spot_img
Home Blog Page 3622

ଆହୁରି ୨ ରୁ ୩ ଡିଗ୍ରୀ ଖସିବ ପାରଦ, ଆଜିଠୁ ଥରିବ ଦକ୍ଷିଣ ଓଡିଶା

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ଫରିଲା ଶୀତ । ଥଣ୍ଡାରେ ଥରିଲା ଓଡ଼ିଶା । ଆସନ୍ତା ୨ ଦିନରେ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଖସିବା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପାଇବ । ଫଳରେ ଦକ୍ଷିଣ ଓଡ଼ିଶା ଆଜି ଠାରୁ ଥରିବ।

ରାଜ୍ୟରେ ସକାଳୁ ସକାଳୁ କୁହୁଡ଼ିଆ ପାଗ ଦେଖିବାକୁ ମିଳିବ । ଗତକାଲି କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲାରେ ତାପମାତ୍ରା କମିବା ସଙ୍ଗେ ସଙ୍ଗେ ଶୀତ ବଢ଼ିବାରେ ଲାଗିଛି । ସନ୍ଧ୍ୟା 7 ପରେ ଧିରେଧିରେ ଶୀତର ପରିମାଣ ବଢ଼ିବା ସହ ରାତିର ତାପମାତ୍ରା ହ୍ରାସ ପାଉଛି l କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଶୀତ ଅନୁଭୂତ ହେଉଛି  । ଫୁଲବାଣୀରେ ଗତକାଲି 10.05 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ, ଦାରିଙ୍ଗବାଡ଼ିରେ 13ଡିଗ୍ରୀ ଥିଲା ତାପମାତ୍ରା ।

ସ୍ଥାନେ ସ୍ଥାନେ ଲୋକେ ନିଆଁର ସାହାରା ନେବାର ଦେଖିବାକୁ ମିଳିଛି  । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ରାଇକିଆ ଦାରିଙ୍ଗବାଡ଼ି ଜି. ଉଦୟଗିରିରେ ଶୀତ ଅନୁଭୂତ ହେଉଛି  । ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ବି ପରିଲକ୍ଷିତ ହେଲାଣି ।

ତୃତୀୟ ଥର ଟ୍ରଫି ନେଲା ଆର୍ଜେଣ୍ଟିନା, ପେନାଲିଟ୍ ସୁଟଆଉଟରେ ବିଜୟୀ

କତାର: ଫିଫା ବିଶ୍ବକପରେ ଟ୍ରଫି ନେଇଛି ଆର୍ଜେଣ୍ଟିନା  ।  ଫାଇନାଲରେ ମୁକୁଟ ପିନ୍ଧିଛି ଭାଗ୍ୟଶାଳୀ ଆର୍ଜେଣ୍ଟିନା ଦଳ  ।  ପେନାଲଟି ସୁଟଆଉଟରେ 4-2ରେ ଫ୍ରାନ୍ସକୁ ହରାଇଲା ବିଶ୍ବବିଜୟୀ ଟିମ୍  । ପ୍ରାୟ 36 ବର୍ଷ ପରେ ତୃତୀୟ ଥର ଲାଗି  ଚାମ୍ପିଅନ ହୋଇଛି ଅର୍ଜେଣ୍ଟିନା ଟିମ୍  ।

ଲିଭିଗଲେ ପ୍ରଦୀପ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆର ପାରିରେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନାଟ୍ୟକାର ପ୍ରଦୀପ ଭୋଳ । ୫୯ ବର୍ଷ ବୟସରେ ହୃଦଘାତରେ ପ୍ରଦୀପଙ୍କ ହୋଇଛି ଦେହାନ୍ତ । ପ୍ରଦୀପଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପ୍ରଦୀପ ଏକାଧାରରେ ଜଣେ ନାଟ୍ୟକାର , ଲେଖକ ଓ ସିନେ ନିର୍ଦ୍ଦେଶକ ଥିଲେ । ପଦୀପଙ୍କ ଦ୍ବାରା ଲିଖିତ ଓ ନିର୍ଦ୍ଦେଶିତ ‘ଚିନି’ ଚଳଚ୍ଚିତ୍ରକୁ ରାଜ୍ୟର ଶ୍ରେଷ୍ଟ ଚଳଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।

ତାଙ୍କ ନିର୍ଦ୍ଦେଶିତ ସୁନା ସଙ୍ଖାଳି, ପବିତ୍ର ବନ୍ଧନ ଫିଲ୍ମ ପଦୀପଙ୍କୁ ଏକ ସଫଳ ନିର୍ଦ୍ଦେଶକର ପରିଚୟ ଦେଇଥିଲା । ତାଙ୍କ ଦ୍ବାରା ଲିଖିତ ‘ମାଉ ଲିମକା’ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଚଳଚିତ୍ର ଜଗତକୁ ତାଙ୍କ ଅବଦାନ ସ୍ମରଣୀ ରହିବ ବୋଲି ଟିଟ୍ବ ମାଧ୍ୟମରେ ପରିପ୍ରକାଶ କରିଛନ୍ତି ନବୀନ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । …

ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କଲେ ମଧ୍ୟପ୍ରଦେଶ ମନ୍ତ୍ରୀ ଯଶୋଧାରା

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶରେ ହକି ବିଶ୍ବକପ୍ ଟ୍ରଫିକୁ ସ୍ବାଗତ । ସ୍ବାଗତ କରିଛନ୍ତି ମଧ୍ୟପ୍ରଦେଶ କ୍ରୀଡ଼ା ଓ ଯୁବକଲ୍ୟାଣ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଯଶୋଧାରା ରାଜେ ସିନ୍ଦିଆ । ବାସଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସେ ଟ୍ରଫିକୁ ଧରି ଖୁସି ପ୍ରକାଶ କରିଛନ୍ତି । ୨୧ ଦିନ ଧରି ବିଶ୍ବକପ ଟ୍ରଫି ଦେଶର ୧୬ ସହରକୁ ଯାତ୍ରା କରିବାରେ ଲାଗିଛି ।

ଏଥିରେ ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ରହିଛି । ଓଡ଼ିଶାରୁ ଏହି ଟ୍ରଫି କୋଲକାତା ଦେଇ ଇମ୍ଫାଲ, ଗୁଆହାଟୀ, ଜାମସେଦପୁର, ରାଞ୍ଚି, ଲକ୍ଷ୍ନୌ, ଉତ୍ତରପ୍ରଦେଶ, ପଞ୍ଜାବ, ଅମୃତସର, ସୋନିପାତ, ଦିଲ୍ଲୀ ,ଭୋପାଳ ମୁମ୍ବାଇ, ଚେନ୍ନାଇ, ତିରୁଅନନ୍ତପୁରମ, ବେଙ୍ଗାଲୁରୁ ବୁଲିବା ପରେ ଡିସେମ୍ବର ୨୫ରେ ଭୁବନେଶ୍ବର ଫେରିବ ।

ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ, ସୋମବାରଠୁ ଟିକେଟ୍ ବିକ୍ରି

ଭୁବନେଶ୍ୱର: ଆରମ୍ଭ ହେଲା ହକି ମହାକୁମ୍ଭ ପାଇଁ କାଉଣ୍ଟଡାଉନ । ଆସନ୍ତା ମାସ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ବକପ । ଏଥିପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ବକ୍ସ ଅଫିସ ଟିକେଟ ବିକ୍ରି । ସକାଳ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏ ଟିକେଟ ବକ୍ରି କରାଯିବ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର ୮ ନିକଟସ୍ଥ ରିଜର୍ଭ ପୋଲିସଲାଇନ ଗ୍ରାଉଣ୍ଡରେ ଟିକେଟ ମିଳିବାକୁ ଥିବା ବେଳେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ ଗେଟ୍ ନମ୍ବର ୬ ଓ ୨ ରେ ମିଳିବ ଟିକେଟ ।

କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ମୋଟ ୪୪ଟି ମ୍ୟାଚ ଯେଉଁଥିରେ ରାଉରକେଲାରେ ୨୦ ଓ ଭୁବନେଶ୍ବରରେ ୨୪ଟିମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।  ସେପଟେ ହକି ବିଶ୍ୱକପକୁ ଆଉ ମାତ୍ର କେଇ ଦିନ ଥିବାବେଳେ ଚଳଚଞ୍ଚଳ ହୋଇଛି ଭୁବନେଶ୍ୱର-କଟକ-ରାଉରକେଲା  । ସହରକୁ ନୂଆ ରୂପ ଦେଉଛନ୍ତି ରାଜ୍ୟ ସରକାର  । କ୍ରୀଡା ଭିତ୍ତିଭୂମିକୁ ମଜଭୁତ କରାଯିବା ସହ ରାସ୍ତାଘାଟକୁ ସଜ୍ଜା ଯାଉଛି  । ବିଭିନ୍ନ କାନ୍ଥରେ ଐତିହ୍ୟର ଚିତ୍ର ଅଙ୍କନ କରାଯାଉଛି  ।

କୁଆଡ଼େ ଗଲେ ନୟାଗଡ଼ର ୧୩ବର୍ଷୀୟ ଛାତ୍ର ଅମ୍ରିତ ପାତ୍ର ?

ନୟାଗଡ଼: କୁଆଡ଼େ ଗଲେ ନୟାଗଡ଼ କୁରାଳର ୧୩ବର୍ଷୀୟ ଛାତ୍ର ଅମ୍ରିତ ପାତ୍ର । ୪ ଦିନ ପରେ ଅମ୍ରିତଙ୍କ ପତ୍ତା ପାଉନି ପୋଲିସ । ବିଭିନ୍ନ ସ୍ଥାନରେ ଡଗ ସ୍କ୍ବାଡ୍ ସାହାଯ୍ୟରେ ଛାନବିନ ଚଳାଇଥିଲେ ମଧ୍ୟ ଅମ୍ରିତଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପାଇନି ପୋଲିସ । ତେବେ ସବୁଠୁ ବଡ଼ କଥା ହେଉଛି, ଅମ୍ରିତ ନିଖୋଜ ହେବାର ୪ଦିନ ପୂର୍ବରୁ ଟ୍ୟୁସନ ରାସ୍ତାରେ ଏକ ଭ୍ୟାନ ରହିଥିଲା ।

ମାତ୍ର ଅମ୍ରିତ ହଜିବା ଦିନଠୁ ସେହି ଭ୍ୟାନର ମଧ୍ୟ ଖବର ନାହିଁ । ଏଣୁ ସେହି ଗାଡ଼ିରେ ହିଁ ଅମ୍ରିତକୁ କେହି ଅପରହଣ କରିନେଇଥିବା ସନ୍ଦେହ ସହ ଅଭିଯୋଗ କରିଛନ୍ତି ପରିବାର ଲୋକ । ଯାହାକୁ ନେଇ ସିସିଟିଭି ଯାଞ୍ଚ କରି ଭ୍ୟାନ ସନ୍ଦେହର ସତ ଖୋଜୁଛି ପୋଲିସ । ଅନ୍ୟପଟେ ଅମ୍ରିତଙ୍କ ବାପା କାଳିଆ ପାତ୍ରଙ୍କ ସନ୍ଦେହ ଅନୁସାରେ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି । ପରିବାର ଭିତରେ ଦୀର୍ଘଦିନରୁ ରହିଥିବା ସମ୍ପତ୍ତି ବିବାଦ ପାଇଁ ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ ମଧ୍ୟର ଏହି ଦିଗରେ ତଦନ୍ତ ଆରମ୍ଭ କରିଛି ।

ବାରଙ୍ଗ ଥାନା ଏଏସଆଇଙ୍କ ଆତ୍ମହତ୍ୟା ନେଇ ବଢିଲା ସସପେନ୍ସ

ଭୁବନେଶ୍ୱର: ବାରଙ୍ଗ ଥାନା ଏଏସଆଇଙ୍କ ଆତ୍ମହତ୍ୟା ନେଇ ବଢିଲା ସସପେନ୍ସ । ଘର ଲୋକଙ୍କୁ ପଚରାଉଚରା କଲା ପୋଲିସ୍ । ପାରିବାରିକ ସମସ୍ୟା କିମ୍ବା କର୍ମକ୍ଷେତ୍ରରେ ଚାପ ନେଇ ସନ୍ଦେହ । ବାରଙ୍ଗ ଥାନା ଏଏସଆଇ ଅଶୋକ ପ୍ରଧାନଙ୍କ ଆତ୍ମହତ୍ୟା ନେଇ ବଢୁଛି ସସପେନ୍ସ । ପଦାସାହି ଗାଁରେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି ଅଶୋକ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ ।

ଦେଢବର୍ଷ ହେଲା ବାରଙ୍ଗଥାନାରେ କାର୍ଯ୍ୟରତ ଥିଲେ ଅଶୋକ । କାଲି ରାତି 10ଟାରେ ଡିଉଟି ସାରି ଘରକୁ ଫେରିଥିଲେ । ରାତି ପ୍ରାୟ ୧୨ଟା ୪୫ରେ ସେ ଆତ୍ମହତ୍ୟା କରିଥିବାନେଇ ସ୍ତ୍ରୀ ଅଶୋକଙ୍କ ବଡ଼ଭାଇଙ୍କୁ ଜଣାଇଥିଲେ । କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାର କାରଣ ଖୋଜୁଛି ପୋଲିସ । ଘର ଲୋକଙ୍କୁ ପଚରାଉଚରା କରାଯିବା ସହ ପାରିବାରିକ ସମସ୍ୟା ଓ କର୍ମସ୍ଥଳୀରେ ଚାପ ନେଇ ତଦନ୍ତ କରାଯାଉଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

କନ୍ଧମାଳ: ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ବଣ୍ଡା ପିପିଲି ଠାରେ ଘଟିଛି ଏହି ଘଟଣା । ମୃତ ବ୍ୟକ୍ତି ହେଲେ ରମେଶ ନାୟକ । ହତ୍ୟା କାଣ୍ଡ ଭିଆଇବା ପରେ ଘଟଣା ସ୍ଥଳରେ ଏକ ଚିଠି ଛାଡିଛନ୍ତି ମାଓବାଦୀ ।

ଚିଠିରେ ମାଓବାଦୀ ଉଲ୍ଲେଖ କରିଛନ୍ତି, ରମେଶ ଠିକାଦାର, କାଠ ମାଫିଆ ସହ ସମ୍ପର୍କ ରଖିଥିଲା । ପୋଲିସର ଇନଫରମର ମଧ୍ୟ ସାଜିଥିବାରୁ ତାକୁ ହତ୍ୟା କରାଯାଇଛି । ଗତ କାଲି ସଶସ୍ତ୍ର ମାଓବାଦୀ ରମେଶ ଙ୍କୁ ଉଠାଇ ନେଇ ଗୁଳି କରି ହତ୍ୟା କରିଥିଲେ ।

କଂଗ୍ରେସରେ ଯୋଗଦେଲେ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏବଂ କଣ୍ଠଶିଳ୍ପୀ ପମି ମିଶ୍ର

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଗୁଡଲି ରଥ ଓ ପମି ମିଶ୍ର। କଂଗ୍ରେସରେ ଯୋଗଦେଇଛନ୍ତି ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଏବଂ କଣ୍ଠଶିଳ୍ପୀ ପମି ମିଶ୍ର। ପିସିସି ପ୍ରଭାରୀ ଏ. ଚେଲ୍ଲା କୁମାର ଓ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଉଭୟ ଯୋଗ ଦେଇଛନ୍ତି ।

ଗୁଡଲିଙ୍କ ବାପା କଂଗ୍ରେସ ବିଧାୟକ ଥିଲେ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରୁ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଥିବା ଗୁଡ଼ଲି ରଥ କହିଛନ୍ତି । ଗୁଡଲି କହିଛନ୍ତି ବାପା କଂଗ୍ରେସ ପକ୍ଷରୁ ବିଧାନସଭାରେ ବିଧାୟକ ଥିଲେ  । ମୁଁ ପୂର୍ବରୁ କଂଗ୍ରେସ କାର୍ଯ୍ୟରେ ଅନୁପ୍ରାଣିତ  ।  ରାହୁଲ ଗାନ୍ଧୀ ଏବଂ ଶରତ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗଦାନ କରିଛି  ।

ଫେବୃୟାରୀରେ ଆସିବେ ପ୍ରିୟଙ୍କା, ଓଡ଼ିଶା କଂଗ୍ରେସ ଉତ୍ସାହିତ

ଭୁବନେଶ୍ୱର: ଫେବୃୟାରୀ ୧୮ରେ ଓଡ଼ିଶା ଆସିବେ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଖୋର୍ଦ୍ଧା ବରୁଣେଇ ପାଖରେ ଏକ ବିରାଟ ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଛି ହାତ୍ ସେ ହାତ୍ ଯୋଡ଼ୋ ବୈଠକ ।

କଂଗ୍ରେସ ବିଧାୟକଙ୍କ ସମେତ ପୂର୍ବତନ ପିସିସି ସଭାପତି ଉପସ୍ଥିତ ଅଛନ୍ତି । ୨୦୨୪ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ହେଉଛି । ଜିଲ୍ଲା ଓ ବ୍ଲକସ୍ତରରେ କଂଗ୍ରେସ କିପରି ମଜବୁତ ହେବ, ସେନେଇ ବୈଠକରେ ଆଲୋଚନା ହେଉଥିବା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି  । କଂଗ୍ରେସ ଲୋକଙ୍କ ବିଶ୍ୱାସ ଜିତିବାରେ କିଛିଟା ସଫଳ ହୋଇନାହିଁ। ଦଳ କିପରି ଲୋକଙ୍କ ଆସ୍ଥାଭାଜନ ହେବ ସେନେଇ ବୈଠକରେ ଖସଡ଼ା ପ୍ରସ୍ତୁତ ହେଉଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।