ପଶ୍ଚିମ-ଦକ୍ଷିଣ ଓଡ଼ିଶାକୁ ଯୋଡ଼ିବ ବିଜୁ ଅର୍ଥନୈତିକ କରିଡର, ବିଜୁ ଏକ୍ସପ୍ରେସ ଓ୍ବେ’କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ 

1 min read

ବରଗଡ଼: ପଶ୍ଚିମରୁ ଦକ୍ଷିଣ ଗୋଟିଏ ଲାଇଫ ଲାଇନ, ବିଜୁ ଇକୋନୋମିକ କରିଡର । ଗମନାଗମନ ଓ ଆର୍ଥିକ ବିକାଶର ନୂଆ ଯୁଗର ଆରମ୍ଭ । ଆଜି ପ୍ରତିକ୍ଷୀତ ବିଜୁ ଏକ୍ସପ୍ରେସ ଓ୍ବେ’କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୪୬ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସ ୱେ’କୁ ବିଜୁ ଇକୋନୋମିକ କରିଡର ଭାବେ ନାମିତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ଶେଷମୁଣ୍ଡରେ ଥିବା ବୀରମିତ୍ରପୁରଠାରୁ କଳାହାଣ୍ଡି ଜିଲ୍ଲାର ଆମ୍ବପାଣିକୁ ସଂଯୋଗ କରୁଛି ଏହି ଏକ୍ସପ୍ରେସ ୱେ । ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଅର୍ଥନୈତିକ ମେରୁଦଣ୍ଡ ସାଜିବ ବିଜୁ ଇକୋନୋମିକ କରିଡର ।

କୃଷି, ଶିଳ୍ପ, ଜଳସମ୍ପଦ, ପର୍ଯ୍ୟଟନ ସବୁ କ୍ଷେତ୍ରରେ ନୂଆ ନୂଆ ସମ୍ଭାବନା ସୃଷ୍ଟି ହେବ । ବନ୍ଦର ଓ ବିମାନବନ୍ଦର ସହ ଯୋଡି ହେବ ବିଜୁ ଇକୋନୋମିକ କରିଡର । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ବଢ଼ିବ ପଶ୍ଚିମ ଓଡ଼ିଶାର ବ୍ୟବସାୟିକ ସମ୍ପର୍କ । ବରଗଡ଼-କଳାହାଣ୍ଡି-ନୂଆପଡ଼ାର ଗ୍ରିନଫିଲ୍ଡ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଧ୍ୟ ମୁଖ୍ୟସ୍ରୋତରେ ଯୋଡ଼ି ହେବେ । ବିଜୁ ଇକୋନୋମିକ ୱେ’ର ଦୁଇ ପାଖରେ ୯ଟି ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା କରିବ ଇଡକୋ । ଚାରି ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ପାଇଁ ୬ ଶହ କୋଟିର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।