ଆଦାନୀ ମାମଲା: ସୁପ୍ରିମକୋର୍ଟଙ୍କ ଏକ୍ସପର୍ଟ୍ ଟିମ୍ ଗଠନ, ଦୁଇ ମାସରେ ରିପୋର୍ଟ ଦେବ ସେବି

1 min read

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି। ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି କୋର୍ଟରେ ମାମଲାର ଶୁଣାଣି ବେଳେ ଏକ୍ସପର୍ଟ କମିଟି ଗଠନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା SEBI ଏହି ମାମଲାର ତଦନ୍ତ ଜାରି ରଖିବ ବୋଲି କହିଛନ୍ତି କୋର୍ଟ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ SEBIକୁ ନିର୍ଦ୍ଦେଶ ନେଇଛନ୍ତି ସୁପ୍ରିମକୋର୍ଟ । SEBI ହିଣ୍ଡେନବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ ନାଁରେ ଆସିଥିବା ଅଭିଯୋଗର ଯାଞ୍ଚ କରିବ । ଅନ୍ୟ ଦିଗଗୁଡ଼ିକରେ ଏକ୍ସପର୍ଟ କମିଟି ଯାଞ୍ଚ କରିବ ବୋଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଯାଞ୍ଚ କମିଟିରେ ୬ ଜଣ ସଦସ୍ୟ ରହିବେ । ଏହି କମିଟିରେ ଅବସର ପ୍ରାପ୍ତ ଜଷ୍ଟିସ ଏଏସ୍ ସ୍ପ୍ରେ କେଲଙ୍କ ବ୍ୟତୀତ ଓପି ଭଟ୍ଟ, ଜଷ୍ଟିସ କେପି ଦେବଦତ୍ତ, କେବି କାମତ, ଏନ ନିଲକେଣୀ, ସୋମେଶେଖର ସୁନ୍ଦରେଶନ ସାମିଲ ।