନ ଏମ୍ବାପେ ୩ଟି ଗୋଲ ଦେଇଥିଲେ । ଫଳରେ ମ୍ୟାଚ ବରାବର ହେବାରୁ ପେନାଲଟି ସୁଟଆଉଟ ହୋଇଥିଲା । ପେନାଲଟି ସୁଟ ଆଉଟରେ ୪-୨ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ହାତେଇଥିଲା ବିଶ୍ବକପ । ବିଜୟୀ ଆର୍ଜେଣ୍ଟିନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ମେସିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ନବୀନ । ସେହିପରି ରନର୍ସ ଅପ୍ ଟିମ୍ ଫ୍ରାନ୍ସର ଲଢ଼ୁଆ ପ୍ରଦର୍ଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଫଟୋରେ ଦେଖନ୍ତୁ ଐତିହାସିକ ବିଜୟକୁ କେମିତି ସେଲିବ୍ରେଟ କରୁଛି ଆର୍ଜେଣ୍ଟିନା  ।

 

୪ ଦିନ ପରେ ଘରେ ପହଞ୍ଚିଲା ଅମ୍ରିତ, ଗାଁ ଦାଣ୍ଡରେ ଛାଡି ଚାଲିଗଲେ ଦୁର୍ବୃତ୍ତ

ନୟାଗଡ: ୪ ଦିନ ପରେ ମିଳିଲା ନୟାଗଡ଼ର ନିଖୋଜ ନାବାଳକ ଅମ୍ରିତର ସନ୍ଧାନ । ସୁରକ୍ଷିତ ଭାବେ ଘରକୁ ଫେରିଲା ଅମ୍ରିତ। ଗତକାଲି ବିଳମ୍ବିତ ରାତିରେ ଅମ୍ରିତକୁ କେହି ଗାଁ ଦାଣ୍ଡରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି  । ଯାହାକୁ ନେଇ ଅମ୍ରିତଙ୍କ ଗାଁ ଓ ପରିବାର ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି  । ଆଜି ସକାଳୁ ଅମ୍ରିତକୁ ଦେଖିବା ପାଇଁ ଶହଶହ ସ୍ଥାନୀୟ ବାସିନ୍ଦାଙ୍କ ଭିଡ଼ ଦେଖିବାକୁ ମିଳିଛି  ।

ସେପଟେ ଅମ୍ରିତ କେଉଁଠି ଓ କିଭଳି ଅବସ୍ଥାରେ ଥିଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  । ଅମ୍ରିତଙ୍କ ସ୍ବାସ୍ଥ୍ୟପରୀକ୍ଷା ପରେ ବୟାନ ରେକର୍ଡ ହେବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁର ଅମ୍ରିତ ଟିଉସନ ସାରି ସନ୍ଧ୍ୟାରେ ଘରକୁ ଫେରିବା ବେଳେ ଗାଁ ଦାଣ୍ଡରୁ କେହି ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା  । ବୁଦା ମୁଳରୁ ଅମ୍ରିତର ସାଇକେଲ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ପୋଲିସ ଓ ଡ୍ରଗ ସ୍କୱାର୍ଡ ପହଂଚି ଛାନଭିନ ଚଳାଇଥିଲେ  ।

୨୨ ପୂର୍ବରୁ ମନ୍ଦିରରୁ ଚୋରି କରିନେଇଥିଲେ ଅଷ୍ଟଧାତୁ ମୂର୍ତ୍ତି, ଆଜି ଫୋପାଡ଼ି ଦେଇ ଗଲେ

କେନ୍ଦ୍ରାପଡ଼ା: ପଞ୍ଚୁପାଣ୍ଡବ ମନ୍ଦିରରୁ ଚୋରି ଘଟଣାରେ ମନ୍ଦିର ନିକଟରେ ଚୋର ଫୋପାଡ଼ି ଦେଲେ ଅଷ୍ଟଧାତୁ ମୂର୍ତ୍ତି । ୨୨ ଦିନ ତଳେ ଡେରାବିଶର ଐତିହାସିକ ପଞ୍ଚୁ ପାଣ୍ଡଵ ମନ୍ଦିରରୁ ଚୋରି ଘଟଣାରେ ନୂଆ ଟୁଇଷ୍ଟ । ବାଇଶି ଦିନ ପରେ ଚୋରି ହୋଇଥିବା ୯ ଗୋଟି ମୂର୍ତ୍ତି ମଧ୍ୟରୁ ୭ଟି ଅଷ୍ଠଧାତୁ ମୂର୍ତ୍ତିକୁ ମନ୍ଦିର ନିକଟରେ ଏକ ବସ୍ତାରୁ ଉଦ୍ଧାର କରାଯାଇଛି  ।

ଜଣେ ବେହେରା ସେବକ ସକାଳୁ ସେହି ବାଟ ଦେଇ ଆସୁଥିବା ବେଳେ ବସ୍ତାକୁ ଦେଖି ସନ୍ଦେହ ପ୍ରକଟ କରିଥିଲେ । ଅଖା ଖୋଲିବାରୁ ଚୋରି ହୋଇଥିବା ୭ଟି ମୂର୍ତ୍ତି ମିଳିଥିଲା । ଚୋର ମୂର୍ତ୍ତି ଫିଙ୍ଗି ଯାଇଥିବା ସନ୍ଦେହ କାରଯାଉଥିବା ବେଳେ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଏମିତି ମିଳିବା ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି ସାଧାରଣ ଲୋକ ।

ଦ୍ୱାପର ଯୁଗର ଐତିହ୍ୟ ପଞ୍ଚୁପାଣ୍ଡବ ମନ୍ଦିରର ସମସ୍ତ ଠାକୁର ଜୀବନ୍ତ । ତେଣୁ ତାଙ୍କୁ ଚୋରି କରି ଚୋର ତିଷ୍ଠି ପାରିଲାନି । ଠାକୁରଙ୍କ ମହିମା ଆଗରେ ଚୋର ହାରିଯାଇ ସମସ୍ତ ମୂର୍ତ୍ତି ଫେରାଇ ଦେଇଥିବା ଚର୍ଚ୍ଚା ହେଉଛି । ଡେରାବିଶ ପୋଲିସ ପହଞ୍ଚି ପରୀକ୍ଷକ ଓ ସ୍ଥାନୀୟ ପୂଜକଙ୍କ ଦ୍ୱାରା ମୂର୍ତ୍ତି ପରଖି ମନ୍ଦିରକୁ ପୁଣି ଫେରାଇ ଦେଇଥିଲେ । ଏବେ ବି ଦୁଇଟି ମୂର୍ତ୍ତି ମିଳିନଥିବାରୁ ଚୋରକୁ ଧରିବାକୁ ପୋଲିସର ପ୍ରୟାସ ଜାରି ରହିଛି ।

ଆଜି ରାଉରକେଲା ଗସ୍ତରେ ତିନି ସଚିବ, ହକି ବିଶ୍ବକପ ପୂର୍ବରୁ କରିବେ ସମୀକ୍ଷା

ଭୁବନେଶ୍ବର: ଆଜି ରାଉରକେଲା ଗସ୍ତ କରି ହକି ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମୁଖ୍ୟଶାସନ ସଚିବଙ୍କ ସହ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା ବି ଗସ୍ତ କରିବେ । ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚିବେ ।

ସେଠାରେ ଷ୍ଟାଡିୟମ ପରିଦର୍ଶନ କରିବା ସହ ବିଶ୍ବକପ୍ ଆୟୋଜନ ନେଇ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ । ହକି ବିଶ୍ବକପ ପୂର୍ବରୁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିବେ । ଦିନ ସାଢେ ୧୧ଟାରେ ରାଉରକେଲା ବିମାନବନ୍ଦରରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସହିତ ରାଉରକେଲାରେ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବ । ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏହାକୁ ସଫଳ କରିବା ପାଇଁ ପ୍ରଶାସନ, ରାଉରକେଲା ମହାନଗର ନିଗମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ହକି ବିଶ୍ବକପ ସମୟରେ ସମସ୍ତ ଆନ୍ତର୍ଜାତୀୟ ଖେଳାଳି ଓ ଅନ୍ୟ ଷ୍ଟାଫଙ୍କ ରହିବା ପାଇଁ ହକି ଷ୍ଟାଡିୟମ୍ ନିକଟରେ ଫାଇଭ ଷ୍ଟାର ହୋଟେଲ ପରି ସୁବିଧା ଥିବା ୨୨୫ଟି ରୁମ ନିର୍ମାଣ କରାଯାଇଛି । ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବେଡ ରୁମ ନିର୍ମାଣ କରାଯାଇଥିବା ବେଳେ ସିସିଟିଭି, ଇଣ୍ଟରନେଟ, ଓ୍ବାଇଫାଇ ସୁବିଧା ରୁମରେ ଯୋଗାଇ ଦିଆଯାଇଛି । ଏହାସହ ରୁମରେ ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ଗାଧୁଆ ଘର ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି । ତାଜ ହୋଟେଲର ଶହେରୁ ଅଧିକ କର୍ମଚାରୀ ଓ କୁକ୍ ଷ୍ଟାଡିୟମ୍ ପରିସରରେ ପହଞ୍ଚି ନିଜ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ଷ୍ଟାଡିୟମ୍ ନିକଟରେ ହକି ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ସୁଇମିଙ୍ଗ ପୁଲ ନିର୍ମାଣ କରାଯାଇଛି । ଅଲିମ୍ପିକ୍ସ ଷ୍ଟାଣ୍ଡାର୍ଡର ସୁଇମିଙ୍ଗ ପୁଲ ନିର୍ମାଣ କରାଯାଇଥିବା ବେଳେ, ଏଥିରେ ଦୈନିକ ୬ ଲକ୍ଷ ଲିଟର ସ୍ବଛ ପାଣି ଯୋଗାଇ ଦେବାକୁ ଅତ୍ୟାଧୁନିକ ଆରଓ ମେସିନ ଲଗାଯାଇଛି । ଏଭଳି ପଦକ୍ଷେପ ପାଇଁ ବିଭିନ୍ନ ମହଲରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଉଛି ।