ଓ୍ୱାଶିଂଟନ: ଆମେରିକାର ଟେକ୍ କମ୍ପାନୀରେ ଛଟେଇ ଟ୍ରେଣ୍ଡ ଜାରି । ଆମାଜନ, ଆଲଫାବେଟ, ମେଟା ଆଦି ବହୁ କମ୍ପାନୀ ପରେ ୟାହୁ ମଧ୍ୟ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ବିଶ୍ୱବ୍ୟାପୀ ମାନ୍ଦାସ୍ଥିତିକୁ ନଜରରେ ରଖି କମ୍ପାନୀ ଖର୍ଚ୍ଚ କାଟ ପାଇଁ ଯୋଜନା କରିଛି । ଗ୍ଲୋବାଲ ଓ୍ୱାର୍କଫୋର୍ସର ୧୨ ପ୍ରତିଶତଙ୍କୁ ବିଦା କରିବ ୟାହୁ । ୨୦୨୩ ଶେଷସୁଦ୍ଧା କମ୍ପାନୀ ପ୍ରାୟ ୨୦ ପ୍ରତିଶତ କର୍ମଚାରୀଙ୍କୁ କାଢ଼ିବାକୁ ଯୋଜନା କରିଛି ବୋଲି ସୂଚନା ମିଳିଛି ।
ମୈଦାନରେ ଆମ୍ନାସାମ୍ନା ହେବେ ଭାରତ- ପାକିସ୍ତାନ, ଏହିଦିନ ଅଛି ମ୍ୟାଚ୍
ଭୁବନେଶ୍ବର: ଚଳିତ ଟି-୨୦ରେ ହେବ ରୋମାଞ୍ଚକର ମୁକାବିଲା । ଏଥର ପୁଣି ଦେଖିବାକୁ ମିଳିବ ଭାରତ ପାକିସ୍ତାନ ମ୍ୟାଚ୍ । ଚଳିତ ମହିଳା ଟି-୨୦ରେ ଆମ୍ନାସାମ୍ନା ହେବାକୁ ଯାଉଛନ୍ତି ଭାରତ ଏବଂ ପାକିସ୍ତାନ । କ୍ରିକେଟ ମୈଦାରେ ଯୋରଦାର ଟକ୍କର ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ଟିମ୍ ଇଣ୍ଡିଆ ଏବଂ ଫ୍ୟାନ୍ ।
ହରମନପ୍ରୀତଙ୍କ ନେତୃତ୍ବରେ ଚଳିତ ଟି-୨୦ ବିଶ୍ବକପ୍ ଆରମ୍ଭ କରିବାକୁ ଯାଉଛି ଟିମ୍ ଇଣ୍ଡିଆ । ୩ ବର୍ଷ ପୂର୍ବରୁ ଭାରତ ଚାମ୍ପିଆନ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ଅଷ୍ଟ୍ରେଲିଆ ଭାରତର ଏହି ସ୍ବପ୍ନକୁ ମାଟିରେ ମିଶାଇ ଦେଇଥିଲା । ଏଥର କିନ୍ତୁ ପୂରା ଜୋସର ସହ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଏଥର ଭାରତ ଶକ୍ତିଶାଳୀ ଟିମ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ ଏବଂ ପାକିସ୍ତାନକୁ ଭେଟିବ ।
ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ ୧୨ ଫେବୃଆରୀରେ ଖେଳାଯିବ । ଏହା ପରେ ଦ୍ବିତୀୟ ମ୍ୟାଚ୍ ଓ୍ବେଷ୍ଟଇଣ୍ଡିଜ ସହ ଖେଳିବ । ଏହା ପରେ ଇଂଲଣ୍ଡ ଏବଂ ଆୟାରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ ।
ପ୍ରଥମ ସେମିଫାଇନାଲ ୨୩ ଏବଂ ୨୪ ଫେବୃଆରୀରେ ଖେଳାଯିବ ଏବଂ ଫାଇନାଲ ୨୬ ତାରିଖରେ ହେବ ।
ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ
ଭୁବନେଶ୍ୱର: ହାତ ଧରିବେ ବିଜୟ ପଟ୍ଟନାୟକ । କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ । ଆଜି ଅପରାହ୍ନ ୪ଟା ୩୦ରେ ଏଆଇସିସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିବେ । ତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ କଂଗ୍ରେସରେ ସାମିଲ ହେବା ନେଇ ସୂଚନା ମିଳିଛି । ପିସିସି ସଭାପତି, ପ୍ରଭାରୀ ଚେଲା କୁମାରଙ୍କ ସହ କିଛି ଓଡ଼ିଶା ନେତା ଏହି ମିଶ୍ରଣରେ ଉପସ୍ଥିତ ରହିବେ ।
୧୯୭୬ କ୍ୟାଡରର ଆଇଏଏସ ଅଧିକାରୀ ବିଜୟ ପଟ୍ଟନାୟକ । ସେ ପ୍ରମୁଖ ଶାସନ ସଚିବ ବି ଥିଲେ । ୨୦୧୦ରୁ ୨୦୧୩ ମୁଖ୍ୟ ଶାସନ ସଚିବ ଥିଲେ ବିଜୟ ପଟ୍ଟନାୟକ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସେ ଅଧ୍ୟକ୍ଷ ମଧ୍ୟ ଥିଲେ । ୨୦୧୪ରେ ବିଜୟ ପଟ୍ଟନାୟକ ଥିଲେ ମାନବାଧିକାର କମିଶନ ସଦସ୍ୟ ।

